ଷ୍ଟୋଭ୍‌ ଲଗାଇବାକୁ ଲାଇଟର୍‌ ମାରିବାରୁ ଜିଅନ୍ତା ଜଳିଗଲେ ମହିଳା

ଭଦ୍ରକ: ରନ୍ଧନ ଗ୍ୟାସ୍‌ ଲିକ୍‌ ଯୋଗୁ ଜିଅନ୍ତା ଜଳିଗଲେ ମହିଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚରଦିଆ ଗାଁରେ ଆଜି ସକାଳେ ଏହି ଅଘଟଣ ଘଟିଛି । ତୁଷାରକାନ୍ତ ଦାସଙ୍କ ଘରେ ରନ୍ଧନ ଗ୍ୟାସ୍‌ ଲିକ୍‌ ହେଉଥିଲା ।

ତୁଷାରଙ୍କ ସ୍ତ୍ରୀ ପୂର୍ଣ୍ଣିମା ଜାଣି ନପାରି ଷ୍ଟୋଭ୍‌ ଲଗାଇବାକୁ ଲାଇଟର୍‌ ମାରିବାରୁ ସାରା ଘରେ ନିଆଁ ଲାଗି ଯାଇଥିଲା । ଫଳରେ ପୂର୍ଣ୍ଣିମା ଜୀବନ୍ତ ଦଗ୍‌ଧ ହୋଇଯାଇଛନ୍ତି । ନିଆଁ ବ୍ୟାପି ୩ଟି ପରିବାରର ୬ ବଖରା ଘର ମଧ୍ୟ ପୋଡ଼ିଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁ ପୋଡ଼ି ଯାଇଥିଲା ।

Leave a Reply