spot_img
Home Blog Page 7394

ସାଉଥ୍ ଷ୍ଟାର ଆଲୁ ଅର୍ଜୁନ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଲେ ଉପହାର

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଆଲୁ ଅର୍ଜୁନ । ତାଙ୍କ ନାଁରୁ ଜଣା ପଡ଼େ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ କେତେ ଫେମସ୍ । ଆଜି ଏହି ସୁପର୍ ଷ୍ଟାରଙ୍କ ୩୭ତମ ଜନ୍ମଦିନ । ତେବେ ତାଙ୍କର ଏହି ଜନ୍ମଦିନ ଅବସରରେ ସେ ତାଙ୍କ ଫ୍ୟାନମାନଙ୍କୁ ଦେଇଛନ୍ତି ଏକ ବିଶେଷ ଉପହାର । ଆଜି ଆଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।

କିନ୍ତୁ ଏହି ଫିଲ୍ମ ବିଷୟରେ ଅଧିକ ସୂଚନା ବର୍ତ୍ତମାନ ସୁଧା ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଆଲୁ ଅର୍ଜୁନଙ୍କ ବିପକ୍ଷରେ ଅଛନ୍ତି ରଶ୍ମିକା ମନ୍ଦନା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର  । ଏହାପୂର୍ବରୁ ଆଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ସୁକୁମାର ଆର୍ୟ୍ୟା ଏବଂ ଆର୍ୟ୍ୟା-୨ ଭଳି ସୁପରହିଟ୍ ଫିଲ୍ମ ଦେଇ ସାରିଛନ୍ତି । ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହେବା ପରେ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏଥିରେ ଅଲୁ ଅର୍ଜୁନ ଆଙ୍ଗ୍ରି ମ୍ୟାନ ଭାବେ ନଜର ଆସିଛନ୍ତି ।

ନିକଟରେ ଆଲୁ ଅର୍ଜୁନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି । ଏନେଇ ସେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ବିଗ୍ ବସ୍ ରେ ନଜର ଆସିବେ କି ଦିବ୍ୟାଙ୍କା ?

ମୁମ୍ବାଇ: ଦିବ୍ୟାଙ୍କା ତ୍ରିପାଠୀ ଟେଲି ଜଗତ ଜଣେ ଚର୍ଚ୍ଚିତ ଚେହେରା । ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ଜୀବନରେ ବହୁତ କିଛି ଦେଖିଛନ୍ତି । ସେ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ତାଙ୍କ ରିୟଲ ଲାଇଫ୍ ନେଇ ଚର୍ଚ୍ଚିତ । ତାଙ୍କ ଦ୍ୱାରା ଅଭିନୀତ ସବୁଠୁ ସୁପର ହିଟ୍ ସିରିଏଲ ମହବତେଁ’କୁ ଏବେ ବି ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ।

ତେବେ ଆପଣ ଜାଣନ୍ତି କି ? ଏତେ ଚର୍ଚ୍ଚିତ ହୋଇ ବି ଦିବ୍ୟାଙ୍କା କାହିଁକି ବିଗ୍ ବସ୍ ରେ ନଜର ଆସୁନାହାଁନ୍ତି ? ତେବେ ଯେତେବେଳେ ଦିବ୍ୟାଙ୍କାଙ୍କୁ ଏହି ପ୍ରଶ୍ନ କରାଗଲା ସେ ଏହି ରିଆଲିଟି ଶୋ’ କରିବା କୁ ଜଦିଓ ପୂରା ମନା କରି ନଥିଲେ କିନ୍ତୁ ହଁ ବି କହି ନଥିଲେ । ଏବଂ ସେ ଉତ୍ତରରେ କହିଲେ, ମୁଁ ଚିନ୍ତା କରିପାରେ, ଯଦି ମୁଁ କେବେ ବିଗ୍ ବସ୍ କରେ, ତେବେ ଆପଣମାନେ ବୁଝିପାରିବେ ଯେ ମୋ ଜୀବନ କେତେ କଷ୍ଟଦାୟକ । ନିର୍ମାତାମାନଙ୍କୁ ସମ୍ମାନ ଦେଇ କହିଲେ , ଯେ ସମସ୍ତେ କଠିନ ପରିଶ୍ରମ କରନ୍ତି । ଯିଏ ବି ଶୋ’କୁ ଜିତେ, ତାହାର ଏକ ଭିନ୍ନ ଟେଷ୍ଟ ରହିଥାଏ । ସୋ ଦେଖିବା ହେଉ କି କରିବା, ମୁଁ ମୋର କମ୍ଫର୍ଟ ଦେଖେ । ମୁଁ ବିଗ୍ ବସ୍ କୁ ବହୁତ ଚାପଗ୍ରସ୍ତ ଭାବେ । ସେ ପ୍ରତିଯୋଗୀ ହୁଅନ୍ତୁ କିମ୍ବା ଦର୍ଶକ ହୁଅନ୍ତୁ, ସମସ୍ତେ ଚାପଗ୍ରସ୍ତ । ମୁଁ ବିଗ୍ ବସ୍ ଘରେ ହେଉଥିବା ସେହି ଝଗଡ଼ାକୁ ପରିଚାଳନା କରିପାରିବି ନାହିଁ ।

