ଲିପ୍ ଡେ ପଛର କାହାଣୀ, କାହିଁକି ଫେବ୍ରୁଆରୀ ୨୯ରେ ପଡ଼େ ଏହି ଦିନ ?

ନୂଆଦିଲ୍ଲୀ: ଆଜି ଫେବ୍ରୁଆରୀ ୨୯ । ଆଜି ହେଉଛି ଲିପ୍‌ ଡେ । ଏହା ପଛର କାରଣ କୁହାଯାଉଛି ଗୋଟିଏ ଦିନ ପ୍ରକୃତରେ ୨୪ ଘଣ୍ଟା ହୋଇନଥାଏ । ସ୍ଲୋହ ଖଗୋଲଶାସ୍ତ୍ରୀ ବାବ ବର୍ମନଙ୍କ ଅନୁସାରେ ଗୋଟିଏ ଦିନ ରାତି ହେଉଛି ୨୩ ଘଣ୍ଟା, ୫୬ ମିନିଟ୍‌ ଓ ୪.୧ ସେକେଣ୍ଡ । ଯେଉଁଠି କି ପୃଥିବୀ, ସୂର୍ଯ୍ୟଙ୍କ ଚାରିପଟେ ଘୁରି ଆସିବାକୁ ୩୬୫ ଦିନ, ୫ ଘଣ୍ଟା, ୪୮ ମିନିଟ୍‌ ଓ ୪୫ ସେକେଣ୍ଡ ସମୟ ନିଏ । ୧୫୮୩ ଖୀଷ୍ଟାଦ୍ଦରେ ପୋପ ଗ୍ରେଗୋରୀ ପ୍ରଥମେ ଗ୍ରେଗୋରିୟନ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ଯେଉଁଥିରେ ପ୍ରତି ୪ ବର୍ଷରେ ଫେବ୍ରୁଆରୀ ମାସରେ ଏକ ଅତିରିକ୍ତ ଦିନକୁ ଯୋଡ଼ା ଯାଇଥିଲା ।ସରଳ ଭାଷାରେ କହିଲେ, ଯେଉଁ ମସିହାକୁ ୪ ଭାଗ କଲେ ଶେଷରେ ଜିରୋ ବା ଶୂନ ଆସେ ତାକୁ ଲିପ୍‌ ଡେ ବା ଲିପ୍‌ ଇୟର କୁହଯାଏ । କେବଳ ସେହି ଶତାବ୍ଦୀ ବର୍ଷକୁ ଲିପ୍ ଇୟର କୁହାଯିବ । ତେବେ, ୪୦୦ ସଂଖ୍ୟାରେ ସମ୍ପୂର୍ଣ୍ଣ ଭାବେ ବିଭାଜିତ ହେଉଥିବା ଶତାବ୍ଦୀ ଲିପ୍‌ ଇୟର ହେବ । ସେହି ହିସାବରେ ୨୦୦୦ ମସିହା ଲିପ୍‌ ଇୟର ଥିଲା । କିନ୍ତୁ, ୧୯୦୦ ମସିହା ଲିପ୍‌ ଇୟର ନଥିଲା ।ବର୍ଷ ୨୦୧୬ ଲିପ୍‌ ଇୟର ହୋଇଥିବା ବେଳେ ୨୦୨୦ ଲିପ୍‌ ଇୟର ଅଟେ । ଆଗାମୀ ଲିପ୍‌ ଇୟର ୨୦୨୪ ଓ ୨୦୨୮ରେ ଆସିବ । ଲିପ୍‌ ଡେ ପଡ଼ୁଥିବା ବର୍ଷରେ ଦିନ ସଂଖ୍ୟା ୩୬୫ ପରିବର୍ତ୍ତେ ୩୬୬ ରୁହେ । ଯେଉଁ ଅତିରିକ୍ତି ଦିନଟିକୁ ଲିପ ଡେ କୁହାଯାଏ  ।

Leave a Reply