spot_img
Home Blog Page 7386

ଦିଲ୍ଲୀ ହିଂସାରେ ଯବାନଙ୍କ ଘର ପୋଡ଼ି ଘଟଣା, ୧୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଯବାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦମ୍ଭୋକ୍ତି । ଦିଲ୍ଲୀ ହିଂସାରେ ଘର ପୋଡ଼ି ଯାଇଥିବା ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସହାୟତାର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ବିଏସଏଫ ୯ମ ବାଟାଲିୟନର ଯବାନ ମହମ୍ମଦ ଆନିସ । ବର୍ତ୍ତମାନ ମାଓ ପ୍ରଭାବିତ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ । ସେ ମାଓ ବିରୋଧୀ ଅପରେସନରେ ସାମିଲ୍ ଥିବାବେଳେ ତାଙ୍କ ଘର ହିଂସାରେ ପୋଡ଼ିଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସହାୟତା ପ୍ରଦାନ କରିଛନ୍ତି ।

କଡ଼େଇ ଧରି, ଭାରରେ ସିମେଣ୍ଟ-ବାଲି ବୋହିଲେ ବିଡ଼ିଓ

ନବରଙ୍ଗପୁର: ବିଡିଓ ସାଜିଲେ ଶ୍ରମିକ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ପିପଲାପଡ଼ା ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମକର ସୋରି ୨୦୧୯-୨୦ ଆର୍ଥିକବର୍ଷରେ ଘର ପାଇଥିଲେ । ଛାତ ଉଠିବା ଯାଏଁ କାମ କରି ଛାଡି ଦେଇଥିଲେ । ଘର କାମ ସାରିବା ପାଇଁ ପଞ୍ଚାୟତ ତରଫରୁ ବାରମ୍ବାର କହିବା ପରେ କୁଲି ଓ ମିସ୍ତ୍ରି ମିଳୁନଥିବା କହି କାମ ସାରିନଥିଲେ ହିତାଧିକାରୀ । ବିଡିଓ ଧର୍ମରାଜ ମାଝୀ ପିପଲାପଡ଼ା ଯାଇ ପିଇଓ ଲଛମନ୍‌ ନିଆଲ ଓ ଯ଼ୋଗାଣ ସହାୟକଙ୍କ ସହିତ ମିଶି ଶ୍ରମିକ ଭଳି ଘର କାମ କରିଛନ୍ତି । କଡ଼େଇ ଧରି, ଭାରରେ ସିମେଣ୍ଟ ଓ ବାଲି ମିଶା ମସଲା ବୋହି ଶ୍ରମିକ ପରି ଘରକାମ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବିଡିଓ ଧର୍ମରାଜ ମାଝୀ, ପିଇଓ ଲଛମନ୍‌ ନିଆଲ ଓ ଯୋଗାଣ ସହାୟକ କାମକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସମସ୍ତେ ଏଭଳି କାମକୁ ପ୍ରଶଂସା କରିଛନ୍ତି ।

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: କ୍ୟାବିନେଟ୍ ପାହ୍ୟା ସହ ନୂଆ ଦାୟିତ୍ୱ । ବ୍ରହ୍ମଗିରିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଦୀର୍ଘ ଦିନ ହେଲା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଖାଲି ପଡ଼ିଥିଲା ।

ବ୍ରହ୍ମଗିରି ବିଧାନସଭା ଆସନରୁ ସଞ୍ଜୟ ୨୦୦୯ ଓ ୨୦୧୪ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ହୋଇଥିଲେ । ୨୦୦୯ରୁ ୨୦୧୪ ବିଜେଡି ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଥିଲେ ।

ଏବେ ରାଜ୍ୟସଭାରେ ୪ଟି ସିଟ୍ ଖାଲିଥିବା ବେଳେ ସଞ୍ଜୟଙ୍କୁ ରାଜ୍ୟସଭା ଯିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ, ରାଜ୍ୟରେ ରହି ରାଜ୍ୟବାସୀଙ୍କ ସେବା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଯୁବନେତା ସଞ୍ଜୟ ଦାସବର୍ମା ।