ବିଗ୍ ବସ୍ ପରେ, ଯେତେବେଳେ ଦିବ୍ୟାଙ୍କାଙ୍କୁ ଖତ୍ରୋକା ଖିଲାଡ଼ିରେ ଅଂଶଗ୍ରହଣ କରିବା ବିଷୟରେ ପଚରାଗଲା, ସେ କହିଥିଲେ- ମୁଁ ଏହି ସୋ କରିବାକୁ ପସନ୍ଦ କରିବି । ମୁଁ ସବୁବେଳେ ଏହି ସୋ କରିବାକୁ ଚାହୁଁଥିଲି । କିନ୍ତୁ ସ୍ଲିପ୍ ଡିସ୍କ ସମସ୍ୟା ହେତୁ ସେ ଟିକେ ଭୟଭୀତ ଅଛ । ତା’ପରେ ମୁଁ ପହଁରିବା ମଧ୍ୟ ଜାଣେ ନାହିଁ ଏବଂ ମୁଁ କୀଟପତଙ୍ଗ ଖାଇ ପାରିବି ନାହିଁ କାହିଁ କି ନା ମୁଁ ଶାକାହାରୀ କିନ୍ତୁ ମୁଁ ଏହି ସୋ କରିବାକୁ ଚାହିଁବି ।

ସର୍ବଶକ୍ତିମାନ ଏବେ କରୋନା ଆଗରେ ଶକ୍ତିହୀନ: ପଢ଼ନ୍ତୁ କି ଶିକ୍ଷା ଦେଇଛି କରୋନା

ସାରା ବିଶ୍ୱରେ ଜାରି ରହିଛି କରୋନାର ତାଣ୍ଡବ । ଦିନକୁ ଦିନ ବଢ଼ିଚାଲିଛି ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସମଗ୍ର ବିଶ୍ୱକୁ ଦୋହଲାଦେଇଛି ଏହି ଭୟଙ୍କର ଭୂତାଣୁ । ସର୍ବଶକ୍ତିମାନ ରାଷ୍ଟ୍ର ସବୁ ଏବେ କରୋନା ଆଗରେ ଶକ୍ତିହୀନ । କରୋନା ପ୍ରଭାବରେ ନଛୋଡ଼ବନ୍ଦା ସବୁ ଏବେ ଘରେ ବନ୍ଧା ହୋଇରହିଛନ୍ତି । ଘରେ ରହି ଏବେ ଘର ଲୋକଙ୍କ ଗୁରୁତ୍ୱ ବୁଝିବାରେ ଲାଗିଲେଣି ଲୋକେ ।  କରୋନା ପ୍ରଭାବରେ ବଦଳି ଲୋକଙ୍କ ଜୀବନଶୈଳୀ । କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ କିିଛି ଲୋକେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ।

