କରୋନା ନେଇ କେନ୍ଦ୍ର ସରକାରଙ୍କ ବଡ଼ ଖୁଲାସା, ରୋହିଙ୍ଗ୍ୟାଙ୍କ ଜମାତ୍ ଲିଙ୍କ୍ !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରିବାକୁ ଯୋଜନା କରାଯାଉଥିବା ଗୁଇନ୍ଦା ସୂଚନା ପରେ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରାଳୟ ବଡ଼ ଖୁଲାସା କରିବା ସହ ରୋହିଙ୍ଗ୍ୟାଙ୍କ, ଜମାତ୍ ଲିଙ୍କର ଖୋଳତାଡ଼ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ରୋହିଙ୍ଗ୍ୟା ଶରଣାର୍ଥୀ ଓ ତବିଲିଗି ଜମାତ୍ ସହ ସମ୍ପର୍କ କଣ ? ରୋହିଙ୍ଗ୍ୟା ମୁସଲିମ୍ ଓ ସେମାନଙ୍କ ପରିଚିତଙ୍କ କୋଭିଡ୍ ଟେଷ୍ଟ ପାଇଁ ଗୃହ ମନ୍ତ୍ରାଳୟ କହିଛି ।

ଗୃହ ମନ୍ତ୍ରାଳୟର ସୂଚନା ଅନୁଯାୟୀ ରୋହିଙ୍ଗ୍ୟା ମୁସଲମାନ ମାନେ ତବିଲିଗି ଜମାତ ସହ ଇଜତିମା ଓ ଅନ୍ୟ ଧାର୍ମିକ ସମ୍ମେଳନରେ ଭାଗ ନେଉଥିଲେ । ସେମାନ ମଧ୍ୟ ଏହି ଧାର୍ମିକ ସମ୍ମିଳନୀରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଦେଶର ବିଭିନ୍ନ କ୍ୟାମ୍ପରେ ରହୁଥିବା ରୋହିଙ୍ଗ୍ୟା ଜମାତରେ ଭାଗନେବା ପରେ ଆଉ ଫେରିନାହାଁନ୍ତି । ହାଇଦ୍ରାବାଦରେ ଥିବା ରୋହିଙ୍ଗ୍ୟା କ୍ୟାମ୍ପର କୋଭିଡ୍ ଟେଷ୍ଟ ପାଇଁ କୁହାଯାଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ତେଲଙ୍ଗାନାରେ ରହୁଥିବା ରୋହିଙ୍ଗ୍ୟା ସମୁଦାୟର ଲୋକମାନେ ତବିଲିଗି ଜମାତ୍ ସହ ହରିୟାଣାର ମେୱାନରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶ୍ରମ ବିହାର ଓ ଶାହିନବାଗରେ ରହୁଥିବା ରୋହିଙ୍ଗ୍ୟା ମଧ୍ୟ ତବଲିଗି ଯାଇଥିଲେ । ଏଥିସହ ଡେରାବାସୀ, ପଞ୍ଜାବ ଓ ଜମ୍ମୁ କଶ୍ମୀରରେ ରହୁଥିବା ରୋହଙ୍ଗ୍ୟା ଜମାତରେ ଭାଗ ନେଇ ଫେରିଥିବା ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ତେଣୁ, ସେମାନଙ୍କ ସ୍କ୍ରିନିଂ ସହ ତଥ୍ୟ ଦେବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଗୃହ ମନ୍ତ୍ରାଳୟର ସୂଚନା ମୁତାବକ ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ରହୁଛନ୍ତି । ଏପରିକି ଜମାତ୍ ଯାଇଥିବା ୫୦୦ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି ।

ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ତବିଲିଗି ଜମାତ ମରକଜ ଲାଗି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ପୋଲିସ୍ ଜମାତର ମୌଲାନା ମୋହମ୍ମଦ ସାଦ ସେମତ ଅନ୍ୟ କିଛି ଜଣଙ୍କ ନାଁରେ ହତ୍ୟା ଭଳି ସଙ୍ଗୀନ ମାମଲା ରୁଜୁ କରିଛି । ଜମାତରେ ସାମିଲ୍ ହୋଇଥିବା ପ୍ରାୟ ୧୮୯୦ ଜଣଙ୍କ ନାଁରେ ଲୁକଆଉଟ୍ ସର୍କୁଲାର ଜାରି ହୋଇଛି ।

Leave a Reply