ମୁଖ୍ୟମନ୍ତ୍ରୀ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପରେ ସଞ୍ଜୟ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରାଯିବ ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ଆସନ୍ତାକାଲି ସେ ଦାୟିତ୍ୱ ଗ୍ରହଣ କରିବେ ।

ଆମେରିକାରେ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ: ଆମେରିକାରେ ପ୍ରଥମ ଜୀବନ ନେଲା କରୋନା ଭାଇରସ । ଆମେରିକାର ୱାସିଂଟନରେ ପ୍ରଥମ କରୋନା ଭାଇରସ ମୃତ୍ୟୁ ଘୋଷିତ ହୋଇଛି । ଆମେରିକାର ଜଣେ ମହିଳା କରୋନା ସଂକ୍ରମଣର ଶିକାର ହୋଇଥିଲେ । ଗତକାଲି ରାତିରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କରୋନା ଆତଙ୍କ ପରେ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ, ଦକ୍ଷିଣ କୋରିଆ ଓ ଇଟାଲିର କେତେକ ଅଞ୍ଚଳକୁ ନଯିବା ପାଇଁ ଆମେରିକା ନିଜ ନାଗରିକ ମାନଙ୍କୁ କହିଛି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉପରାଷ୍ଟ୍ରପତି ମାଇକ ପେନସ କହିଛନ୍ତି ଯେ ଗତ ୧୪ ଦିନ ମଧ୍ୟରେ ଯେଉଁ ବିଦେଶୀ ନାଗରିକ ମାନେ ଇରାନ ଯାତ୍ରା କରିଛନ୍ତି ସେମାନେ ଆମେରିକା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ଟ୍ରମ୍ପ ନିଷେଧାଦେଶ ଜାରି କରିଛନ୍ତି । ଆମେରିକାରେ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ପ୍ରାୟ ୧୫ ଜଣ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଆଜିଠୁ ବଦଳି ଯାଉଛି ଏହି ସବୁ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭ ଅର୍ଥାତ୍ ଆଜିଠୁ ପରିବର୍ତ୍ତନ ହେଉଛି ଏହି ସବୁ ନିୟମ । ଏହି ନିୟମଗୁଡ଼ିକ ଆପଣଙ୍କ ଗାଡ଼ି ଓ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ । ତେବେ, ଆସନ୍ତୁ ଜାଣିବା ଆଜିଠୁ କେଉଁ ନିୟମ ବଦଳୁଛି ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ ।ଷ୍ଟେଟବ୍ୟାଙ୍କ ଆକାଣ୍ଟଧାରୀଙ୍କ ପାଇଁ ଖବର

ଏସବିଆଇ ଆକାଉଣ୍ଟଧାରୀ ଯେଉଁମାନେ ସେମାନଙ୍କର KYC ସମାପ୍ତ କରିନାହାଁନ୍ତି । ସେମାନେ ଆଜିଠୁ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେନାହିଁ । SBI ଗ୍ରାହକମାନଙ୍କୁ ୨୮ ଫେବ୍ରୁଆରୀ ସୁଦ୍ଧା କେୱାଇସି ସମ୍ପୂର୍ଣ୍ଣ କରିବାକୁ କହିଥିଲା । ଫଳରେ ସେମାନଙ୍କ ଆକାଉଣ୍ଟ ଅବରୋଧ ହେବା ସହ କୌଣସି କାରବାର କରିପାରିବେ ନାହିଁ ।ବଦଳୁଛି ଫାସଟାଗ୍ ନିୟମ

ଆଜିଠୁ ଫାସଟାଗ୍ ଆଉ ମାଗଣା ମିଳିବନି । ଏଣିକି ଫାସଟାଗ୍ ପାଇଁ ଆପଣଙ୍କୁ ଦେୟା ଦେବାକୁ ପଡ଼ିବ । ଲୋକଙ୍କ ସୁବିଧା ଏବଂ ରାଜସ୍ୱ ବୃଦ୍ଧି ପାଇଁ ଫେବ୍ରୁଆରୀ ୧୫ରୁ ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ ଫାସଟାଗ୍ ମାଗଣା ବଣ୍ଟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଆଜିଠୁ ୧୦୦ ଟଙ୍କା ଦେଲେ ଆପଣ ଫାସଟାଗ୍ ପାଇବେ ।

