spot_img
Home Blog Page 7435

କେଉଁଥିରେ କେତେ ସମୟ ରହେ କରୋନା ଭୂତାଣୁ ?

ନୂଆଦିଲ୍ଲୀ : କରୋନା ଭୂତାଣୁର ଆକ୍ରାନ୍ତରେ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଦିନକୁ ଦିନ ଏହା ଉପରେ ନୂଆ ନୂଆ ଗବେଷଣା ସାମ୍ନାକୁ ଆସୁଛି । ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକ କରୋନାକୁ ନେଇ କିଛି ନୂଆ ତଥ୍ୟ ପ୍ରଦାନ କରିଛନ୍ତି । ଏଥିରେ ତାପମାତ୍ରା, ଭୂତାଣୁ ନଷ୍ଟର ପ୍ରକ୍ରିୟା, କେଉଁଥିରେ ଏହା କେତେ ସମୟ ରହିପାରିବ, କାହା କାହାକୁ ବ୍ୟାପିବ ସେ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ଗବେଷକଙ୍କ ସୂଚନା ଅନୁସାରେ…

୧. କରୋନା ଭୂତାଣୁ ଏକ ଜୀବନ୍ତ ଉପାଦାନ ନୁହେଁ ବରଂ ଏକ ପ୍ରୋଟିନ୍ ଅଣୁ (DNA)। ଏହା ଏକ ମୋଟା ଆସ୍ତରଣ ଦ୍ୱାରା ଆବଦ୍ଧ ହୋଇ ରହିଥାଏ । ଏହା ଆଖି, ପାଟି ଓ ନାକର ସେଲ୍ ଦ୍ୱାରା ଅବଶୋଷିତ ହୋଇ ନିଜର ଅନୁବଶିଂକ୍ କୋଡ୍ ବଦଳାଇଥାଏ । ସେତବେଳେ ଏହା ପରିବର୍ତ୍ତିତ ହୋଇ ଅଧିକ ଆକ୍ରାମକ ହୋଇଥାଏ  ଏବଂ ଗୋଟିଏ ସକ୍ରିୟ ସେଲ୍ ଲକ୍ଷାଧିକ୍ ନୂଆ ସେଲ୍ ସୃଷ୍ଟି କରିଥାନ୍ତି ।

୨.  ଏହି ଭୂତାଣୁ ଅତ୍ୟନ୍ତ ସୁକ୍ଷ୍ମ । ବାହାରର ଏକ ମୋଟା ଲେୟାର ଭୂତାଣୁକୁ ସୁରକ୍ଷା ଦେଇଥାଏ ଦୀର୍ଘ ସମୟ ଧରି ସକ୍ରିୟ ରହିବା ପାଇଁ । ଖାସ୍ ଏହି କାରଣରୁ କୌଣସି ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ୱାସର ଫେଣ ଏହାକୁ ଅର୍ଥାତ୍ ଫ୍ୟାଟକୁ କାଟିବାକୁ ସହାୟକ ହୋଇଥାଏ । ତେଣୁ ବାରମ୍ବାର କୁହାଯାଏ ଯେ, ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲଭାବେ ଘଷିକରି ଧୁଅନ୍ତୁ । କିମ୍ବା ସାନିଟାଇଜରରେ ରବ୍ କରନ୍ତୁ । ଏହାକରିବା ପରେ ଫ୍ୟାଟ୍ ଲେୟରଟି ଆପେ ଆପେ ଭାଙ୍ଗିଯାଏ ଏବଂ ପ୍ରୋଟିନ୍ ଅଣୁ ସକ୍ରିୟତା ହରାଇଥାଏ ।

୩. ହପକିନ୍ସର ଗବେଷକ କହିଛନ୍ତି, ଅଧିକ ତାପମାତ୍ରା ଫ୍ୟାଟକୁ ତରଳାଇ ଦେଇଥାଏ । ଖାସ୍ ସେହି କାରଣରୁ ୨୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ହାତ, ଲୁଗା ପ୍ରଭୃତି ଧୋଇବାକୁ ପରାମର୍ଶ ଦିଆଯାଏ । ଗରମପାଣି ଅଧିକ ଫୋମ୍ କରିଥାଏ ଏବଂ ଏହା ଅଧିକ ଦରକାରୀ ହୋଇଥାଏ ।

