ଭୁବନେଶ୍ୱର: ଓୟୁଏଟିରେ 5-ଟି ସଚିବ । ଆଜି ସକାଳୁ ଅଚାନକ ଓୟୁଏଟି ଗସ୍ତ କରିଛନ୍ତି 5-ଟି ଭି.କେ ପାଣ୍ଡିଆନ୍ । ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ନବୀନଙ୍କ ଐତିହାସିକ ନିଷ୍ପତ୍ତି, ରାଜ୍ୟ ସରକାର କରିବେ ସାମାଜିକ ପଛୁଆ ବର୍ଗଙ୍କ ଜନଗଣନା
ଭୁବନେଶ୍ୱର: ନବୀନ ମ୍ୟାଜିକ୍ । ୯୦ ବର୍ଷ ଧରି ହୋଇପାରୁନଥିଲା ସର୍ଭେ । ହେଲେ ୯୦ ମିନିଟରେ ସମ୍ଭବ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ସାମାଜିକ ପଛୁଆ ବର୍ଗଙ୍କ ଜନଗଣନା କରିବେ । ଏଥିରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରାଯିବ । ଆଜି ଓଡ଼ିଶା ବିଧାନସଭାରେ ଏନେଇ ଏକ ସଂକଳ୍ପ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଙ୍କଳ୍ପ ସର୍ବସମ୍ମତ କ୍ରମେ ଗୃହରେ ଗୃହିତ ହୋଇଛି ।

୧୯୩୧ରେ ଶେଷ ଥର ପାଇଁ ହୋଇଥିଲା ପଛୁଆବର୍ଗଙ୍କ ଗଣନା । ୨୦୧୧ରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ହୋଇଥିଲା ସର୍ଭେ । କିନ୍ତୁ, ରିପୋର୍ଟ ପ୍ରକାଶ ପାଇଲା ନାହିଁ । ୨୦୧୩-୧୪ ନିର୍ବାଚନ ପ୍ରଚାର ସମୟରେ ୨୦୧୧ର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିନଥିବାରୁ କଂଗ୍ରେସକୁ ସମାଲୋଚନା କରିଥିଲା ବିଜେପି । ପ୍ରତିଶ୍ରୁତି ଦେଇଥିଲା ସରକାରକୁ ଆସିଲେ ତଥ୍ୟ ପ୍ରକାଶ କରାଯିବ । ୨୦୧୪ରେ ବିଜେପି କେନ୍ଦ୍ରରେ ସରକାର ଗଠନ କଲା । କିନ୍ତୁ, ପଛୁଆ ବର୍ଗ ଜନଗଣନା ରିପୋର୍ଟ ପ୍ରକାଶ କଲା ନାହିଁ ।
୩୧ ଅଗଷ୍ଟ ୨୦୧୮ରେ ତତ୍କାଳୀନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ୨୦୨୧ ଜନଗଣନା ପ୍ରସ୍ତୁତିର ସମୀକ୍ଷା ବେଳେ ପଛୁଆ ବର୍ଗଙ୍କ ତଥ୍ୟ ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ, ଏ ଦିଗରେ ଆଉ ଅଗ୍ରଗତି ହେଲାନାହିଁ ।
ରାଜ୍ୟସଭାରେ ଦାବି ଦୋହରାଇଲେ ସସ୍ମିତ ପାତ୍ର, ହେଉ ଜାତି ଭିତ୍ତିକ ଗଣନା
ଜାନୁଆରୀ ୨୦୨୦ରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ୨୦୨୧ ଜନଗଣନା ଜରିଆରେ ସଂଗ୍ରହ କରିବାକୁ ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ରକୁ ଦେଇଥିଲେ । କେନ୍ଦ୍ର କିନ୍ତୁ ଶୁଣିଲା ନାହିଁ । ଫେବ୍ରୁଆରୀ ୨୦୨୦ରେ ରାଜ୍ୟସଭା ଓ ଲୋକସଭାରେ ବିଜେଡି ସାଂସଦ ମାନେ ଏହି ପ୍ରସଙ୍ଗ ଉଠାଇଥିଲେ । ୧୭ ଫେବ୍ରୁଆରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନେଲେ ଐତିହାସିକ ନିଷ୍ପତ୍ତି, ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । ଓଡ଼ିଶା ବିଧାନସଭାରେ ୨ଟି ପର୍ଯ୍ୟାୟରେ ପଛୁଆ ବର୍ଗଙ୍କ ଗଣନା ପାଇଁ ନିଆଗଲା ନିଷ୍ପତ୍ତି । ଓଡ଼ିଶା ପଛୁଆବର୍ଗ ଆଇନ୍ ୧୯୯୩ରେ ସଂଶୋଧନ କରାଗଲା । ଏହି ସଂଶୋଧନରେ କମିଶନ ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେ ପାଇଁ କ୍ଷମତାପ୍ରାପ୍ତ ହେଲେ ।