ATMରେ ମିଳିବନି ୨୦୦୦ ଟଙ୍କା

ମାର୍ଚ୍ଚ ୧ରୁ ଭାରତୀୟ ବ୍ୟାଙ୍କ ଗୁଡ଼ିକ ଏଟିଏମରୁ ୨ ହଜାର ଟଙ୍କା ନୋଟ୍ ପ୍ରତ୍ୟାହାର କରିବ । ଅର୍ଥାତ୍ ଆଜିଠୁ  ଏଟିଏମରୁ ଆଉ ୨୦୦୦ ଟଙ୍କାର ନୋଟ୍ ବାହାରିବ ନାହିଁ । ଯଦି ଆପଣଙ୍କୁ ୨ ହଜାର ଟଙ୍କା ନୋଟ୍ ଦରକାର ହୁଏ ତେବେ ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ ।HDFC ଗ୍ରାହକ ଧ୍ୟାନ ଦିଅନ୍ତୁ

ପୁରୁଣା HDFC ଆପ୍ ଆଜିଠୁ କାମ କରିବା ବନ୍ଦ କରିଦେବ । ପ୍ଲେ ଷ୍ଟୋରରେ ବ୍ୟାଙ୍କର ଉଭୟ ନୂତନ ଏବଂ ପୁରୁଣା ଆପ୍ ରହିଛି । ଯଦି ଆପଣଙ୍କର ସ୍ମାର୍ଟଫୋନରେ ପୁରୁଣା ଆପ୍ ଅଛି, ତେବେ ତାକୁ ଅନ ଇନଷ୍ଟଲ କରି ନୂଆ ଆପକୁ ଇନଷ୍ଟଲ କରନ୍ତୁ ।ଲଟେରୀ ମହଙ୍ଗା

ଆଜିଠୁ ଲଟେରୀ ପାଇଁ ନୂତନ ଜିଏସଟି ନିୟମ ଲାଗୁ ହେବ । ନୂତନ ନିୟମ ଅନୁଯାୟୀ, ଲଟେରୀରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଡିସେମ୍ବର ୨୦୧୯ରେ, ଜିଏସଟି ପରିଷଦ ସମସ୍ତ ରାଜ୍ୟରେ ସରକାରୀ ମାନ୍ୟତା ପ୍ରାପ୍ତ ଲଟେରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ନେଇ ନିଷ୍ପତ୍ତି ନେଇଥିଲା ।

ପୁଅର ଟାଙ୍ଗିଆ ଚୋଟରେ ଗଲା ମାଆର ଜୀବନ

ବାଲିଗୁଡ଼ା: କ୍ଷଣକ ମଧ୍ୟରେ ମାଆର କୋଳକୁ ଭୁଲିଲା ପୁଅ । ଚାହୁଁ ଚାହୁଁ ମାଆ ଠାରୁ ସବୁ ସମ୍ପର୍କ ତୁଟାଇଲା ସେ । ସାମାନ୍ୟ ଝଗଡ଼ାରୁ ମାଆକୁ ଜୀବନରୁ ମାରିବାକୁ ପଛାଇଲାନି ପୁଅ । ପୁଅର ଟାଙ୍ଗିଆ ଚୋଟରେ ମାଆର ଜୀବନ ଯାଇଛି । କନ୍ଧମାଳ ସାରଙ୍ଗଡ ଥାନା ପଡେଲକିଆ ଗାଁରେ ଅମାନୁଷିକ କାଣ୍ଡ ।

ଦିନେ ୧୦ମାସ ପେଟରେ ରଖି ଜୀବନ ଦେଇଥିଲା ବୋଲି ଆଜି ତାର ଫଳ ଭୋଗିବାକୁ ପଡ଼ିଛି ମାଆ । ମାର ସବୁ ଦୁଃଖ କଷ୍ଟକୁ ଭୁଲି ପୁଅ ମାଆକୁ ହତ୍ୟା କରିଛି । ଗାଁର ସୁନୀଲ ପ୍ରଧାନ ନାମକ ଯୁବକ ଏଭଳି ହତ୍ୟାକାଣ୍ଡ ଘଟାଇଛି । ସୂଚନା ଅନୁସାରେ ମାଆ-ପୁଅଙ୍କ ଭିତରେ ସବୁ ବେଳେ ଝଗଡ଼ା ଲାଗି ରହୁଥିଲା । ତେବେ ଶନିବାର ଝଗଡ଼ା ନେଇଥିଲା ଉଗ୍ର ରୂପ । ସୁନୀଲ ନିଜ ମାଆଙ୍କୁ ଟାଙ୍ଗୀଆରେ ପଛପଟୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ମାଆ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମତଦେହ ଉଦ୍ଧାର କରିବା ସହ ଅଭିଯ଼ୁକ୍ତ ସୁନୀଲକୁ ଗିରଫ କରିଛି ।