୧. ଆଜି ଆମେରିକା ଆଉ ଅଗ୍ରଣୀ ଦେଶ ହୋଇ ରହିନାହିଁ ।

୨. ଚୀନ୍ କଦାପି ବିଶ୍ଵ-କଲ୍ୟାଣ ଚିନ୍ତା କରି ପାରେନା ।

୩. ୟୁରୋପୀୟ ମାନେ ସେତେ ଶିକ୍ଷିତ ନୁହଁନ୍ତି, ଯେତେ ଆମେ ଭାବୁଛୁ ।

୪. ଆମେ ଆମ ଛୁଟି ୟୁରୋପ ବା ଆମେରିକା ନଯାଇ ମଧ୍ୟ ଅତିବାହିତ କରିପାରିବା।

୫. ଭାରତୀୟମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ବିଶ୍ଵର ଅନ୍ୟ ଲୋକମାନଙ୍କ ଠାରୁ ଅଧିକ।

୬. କୌଣସି ପାଦ୍ରୀ, ପୂଜାରୀ, ଜ୍ୟୋତିଷ ବା ମୌଲବୀ ଆମକୁ କୌଣସି ରୋଗ ଠାରୁ ବଞ୍ଚାଇ ପାରିବେ ନାହିଁ ।

୭. ସ୍ୱାସ୍ଥ୍ୟକର୍ମୀ, ପୋଲିସ , ଶିକ୍ଷାବିତ୍, ପ୍ରଶାସନ କର୍ମଚାରୀ ହିଁ ଅସଲି ହିରୋ ।

୮. ବିନା ବ୍ୟବହାରରେ ସାରା ବିଶ୍ୱରେ ସୁନା , ରୂପା, ପେଟ୍ରୋଲ, ଡିଜେଲ୍ ର କୌଣସି ମୂଲ୍ୟ ନାହିଁ। ବର୍ତ୍ତମାନ ଏସବୁ ର ଦର ଓ ମୂଲ୍ୟ ନଗଣ୍ୟ । ବ୍ୟବହାର କମ୍ କରନ୍ତୁ, ଦର ଆପଣା ଛାଏଁ କମିଯିବ।

୯. ପ୍ରଥମ ଥର ପଶୁପକ୍ଷୀ ବି ଅନୁଭବ କଲେକି ଏ ପୃଥିବୀଟି ସେମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ।

୧୦. ପ୍ରଥମଥର ପାଇଁ ମହାନଗର ମାନଙ୍କ ପିଲାଙ୍କୁ ଅନୁଭବ ହେଲା ଯେ ସତରେ ତାରା ମାନେ ଆକାଶରେ ଉଜ୍ଵଳମାନ୍ ହୁଅନ୍ତି ।

୧୧. ବିଶ୍ଵର ଅଧିକାଂଶ କାମ ଘରେ ଥାଇ ବି କରାଯାଇପାରେ ।

୧୨. ଆମେ ଓ ଆମ ପିଲାମାନେ ବିନା ଜଙ୍କଫୁଡ୍ ରେ ବି ବଞ୍ଚି ପାରିବେ ଓ ସୁସ୍ଥ ମଧ୍ୟ ରହିପାରିବେ।

୧୩. ପରିଷ୍କାର ପରିଚ୍ଛନ୍ନ ଜୀବନଯାପନ କରିବା କଷ୍ଟକର ବ୍ୟାପାର ନୁହେଁ। କେବଳ ଇଛାଶକ୍ତିର ଆବଶ୍ୟକତା ରହିଛି।

୧୪. ରୋଷେଇ ପୁରୁଷ ମାନେ ବି କରିପାରିବେ।

୧୫. ଭାରତୀୟ ନାରୀ ମାନଙ୍କ ପାଇଁ ହିଁ ଘର ମନ୍ଦିର ବନି ପାରେ।

୧୬. କେବଳ କିଛି ଲୋକଙ୍କୁ ଛାଡି ଦେଲେ ଅଧିକାଂଶ ଭାରତୀୟ ଧନୀ ମାନଙ୍କ ଭିତରେ ମାନବତା ଭରି ରହିଛି।

୧୭. ଯୌଥ ପରିବାର ଏକକ ପରିବାର ଠାରୁ ବହୁତ ଭଲ।

୧୮. ପରିବାରଠୁ ଅଧିକ ଆପଣାର କେହି ନୁହଁନ୍ତି।

୧୯. ବିଦେଶୀ କମ୍ପାନୀ ମାନେ କେବଳ ଭାରତରୁ ଅର୍ଥ ନେବା ଜାଣନ୍ତି। ବିପଦ ସମୟରେ ଭାରତୀୟ କମ୍ପାନୀ ଗୁଡ଼ିକ ହିଁ ଅର୍ଥ ଓ ସମୟ ଦାନ କଲେ।