୪. ମାଦକ କିମ୍ବା ଏହାସହ ମିଶ୍ରିତ ସାମଗ୍ରୀ ୬୫ ପ୍ରତିଶତ ଫ୍ୟାଟକୁ ଭାଙ୍ଗିବାରେ ସହାୟକ ହୋଇଥାଏ । ଭାଇରସ୍ ଉପରେ ଥିବା ବାହ୍ୟ ଆସ୍ତରଣକୁ ଏହା ସହଜରେ ଭାଙ୍ଗିଥାଏ  ।

୫. ପାଣି ଏବଂ ବ୍ଲିଚ୍ ସିଧାସଳଖ ଫ୍ୟାଟକୁ ଭାଙ୍ଗିବାରେ ସମର୍ଥ ହୋଇଥାଏ ।

୬. ବ୍ୟାକଟେରିଆ ଭଳି ଏହି ଭୂତାଣୁ ଜୀବନ୍ତ ଉପାଦାନ ହୋଇନଥିବାରୁ, ସେମାନେ ଅନ୍ୟ ଜୀବନ୍ତ ଉପାଦାନକୁ ମାରିପାରିବେ ନାହିଁ ।

୭. କାର୍ଡ ବୋର୍ଡରେ ଏହି ଭୂତାଣୁ ୨୪ ଘଣ୍ଟା ରହୁଥିବା ବେଳେ, ମେଟାଲରେ ୪୨ ଘଣ୍ଟା ଓ ପ୍ଲାଷ୍ଟିକରେ ସର୍ବାଧିକ ସମୟ ଅର୍ଥାତ୍ ୭୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ।

୮. ଅତ୍ୟଧିକ ଥଣ୍ଡାରେ ଏହି ଭୂତାଣୁ ଅଧିକ ସକ୍ରିୟ ରହିଥାନ୍ତି । ବିଶେଷକରି ଶୀତତାପ ନିୟନ୍ତ୍ରିତ ଘର ଏବଂ କାର ଏସିରେ ଏହା ସକ୍ରିୟ ରହିଥାନ୍ତି ।

୯. ସୁସ୍ଥ ଶରୀରରେ ଏହି ଭୂତାଣୁ ପ୍ରବେଶ କରିବା ଏତେଟା ସହଜ ହୋଇନଥାଏ ।

୧୦. ଏହି ସମୟରେ ନଖ ପରିସ୍କାର ଓ ପରିଛନ୍ନ ରହିବା ଜରୁରୀ ।

 

 

 

 

ଲକ୍ ଡାଉନ୍ ଚିନ୍ତା: ୧ ଲକ୍ଷ ୭୦ ହଜାର କୋଟିର ଆର୍ଥିକ ପ୍ୟାକେଜ, ତିନି ମାସ ପାଇଁ ୨୦ କୋଟି ମହିଳା ପାଇବେ ମାସକୁ ୫ଶହ ଟଙ୍କା

ନୂଆଦିଲ୍ଲୀ: ଦେଶ ବ୍ୟାପି ଲକ୍ ଡାଉନ୍ ପରିସ୍ଥିତିରେ ଉତ୍ପନ ଆର୍ଥିକ ସଂକଟ ଭିତରେ କେନ୍ଦ୍ର ସରକାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।  ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତରେ ଗରିବଙ୍କୁ ୧ ଲକ୍ଷ ୭୦ ହଜାର କୋଟିର ସାହାଯ୍ୟ ଦିଆଯିବ । ଏହାର ଲାଭ ଗରିବ,ଶ୍ରମିକ,ମହିଳାଙ୍କ ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ।   କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୫ଶହ ଟଙ୍କା ସିଧାସଳଖ ଟ୍ରାନସଫର ହେବ ।

