ପୁଅର ଟାଙ୍ଗିଆ ଚୋଟରେ ଗଲା ମାଆର ଜୀବନ

1 min read

ବାଲିଗୁଡ଼ା: କ୍ଷଣକ ମଧ୍ୟରେ ମାଆର କୋଳକୁ ଭୁଲିଲା ପୁଅ । ଚାହୁଁ ଚାହୁଁ ମାଆ ଠାରୁ ସବୁ ସମ୍ପର୍କ ତୁଟାଇଲା ସେ । ସାମାନ୍ୟ ଝଗଡ଼ାରୁ ମାଆକୁ ଜୀବନରୁ ମାରିବାକୁ ପଛାଇଲାନି ପୁଅ । ପୁଅର ଟାଙ୍ଗିଆ ଚୋଟରେ ମାଆର ଜୀବନ ଯାଇଛି । କନ୍ଧମାଳ ସାରଙ୍ଗଡ ଥାନା ପଡେଲକିଆ ଗାଁରେ ଅମାନୁଷିକ କାଣ୍ଡ ।

ଦିନେ ୧୦ମାସ ପେଟରେ ରଖି ଜୀବନ ଦେଇଥିଲା ବୋଲି ଆଜି ତାର ଫଳ ଭୋଗିବାକୁ ପଡ଼ିଛି ମାଆ । ମାର ସବୁ ଦୁଃଖ କଷ୍ଟକୁ ଭୁଲି ପୁଅ ମାଆକୁ ହତ୍ୟା କରିଛି । ଗାଁର ସୁନୀଲ ପ୍ରଧାନ ନାମକ ଯୁବକ ଏଭଳି ହତ୍ୟାକାଣ୍ଡ ଘଟାଇଛି । ସୂଚନା ଅନୁସାରେ ମାଆ-ପୁଅଙ୍କ ଭିତରେ ସବୁ ବେଳେ ଝଗଡ଼ା ଲାଗି ରହୁଥିଲା । ତେବେ ଶନିବାର ଝଗଡ଼ା ନେଇଥିଲା ଉଗ୍ର ରୂପ । ସୁନୀଲ ନିଜ ମାଆଙ୍କୁ ଟାଙ୍ଗୀଆରେ ପଛପଟୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ମାଆ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମତଦେହ ଉଦ୍ଧାର କରିବା ସହ ଅଭିଯ଼ୁକ୍ତ ସୁନୀଲକୁ ଗିରଫ କରିଛି ।

Leave a Reply