ଗୋଟିଏ ଦିନରେ ୬ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ମଧ୍ୟପ୍ରଦେଶ: ଆପଣ ପ୍ରାୟତଃ ଜାଣିଥିବେ ଯାଆଁଳା ସନ୍ତାନଙ୍କ କଥା । ଜଣେ ମହିଳା ଜାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି କି ଦେବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ମହିଳା ଏକ ସମୟରେ ଦୁଇ, ତିନି ନୁହେଁ ବରଂ ୬ ସନ୍ତାନ ଜନ୍ମ ଦେଇଛନ୍ତି ? ଏହି ଘଟଣା ମଧ୍ୟପ୍ରଦେଶରୁ ଆସିଛି ଯେଉଁଠାରେ ମହିଳା ଡାକ୍ତରଖାନାରେ ଏକ ସମୟରେ ୬ଟି ସନ୍ତାନ ଜନ୍ମ ଦେଇଛନ୍ତି।

ପ୍ରକୃତରେ, ଗର୍ଭବତୀ ମୁର୍ତ୍ତୀ ବାଇ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାର ସରକାରୀ ଡାକ୍ତରଖାନାରେ ପ୍ରସବ ପାଇଁ ପହଞ୍ଚିଥିଲେ । ପ୍ରଥମେ ମହିଳାଙ୍କ ଗର୍ଭରେ ୬ଟି ପିଲାଙ୍କୁ ଏକାଠି ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେଡାକ୍ତର ଚେଷ୍ଟାରେ ମହିଳା ଜଣକ ୬ ଟି ସନ୍ତାନ ଜନ୍ମ ଦେଇଥିଲେ।

ଜଦିଓ ୬ଟି ସନ୍ତାନରୁ ଜନ୍ମ ହେବା ମାତ୍ରେ ୨ଜଣ ଜୀବନ ହାରିଛନ୍ତି ଏବଂ ଅନ୍ୟ ୪ଜଣଙ୍କୁ ଏପର୍ଯ୍ୟନ୍ତ ଆଇସିଇଉରେ ରଖାଯାଇଛି । ମହିଳା ଜମଙ୍କ ୬ଟି ସନ୍ତାନ ଜନ୍ମ କରିବା କଥା ଯେତେବେଳେ ତାଙ୍କ ପରିବାରକୁ ଜଣାଯାଇଥିଲା ତାଙ୍କ ପରିବାର ଲୋକ ଏହାକୁ ଗ୍ରହଣ କରିନଥିଲେ । ତେବେ ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଯାଇଛି ।

ଭୁବନେଶ୍ୱରକୁ ଯାଉଥିବା ବେଳେ ଓଲଟିଲା ବସ୍‌, ବସରେ ଥିଲେ  ୫୦ ଯାତ୍ରୀ

ବାଲେଶ୍ୱର: ବସ୍‌ ଦୁର୍ଘଟଣା । NH-16 ଭଗିଆ ଛକରେ ଓଲଟିଲା ବସ୍‌ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ, ୨୫ରୁ ଅଧିକ ଆହତ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ବସ୍‌ଟି ରାଇରଙ୍ଗପୁରରୁ ଭୁବନେଶ୍ୱରକୁ ଯାଉଥିଲା । ଗତକାଲି ରାତିରେ ଅଳଙ୍କାର ନାମକ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବସର ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଛି ।