  • ଧନ

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଯେଉଁ ମହିଳାଙ୍କର ଜନଧନ ଖାତା ଥିବ ସେମାନଙ୍କ ଆକାଉଣ୍ଟକୁ ପ୍ରତିମାସରେ ଆଗାମୀ ତିନି ମାସ ପାଇଁ ୫ଶହ ଟଙ୍କା ଟ୍ରାନସ୍ଫର ହେବ । ଏହି ନିଷ୍ପତି ଦ୍ୱାରା ୨୦ କୋଟି ମହିଳା ଲାଭାନ୍ୱିତ ହେବେ । ପ୍ରତିମାସରେ ସିଧାସଳଖ ଏହି ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନସ୍ଫର ହେବ ।

  1. ଗ୍ୟାସ

ଏହା ସହିତ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅନ୍ତର୍ଗତରେ ଦେଶର ୮ କୋଟି ବିପିଏଲ ପରିବାରଙ୍କୁ ଆଗାମୀ ତିନି ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବ । ଉଜ୍ୱଳା ଯୋଜନା ଅନ୍ତର୍ଗତରେ ୮.୫ କୋଟି ମହିଳାଙ୍କ ନାମରେ ଗ୍ୟାସ୍ କନେକ୍ସନ ଯୋଗାଇ ଦିଆଯାଇଥିଲା । ଏବେ ସେମାନେ ଆଗାମୀ ତିନି ମାସ ପାଇଁ ମାଗଣାରେ ଗ୍ୟାସ ପାଇବେ ।

  1. ଖାଦ୍ୟ 

ଲକ୍ ଡାଉନ ପାଇଁ ଯେପରି ଗରିବ ଓ ଖଟିକିଆ ଖାଦ୍ୟ ଅଭାବର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ଚାଉଳ ଓ ଗହମ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କ୍ରମରେ ଆଗାମୀ ତିନି ମାସ ପାଇଁ ଅତିରିକ୍ତ ୫ କିଲୋ ଗହମ  କିମ୍ବା ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ । ଏହାର ଫାଇଦା ୮୦ କୋଟି ହିତାଧିକାରୀ ପାଇବେ । ଏହାସହ ହିତାଧିକାରୀଙ୍କୁ ୧ କିଲୋ ଡାଲି ମଧ୍ୟ ମିଳିବ ।

୪. ସ୍ୱାସ୍ଥ୍ୟକର୍ମୀଙ୍କୁ ମେଡିକାଲ ବିମା

କରୋନା ଭାଇରସ ବିରୋଧ ଲଢେଇରେ ସମ୍ମୁଖରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଗାମୀ ୩ ମାସ ପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିମା ଦେବେ । ୨୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଏହାଦ୍ୱାରା ଲାଭାନ୍ୱିତ ହେବେ । ୧୨ ଲକ୍ଷ ଡାକ୍ତର ମଧ୍ୟ ଲାଭାନ୍ୱିତ ହେବେ । 

 

. ଚାଷୀଙ୍କ ଖାତାକୁ ସିଧା ଟଙ୍କା

ଚାଷୀ: ସିଧା କ୍ୟାସ ଟ୍ରାନ୍ସଫର ଅନ୍ତର୍ଗତରେ ୮.୬୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ଏହାର ପ୍ରଥମ କିସ୍ତି ଦିଆଯିବ ।

 

. ବରିଷ୍ଠ,ଦିବ୍ୟାଙ୍ଗ ଓ ବିଧବା : ଆଗାମୀ ତିନି ମାସ ପାଇଁ ଦୁଇ କିସ୍ତିରେ ଏହି ଶ୍ରେଣୀର ଖାତାଧାରକଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ଦିଆଯିବ । ତିନି କୋଟି ଏହାର ଲାଭ ପାଇବେ ।

.ମନେରଗା : ମଜୁରୀ ୧୮୨ଟଙ୍କାରୁ ବଢି ୨୦୨ ଟଙ୍କା ହେବ ।

. ଇପିଏଫ ପାଇଁ ସରକାର ଦେବେ ଶତ ପ୍ରତିଶତ ଯୋଗଦାନ :