ଏହି ସଂଶୋଧନ ପ୍ରସ୍ତାବ ବିଧାନସଭାରେ ଆଗତ ହେବା ପରେ ବିରୋଧୀଙ୍କୁ ହତବାକ କରି ମୁଖ୍ୟମନ୍ତ୍ରୀ ଆଣିଲେ ସଂକଳ୍ପ । ସଂକଳ୍ପ ଆଗତ ପ୍ରକ୍ରିୟାକୁ ଏତେ ଗୁପ୍ତ ରଖାଯାଥିଲା ଯେ, ବିରୋଧୀ ତ ବିରୋଧୀ ସରକାରୀ ଦଳର ବିଧାୟକ ବି ସୁରାକ୍ ପାଇଲେନାହିଁ । ସଂକଳ୍ପ ଆଗତ ସମୟରେ ଦଳର ୯୯% ବିଧାୟକ ଉପସ୍ଥିତ ଥିଲେ ।
ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଓ ଅନ୍ୟ ପଛୁଆ ବର୍ଗଙ୍କ ଜନଗଣନା ନେଇ ଦାବି କରିବ ଓଡ଼ିଶା
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ପଛୁଆ ବର୍ଗ ସଂଶୋଧନ ବିଲ-୨୦୨୦ ।
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ପଛୁଆ ବର୍ଗ ସଂଶୋଧନ ବିଲ-୨୦୨୦ ।
ଅଗଷ୍ଟ ୧୫ ପରେ ଆଉ ଯିବାକୁ ପଡ଼ିବନି ସରକାରୀ ଅଫିସ, ଘରେ ବସି ପାଇପାରିବେ ସବୁ ସେବା
ଭୁବନେଶ୍ୱର: ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କୁ ସରକାରୀ ଅଫିସକୁ ଯିବାକୁ ପଡ଼ିବନି । ଏଣିକି ଘରେ ବସି ସବୁ ସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଧାନସଭା ବିଜେଟ୍ ଅଧିବେଶନର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏପ୍ରିଲ ପହିଲା ସୁଦ୍ଧା ସବୁ ମଜୁରୀ କେବଳ ଅନଲାଇନରେ ଦିଆଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । କାଳିଆ ଯୋଜନା ହେଉଛି ଏକ ଅନନ୍ୟ ଯୋଜନା । କାଳିଆ ଯୋଜନାରେ ୫୦ ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ । କ୍ଷୁଦ୍ର, ମଧ୍ୟମ ଓ ଭୂମିହୀନ ଚାଷୀ ମଧ୍ୟ ସାମିଲ ହେବେ ।

ଜାଗା ମିଶନରେ ୫୭ ହଜାର ଲୋକଙ୍କୁ ଜାଗା ଦିଆଯିବ । 5Tରେ ସ୍ବଚ୍ଛତା ବଜାୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆ ଟେକ୍ନୋଲଜିର ମୋ ସରକାର ଲୋକଙ୍କ ବିଶ୍ୱାସରେ ଚାଲିଛି, ଭଲ କାମ କରୁଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଶିଳ୍ପାୟନକୁ ବ୍ୟାପକ କରିବା ପାଇଁ ଯୋଜନା କରାଯାଉଛି । କ୍ଷୁଦ୍ର ମଧ୍ୟମ ଓ ଅଣ ଶିଳ୍ପ କ୍ଲଷ୍ଟର, ଷ୍ଟାର୍ଟଅପ ହବ୍ସ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି । ଏହାସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନ ଦେବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