୨୦. ମାଆ ଓ ମାତୃଭୂମି ହିଁ ସର୍ବୋପରୀ ଅଟନ୍ତି।

 

 

 

କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ଜାରି ହେଲା ହେଲ୍ପଲାଇନ୍‌ ନମ୍ୱର

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ ।

ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଆଫ୍‌ ଇଣ୍ଡିଆାର ଅଫିସରର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଆଫ୍‌ ଇଣ୍ଡିଆାର ଅଫିସରର୍ସ କ୍ୱାର୍ଟର୍ସରୁ ସତ୍ୟନଗର ଛକରେ ଥିବା ବିଗ୍ ବଜାର ପର୍ଯ୍ୟନ୍ତ ଅଞ୍ଚଳ ସିଲ୍‌ କରାଯାଇଛି । ଏହା ଭିତରକୁ କାହାକୁ ଛଡ଼ାଯିବ ନାହିଁ । କି ବାହାର ଲୋକ ନିଷେଧାଞ୍ଚଳ ଭିତରକୁ ଆସିପାରିବେ ନାହିଁ । ବିଏମ୍‌ସି ପକ୍ଷରୁ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯିବ । ଏହି କଣ୍ଟେନ୍‌ମେଣ୍ଟ ଜୋନ ଭିତରରେ ଥିବା ସମସ୍ତ ସରକାରୀଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ବାହାରିବା ମନା । ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ୧୯୨୯ ହେଲ୍ପଲାଇନ୍ ନମ୍ୱର ଜାରି କଲା ବିଏମ୍‌ସି ।

ଆମେରିକରେ ସର୍ବାଧିକ ଆକ୍ରାନ୍ତ, ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର: ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏଯାବତ୍ ସାରା ବିଶ୍ୱରେ ମୋଟ ମୃତ୍ୟୁ ସଂଖ୍ୟା ୮୨ ଟପିଥିବା ବେଳେ ୧୪ ଲକ୍ଷ ୩୧ ହଜାର ୭୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ।  ।  ତେବେ ଏହି ଭୟଙ୍କର ଭୂତାଣୁ କବଳରୁ ୩ ଲକ୍ଷ ୨ହଜାର ୧୫୦ ଜଣ ମୁକୁଳିଛନ୍ତି ବା ସୁସ୍ଥ ହୋଇଛନ୍ତି ।

ଅପରପକ୍ଷରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି ଆମେରିକା । ଏଠାରେ ମୋଟ ୪ଲକ୍ଷ ୪୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ହଜାର ୮୫୪ ଲୋକ ମୃତ୍ୟୁ ବରଣ କରିଛନ୍ତି । ଆମେରିକା ତଳକୁ ରହିଛି ସ୍ପେନ୍‌ । ଯେଉଁଠାରେ  ୧ଲକ୍ଷ ୪୧ ହଜାର ୯୪୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ୧୪ ହଜାର ୦୪୫ ଜଣଙ୍କ ଲୋକ ମୃତ୍ୟୁ ବରଣ କରିଛନ୍ତି । ତାଲିକାର ତୃତୀୟ ସ୍ଥାନରେ ରହିଛି ଇଟାଲୀ । ଯେଉଁଠାରେ ସର୍ବାଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ସେଠାରେ ଏ ଯାଏଁ ମୋଟ ୧୭ ହଜାର ୧୨୭ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ୧ଲକ୍ଷ ୩୫ ହଜାର ୫୮୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