ସରକାର ଆଗାମୀ ତିନି ମାସ ପାଇଁ ଇପିଏଫରେ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଦେଉଥିବା ଯୋଗଦାନକୁ ନିଜେ ଦେବେ । କର୍ମଚାରୀଙ୍କ ୧୨ ପ୍ରତିଶତ ଓ ନିଯୁକ୍ତିଦାତ୍ତାଙ୍କ ୧୨ ପ୍ରତିଶତ ମୋଟ ୨୪ ପ୍ରତିଶତ ସରକାର ଦେବେ । ଏହାସହ ପିଏଫ୍ ଫଣ୍ଡ୍ ରେଗୁଲେସନ ସଂଶୋଧନ କରାଯିବ । ଫଳରେ ଇପିଏଫ୍ ସଦସ୍ୟ ଜମା ରାଶିର ୭୫ ପ୍ରତିଶତ କିମ୍ବା ତିନି ମାସ ଦରମା ଭିତରୁ ଯାହା କମ ହେବ ତାକୁ ସଦସ୍ୟ ଉଠାଇ ପାରିବେ ।  ୧୦୦ରୁ କମ କର୍ମଚାରୀ ଥିବା ସଂସ୍ଥା ଏବଂ ୧୫ ହଜାରରୁ କମ ମାସିକ ଦରମା ପାଉଥିବା କର୍ମଚାରୀ ଏହାର ଲାଭ ପାଇବେ । ୮୦ ଲକ୍ଷରୁ ଅଧିକ କର୍ମଚାରୀ ଓ ୪ ଲକ୍ଷ ସଂସ୍ଥା ଏହାଦ୍ୱାରା ଲାଭ ପାଇବେ ।

. ମହିଳା ଏସଏଚଜି ଗ୍ରୁପଙ୍କୁ ଅଧିକ ଲୋନ୍

ଏସଏଚଜି ଗ୍ରୁପ ସହ ଜଡିତ ଥିବା ପରିବାରଙ୍କୁ ପ୍ରଥମେ ବ୍ୟାଙ୍କ ତରଫରୁ ୧୦ ଲକ୍ଷ ଟଙ୍କା ବିନା ବନ୍ଧକ ଲୋନ୍ ମିଳୁଥିଲା ଯାହାକୁ ୨୦ ଲକ୍ଷ ଟଙ୍କା କରାଯାଇଛି । ଏହା ଦ୍ୱାରା ୭ ଲକ୍ଷ ପରିବାର ଲାଭାନ୍ୱିତ ହେବେ ।

୧୦. ନିର୍ମାଣ ଶ୍ରମିକ 

 

ନିର୍ମାଣ କ୍ଷେତ୍ର ସହ ସଂପୃକ୍ତ ୩.୫ କୋଟି ପଂଜିକୃତ ଶ୍ରମିକଙ୍କ ପାଇଁ ୩୧ ହଜାର କୋଟିର ଫଣ୍ଡ୍

କରୋନା ମୁକାବିଲା ନେଇ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: କରୋନା ମୁକାବିଲା ନେଇ ଆଜିଠାରୁ ଖୋଲିଲା କଣ୍ଟ୍ରୋଲ ରୁମ୍  । ଏହି କଣ୍ଟ୍ରୋଲ ରୁମ୍‌ ଦିନ ରାତି ୨୪ ଘଣ୍ଟା କାମ କରିବ । ଏହି କଣ୍ଟ୍ରୋଲ ରୁମରୁ ରାଜ୍ୟରେ ଲକ୍‌ ଡାଉନ୍‌ର କାର୍ଯ୍ୟକାରିତା ସମ୍ପର୍କିତ ସମସ୍ୟା ନେଇ ଅନୁଧ୍ୟାନ କରାଯିବ ।

