କଡ଼େଇ ଧରି, ଭାରରେ ସିମେଣ୍ଟ-ବାଲି ବୋହିଲେ ବିଡ଼ିଓ

1 min read

ନବରଙ୍ଗପୁର: ବିଡିଓ ସାଜିଲେ ଶ୍ରମିକ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ପିପଲାପଡ଼ା ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମକର ସୋରି ୨୦୧୯-୨୦ ଆର୍ଥିକବର୍ଷରେ ଘର ପାଇଥିଲେ । ଛାତ ଉଠିବା ଯାଏଁ କାମ କରି ଛାଡି ଦେଇଥିଲେ । ଘର କାମ ସାରିବା ପାଇଁ ପଞ୍ଚାୟତ ତରଫରୁ ବାରମ୍ବାର କହିବା ପରେ କୁଲି ଓ ମିସ୍ତ୍ରି ମିଳୁନଥିବା କହି କାମ ସାରିନଥିଲେ ହିତାଧିକାରୀ । ବିଡିଓ ଧର୍ମରାଜ ମାଝୀ ପିପଲାପଡ଼ା ଯାଇ ପିଇଓ ଲଛମନ୍‌ ନିଆଲ ଓ ଯ଼ୋଗାଣ ସହାୟକଙ୍କ ସହିତ ମିଶି ଶ୍ରମିକ ଭଳି ଘର କାମ କରିଛନ୍ତି । କଡ଼େଇ ଧରି, ଭାରରେ ସିମେଣ୍ଟ ଓ ବାଲି ମିଶା ମସଲା ବୋହି ଶ୍ରମିକ ପରି ଘରକାମ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବିଡିଓ ଧର୍ମରାଜ ମାଝୀ, ପିଇଓ ଲଛମନ୍‌ ନିଆଲ ଓ ଯୋଗାଣ ସହାୟକ କାମକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସମସ୍ତେ ଏଭଳି କାମକୁ ପ୍ରଶଂସା କରିଛନ୍ତି ।

Leave a Reply