spot_img
Home Blog Page 7352

ଦେଶରେ କମୁଛି କରୋନା କାୟା, ୪୦ ପ୍ରତିଶତ କମିଲା ସଂକ୍ରମଣ ବେଗ…ଲକଡ଼ାଉନ ଘୋଷଣା ପରେ ସ୍ଥିତି ନିୟନ୍ତ୍ରଣ

କରୋନାର ପ୍ରଭାବ ଧିରେ ଧିରେ ଦେଶରେ କମୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ବିଶ୍ୱରେ ବଢିଚାଲିଛି ସତ ହେଲେ ଭାରତରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ରିପୋର୍ଟ ଅନୁସାରେ ଏପ୍ରିଲ ୧ତାରିଖ ପରଠାରୁ କରୋନା ସଂକ୍ରମଣ ବେଗ ୪୦ ପ୍ରତିଶତ କମିଛି । କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ର।ଳୟ ତଥ୍ୟ ଅନୁଯାୟୀ ମାର୍ଚ୍ଚ ମାସ ତୁଳନାରେ ଏହି ଭୂତାଣୁ ସଂକ୍ରମଣ ବେଗ ଯଥେଷ୍ଟ କମିଛି । ମାର୍ଚ୍ଚ ମାସ ୧୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଭିତରେ ଏହାର ଗ୍ରୋଥରେଟ୍‌ ୨.୧ ଥିଲା, ଯାହା ବର୍ତ୍ତମାନ ୧.୨ ଅଛି । ତେବେ ଏହାର ଗୋଟିଏ ମାତ୍ର ଶ୍ରେୟ ହେଉଛି ସଚେତନତା ଓ ସାମାଜିକ ଦୂରତା ରକ୍ଷା । ଯେଉଁ ସବୁ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି ସେ ଅଞ୍ଚଳକୁ ସିଲ କରାଯିବାର ତ୍ୱରିତ୍‌ ପଦକ୍ଷେପ ମଧ୍ୟ ଏଦିଗରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ଉଚିତ ସମୟରେ ଲକଡ଼ାଉନ ଘୋଷଣା ଏବଂ ପରବର୍ତ୍ତି ସମୟରେ ଲକଡ଼ାଉନକୁ ବଳବତ୍ତର ରଖିବା ଦେଶରେ ସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିଛି । ଏମିତି ହୋଇନଥିଲେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ବଢିଥାନ୍ତା । ଅନ୍ୟ ଦେଶମାନଙ୍କରେ ଏଭଳି ପଦକ୍ଷେପ ଗ୍ରହଣ କରିବା ବିଳମ୍ବହୋଇଥିବାରୁ ସ୍ଥିତି ଖୁବ୍‌ ଅଧିକ ଭୟଙ୍କର ହୋଇଉଠିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ରିକୋଭରି କ୍ଷେତ୍ରରେ ମଧ୍ୟ ପୂର୍ବପେକ୍ଷା ସକାରାତ୍ମକ ଫଳ ମିଳିଛି ଯାହା କରୋନା ସହ ଲଢେଇ କରିବାର ମନୋବଳକୁ ସୁଦୃଢ କରିଛି । ପୂର୍ବରୁ ଏହି ରେଟ ୧୦.୦୬ ପ୍ରତିଶତ ଥିବା ବେଳେ ଏବେ ଏହା ୧୩.୦୬ ପ୍ରତିଶତ ରହିଛି ।

ଦେଶରେ କରୋନା ପଜିଟିଭ ମାମଲାରେ ୩୦% ରୋଗୀ ତବଲିଗି ଜମାତର ସହ ଜଡ଼ିତ, ୪୦ ହଜାର ଲୋକ ହୋଇଥିଲେ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ରୋଗୀ ତବଲିଗି ଜମାତ ସହିତ ଜଡିତ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏପର୍ଯ୍ୟନ୍ତ ୪,୦୦୦ ରୁ ଅଧିକ ମାମଲା ତବଲିଗି ଜାମାତ ସହ ଜଡିତ ଅଛି ଏବଂ ୪୦ ହଜାରରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପରିସଂଖ୍ୟାନରେ ଏପର୍ଯ୍ୟନ୍ତ ୪୨୯୧ ଟି ମାମଲା ଦିଲ୍ଲୀର ନିଜାମୁଦ୍ଦିନଙ୍କ ତବଲିଗି ଏବଂ ମୋଟ ୩୦% ଜାମାତ ମାମଲା ସହ ଜଡିତ ଅଛନ୍ତି । ସୂଚନାନୁସାରେ ଆସାମର ୯୧ ପ୍ରତିଶତ, ତାମିଲନାଡୁର ୮୪ ପ୍ରତିଶତ, ଆଣ୍ଡାମାନର ୮୩ ପ୍ରତିଶତ, ତେଲେଙ୍ଗାନାର ୭୯ ପ୍ରତିଶତ, ଦିଲ୍ଲୀର ୬୩ ପ୍ରତିଶତ, ମଧ୍ୟପ୍ରଦେଶର ୬୧ ପ୍ରତିଶତ ଏବଂ ଉତ୍ତରପ୍ରଦେଶର ୫୯ ପ୍ରତିଶତ ତବଲିଗି ସହ ଜଡିତ।