ଏଥିସହିତ ଦେଶରେ ବିଭିନ୍ନ ସ୍ଥାନରେ ଫସିରହିଥିବା ଓଡ଼ିଆମାନେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କଲ୍‌ କରି ଅଭିଯୋଗ କରିପାରିବେ । 0674-2392115/ 9438915986 ନମ୍ୱରରେ କଲ୍ କରି କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରିପାରିବେ ।

ଆଇଜି ଅପରେସନ୍‌ ଅମିତାଭ୍‌ ଠାକୁରଙ୍କ ତତ୍ତ୍ୱାବଧାନରେ ଏହି କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ । ରାଜ୍ୟ ଗୃହ ବିଭାଗରେ କାର୍ଯ୍ୟ କରିବ ଏହି କଣ୍ଟ୍ରୋଲ ରୁମ୍ ।

କରୋନା ମୁକାବିଲା ନେଇ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ ଘୋଷଣା

  • କରୋନା ମୁକାବିଲା ନେଇ ୧ଲକ୍ଷ ୭୦ ହଜାର ଟଙ୍କାର ଗରିବ କଲ୍ୟାଣ ଯୋଜନାର ଘୋଷଣା କଲେ କେନ୍ଦ୍ର ସରକାର
  • ଆସନ୍ତା ୩ ମାସ ଯାଏଁ ମାଗଣାରେ ଦିଆଯିବ ଚାଉଳ ଏବଂ ଡାଲି
  • ଏହାଦ୍ୱାରା ୮୦ କୋଟି ହିତାଧିକାରୀ ଲାଭବାନ ହେବେ
  • ଜଣଙ୍କ ପିଛା ୫ କିଲୋ ଚାଉଳ କିମ୍ୱା ଗହମ ଦିଆଯିବା
  •  ପରିବାର ପିଛା ୧ କିଲୋର ଡାଲି ଯୋଗାଇ ଦିଆଯିବ
  • ପିଏମ୍‌ କିଷାନ ଯୋଜନା ବାର୍ଷିକ ଚାଷୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି
  • ବର୍ତ୍ତମାନ ପ୍ରଥମ କିସ୍ତି ବାବଦକୁ ୨ ହଜାର ଟଙ୍କା ଦିଆଯିବ
  • ଏହା ଦ୍ୱାରା ୮.୬୯ କୋଟି ଚାଷୀ ଉପକୃତ ହେବେ
  • ମନ୍‌ରେଗା ଶ୍ରମିକଙ୍କୁ ମଧ୍ୟ ଅଗ୍ରୀମଭାବେ ଟଙ୍କା ଯୋଗାଇଦିଆଯିବ
  • ଦିନକର ମାଜୁରୀ ବାବଦକୁ ୨୦୨ଟଙ୍କା ହିସାବରେ ୨୦୦୦ ଟଙ୍କା ଦିଆଯିବ
  • ୨୦ କୋଟି ଜନଧନ ଆକାଉଣ୍ଟଧାରୀଙ୍କୁ ୩ ମାସ ଯାଏଁ ମିଳିବ ୫୦୦ ଟଙ୍କା
  • ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ମିଳିବ ଏହି ସୁବିଧା
  • ଯୋଜନା ବାବଦକୁ ପାଇବାକୁ ଥିବା ସମସ୍ତ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ
  • ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ୩ମାସ ଯାଏଁ ମାଗଣା ସିଲିଣ୍ଡର ଯୋଗାଇଦିଆଯିବ
  • ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିନଦୟାଲ ଉପାଧ୍ୟାୟ ରୁରାଲ୍‌ ଲାଇଭଲିହୁଡ୍ ଯୋଜନାରେ ସହାୟତ ଦିଆଯିବ
  • ପୂର୍ବରୁ ୧୦ ଲକ୍ଷ ଋଣ ଦିଆଯାଉଥିବା ବେଳେ ବର୍ତ୍ତମାନ ୨୦ ଲକ୍ଷ ଟଙ୍କା ବିନା ବନ୍ଧକରେ ଦିଆଯିବ
  • ଇପିଏଫ୍‌ ପଞ୍ଜିକୃତ ଥିବା କର୍ମଚାରୀଙ୍କ ୧୨% ଅଂଶଦାନ ଏବଂ ନିଯୁକ୍ତିଦାତାଙ୍କ ୧୨% ଅଂଶଧନ ସରକାର ଜମା କରିବେ
  • ଉଭୟଙ୍କ ବାବଦକୁ ୨୪% ଅଂଶଧନ କେନ୍ଦ୍ରସରକାର ୩ ମାସ ଯାଏଁ ଜମା କରିବେ
  • ମାସିକ ୧୫ ହଜାର ଟଙ୍କାରୁ କମ୍‌ ଦରମାର ଥିବା କର୍ମଚାରୀ ଏହି ସୁବିଧା ପାଇପାରିବେ
  • ପିଏଫ୍ ଜମାରାଶିର ୭୫% ଟଙ୍କା ଜମାକାରୀ ଉଠାଇପାରିବେ, ଏବଂ ଏହାକୁ ଫେରସ୍ତ କରିବାକୁ ପଡ଼ିବ ନାହିଁ
  • ଏହି ସୁବିଧା ଯୋଗାଇବାନେଇ ଇପିଏଫ୍‌ ଆଇନରେ ସଂଶୋଧନ କରାଯିବ

