spot_img
Home Blog Page 7393

ଛାତ୍ରୀଙ୍କ ବେକ କାଟି ଅଭିଯୁକ୍ତ ସାର ପଶ୍ଚିମବଙ୍ଗରୁ ହେଲେ ଗିରଫ

ଜଳେଶ୍ୱର: ବାଲେଶ୍ଵର ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେବା ଘଟଣା । ଏହି ଘଟଣାରେ ଅଭିଯୁକ୍ତ ବିଶ୍ୱଜିତ ନାଥକୁ ଗିରଫ କରିଛି ପୋଳିସ । ପଶ୍ଚିମବଙ୍ଗରେ ଲୁଚିଥିବା ବେଳେ ପୋଲିସର ଏକ ସ୍କ୍ୱାର୍ଡ ଗିରଫ କରିଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଦେହୁରଦା ଗାଁରେ ଦେଖିବାକୁ ମଳିଥିଲା ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସାର ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ।  ଛାତ୍ରୀ ଜଣଙ୍କ ତାଙ୍କୁ ମନା କରିଦେବାରୁ ଜାନୁଆରୀ ଦୁଇ ତାରିଖରେ ଟ୍ୟୁସନ ସାର ଛାତ୍ରୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଥିଲେ । ଅଭିଯୋଗକୁ ଆଧାର କରି ଆଜି ଭୋଗରାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ପଶ୍ଚିମବଙ୍ଗରୁ ଅଭିଯୁକ୍ତ ବିଶ୍ୱଜିତ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, କହିଲେ ଖେଳରେ ଆଗଉଛି ଓଡ଼ିଶା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶା ଆଜି ସ୍ପୋର୍ଟ୍ସ କ୍ୟାପିଟାଲ ହୋଇଛି । କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଗଉଛି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଆଜି ଲୋକସେବା ଭବନରେ ଆରମ୍ଭ ହୋଇଥିବା ଓଡ଼ିଶା ନଲେଜ୍‌ ହବ ଲେକଚର ସିରିଜ୍‌ରେ ଅନିଲ ଯୋଗଦେଇ ଏହା କହିଛନ୍ତି ।

ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଓକେଏଚ୍‌ ଓଡ଼ିଶା ନଲେଜ୍‌ ହବ ଲେକଚର ସିରିଜ୍‌ । ଏହି ସିରିଜ୍‌ରେ ଏବେ ଦ୍ଵାବିଂଶ ବକୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ‘ଭାରତୀୟ କ୍ରୀଡା-ଏକ ଅନ୍ତର୍ଦୃଷ୍ଟି’ ଉପରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଏହି ଅବସରରେ ସେ ଓଡ଼ିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତି ରହିଥିଲେ ।

ଦୁଷ୍କର୍ମ ପରେ ପିଡ଼ିତାଙ୍କୁ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କେନ୍ଦୁଝର: ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ତା’ପରେ ସଡ଼କ ଦୁର୍ଘଟଣା । ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ହାଟକୁ ଯାଇଥିବା ବେଳେ ଜଗା ଓ ବିକି ନାମକ ଦୁଇଜଣ ଯୁବକ ତାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ରାତିରେ ବାଇକ୍‌ରେ ଆଣିବା ବେଳେ ନାବାଳିକା ଜଣକ ଗାଡ଼ିରୁ ପଡ଼ି ଯାଇ ଆହତ ହୋଇଛନ୍ତି । ପରେ ଦୁର୍ବୃତ୍ତ ତାଙ୍କୁ ଆଣି ଘର ପାଖରେ ଫିଙ୍ଗି ଦେଇ ପଳାଇଛନ୍ତି । ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖୀ ଓ୍ୱାନ୍‌ ଷ୍ଟପ୍‌’ ସହାୟତାରେ ଝୁମ୍ପୁରା ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ପୋଲିସର ସ୍କାନରରେ ସକିଲର ୩ ନମ୍ବର ଗାର୍ଲଫ୍ରେଣ୍ଡ

କଟକ: ଜେଲ ଭିତରୁ ସକିଲ ଭିଡିଓ କଲରେ ଦାଦା ବଟି ମାଗିବା ଘଟଣା । ପୋଲିସ ସ୍କାନରରେ ସକିଲର ୩ ନମ୍ବର ଗାର୍ଲଫ୍ରେଣ୍ଡ । ପୂର୍ବରୁ ଦୁଇ ଗାର୍ଲଫ୍ରେଣ୍ଡ ଗିରଫ ହୋଇ ସାରିଥିବା ବେଳେ, ୩ ନମ୍ବର ଗାର୍ଲଫ୍ରେଣ୍ଡଙ୍କୁ ଧରିବାକୁ ଯୋଜନା କରୁଛି ପୋଲିସ ।

