ଆମେରିକାରେ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ: ଆମେରିକାରେ ପ୍ରଥମ ଜୀବନ ନେଲା କରୋନା ଭାଇରସ । ଆମେରିକାର ୱାସିଂଟନରେ ପ୍ରଥମ କରୋନା ଭାଇରସ ମୃତ୍ୟୁ ଘୋଷିତ ହୋଇଛି । ଆମେରିକାର ଜଣେ ମହିଳା କରୋନା ସଂକ୍ରମଣର ଶିକାର ହୋଇଥିଲେ । ଗତକାଲି ରାତିରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କରୋନା ଆତଙ୍କ ପରେ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ, ଦକ୍ଷିଣ କୋରିଆ ଓ ଇଟାଲିର କେତେକ ଅଞ୍ଚଳକୁ ନଯିବା ପାଇଁ ଆମେରିକା ନିଜ ନାଗରିକ ମାନଙ୍କୁ କହିଛି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉପରାଷ୍ଟ୍ରପତି ମାଇକ ପେନସ କହିଛନ୍ତି ଯେ ଗତ ୧୪ ଦିନ ମଧ୍ୟରେ ଯେଉଁ ବିଦେଶୀ ନାଗରିକ ମାନେ ଇରାନ ଯାତ୍ରା କରିଛନ୍ତି ସେମାନେ ଆମେରିକା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ଟ୍ରମ୍ପ ନିଷେଧାଦେଶ ଜାରି କରିଛନ୍ତି । ଆମେରିକାରେ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ପ୍ରାୟ ୧୫ ଜଣ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

Leave a Reply