ହାଇ ଆଲର୍ଟରେ ୧୯୫ ଦେଶ, ୨୧ ହଜାର ମୃତ୍ୟୁ, ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦୦୦ ପାର

 

  • ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁସାରେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୬୯୧୭୧
  • ଇଟାଲୀରେ ଗୋଟିଏ ଦିନରେ ୬୮୩ ମୃତ୍ୟୁ

ବେଜିଂ/ରୋମ/ନୂଆଦିଲ୍ଲୀ:  ବିଶ୍ୱର ୧୯୫ ଦେଶ କରୋନା କାୟା ବିସ୍ତାର କରି ସାରିଛି । କରୋନା ୨୧ ହଜାର ୨୦୦ ଜୀବନ ନେଇ ସାରିଲାଣି । ଉହାନରୁ ଆସିଥିବା ଏହି ଭାଇରସ ବିଶ୍ୱ ଅର୍ଥନୀତି ସହ ଦୁନିଆର ଜୀବନଯାତ୍ରା ଉପରେ ବିରାମ ଲଗାଇ ଦେଇଛି । ଆତଙ୍କିତ ଦୁନିଆ ଖୋଜୁଛି କରୋନାର ପ୍ରତିକାର । ୪ ଲକ୍ଷ ୬୮ ହଜାର ୯୦୫ ଜଣ ସଂକ୍ରମିତ ଅନିଶ୍ଚିତ ଭବିଷ୍ୟତ ଆଶଙ୍କା ଭିତରେ ଜିଉଁଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ ଦୁନିଆକୁ କରୋନା ଆର୍ଥିକ,ରାଜନୈତିକ ଓ ସାମାଜିକ  ସଂକଟ ମଧ୍ୟକୁ ଠେଲି ଦେଇଛି ।

ସଂକ୍ରମିତଙ୍କ ମଧ୍ୟରୁ ୧୪ ହଜାର ୨୧୮ ଜଣ ଠିକ୍ ହୋଇସାରିଛନ୍ତି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିପାଇଁ ଦୁନିଆ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ଦୁନିଆର ଏକ ତୃତୀୟାଂଶ ଜନସଂଖ୍ୟା ଲକ୍ ଡାଉନ୍ ଭିତରେ ରହିଛ । ଭାରତର ୧୩୦ କୋଟି ଜନସଂଖ୍ୟା ସହ ମୋଟ ୨୫୦ କୋଟି ଲୋକ ତାଲାବନ୍ଦ ଅଛନ୍ତି ।