କରୋନା ଭୟ, ୧୨ଟି ମେଡିସିନ୍ ଆମଦାନୀ ଉପରେ ଲାଗିପରେ ପ୍ରତିବନ୍ଧକ
ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟଙ୍କର କରୋନାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହି ମହାମାରୀ ପାଇଁ କୌଣସି ମହୋଷଧି ଏଯାବତ୍ ବାହାରି ନାହିଁ । ତେବେ, ଏହାର ପ୍ରଭାବ ଅନ୍ୟ ଔଷଧ ଉପରେ ପଡ଼ିଛି । ବିଭିନ୍ନ ଆଣ୍ଟି ବାୟୋଟିକ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ସରି ସରି ଆସିଲାଣି । ଆଉ ଏହି ସବୁ ଭାରତ, ଚୀନରୁ ହିଁ ଆମଦାନୀ କରେ । କରୋନା ପାଇଁ ଭାରତ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି ।
ଆଣ୍ଟିବାୟୋଟିକ୍, ଭିଟାମିନ୍ସ ଭଳି ୧୨ଟି ଔଷଧ ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିପାରେ । କରୋନାରେ ସର୍ବାଧିକ ପ୍ରଭାବିତ ହୁୱେଇରୁ ଭାରତ ଆବଶ୍ୟକ କଞ୍ଚାମାଲ ବା ଆକ୍ଟିଭ ଫାର୍ମାସ୍ୟୁଟିକଲ ଇନଗ୍ରେଡିୟଣ୍ଟ (API) ଆମଦାନୀ କରେ । ବର୍ତ୍ତମାନ ଦେଶରେ ଔଷଧର କୌଣସି ଅଭାବ ନାହିଁ । କିନ୍ତୁ, ଫେବ୍ରୁଆରୀ ପରେ ହୁୱାଇ ସୀମାକୁ ବନ୍ଦ ରଖାଗଲେ ଚିନ୍ତା ବଢ଼ିପାରେ ।
ଦେଶରେ ଔଷଧର ମହଜୁଦ ଆକଳନ କରିବାକୁ ଗଠିତ ହୋଇଥିବା ୮ ଜଣିଆ ବିଶେଷଜ୍ଞ କମିଟି ୧୨ଟି ମେଡିସିନ୍ ଆମଦାନୀ ଉପରେ ବ୍ୟାନ୍ ପାଇଁ ସୁପାରିସ କରିଛନ୍ତି । କେନ୍ଦ୍ର ସରକାର ସୁପାରିସ୍ ଗ୍ରହଣ କଲେ କ୍ଲୋରମଫେନିକାଲ, ନିୟୋମାଇସିନ୍, ମେଟ୍ରୋନିଡାଜୋଲ, ଏଜିଥ୍ରୋମାଇସିନ୍, କ୍ଲିଡାମାଇସିନ୍, ଭିଟାମିନ୍ B1, B2 ତଥା B6 ସହିତ ୧୨ଟି ଔଷଧ ଆମଦାନୀ ବନ୍ଦ ହେବ । ଏଥିରେ ଗର୍ଭାବସ୍ଥାରେ ବ୍ୟବହାର କରାଯାଉଥିବା ପ୍ରୋଜେଷ୍ଟ୍ରାନ ମଧ୍ୟ ସାମିଲ ରହିଛି ।
ଏଥିସହ କମିଟି ଔଷଧର ଅଭାବ ପରିଲକ୍ଷିତ ନ ହେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି । ଏ ଦିଗରେ କେନ୍ଦ୍ର, ରାଜ୍ୟ ଗୁଡ଼ିକୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଏଭଳି ସ୍ଥିତିରେ କେହି ଯେମିତି ଫାଇଦା ନ ଉଠାଇ ଦର ବୃଦ୍ଧି ନ କରନ୍ତି ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ବିଶେଷଜ୍ଞ କମିଟି ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।
ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ କୋର୍ଟ । ଜାରି ହେଲା ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍ ୱାରେଣ୍ଟ । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନୂଆ ଡେଥ୍ ୱାରେଣ୍ଟ ପାଇଁ ପଟିଆଲା ହାଉସ୍ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ, ବିନୟ, ପୱନ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ କୋର୍ଟ ରାୟ ଦେଇଛନ୍ତି ।

ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିବାକୁ ପୂର୍ବରୁ ଆବେଦନ କରାଯାଇଥିଲା । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ବର୍ତ୍ତମାନ ଦୋଷୀ ବିନୟ, ମୁକେଶ ଓ ଅକ୍ଷୟଙ୍କ ସମସ୍ତ ବିକଳ୍ପ ଶେଷ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବିକଳ୍ପ ବାକି ରହିଛି ।
https://www.facebook.com/nandighoshatv/videos/641935179954247/
ମନିପ୍ଲାଣ୍ଟ ଗଛର ସାଇଡ୍ଇଫେକ୍ଟ
ବାସ୍ତୁ ଦୋଷ ଥିଲେ କିମ୍ବା ଧନର ବୃଦ୍ଧି ପାଇଁ ଘରେ ଲଗାଯାଇଥାଏ ମନିପ୍ଲାଣ୍ଟ ଗଛ । କାରଣ କୁହାଯାଏ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଏହି ଗଛ ଲଗାଇଲେ ଏହା କଟିଯାଏ । କିନ୍ତୁ ଆପଣମାନେ ଯାଣନ୍ତି କି ମନିପ୍ଲାଣ୍ଟ ଗଛରେ ରହିଛି କେତେଗୁଡ଼ିଏ ସାଇଡ୍ଇଫେକ୍ଟ । ତେବେ ଏନେଇ ଜାଣିନିଅନ୍ତୁ କେତେ ଗୁଡ଼ିଏ ଟିପ୍ସ ।

- ଏହାକୁ ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ। ଏହି ଦିଗରେ ଲଗାଇଲେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଘରର ସଦସ୍ୟ ଅସୁସ୍ଥ ହୋଇପାରନ୍ତି।
- ମନିପ୍ଲାଣ୍ଟକୁ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଭଲ । ଏହି ଦିଗରେ ଲଗାଇଲେ ସକାରାତ୍ମକ ଉର୍ଜା ବଢ଼ିଥାଏ। ହିନ୍ଦୁ ଧର୍ମାନୁସାରେ ଏହି କୋଣ ଭଗବାନ ଗଣେଶଙ୍କର ଅଟେ । ତେଣୁ ଉକ୍ତ ପ୍ଲାଣ୍ଟ ଏହି ଦିଗରେ ଲଗାଇଲେ ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯାଏ।
- ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ ପତ୍ରକୁ ହଟେଇ ଦେବା ଜରୁରୀ । ଆଉ ଏହା ଉପର ଆଡକୁ ଲଟାଇବା ଭଲ ବୋଲି ବିଶ୍ୱାସ କରାଯାଏ। । ଯଦି ଏହା ତଳଆଡ଼ୁ ଲଟେଇଥାଏ ତେବେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ ।
- ଏହି ପ୍ଲାଣ୍ଟକୁ ଘରେ ବୁଧବାର ଦିନ ରେବତି ନକ୍ଷତ୍ରରେ ଲଗାନ୍ତୁ । କାରଣ ଏହିଦିନକୁ ଶ୍ରୀ ଗଣେଶଙ୍କ ଦିନଭାବେ ବିବେଚନା କରାଯାଏ।
- ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିଥିଲେ ସର୍ବପ୍ରଥମେ ପୂର୍ବ ଅବା ପଶ୍ଚିମ ଦିଗରେ ଲଗାଯାଇଥିବା ମନି ପ୍ଲାଣ୍ଟକୁ ହଟେଇ ଦିଅନ୍ତୁ। କାରଣ ଏହି ଦିଗରେ ଲଗାଯାଇଥିବା ମନିପ୍ଲାଣ୍ଟ ମାନସିକ ଅଶାନ୍ତି ସହ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ଏମିତି କ୍ଷେତ୍ରରେ ଘର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବା ଲାଗି ହାର୍ଟ ଶେପ୍ର ପତ୍ର ହେଉଥିବା ମନିପ୍ଲାଣ୍ଟ ଘରେ ଲଗାଇବା ଭଲ ।
୬ ଦଶମିକ ୧୬ ପ୍ରତିଶତକୁ ହ୍ର।ସ ପାଇଲା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର
୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬ ଦଶମିକ ୧୬ ପ୍ରତିଶତ ରହିବ । ଆଜି ବିଧାନସଭାରେ ଉପସ୍ଥାପିତ ୨୦୧୯-୨୦ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏଥିରେ ଦର୍ଶାଯାଇଛି, ୨୦୧୮-୧୯ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭ ଦଶମିକ ୯୦ ପ୍ରତିଶତ ଥିଲା । କିନ୍ତୁ ଚଳିତ ଆର୍ଥିକବର୍ଷ ହ୍ର।ସ ପାଇ ୬ ଦଶମିକ ୧୬ ପ୍ରତିଶତ ରହିବ । ବାତ୍ୟା, କୃଷି ଉତ୍ପାଦନ ଓ ଖଣିଜ ପଦାର୍ଥ ଉତ୍ପାଦନ ହ୍ର।ସ ଯୋଗୁ ଆର୍ଥିକ ଅଭିବୃଦ୍ଧି ହାର ହ୍ର।ସ ପାଇବ ବୋଲି ଆକଳନ କରାଯାଇଛି । ତେବେ ମୁଣ୍ଡପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଟଙ୍କାକୁ ବଢ଼ିବ । ପୂର୍ବରୁ ମଣ୍ଡପିଛା ଆୟ ୯୫ ହଜାର ୧୬୪ ଟଙ୍କା ଥିଲା । ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକବର୍ଷରେ ମୁଦ୍ରାସ୍ଫିତି ୨ ଏବଂ ୩ ପ୍ରତିଶତରେ ସ୍ଥିର ଥିଲା ।

୨୦୧୯-୨୦ ଆର୍ଥିକବର୍ଷରେ ୩ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ପକ୍କାଘର ଯୋଜନାରେ ଗତ ୫ ବର୍ଷରେ ୨୧ ଲକ୍ଷ ୭୬ ହଜାର ଘର ବଣ୍ଟନ କରାଯାଇଛି। ବିଦ୍ୟୁତ୍କରଣ ହୋଇଛି ୯୯ ଦଶମିକ ୬୪ ପ୍ରତିଶତ ଗାଁ । ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି ୧୦ ଦଶମିକ ୪୧ ପ୍ରତିଶତ । ସାମାଜିକ କ୍ଷେତ୍ରରେ ପୁଞ୍ଜିନିବେଶ ୪୩ ଦଶମିକ ୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୮-୧୯ରେ ଏହା ୪୨ ଦଶମିକ ୫ ପ୍ରତିଶତ ଥିଲା । ମିଶନ ଶକ୍ତି ଏକ ନିରବ ବିପ୍ଳବରେ ପରିଣତ ହୋଇଛି । ଡିଜିଟାଲ ସଶକ୍ତିକରଣରେ ୩ ଲକ୍ଷ ୧୧ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ମିଳିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ଆର୍ଥିକ ପରିଚାଳନାରେ ମିଳିଛି ସଫଳତା । ଗତ ୫ ବର୍ଷ ଧରି ରାଜସ୍ୱ ବଳକା ପରିମାଣ ହାରାହାରି ୨ ଦଶମିକ ୫ ପ୍ରତିଶତ ରହିଛି । ସୀମିତ ସମ୍ବଳ ଓ ସୁଯୋଗରେ ଓଡ଼ିଶାର ଆର୍ଥିକ ପରିଚାଳନାରେ ସୁଧାର ଆସିଛି । ବିଶ୍ୱରେ ଓଡ଼ିଶା ଶ୍ରେଷ୍ଠ ଆର୍ଥିକ ପରିଚାଳନା ରାଜ୍ୟ ହେବ । ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ଆସନ୍ତାକାଲି ୨୦୨୦-୨୧ ଆର୍ଥଇକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ ।
ଷ୍ଟୋଭ୍ ଲଗାଇବାକୁ ଲାଇଟର୍ ମାରିବାରୁ ଜିଅନ୍ତା ଜଳିଗଲେ ମହିଳା
ଭଦ୍ରକ: ରନ୍ଧନ ଗ୍ୟାସ୍ ଲିକ୍ ଯୋଗୁ ଜିଅନ୍ତା ଜଳିଗଲେ ମହିଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚରଦିଆ ଗାଁରେ ଆଜି ସକାଳେ ଏହି ଅଘଟଣ ଘଟିଛି । ତୁଷାରକାନ୍ତ ଦାସଙ୍କ ଘରେ ରନ୍ଧନ ଗ୍ୟାସ୍ ଲିକ୍ ହେଉଥିଲା ।
ତୁଷାରଙ୍କ ସ୍ତ୍ରୀ ପୂର୍ଣ୍ଣିମା ଜାଣି ନପାରି ଷ୍ଟୋଭ୍ ଲଗାଇବାକୁ ଲାଇଟର୍ ମାରିବାରୁ ସାରା ଘରେ ନିଆଁ ଲାଗି ଯାଇଥିଲା । ଫଳରେ ପୂର୍ଣ୍ଣିମା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ବ୍ୟାପି ୩ଟି ପରିବାରର ୬ ବଖରା ଘର ମଧ୍ୟ ପୋଡ଼ିଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁ ପୋଡ଼ି ଯାଇଥିଲା ।
ମୃତ୍ୟୁ ପୂର୍ବରୁ ତାଙ୍କ ଇନ୍ଷ୍ଟାରେ କ’ଣ ଲେଖିଥିଲେ ସ୍କୁଲ ଛାତ୍ରୀ
ଭୁବନେଶ୍ୱର: ରାଜଧାନୀର ବିଜେବି ନଗର ଆପାର୍ଟମେଣ୍ଟରୁ ପଡ଼ି ଛାତ୍ରୀ ମୃତ୍ୟୁ ମାମଲା । ତଦନ୍ତ କରୁଛି ବଡ଼ଗଡ଼ ଥାନା ପୋଲିସ । ସୋସିଆଲ ମିଡ଼ିଆରେ ଛାତ୍ରୀଙ୍କର କିଛି ମେସେଜ ରହିଛି । ଜଣଙ୍କ ସହ ଛାତ୍ରୀ ମେସେଜରେ କଥା ହେଉଥିଲେ । ସେ ତାଙ୍କ ପୋଷ୍ଟରେ ମନର କଥା ସବୁ ଲେଖିଛନ୍ତି ।
ପୋଷ୍ଟରେ BYE, BYE PEOPLE
ମୁଁ ବି ସ୍ୱର୍ଗଲୋକକୁ ଯିବାକୁ ଚାହୁଁଛି
ପେନ୍ ଫିଅର ହେଟ୍ ଭଳି ସବ୍ଦ ଲେଖା ହୋଇଛି
ତାଙ୍କ ମଥାରେ ସେ ମୃତ୍ୟୁ ପୂର୍ବରୁ ପେନ୍ରେ ପରଫେକ୍ଟ ଲେଖିଛନ୍ତି
ଏବଂ ସବୁଠାରୁ ବଡ଼ କଥା ହେଉଛି ଏମିତି ଏକ ଡେଥ୍ ନୋଟ୍ ସେ ତିଆରି କରିଛନ୍ତି ଯେଉଁଥିରେ ସେ ବିଭିନ୍ନ ପ୍ରକାରର ଚିତ୍ର କରିଛନ୍ତି । ସେପଟେ ଏହିସବୁ ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ୧୪ ବର୍ଷୀୟ ଛାତ୍ରୀଙ୍କ ଏଭଳି ଲେଖାକୁ ନେଇ ତଦନ୍ତ କରୁଛି ପୋଲିସ । ୪ ମହଲା କୋଠାରେ ଟେଡ଼ି ଧରି ଖେଳୁଥିବା ଅବସ୍ଥାରେ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଛାତ୍ରୀ ଜଣଙ୍କ ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍କୁ ବ୍ୟବହାର କରୁଥିଲେ ।

