spot_img
Home Blog Page 7382

ଭିମ୍‌ସାରରେ ରୋଗୀ ମୃତ୍ୟୁ ନେଇ ଛେଚା ଖାଇଲେ ଡାକ୍ତର

ବୁର୍ଲା: ଡାକ୍ତରଖାନାରେ ଡାକ୍ତରଙ୍କୁ ପୁଣି ଆକ୍ରମଣ । ରୋଗୀ ମୃତ୍ୟୁ ନେଇ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ବୁର୍ଲା ଭିମ୍‌ସାରରେ ଦେଖିବାକୁ ମିଳିଛି । ଆକ୍ରମଣ ପରେ ଡାକ୍ତରଙ୍କର ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲାର ଜଣେ ରୋଗୀ ହୃଦରୋଗ ବିଭାଗରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ ସେଠାରେ ଉପସ୍ଥିତ ପିଜି ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଡାକ୍ତର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ଭିମ୍‌ସାର ଜୁନିଅର ଡାକ୍ତର ସଂଘ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି ।

ସୋସିଆଲ ମିଡିଆ ଆଉ ବ୍ୟବହାର କରିବେନି ପ୍ରଧାନମନ୍ତ୍ରୀ ମୋଦି !

ସୋସିଆଲ ମିଡିଆ ଛାଡ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି । ଆସନ୍ତା ରବିବାର ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ ଭଳି ସୋସିଆଲ୍‌ ମିଡିଆରୁ ବିଶ୍ରାମ ନେବାକୁ ଚିନ୍ତା କରୁଥିବା ମୋଦି ଟ୍ୱିଟ୍‌ କରି ଜଣାଇଛନ୍ତି ।

ତେବେ କାହିଁକି ସୋସିଆଲ୍‌ ମିଡିଆ ବ୍ୟବହାର କରିବେ ନାହିଁ ସେ ନେଇ କୈାଣସି କାରଣ କହିନାହାନ୍ତି ମୋଦି । ଟ୍ୱିଟ୍‌କୁ ଅନେକ ଲୋକ ଲାଇକ୍‌ କରିଛନ୍ତି । ଫେସବୁକ୍‌ରେ ମୋଦିଙ୍କର ୪ କୋଟି ୪୫ ଲକ୍ଷ ଫଲୋଅର, ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଓ ଇନ୍‌ଷ୍ଟାଗ୍ରାମରେ ୩କୋଟି ୫୨ ଲକ୍ଷ ଫଲୋଅର ଅଛନ୍ତି । ସେପଟେ ମୋଦିଙ୍କ ଏଭଳି ଟ୍ୱିଟ୍‌କୁ ନେଇ ବିଭିନ୍ନ ଦଳର ନେତା ପ୍ରତିକ୍ରିୟା ରଖିଛନ୍ତି ।

ମୋଦି ଘୃଣା ଛାଡ଼ନ୍ତୁ, ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ରାସ୍ତା ମଝିରେ ବସ୍‌ର ବାଟ ଓଗାଳିଲା ଦନ୍ତା ହାତୀ

କଳାହାଣ୍ଡି: ରାସ୍ତାରେ ଗଜରାଜ, ହାତୀ ଯୋଗୁଁ ୨ ଘଣ୍ଟା ଅଟକିଲା ବସ। କଳାହାଣ୍ଡି କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଥିବା ଥୁଆମୂଳ ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ରାସ୍ତା ଉପରେ ହାତୀ ଦେଖିବାକୁ ମିଳିଥିଲା।

ଦନ୍ତା ହାତୀକୁ ରାସ୍ତା ଉପରେ ଦେଖି ଭୟ ଖେଳିଯାଇଥିଲା। ହାତୀ ଯୋଗୁଁ ଅଟକିଥିବା ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଥୁଆମୂଳ ରାମପୁରରୁ ଭବାନୀପାଟଣା ଯାଉଥିଲା ବସ୍‌। ହେଲେ ରାସ୍ତା ଉପରେ ହାତୀକୁ ଦେଖି ଆତଙ୍କିତ ହୋଇପଡିଥିଲେ ଯାତ୍ରୀ।