ଏଣେ ହଙ୍ଗେରିରେ ଜଣେ ବ୍ରିଟେନର ଜଣେ ବରିଷ୍ଠ କୂଟନିତିଜ୍ଞଙ୍କ କରୋନାରେ ମୃତ୍ୟୁ ହୋଇଛି । ତାଙ୍କ ବୟସ ୩୭ ଥିଲା । ବୁଦାପେଷ୍ଟ ବ୍ରିଟିଶ ଦୂତାବାସରେ ସେ ଉପ ମୁଖ୍ୟ ଥିଲେ ।  ହଙ୍ଗେରିରେ ବର୍ତ୍ତମାନ ସୁଧା ୪୬୫ ଜଣ ପ୍ରାଣ ହରାଇଲେଣି ।

ସୁପରପାୱାର ବି ଆତଙ୍କିତ !

ବିଶ୍ୱର ଏକମାତ୍ର ମହାଶକ୍ତି ଆମେରିକାକୁ କରୋନା ଡରାଇ ଦେଇଛି । ଟ୍ରମ୍ପ ପ୍ରଥମେ କରୋନାକୁ ହାଲୁକାରେ ନେଇଥିଲେ । ଏବେ କିନ୍ତୁ ଟ୍ରମ୍ପ୍ ଜାଣି ସାରିଲେଣି ଭାଇରସ ପାଖରେ ଆମେରିକା ଅର୍ଥନୀତିକୁ ଦୋହଲାଇ ଦେବାର ତାକତ୍ ଅଛି । ସତ କହିଲେ ,ଆମେରିକାର ଅର୍ଥନୀତି ଦୋହଲି ସାରିଲାଣି । ଟ୍ରମ୍ପଙ୍କ ଚାଲ ଆମେରିକାକୁ ପୁଣି ମହାନ କରିବା ନାରାକୁ କରୋନା ଟ୍ରାକରୁ ଖସାଇ ଦେଇଛି । ସିଏନଏନ୍ ଅନୁସାରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର କରି ସାରିଲାଣି । ବୁଧବାର ଦିନ ଆମେରିକାରେ ୨୨୩ ଜଣ ପ୍ରାଣ ହରାଇଛନ୍ତି ।  ଏହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ମଙ୍ଗଳବାର ଦିନ ଆମେରିକାରେ ୧୬୪ ଜଣ ପ୍ରାଣ ହରାଇଥିଲେ । ଆମେରିକାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାର ୪୮ ।

ଜାପାନରେ କରୋନା ପାଇଁ ଟାସ୍କ ଫୋର୍ସ

ଜାପାନ କରୋନା ମୁକାବିଲା ପାଇଁ ନିଜ ଦେଶରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରିବ । ଏନେଇ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଘୋଷଣା କରିଛନ୍ତି  । ଜାପାନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୩୦୭ ରହିଛି । ୪୫ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ହଂକଂରେ ବୁଧବାର ୨୪ ନୂଆ ମାମଲା

ବୁଧବାର ଦିନ ହଂକଂରେ ସଂକ୍ରମଣର ୨୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୪୧୦ । ହଂକଂରେ ମୃତ୍ୟୁ ସଂଖ୍ୟା ୪ ରହିଛି । ହଂକଂ ତାର ସୀମକୁ ବନ୍ଦ କରିଦେଇଛି ।

ଇଟାଲୀରେ କ୍ୱାରେଣ୍ଟାଇନ ଉଲ୍ଲଂଘନ କଲେ ଜେଲ

ଇଟାଲୀରେ କରୋନାରେ ଗୋଟିଏ ଦିନରେ ୬୮୩ ମୃତ୍ୟୁ ହୋଇଛି । ଇଟାଲୀରେ ଏପର୍ଯ୍ୟନ୍ତ ସମୁଦାୟ ୭ ହଜାର ୫୦୩ ଜଣ ପ୍ରାଣ ହରାଇଛନ୍ତି । ଇଟାଲୀରେ ୯ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ୩ ଏପ୍ରିଲରେ ସରିବ । ମଙ୍ଗଳବାର ଦିନ କ୍ୱାରେଣ୍ଟାଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ହୋମ୍ କ୍ୱାରେଣ୍ଟାଇନ୍ ଉଲ୍ଲଂଘନକାରୀଙ୍କୁ ଜେଲ୍ ଓ ଜରିମାନା କଥା କୁହାଯାଇଛି ।

