ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ

1 min read

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ କୋର୍ଟ । ଜାରି ହେଲା ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍‌ ୱାରେଣ୍ଟ । ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନୂଆ ଡେଥ୍‌ ୱାରେଣ୍ଟ ପାଇଁ ପଟିଆଲା ହାଉସ୍‌ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ, ବିନୟ, ପୱନ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ କୋର୍ଟ ରାୟ ଦେଇଛନ୍ତି ।

ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିବାକୁ ପୂର୍ବରୁ ଆବେଦନ କରାଯାଇଥିଲା । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ବର୍ତ୍ତମାନ ଦୋଷୀ ବିନୟ, ମୁକେଶ ଓ ଅକ୍ଷୟଙ୍କ ସମସ୍ତ ବିକଳ୍ପ ଶେଷ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବିକଳ୍ପ ବାକି ରହିଛି ।

https://www.facebook.com/nandighoshatv/videos/641935179954247/

Leave a Reply