ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । ଖରିଫ ପରେ ରବିଋତୁ ଧାନଚାଷ ଆରମ୍ଭ ହେଲାଣି । ହେଲେ ମଣ୍ଡିରୁ ଧାନ ଉଠି ପାରୁନି । ପୁଣି ବର୍ଷା ଆସିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ସବୁ ଚାଷୀ ପଞ୍ଜିକୃତ ହୋଇ ନଥିବାରୁ ଏବଂ ଟୋକନ୍‌ ବ୍ୟବସ୍ଥା ଯୋଗୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ମଣ୍ଡିରେ ଧାନ ବିକ୍ରି ହୋଇ ନପାରି ବର୍ଷାରେ ନଷ୍ଟ ହେଉଛି ।

ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ । ଏହାକୁ ବାଚସ୍ପତି ଗ୍ରହଣ ନକରିବାକୁ ବିରୋଧୀ ଗୃହକୁ ଅଚଳ କରିଦେଇଥିଲେ । ଏଥିସହ ସମସ୍ତ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରି ନଥିବା କଥା ବି ଉଠାଇଲେ ବିରୋଧୀ । ଏଥିପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ଅଧିକ ବିରୋଧୀ ସଦସ୍ୟ ନେଇ ନିଷ୍ପତ୍ତି ନେବା ଉପରେ ବିରୋଧୀ ଜୋର ଦେଉଛନ୍ତି ବିରୋଧୀ ଦଳ । ଅନ୍ୟପଟେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେଡି ନାପସନ୍ଦ କରିଛି ।

ଗୋଟାଏ ପଟେ ଟୋକନ ଅବ୍ୟବସ୍ଥା, ଅନ୍ୟପଟେ ଅଦିନିଆ ବର୍ଷା । ଚାଷୀର ଧାନ ସୁରକ୍ଷିତ ରଖିବା ଓ ମଣ୍ଡିରେ ଧାନ କିଣା ହୋଇ ନପାରିବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି ।

Leave a Reply