ଲକଡାଉନ୍ : ଇପିଏଫ୍ ଉପରେ ଆଶ୍ୱସ୍ତି, କିନ୍ତୁ EMI ଏବଂ ଲୋନର କଣ ହେବ ?

1 min read

ନୂଆଦିଲ୍ଲୀ: 21 ଦିନିଆ ଲକଡାଇନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ମାଧ୍ୟମରେ ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମଙ୍କ ବ୍ୟତୀତ କୃଷକ, ଶ୍ରମିକ ଏବଂ ମହିଳାଙ୍କୁ ରିଲିଫ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କିନ୍ତୁ ମଧ୍ୟବିତ୍ତଙ୍କ ଆଶା ଆଜି ମଉଳି ଯାଇଛି ।

ବାସ୍ତବରେ, ଲକଡାଉନ ହେତୁ ମଧ୍ୟବିତ୍ତମାନଙ୍କୁ ଲୋନ ଏବଂ ପୈଠ କରାଯାଉଥିବା EMI ଏବେ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ରେଣୀକୁ କିଛି ରିହାତି ଦେବେ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ଏହା ହୋଇ ନଥିଲା, ଯଦିଓ ଅର୍ଥମନ୍ତ୍ରୀ ଇପିଏଫ୍ ଜମାକାରୀଙ୍କୁ କିଛିଟା ଆସ୍ୱସ୍ତି ଦେଇଛନ୍ତି ।

EPF ଜମାକାରୀଙ୍କୁ ପାଇଁ ୩ ମାସ ଯାଏଁ ଜମାକରିବାକୁ ପଡ଼ିବନି ଟଙ୍କା-

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ୩ ମାସ ପାଇଁ ଇପିଏଫରେ ପ୍ରଦାନ କରିବେ। ଏହି ନିୟମ ସେହି ସମସ୍ତ କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ଯେଉଁଠାରେ ୧୦୦ରୁ କମ୍ କର୍ମଚାରୀ ଅଛନ୍ତି ଏବଂ ଯେଉଁଠି ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫,୦୦୦ରୁ କମ୍ ରହିଛି । ଏହି ନିୟମ କେବଳ ୩ ମାସ ପାଇଁ | ଏହା ପ୍ରାୟ ୮୦ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୪ ଲକ୍ଷ ପ୍ରତିଷ୍ଠାନ ପାଇଁ ଉପକୃତ ହେବ |

ଲୋନ୍ ଏବଂ EMI ଉପରେ କ’ଣ କହିଲ ସିତାରମଣ-

ଲୋନ୍ ଏବଂ ଇଏମଆଇ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମର ଧ୍ୟାନ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଟଙ୍କା ଯୋଗାଇବା ଉପରେ ରହିଛି । ବର୍ତ୍ତମାନ ମଧ୍ୟବିତ୍ତଙ୍କ ପାଇଁ ଅର୍ଥମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି ।

Leave a Reply