କରୋନା ଭୟ, ୧୨ଟି ମେଡିସିନ୍ ଆମଦାନୀ ଉପରେ ଲାଗିପରେ ପ୍ରତିବନ୍ଧକ

1 min read

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟଙ୍କର କରୋନାକୁ ନେଇ ଚିନ୍ତା ବଢ଼ିଯାଇଛି । ଏହି ମହାମାରୀ ପାଇଁ କୌଣସି ମହୋଷଧି ଏଯାବତ୍ ବାହାରି ନାହିଁ । ତେବେ, ଏହାର ପ୍ରଭାବ ଅନ୍ୟ ଔଷଧ ଉପରେ ପଡ଼ିଛି । ବିଭିନ୍ନ ଆଣ୍ଟି ବାୟୋଟିକ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ସରି ସରି ଆସିଲାଣି । ଆଉ ଏହି ସବୁ ଭାରତ, ଚୀନରୁ ହିଁ ଆମଦାନୀ କରେ । କରୋନା ପାଇଁ ଭାରତ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି ।ଆଣ୍ଟିବାୟୋଟିକ୍, ଭିଟାମିନ୍ସ ଭଳି ୧୨ଟି ଔଷଧ ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିପାରେ । କରୋନାରେ ସର୍ବାଧିକ ପ୍ରଭାବିତ ହୁୱେଇରୁ ଭାରତ ଆବଶ୍ୟକ କଞ୍ଚାମାଲ ବା ଆକ୍ଟିଭ ଫାର୍ମାସ୍ୟୁଟିକଲ ଇନଗ୍ରେଡିୟଣ୍ଟ (API) ଆମଦାନୀ କରେ । ବର୍ତ୍ତମାନ ଦେଶରେ ଔଷଧର କୌଣସି ଅଭାବ ନାହିଁ । କିନ୍ତୁ, ଫେବ୍ରୁଆରୀ ପରେ ହୁୱାଇ ସୀମାକୁ ବନ୍ଦ ରଖାଗଲେ ଚିନ୍ତା ବଢ଼ିପାରେ ।ଦେଶରେ ଔଷଧର ମହଜୁଦ ଆକଳନ କରିବାକୁ ଗଠିତ ହୋଇଥିବା ୮ ଜଣିଆ ବିଶେଷଜ୍ଞ କମିଟି ୧୨ଟି ମେଡିସିନ୍ ଆମଦାନୀ ଉପରେ ବ୍ୟାନ୍ ପାଇଁ ସୁପାରିସ କରିଛନ୍ତି । କେନ୍ଦ୍ର ସରକାର ସୁପାରିସ୍ ଗ୍ରହଣ କଲେ କ୍ଲୋରମଫେନିକାଲ, ନିୟୋମାଇସିନ୍, ମେଟ୍ରୋନିଡାଜୋଲ, ଏଜିଥ୍ରୋମାଇସିନ୍, କ୍ଲିଡାମାଇସିନ୍, ଭିଟାମିନ୍ B1, B2 ତଥା B6 ସହିତ ୧୨ଟି ଔଷଧ ଆମଦାନୀ ବନ୍ଦ ହେବ । ଏଥିରେ ଗର୍ଭାବସ୍ଥାରେ ବ୍ୟବହାର କରାଯାଉଥିବା ପ୍ରୋଜେଷ୍ଟ୍ରାନ ମଧ୍ୟ ସାମିଲ ରହିଛି ।ଏଥିସହ କମିଟି ଔଷଧର ଅଭାବ ପରିଲକ୍ଷିତ ନ ହେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି । ଏ ଦିଗରେ କେନ୍ଦ୍ର, ରାଜ୍ୟ ଗୁଡ଼ିକୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଏଭଳି ସ୍ଥିତିରେ କେହି ଯେମିତି ଫାଇଦା ନ ଉଠାଇ ଦର ବୃଦ୍ଧି ନ କରନ୍ତି ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ବିଶେଷଜ୍ଞ କମିଟି ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।

୨୧ଟି ଅତ୍ୟନ୍ତ ଦରକାରୀ ମେଡିସିନର ୫୦ ପ୍ରତିଶତ ଦର ବୃଦ୍ଧିକୁ ଅନୁମତି

Leave a Reply