ଭିଜିଲାନ୍ସ ଜାଲରେ ଫସିଲେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଗଞ୍ଜାମ: ଭିଜିଲାନ୍‌ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ । ବିନୋଦଙ୍କ  ଘର ଓ ଅଫିସ ସମେତ ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍‌ସ ଚଢ଼ାଉ କରିଛି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।

 

୧୩ଟି ଯାକ ସ୍ଥାନରେ ଚଢ଼ାଉ ପରେ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ମୋଟ୍‌ ସଂପତ୍ତିର ପରିମାଣ ଜଣାପଡ଼ିବ । ଅନ୍ୟପଟେ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାର ଋଣ ଆଣିଥିବା ସୂଚନା ମିଳିଛି ।

ପାଢ଼ୀଙ୍କ ଗଞ୍ଜାମସ୍ଥିତ ୨ଟି ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ବାସଭବ, ବ୍ରହ୍ମପୁର ଅଫିସ, ହିଲପାଟଣା ହରଭିନସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆଠାରେ ଥିବା ଫାର୍ମହାଉସ, ଆମ୍ବପୁଆଠାରେ ଥିବା ଫାର୍ମହାଉସ, ପଙ୍କାଳପଲିଠାରେ ଥିବା ଅର୍ଦ୍ଧନିର୍ମିତ ଗୃହ, ଜୟପ୍ରକାଶ ନଗରରେ ରହୁଥିବା

 

ଠିକାଦାର ସଚିନ ପାଢ଼ୀ, ଗୋଶାଣିନୂଆଗାଁରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡା, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ଥିବା ମେଟ୍ରୋ ରେସିଡେନ୍ସି ଫ୍ଲାଟ ୧୦୨/ ଏ ରେ ଚଢଉ ଜାରି ରହିଛି ବୋଲି ଏସ୍‌ପି ସ୍ୱାଇଁ କହିଛନ୍ତି।


ଚଢ଼ାଉ ସମୟରେ ଏଏସ୍‌ଆଇ ଡି.କେ. ପାଢ଼ୀ, ପି. ଛୋଟରାୟ, କନଷ୍ଟେବଳ ଉମା ଚରଣ ନାୟକ, ଦିଲ୍ଲୀପ ପ୍ରଧାନ, ନାରାୟଣ ସେଠୀ, ନିଲୁ ହୋତା ପ୍ରମୁଖ ଉପସ୍ଥିତ ଅଛନ୍ତି ।

ମାଆର ଗୁହାରି: ୧୦ ଦିନ ହେବ ପୁଅକୁ ଖୋଜୁଛି

କଟକ: ମୋ ପୁଅ କୁ ଖୋଜି ଆଣ…୧୦ ଦିନଠୁ ତାକୁ ମୁ ଦେଖିନି…ତାକୁ ନଦେଖିଲେ ମୁଁ ପାଗେଳି ହୋଇଯିବି ଏମିତି ଏକ ଆକୁଳ ନିବେଦେନ କରିଛନ୍ତି ଜଣେ ମାଆ । ୮ବର୍ଷର ପୁଅକୁ ଖୋଜି ଖୋଜି ପରିବାର ଆତ୍ମହରା ହୋଇପଡ଼ିଛନ୍ତି । ପୋଲିସ ପାଖରେ ଅଭିଯୋଗ କରିଥିଲେ ବି ପୁଅର କୌଣସି ପତ୍ତା ମିଳି ନଥିବା କହିଛନ୍ତି ପରିବାର ଲୋକ ।