୭୬ଦିନ ପରେ ଲକ୍ଷ୍ମଣ ରେଖା ଡେଇଁବେ ଉହାନର ଲୋକେ

ସମଗ୍ର ବିଶ୍ୱ ଏବେ କରୋନା ସହ ମୁକାବିଲା କରୁଛି । ଚାଇନାର ଉହାନରୁ ୭୬ ଦିନ ପରେ ଲକଡାଉନ୍ ଉଠାଯାଇଛି। ବୁଧବାର ତଥା ଆଜି ମଧ୍ୟ ରାତ୍ରିରୁ ଉହାନର ଲୋକମାନେ ଲକଡାଉନ୍ ର ଜେଲରୁ ମୁକ୍ତ ହେବେ। ଜାନୁଆରୀ ମାସ ୨୩ ତାରିଖରେ ସେଠାରେ ଲକଡାଉନର ଘୋଷଣା କରାଯାଇଥିଲା । କରୋନା ଜୀବାଣୁ ସଂସ୍ପର୍ଶରେ ଆସିବା ପରେ ସହରରେ ସମସ୍ତ ଲୋକେ ନାକାବନ୍ଦିରେ ଥିଲେ । ତେବେ ଆଜି ରାତିରେ ସେମାନେ ନିଜ ଘରୁ ମୁକ୍ତ ହେବେ ।

ଏହି ମହାମାରୀ ବ୍ୟାପିବା ପରେ ଉହାନରେ ୩୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ଉହାନରେ ୮୨ ହଜାରରୁ ଅଧିକ ଲୋକେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ ଗତ କିଛି ସପ୍ତାହ ମଧ୍ୟରେ ସହରରେ କରୋନା ମାମଲା ତୀବ୍ର ଗତିରେ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ସରକାରୀ ତଥ୍ୟ ଅନୁସାରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ୭୬ଦିନିଆ ଲକଡାଉନ୍ ସମୟରେ ଉହାନ ଲୋକଙ୍କୁ କଟକଣା ସହ ଘରୁ ବାହାରିବାକୁ ବାରଣ କରାଯାଇଥିଲା। ଏହି ଜରୁରୀକାଳିନ ସମୟ ମଧ୍ୟରେ, କେବଳ ଆବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିଲା । ଏହା ବ୍ୟତୀତ ସମଗ୍ର ସହରର ସୀମା ସିଲ୍ କରାଯାଇଥିଲା।

ଲକଡାଉନ୍ ସମାପ୍ତ ଯୋଗୁଁ ଉହାନ ସହରର ୟାଙ୍ଗଟେଜ୍ ନଦୀ କୂଳରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଲକଡାଉନ୍ ଶେଷ ହେବା ଖୁସିରେ ଆନିମେଟେଡ୍ ଚିତ୍ର ସାହାଯ୍ୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ରୋଗୀଙ୍କ ଫଟୋ ଅଙ୍କାଯାଇ ପ୍ରଦର୍ଶନ କରାଯାଇଛି । ଉହାନଙ୍କୁ ଏକ “ହିରୋଇକ୍ ସିଟି” ଭାବରେ ଦର୍ଶା ଯାଇଛି । କରୋନା ସହ ମୁକାବିଲା କରିଥିବାରୁ ସହରକୁ ବୀର ଭାବେ ଚିତ୍ରଣ କରାଯାଇଛି । ଲୋକମାନେ ଏହା ଦେଖି ବହୁତ ଉତ୍ସାହିତ ହୋଇଛନ୍ତି । ୭୬ ଦିନିଆ ଲକଡାଉନ୍ ପରେ ଏବେ ଲୋକେ ନିଶ୍ବାସ ନେଇଛନ୍ତି ।

ଭାରତରେ ବଢୁଛି କରୋନା ଭୟ…୪ହଜାର ୮ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ହଜାରେ ପାର୍‌…ପଞ୍ଜାବ ଓ ଦିଲ୍ଲୀରେ ୫୦୦ରୁ ଅଧିକ ପଜିଟିଭ୍‌ କେଶ୍‌

ଭାରତରେ ବଢୁଛି କରୋନା ଭୟ…୪ହଜାର ୮ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃହାରାଷ୍ଟ୍ରରେ ହଜାରେ ପାର୍‌…ପଞ୍ଜାବ ଓ ଦିଲ୍ଲୀରେ ୫୦୦ରୁ ଅଧିକ ପଜିଟିଭ୍‌ କେଶ୍‌…ସେପଟେ ଇଟାଲୀ ପରେ ଆମେରିକାରେ ଦାଉ ସାଧୁଛି କରୋନା…