ଦେଶରେ ‘କରୋନା’ ବ୍ୟାପିଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ

0

ଚାଇନାରୁ ବ୍ୟାପିଥିବା ମାରାତ୍ମକ ‘କରୋନା’ ଜୀବାଣୁ ବର୍ତ୍ତମାନ ସମଗ୍ର ବିଶ୍ୱକୁ ଘାରିଛି । ଏହି ବିପଜ୍ଜନକ ରୋଗ ହେତୁ ଏପର୍ଯ୍ୟନ୍ତ ୨,୯୧୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଚାଇନାରେ ୨,୮୩୫ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ପ୍ରକାଶ । ତେବେ ଉତ୍ତରକୋରିଆରେ ଯଦି ଏହି ଭାଇରସ ବ୍ୟାପେ ତାହାହେଲେ ସେଠାକାର ଶୀର୍ଷ ଅଧିକାରୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍‌ ତାଙ୍କ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ।

ଅପରପକ୍ଷରେ ଦକ୍ଷିଣ କୋରିଆରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିଛି,  ଏହି ଭୂତାଣୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ହୋଇଛି | ଯାହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆ ଏହାର ସୀମା ବନ୍ଦ କରିଦେଇଛି । ଏଥିସହିତ ଦଳର ଦୁଇ ବରିଷ୍ଠ ନେତା ଉପରାଷ୍ଟ୍ରପତି ରାଇ ମ୍ୟାନ୍ ଗୋନ୍ ଏବଂ ପାକ୍ ଥି ଡୋକଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି  । ରିପୋର୍ଟରେ କୁହାଯାଇଛି ଯେ ଏହି ନେତାମାନେ କରୋନା ବିରୋଧରେ ଲଢ଼େଇରେ ଦୁର୍ନୀତିଗ୍ରସ୍ତ ହୋଇପାରନ୍ତି, ଏଣୁ ଏମାନଙ୍କୁ ବିଦା କରାଯାଇଛି ।

କୋରୋନା ଉତ୍ତର କୋରିଆର ପଡୋଶୀ ଦେଶ ଦକ୍ଷିଣ କୋରିଆରେ ବିପଦ ସୃଷ୍ଟି କରିଛି, ତଥାପି ପ୍ୟୋଙ୍ଗୟାଙ୍ଗରେ କେହି କରୋନା ଆକ୍ରାନ୍ତ ହୋଇନାହାନ୍ତି । ଉତ୍ତର କୋରିଆ ପର୍ଯ୍ୟଟକଙ୍କୁ ନିଷିଦ୍ଧ କରିଛି । ଆନ୍ତର୍ଜାତୀୟ ରେଳ ଚଳାଚଳ ବନ୍ଦ କରିଛି। ଏହା ବ୍ୟତୀତ ବିମାନ ଉଡ଼ାଣ ଉପରେ ମଧ୍ୟ ବାରଣ କରାଯାଇଛି ।

ଚାଇନାରେ କରୋନାଭାଇରସରୁ ମୃତ୍ୟୁ ସଂଖ୍ୟା ଶନିବାର ଦିନ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୮୩୫କୁ ବୃଦ୍ଧି ପାଇଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ ୪୨୭ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ରୋଗରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଚାଇନାରେ ୭୯,୨୫୧କୁ ବୃଦ୍ଧି ପାଇଛି। ଚାଇନାରେ ହୁବେରେ ୪୫ ଜଣ ଏବଂ ବେଜିଂ ଏବଂ ହେନାନରେ ଜଣଙ୍କର ମୃତ୍ୟୁ ଘଟିଛି।

ସିଓଲରେ ଥିବା କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଶନିବାର ଦିନ ଦକ୍ଷିଣ କୋରିଆରେ ୫୯୪ ଟି ଜୀବାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି, ସେଥିମଧ୍ୟରୁ ୯୦% ରୁ ଅଧିକ ଦାଏଗୁ ଏବଂ ଉତ୍ତର ଜିଆଙ୍ଗସଙ୍ଗରେ ରିପୋର୍ଟ କରାଯାଇଛି। ଗୋଟିଏ ଦିନରେ ଦକ୍ଷିଣ କୋରିଆରେ ଏହା ସର୍ବାଧିକ ସଂଖ୍ୟକ ମାମଲା ଅଟେ। ଦେଶରେ ଏହାର ମୋଟ ମାମଲା ବର୍ତ୍ତମାନ ୨,୯୩୧କୁ ବୃଦ୍ଧି ପାଇଛି। କରୋନା ଜୀବାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଟାଲୀକୁ ଜରୁରୀକାଳୀନ ପରିଦର୍ଶନ ନକରିବାକୁ ଆମେରିକା ଶୁକ୍ରବାର ଦିନ ଦେଶବାସୀଙ୍କୁ ପରାମର୍ଶ ଦେଇଛି।

ଲିପ୍ ଡେ ପଛର କାହାଣୀ, କାହିଁକି ଫେବ୍ରୁଆରୀ ୨୯ରେ ପଡ଼େ ଏହି ଦିନ ?