ଘଟଣାଟି ହେଉଛି କଟକ ଜିଲ୍ଲା ମଧୁପଟନା ଅଞ୍ଚଳର  । ଗତ ଫେବ୍ରୁଆରୀ ୨୩ତାରିଖରେ କୈଳାଶ ବେହାରଙ୍କ ୭ବର୍ଷର ପୁଅ ଗଙ୍ଗାଧର ବେହେରା କେଉଁ ଆଡ଼େ ନିଖୋଜ ହୋଇଯାଇଛି । ଘଟଣା ଦିନ ୧୦ଟା ସମୟର ସେ ତା ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲା । ତାପରେ ସେ ଆଉ ଘରକୁ ଫେରିନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ମଧ୍ୟ କରିଥିଲେ ନପାଇବାରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଦୀର୍ଘ ୧୦ଦିନ ହେବ ପିଲାଟିର କିଛି ପତ୍ତା ମିଳୁନଥିବାରୁ ପାଗଳି ପ୍ରାୟ ହୋଇପଡ଼ିଛନ୍ତି ମାଆ ପାର୍ବତୀ ବେହେରା ।

ଖେଳୁ ଖେଳୁ ଫାଟିଗଲା ଡିଟୋନେଟର, ଅଳ୍ପକେ ବର୍ତ୍ତିଲେ ୩ ଶିଶୁ

ଗଞ୍ଜାମ: ହିଞ୍ଜିଳି  ଥାନା ସମପୁର ଗାଁରେ ଅଘଟଣ । ଡିଟୋନେଟର ଫୁଟିବାରୁ ୩ ଛାତ୍ର ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ହିଞ୍ଜିଳି ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ବିସ୍ଫୋରଣ ପଛର କାରଣ ସ୍ପଷ୍ଟ ହୋଇପାରିନି । ସେପଟେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଆଜି ସକାଳୁ ୩ ଜଣ ନାବାଳକ ଖେଳିବା ପାଇଁ ବାହାରକୁ ଯାଇଥିଲେ । ପରିତ୍ୟକ୍ତ ସ୍ଥାନରୁ ଏକ ଡିଟୋନେଟର ପାଇ ସେଥିଲେ ଖେଳୁଥିଲେ । କୌଣସି କାରଣରୁ ସେହି ଡିଟୋନେଟରଟି ଫାଟିଯାଇଥିଲା । ଯାହାଫଳରେ ୩ ଜଣ ନାବାଳକୁ ଗୁରୁତର ଆହତ ହୋଇଥିଲେ । ନାବାଳକ ମାନଙ୍କର ବୟଷ ୧୦ ରୁ ୧୨ ମଧ୍ୟରେ ହେବ । ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ୩ ନାବାଳକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

 

ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ ଭାଇରସ ଭୟ । ନୂଆଦିଲ୍ଲୀ ଓ ତେଲେଙ୍ଗାନାରେ ୨ କରୋନା ଆକ୍ରାନ୍ତ । ଦୁଇଜଣ ଆକ୍ରାନ୍ତ ନିକଟରେ ବିଦେଶ ଗସ୍ତ କରି ଫେରିଛନ୍ତି । ଦିଲ୍ଲୀର ଆକ୍ରାନ୍ତ ଇଟାଲୀରୁ ଏବଂ ତେଲେଙ୍ଗାନାର ଆକ୍ରାନ୍ତ ଦୁବାଇରୁ ଫେରିଥିବା ଜଣାପଡ଼ିଛି । ସେପଟେ  ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ କରୋନା ସନ୍ଦିଗ୍ଧ । ଉଭୟ ଦିଲ୍ଲୀ ଓ ତେଲେଙ୍ଗାନାରେ ରିପୋର୍ଟ ପଜିଟିଭ ଆସିଛି । ତେବେ ଜୟପୁର ସନ୍ଦିଗ୍ଧଙ୍କ ରିପୋର୍ଟକୁ ନେଇ ଏବେ କିଛି ସ୍ପଷ୍ଟ କରିନି ସ୍ବାସ୍ଥ୍ୟବିଭାଗ । ଇଟାଲୀରୁ ଆସିଥିବା ପର୍ଯ୍ୟଟକଙ୍କ ଦେହରେ କରୋନା ଭାଇରସ ଥିବାର ଲକ୍ଷଣ ଦେଖାଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଜୟପୁରର ସଓ୍ବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ ଅନୁସାରେ ପ୍ରଥମ ଥର୍ମାଲ ସ୍କ୍ରୀନିଂ ସମୟରେ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଦ୍ୱିତୀୟ ଥର ରିପୋର୍ଟ ପଜିଟିଭ ଆସିଥିଲା । ଭାରତରେ ଏହାକୁ ମିଶାଇ ୬ଟି କରୋନା କେସ୍‌ ସାମ୍ନାକୁ ଆସିଛି ।