ଏମାନେ ସକିଲ ସହ ଜେଲରେ ଦେଖାକରିବା ବାହାନାରେ ଦାଦା ବଟି ଅପରେଟ ପାଇଁ ଯୋଜନା କରୁଥିଲେ । ଏନେଇ ଜେଲବିଭାଗକୁ  ଡିସିପି ଏକ ଚିଠି ଲେଖିଛନ୍ତି । ସେପଟେ ଗିରଫ ଗାର୍ଲଫ୍ରେଣ୍ଡକୁ ପୁଲିସ ଅଟକ ରଖିବା ସହିତ ପଚରାଉଚରା ଜାରି ରଖିଛି ।

ଜେଲର ଚାରିକାନ୍ଥ ଭିତରେ ସକିଲ ଗ୍ୟାଙ୍ଗ ଲିଡ୍‌ ରୋଲରେ ରହୁଥିବାବେଳେ ଗ୍ୟାଙ୍ଗର ସଙ୍ଗଠିତ ଓ ପରିଚାଳନାର ଦାୟିତ୍ୱ ସମ୍ଭାଳୁଥିଲେ ଗାର୍ଲଫ୍ରେଣ୍ଡ ।

ବଳଙ୍ଗା ଦୁଷ୍କର୍ମ ମାମଲାରେ ଆସିଲା ନୂଆମୋଡ଼

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଦୁଷ୍କର୍ମ ମାମଲାରେ ନୂଆମୋଡ଼ । ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ ବେଳେ ଦୁଷ୍କର୍ମ ଅଭିଯୋଗ କରିନଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି ।

ଧାରା ୧୬୪ ଅନୁସାରେ କୋର୍ଟରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା । କୋର୍ଟରେ ମହିଳା ଦୁଷ୍କର୍ମ ଅଭିଯୋଗ ନେଇ କିଛି କହି ନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଧାରା ୧୬୧ ଅନୁସାରେ ମହିଳାଙ୍କ ବୟାନକୁ ଭିତ୍ତି କରି ବଳଙ୍ଗା ଥାନା ଏ.ଏସ୍‌.ଆଇ. ଚିତ୍ତରଞ୍ଜନ ଦାସଙ୍କୁ ଗିରଫ ପରେ ଚାକିରିରୁ ସସ୍ପେଣ୍ଡ କରାଯାଇଛି ।

ଉଦ୍ଧାର ହେଲା ଦୁଇ ପରରେ ଛିଡ଼ା ହେଉଥିବା ବିରଳ ପ୍ରଜାତିର ମାଛ

ଚାନ୍ଦବାଲି: ଉଦ୍ଧାର ହେଲା ଦୁଇପରରେ ଛିଡ଼ା ହେଉିଥିବା ବିରଳ ମାଛ । ଏଭଳି ମାଛ ଚାନ୍ଦବାଲି ସ୍ଥିତ ସ୍ଥାନୀୟ ଖ୍ରୀଷ୍ଟିୟାନ ପୋଖରୀରୁ ଉଦ୍ଧାର ହୋଇଛି । ଉଦ୍ଧାର ହେବାପରେ ସେହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।

ସୂଚନା ଅନୁଯାୟୀ, ଆଜି ସକାଳୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ପୋଖରୀକୁ ଯାଇଥିଲେ । ମାଛ ଧରିବା ବେଳେ ଜାଲରେ ଏକ ବିରଳ ପ୍ରଜାତିର ମାଛ ଫସିଥିଲା । ଏହି ମାଛ ତାର ଦୁଇ ପର ସାହାଯ୍ୟରେ ମାଟି ଉପରେ ଛିଡ଼ା ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରୁଛି । ମାଛଟିର ୪ ଟି ଆଖି ରହିଥିବା ବେଳେ  ଓଜନ ୨ କିଲୋଗ୍ରାମ ରହିଛି । ତାର ପିଠି ଓ ଲାଞ୍ଜ ଅଧିକ ଟାଣ ଓ କୁମ୍ଭୀର ଚମଡା ପରି ହୋଇଛି ।

ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଏହି ମାଛକୁ ଆଳଙ୍କରିକ ବା ଆକ୍ଟିଫିସିଆଲ ବ୍ଲାକ ଡାଇମଣ୍ଡ ମାଛ ବୋଲି ପ୍ରକାଶ କରିଛନ୍ତି । ଏହି ମାଛକୁ ଦେଖିବା ପାଇଁ ସେଠାରେ ଲୋକଙ୍କର ଭିଡ଼ ଜମିଥିଲା । ସେପଟେ ମାଛକୁ ପୁଣିଥରେ ପୋଖରୀକୁ ଛାଡ଼ି ଦିଆଯାଇଛି ।

ପୁରୀରେ ପହଞ୍ଚି ପାକିସ୍ତାନୀ ହିନ୍ଦୁ ପ୍ରସାଦ ଖାଇଲେ, ମାଳି ଜପିଲେ

ପୁରୀ: ପୁରୀରେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ । ହାତରେ ତୁଳସୀ ମାଳି ମୁହଁରେ ଜଗନ୍ନାଥଙ୍କ ନାମ । ଜଣେ କି ଦୁଇଜଣ ନୁହଁ । ଏକାଥରକେ ଶହେରୁ ଉର୍ଦ୍ଧ୍ୱ ପାକିସ୍ତାନରେ  ରହୁଥିବା ହିନ୍ଦୁ ପର୍ଯ୍ୟଟକ ଦର୍ଶନରେ ଆସିଛନ୍ତି । ଉଭୟ ପୁରୁଷ ଓ ମହିଳା ଶୁକ୍ରବାର ବସ ଯୋଗେ ପୁରୀରେ ପହଞ୍ଚିବା ପରେ ରାତ୍ରୀ ଯାପନ କରିଥିଲେ ।

ଆଜି ସକାଳୁ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଥିଲେ । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସମ୍ପର୍କ ରହିଛି  । ଉଭୟ ଦେଶର ସୀମାରେ ଏବେ ବି ସେନାଙ୍କ ମଧ୍ୟରେ ଚାଲିଛି ଛକା ପଞ୍ଝା  । ଏଭଳି ପରିସ୍ଥିତିରେ ପାକିସ୍ତାନରେ ରହୁଥିବା  ହିନ୍ଦୁ ମାନେ ଉଭୟ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ କାମନା କରିଛନ୍ତି  ।

ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇ ସେମାନଙ୍କ ଜୀବନ ସାର୍ଥକ ହୋଇଛି ବୋଲି କହିଛନ୍ତି । ସେପଟେ ଅଧିକାଂଶ ହାତରେ ମାଳି ଧରି ଜପ କରୁଥିବା ଦେଖିବାକୁ ମିଳିଛି ।

ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣି ଗିରଫ

ଅନୁଗୁଳ: ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣିଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ତାଲିମ ପାଇଁ ଆସିଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରେଞ୍ଜର୍ସ କଲେଜରେ କିରାଣି ଭାବେ କାର୍ଯ୍ୟରତ ବିଶ୍ୱଜିତ ନାୟକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ ।

ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ହୁଏ ?

ସୁସ୍ଥ ରହିବାକୁ ହେଲେ ଦରକାର ମୁତାବକ ନିଦ୍ରା ଶରୀର ପୀଇଁ ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣକୁ ଦୈନିକ ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ସେହପରି ଆବଶ୍ୟକ ଅନୁଯାୟୀ​‌ ନିଦ୍ରା ନ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ ।

Image result for sleeping

ତେ​‌ବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ । ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ  ଅନେକ ପ୍ରଭାବ ପଡ଼ିଥାଏ । ତେଣୁ ଶୋଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ କି ପ୍ରଭାବ ପଡ଼େ –

ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ । ଉତ୍ତରପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ ।

Image result for sleeping

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ୍‌ ଲାଭଦାୟକ । କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ । ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି, ସେହି ସମୟରେ ଏହି ଶକ୍ତି ମୁଣ୍ଡରୁ ପ୍ରବେଶ ହୋଇ ଗୋଡ଼ ବାଟେ ବାହାରି ଯାଇଥାଏ । ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୁର୍ତ୍ତି ଅନୁଭବ ହୋଇଥାଏ ।

Related image

ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଖରାପ ବୋଲି କୁହାଯାଇଥାଏ ।

Image result for sleeping

ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଫଳପ୍ରଦ ହୋଇଥାଏ । କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ।

Image result for sleeping

ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ ।

Related image