ସ୍ପେନରେ ୨୪ ଘଣ୍ଟାରେ ୬୫୬ ମୃତ୍ୟୁ

ଅନ୍ୟପକ୍ଷରେ ସ୍ପେନରେ ୨୪ ଘଣ୍ଟାରେ ୬୫୬ ଜଣ ପ୍ରାଣ ହରାଇଛନ୍ତି । ସ୍ପେନରେ ମୃତ୍ୟୁସଂଖ୍ୟା ୩ ହଜାର ୬୪୭ ରେ ପହଂଚି ସାରିଲାଣି । ସ୍ପେନରେ ମୃତ୍ୟୁ ସଂଖ୍ୟା ଚୀନଠାରୁ ଅଧିକ ରହିଛି । ସ୍ପେନରେ ଲୋକ ନିଜ ପିତାମାତାଙ୍କୁ ଅସହାୟ ଅବସ୍ଥାରେ ଛାଡି ଦେଉଥିବା ଅଭିଯୋଗ ହେଉଛି । ଏମିତିକି କିଛି ସ୍ଥାନରେ ବରିଷ୍ଠ ନାଗରିକଙ୍କୁ କରୋନା ସନ୍ଦେହରେ ନିଜ ପରିବାର ଲୋକ ହତ୍ୟା କରୁଥିବା କୁହାଯାଉଛି । ସ୍ପେନର କିଛି ସହରରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ପରେ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଆଗକୁ ଆସୁ ନାହାନ୍ତି । ତେଣୁ ସେନାକୁ ଅନ୍ତିମ ସଂସ୍କାର କରିବାକୁ ପଡୁଛି । ସ୍ପେନର ଉପ ପ୍ରଧାନମନ୍ତ୍ରୀ କାର୍ମେନ କାଲବୋ କରୋନା ସଂକ୍ରମିତ ହୋଇଛନ୍ତି । ଗତ ଚାରିଦିନ ଧରି ଅସୁସ୍ଥ ଥିବା କାଲବୋ ଘରୁ କାମ କରୁଥିଲେ । ସେ ଅସୁସ୍ଥ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ଓ ଅନ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ମିଶର ରାଜଧାନୀ କାଇରୋ ସଟ୍ ଡାଉନ୍

ମିଶରର ରାଜଧାନୀ କାଇରୋକୁ ବୁଧବାର ସଂଧ୍ୟାରୁ ବନ୍ଦ କରି ଦିଆଯାଇଛି । ଦୁଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହର ଏବେ ସେନା ଓ ପୋଲିସ ନିୟନ୍ତ୍ରଣରେ । ମିଶରରେ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ପ୍ରାଣ ହରାଇଛନ୍ତି ।

ନ୍ୟୁଜଲାଣ୍ଡରେ ଗୋଟିଏ ଦିନରେ ସର୍ବାଧିକ ୭୩ ସଂକ୍ରମିତ !

ନ୍ୟୁଜଲାଣ୍ଡରେ ସଂକ୍ରମର ୭୩ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଏତିକି ସଂଖ୍ୟାରେ ସଂକ୍ରମିତ ହେବାର ଏହା ପ୍ରଥମ ମାମଲା । ଏହି ୭୩ ଜଣ ସଂକ୍ରମିତ ନିକଟରେ ବିଦେଶରୁ ଫେରିଥିଲେ ।

ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ସେଫ୍ ଫ୍ଲାୟଡଙ୍କ କରୋନା ମୃତ୍ୟୁ

ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ସେଫ୍ ଫ୍ଲାୟଡ କାର୍ଡେଜଙ୍କର କରୋନାରେ ମୃତ୍ୟୁ ହୋଇଛି । ୧୮ ମାର୍ଚ୍ଚ ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଯେଉଁଥିରେ ସେ ପଜିଟିଭ୍ ମିଳିଥିଲେ ।