ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ । କରୋନା ଆକ୍ରାନ୍ତ ରୋଗୀ ଜଣଙ୍କ ଭୁବନେଶ୍ୱର ହୋଇଥିବା  ସୂଚନା । ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର । ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୩କୁ ଛୁଇଁଛି ।

https://www.facebook.com/nandighoshatv/videos/526253538075303/?eid=ARA6r8yInm8grZK7H-UkZWude-UK3PnH3AxN-adosOIPkUgmgvnuGnaCTB7JxXZkcNuufyiC2JhNcgEp

ତେବେ ଆକ୍ରାନ୍ତ ରୋଗୀ ଜଣଙ୍କ ପ୍ରବାସୀ ଓଡ଼ିଆ କିମ୍ୱା ପ୍ରବାସୀ ଭାରତୀୟ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଏହାପୂର୍ବରୁ ଆଜିର ପ୍ରେସମିଟ୍‌ରେ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମୋଟ ୧୬୪ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା କହିଥିଲେ । ଯେଉଁଥିରୁ ୨ ଜଣଙ୍କ ନମୁନା ପଜେଟିଭ୍‌ ରହିଥିଲା । ପଜିିଟିଭ୍‌ ଆସିଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୩୪ ଜଣ ଆଇସୋଲେସନ୍‌ରେ ରହିଥିବା ସୂଚନା ଦେଇଥିଲେ ।

 

Leave a Reply