ନବୀନଙ୍କ ଐତିହାସିକ ନିଷ୍ପତ୍ତି, ରାଜ୍ୟ ସରକାର କରିବେ ସାମାଜିକ ପଛୁଆ ବର୍ଗଙ୍କ ଜନଗଣନା

1 min read

ଭୁବନେଶ୍ୱର: ନବୀନ ମ୍ୟାଜିକ୍‌ । ୯୦ ବର୍ଷ ଧରି ହୋଇପାରୁନଥିଲା ସର୍ଭେ । ହେଲେ ୯୦ ମିନିଟରେ ସମ୍ଭବ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ସାମାଜିକ ପଛୁଆ ବର୍ଗଙ୍କ ଜନଗଣନା କରିବେ । ଏଥିରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରାଯିବ । ଆଜି ଓଡ଼ିଶା ବିଧାନସଭାରେ ଏନେଇ ଏକ ସଂକଳ୍ପ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଙ୍କଳ୍ପ ସର୍ବସମ୍ମତ କ୍ରମେ ଗୃହରେ ଗୃହିତ ହୋଇଛି ।

୧୯୩୧ରେ ଶେଷ ଥର ପାଇଁ ହୋଇଥିଲା ପଛୁଆବର୍ଗଙ୍କ ଗଣନା । ୨୦୧୧ରେ ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ହୋଇଥିଲା ସର୍ଭେ । କିନ୍ତୁ, ରିପୋର୍ଟ ପ୍ରକାଶ ପାଇଲା ନାହିଁ । ୨୦୧୩-୧୪ ନିର୍ବାଚନ ପ୍ରଚାର ସମୟରେ ୨୦୧୧ର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିନଥିବାରୁ କଂଗ୍ରେସକୁ ସମାଲୋଚନା କରିଥିଲା ବିଜେପି । ପ୍ରତିଶ୍ରୁତି ଦେଇଥିଲା ସରକାରକୁ ଆସିଲେ ତଥ୍ୟ ପ୍ରକାଶ କରାଯିବ । ୨୦୧୪ରେ ବିଜେପି କେନ୍ଦ୍ରରେ ସରକାର ଗଠନ କଲା । କିନ୍ତୁ, ପଛୁଆ ବର୍ଗ ଜନଗଣନା ରିପୋର୍ଟ ପ୍ରକାଶ କଲା ନାହିଁ ।୩୧ ଅଗଷ୍ଟ ୨୦୧୮ରେ ତତ୍କାଳୀନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ୨୦୨୧ ଜନଗଣନା ପ୍ରସ୍ତୁତିର ସମୀକ୍ଷା ବେଳେ ପଛୁଆ ବର୍ଗଙ୍କ ତଥ୍ୟ ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ, ଏ ଦିଗରେ ଆଉ ଅଗ୍ରଗତି ହେଲାନାହିଁ ।

ରାଜ୍ୟସଭାରେ ଦାବି ଦୋହରାଇଲେ ସସ୍ମିତ ପାତ୍ର, ହେଉ ଜାତି ଭିତ୍ତିକ ଗଣନା

ଜାନୁଆରୀ ୨୦୨୦ରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ୨୦୨୧ ଜନଗଣନା ଜରିଆରେ ସଂଗ୍ରହ କରିବାକୁ ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ରକୁ ଦେଇଥିଲେ । କେନ୍ଦ୍ର କିନ୍ତୁ ଶୁଣିଲା ନାହିଁ । ଫେବ୍ରୁଆରୀ ୨୦୨୦ରେ ରାଜ୍ୟସଭା ଓ ଲୋକସଭାରେ ବିଜେଡି ସାଂସଦ ମାନେ ଏହି ପ୍ରସଙ୍ଗ ଉଠାଇଥିଲେ । ୧୭ ଫେବ୍ରୁଆରୀ ୨୦୨୦ରେ ମୁଖ୍ୟମନ୍ତ୍ରୀ ନେଲେ ଐତିହାସିକ ନିଷ୍ପତ୍ତି, ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । ଓଡ଼ିଶା ବିଧାନସଭାରେ ୨ଟି ପର୍ଯ୍ୟାୟରେ ପଛୁଆ ବର୍ଗଙ୍କ ଗଣନା ପାଇଁ ନିଆଗଲା ନିଷ୍ପତ୍ତି । ଓଡ଼ିଶା ପଛୁଆବର୍ଗ ଆଇନ୍ ୧୯୯୩ରେ ସଂଶୋଧନ କରାଗଲା । ଏହି ସଂଶୋଧନରେ କମିଶନ ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେ ପାଇଁ କ୍ଷମତାପ୍ରାପ୍ତ ହେଲେ ।

ଏହି ସଂଶୋଧନ ପ୍ରସ୍ତାବ  ବିଧାନସଭାରେ ଆଗତ ହେବା ପରେ  ବିରୋଧୀଙ୍କୁ ହତବାକ କରି ମୁଖ୍ୟମନ୍ତ୍ରୀ ଆଣିଲେ ସଂକଳ୍ପ । ସଂକଳ୍ପ ଆଗତ ପ୍ରକ୍ରିୟାକୁ ଏତେ ଗୁପ୍ତ ରଖାଯାଥିଲା ଯେ, ବିରୋଧୀ ତ ବିରୋଧୀ  ସରକାରୀ ଦଳର ବିଧାୟକ ବି ସୁରାକ୍ ପାଇଲେନାହିଁ । ସଂକଳ୍ପ ଆଗତ ସମୟରେ ଦଳର ୯୯% ବିଧାୟକ ଉପସ୍ଥିତ ଥିଲେ ।

ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଓ ଅନ୍ୟ ପଛୁଆ ବର୍ଗଙ୍କ ଜନଗଣନା ନେଇ ଦାବି କରିବ ଓଡ଼ିଶା

Leave a Reply