ପୁଣି ବର୍ଷା ସମ୍ଭାବନା ! ୨୪ ଘଣ୍ଟାରେ ଭିଜିବ ରାଜ୍ୟର ୫ ଜିଲ୍ଲା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ଗଜପତି, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାଛଡା ଆସନ୍ତା ୪ ତାରିଖ ବେଳକୁ କନ୍ଧମାଳ, ଯାଜପୁର, ବାଲେଶ୍ୱର, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ୫ ଏବଂ ୬ ତାରିଖରେ ଉତ୍ତର ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହେବ ବୋଲି ସୂଚନା ରହିଛି ।

Leave a Reply