ନୂଆଦିଲ୍ଲୀ: ଆଜି ଫେବ୍ରୁଆରୀ ୨୯ । ଆଜି ହେଉଛି ଲିପ୍‌ ଡେ । ଏହା ପଛର କାରଣ କୁହାଯାଉଛି ଗୋଟିଏ ଦିନ ପ୍ରକୃତରେ ୨୪ ଘଣ୍ଟା ହୋଇନଥାଏ । ସ୍ଲୋହ ଖଗୋଲଶାସ୍ତ୍ରୀ ବାବ ବର୍ମନଙ୍କ ଅନୁସାରେ ଗୋଟିଏ ଦିନ ରାତି ହେଉଛି ୨୩ ଘଣ୍ଟା, ୫୬ ମିନିଟ୍‌ ଓ ୪.୧ ସେକେଣ୍ଡ । ଯେଉଁଠି କି ପୃଥିବୀ, ସୂର୍ଯ୍ୟଙ୍କ ଚାରିପଟେ ଘୁରି ଆସିବାକୁ ୩୬୫ ଦିନ, ୫ ଘଣ୍ଟା, ୪୮ ମିନିଟ୍‌ ଓ ୪୫ ସେକେଣ୍ଡ ସମୟ ନିଏ । ୧୫୮୩ ଖୀଷ୍ଟାଦ୍ଦରେ ପୋପ ଗ୍ରେଗୋରୀ ପ୍ରଥମେ ଗ୍ରେଗୋରିୟନ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ଯେଉଁଥିରେ ପ୍ରତି ୪ ବର୍ଷରେ ଫେବ୍ରୁଆରୀ ମାସରେ ଏକ ଅତିରିକ୍ତ ଦିନକୁ ଯୋଡ଼ା ଯାଇଥିଲା ।ସରଳ ଭାଷାରେ କହିଲେ, ଯେଉଁ ମସିହାକୁ ୪ ଭାଗ କଲେ ଶେଷରେ ଜିରୋ ବା ଶୂନ ଆସେ ତାକୁ ଲିପ୍‌ ଡେ ବା ଲିପ୍‌ ଇୟର କୁହଯାଏ । କେବଳ ସେହି ଶତାବ୍ଦୀ ବର୍ଷକୁ ଲିପ୍ ଇୟର କୁହାଯିବ । ତେବେ, ୪୦୦ ସଂଖ୍ୟାରେ ସମ୍ପୂର୍ଣ୍ଣ ଭାବେ ବିଭାଜିତ ହେଉଥିବା ଶତାବ୍ଦୀ ଲିପ୍‌ ଇୟର ହେବ । ସେହି ହିସାବରେ ୨୦୦୦ ମସିହା ଲିପ୍‌ ଇୟର ଥିଲା । କିନ୍ତୁ, ୧୯୦୦ ମସିହା ଲିପ୍‌ ଇୟର ନଥିଲା ।ବର୍ଷ ୨୦୧୬ ଲିପ୍‌ ଇୟର ହୋଇଥିବା ବେଳେ ୨୦୨୦ ଲିପ୍‌ ଇୟର ଅଟେ । ଆଗାମୀ ଲିପ୍‌ ଇୟର ୨୦୨୪ ଓ ୨୦୨୮ରେ ଆସିବ । ଲିପ୍‌ ଡେ ପଡ଼ୁଥିବା ବର୍ଷରେ ଦିନ ସଂଖ୍ୟା ୩୬୫ ପରିବର୍ତ୍ତେ ୩୬୬ ରୁହେ । ଯେଉଁ ଅତିରିକ୍ତି ଦିନଟିକୁ ଲିପ ଡେ କୁହାଯାଏ  ।