ସେପଟେ ସତର୍କତା ଦୃଷ୍ଟିରୁ ଇରାନ ନାଗରିକଙ୍କୁ ଜାରି ଭିସାକୁ ବାତିଲ କରିଛି ଭାରତ । ବର୍ତ୍ତମାନ ସୁଦ୍ଧା ଇରାନରେ କରୋନାରେ ୬୬ ଜଣଙ୍କର ମୃତ୍ୟୁ ଓ ୧ ହଜାରରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଏଭଳି ସ୍ଥିତିରେ ସେଠାରେ ରହୁଥିବା ଭାରତୀୟ ଛାତ୍ର, ମତ୍ସ୍ୟଜୀବୀ ଓ ତୀର୍ଥଯାତ୍ରୀ ଫଶି ରହିଛନ୍ତି ।  ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭାଇରସ, ୨ ହଜାର ୮୦୦ ଲୋକଙ୍କ ଜୀବନ ନେଇସାରିଛି ।

ପୁଣି ବର୍ଷା ସମ୍ଭାବନା ! ୨୪ ଘଣ୍ଟାରେ ଭିଜିବ ରାଜ୍ୟର ୫ ଜିଲ୍ଲା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ଗଜପତି, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାଛଡା ଆସନ୍ତା ୪ ତାରିଖ ବେଳକୁ କନ୍ଧମାଳ, ଯାଜପୁର, ବାଲେଶ୍ୱର, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ୫ ଏବଂ ୬ ତାରିଖରେ ଉତ୍ତର ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହେବ ବୋଲି ସୂଚନା ରହିଛି ।

ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ଆଜି ସାଢେ୧୨ଟାରେ ସୁନ୍ଦରଗଡ଼ ଷ୍ଟାଡିୟମରେ ପହଞ୍ଚି ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ସୁନ୍ଦରଗଡ଼ ଭବାନୀ ଭବନ ପଡିଆରେ ଏକ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ଯୁକ୍ତଦୁଇ ପରୀକ୍ଷା ଆରମ୍ଭ: ସବୁ ହବ୍‌ରେ ପହଞ୍ଚିସାରିଛି ପ୍ରଶ୍ନପତ୍ର

ଭୁବନେଶ୍ୱର: ଆଜିଠୁ ଯ଼ୁକ୍ତଦୁଇ ପରୀକ୍ଷା ।  ସବୁ ହବ୍‌ରେ ପହଞ୍ଚିସାରିଛି ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ । ଚଳିତବର୍ଷ ରାଜ୍ୟର ୧୧୪୩ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୦ହଜାର ୮୦୦ ପିଲା ପରୀକ୍ଷା ଦେବେ । କପି ରୋକିବା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଗଜପତି, ରାୟଗଡା ଏବଂ ମାଲକାନଗିରିରେ ପ୍ରଶ୍ନପତ୍ର ହବ୍‌କୁ ଜଗି ରହିଛନ୍ତି ଆର୍ମଫୋର୍ସ । ମାଲକାନଗିରିରେ ୩ଟି ଷ୍ଟ୍ରଙ୍ଗରୁମ୍‌ କରାଯାଇଥିବା ବେଳେ ଗଜପତିରେ ୪ଟି ଏବଂ ରାୟଗଡାରେ ୫ଟି ହବ୍‌ରେ ପ୍ରଶ୍ନପତ୍ର ରହିଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ସବୁ ହଲରେ କାନ୍ଥଘଣ୍ଟା ଲଗାଯାଇଛି । ପରୀକ୍ଷା ହଲକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କୁ ଦୁଇ ଥର ଚେକିଂ କରାଯିବ । ସେପଟେ ଚାପମୁକ୍ତ ହୋଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।