ବର୍ତ୍ତମାନ, ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ସଂଖ୍ୟା ହେଉଛି ୩.୩ । ୮୩ ପ୍ରତିଶତ କରୋନା ମୃତକଙ୍କ ମଧ୍ୟରେ ପୂର୍ବରୁ ରୋଗ ଥିବା ଜଣାପଡ଼ିଛି । ୦ ରୁ ୪୫ ବର୍ଷ ମଧ୍ୟରେ ୧୪.୪ ପ୍ରତିଶତ, ୪୫ ରୁ ୬୦ ବର୍ଷ ମଧ୍ୟରେ ୧୦.୩ ପ୍ରତିଶତ, ୬୦ ରୁ ୭୫ ବର୍ଷ ମଧ୍ୟରେ ୩୩.୧ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମୃତ୍ୟୁ ହାର ୭୫.୩ ଏବଂ ମୃତ୍ୟୁର ୪୨.୨ ପ୍ରତିଶତ ୭୫ ବର୍ଷରୁ ଅଧିକ। ବଢ଼ୁଥିବା ମାମଲାଗୁଡ଼ିକ ମଧ୍ୟରେ ଏକ ଖୁସି ଖବର ଅଛି ଯେ ଗତ ୨୮ ଦିନ ଧରି ୨୩ ଟି ରାଜ୍ୟର ୪୫ ଟି ଜିଲ୍ଲାରୁ କୌଣସି ମାମଲା ରୁଜୁ ହୋଇନାହିଁ ଏବଂ ପୁନରୁଦ୍ଧାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି |

ଶନିବାର ଦିନ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ୧୩.୮୫ ଥିବାବେଳେ ଶୁକ୍ରବାର ଦିନ ୧୩.୦୬, ଗୁରୁବାର ଦିନ ୧୨.୦୨, ବୁଧବାର ୧୧.୪୧  ଏବଂ ମଙ୍ଗଳବାର ଦିନ ୯.୯୯ ପ୍ରତିଶତ ଥିଲା। ଆଶାବାଦୀମାନଙ୍କ ମଧ୍ୟରେ ମଧ୍ୟ କିଛି ସଂଖ୍ୟା ଅଛି ଯେଉଁମାନେ ଆଶା ସୃଷ୍ଟି କରନ୍ତି ଏବଂ ମେ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ଦେଶରେ କରୋନାଙ୍କ ସଠିକ ଚିତ୍ର ପ୍ରକାଶ ପାଇବ | କିନ୍ତୁ ବର୍ତ୍ତମାନ କରୋନାକୁ ପରାସ୍ତ କରିବାକୁ ଯୁଦ୍ଧ ଚାଲିଛି।

ଦେଶରେ କମୁଛି କରୋନା ପ୍ରଭାବ…୪୦ ପ୍ରତିଶତ କମିଲା ସଂକ୍ରମଣ ବେଗ…ଲକଡ଼ାଉନ ଘୋଷଣା ପରେ ସ୍ଥିତି ନିୟନ୍ତ୍ରଣ…ସେପଟେ ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ସୂଚନା, ନିଜାମୁଦିନ୍‌ ଘଟଣା ପରେ ଦେଶରେ ୨୦ରୁ ଅଧିକ ଜିଲ୍ଲା ହେଲେ ପ୍ରଭାବିତ

ଦେଶରେ କମୁଛି କରୋନା ପ୍ରଭାବ…୪୦ ପ୍ରତିଶତ କମିଲା ସଂକ୍ରମଣ ବେଗ…ଲକଡ଼ାଉନ ଘୋଷଣା ପରେ ସ୍ଥିତି ନିୟନ୍ତ୍ରଣ…ସେପଟେ ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ସୂଚନା, ନିଜାମୁଦିନ୍‌ ଘଟଣା ପରେ ଦେଶରେ ୨୦ରୁ ଅଧିକ ଜିଲ୍ଲା ହେଲେ ପ୍ରଭାବିତ

ମାନସମ୍ମାନ ବଢିବ, ଅର୍ଥ ମିଳିବାର ଯୋଗ ରହିଛି…ନିଜ ରୋଜଗାରକୁ ନେଇ ଚିନ୍ତାରେ ରହିବେ

ଏପ୍ରିଲ ୧୯ ତାରିଖ ୨୦୨୦ ମସିହା, ରବିବାର, ମେଷ ୭ଦିନ,

ଶକାଦ୍ଦ ୧୯୪୨ ,ଶାଲ ୧୪୨୭ , ବିକ୍ରମ ସମ୍ବତ୍‌ ୨୦୭୭,

ବୈଶାଖ ମାସ ,କୃଷ୍ଣ ପକ୍ଷ ,ଦ୍ଵାଦଶୀ ତିଥି,

ଯୋଗିନୀ ନୈରୁତ କୋଣରେ ଅବସ୍ଥାନ କରିବେ, ତେଣୁ ନୈରୁତ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ମିଥୁନରାଶି ପୁରୁଷ ଓ ମୀନ ରାଶିର ଘାତଚନ୍ଦ୍ର

ଘାତବାର- ମେଷ ରାଶିର ଘାତବାର

ଶୁଭ ସମୟ-ସକାଳ ୬ଟା ୧୭ ମିନିଟ୍‌ ପରେ ଦିନ ୯ଟା ୪୦ ମିନିଟ୍‌ ମଧ୍ୟରେ

ମେଷରାଶି

ଅଶ୍ବିନୀ ନକ୍ଷତ୍ର- ଶୁଭ ଖବର, ଅର୍ଥ ମିଳିବ, ଆଶା ପୂରଣ ହେବ

ଦ୍ବିଜା ନକ୍ଷତ୍ର- ଭଲ ଚାକିରୀ ପାଇଁ ସୁ-ଖବର ପାଇବେ

କୃତ୍ତିକାନକ୍ଷତ୍ର- ସବୁ କାମରେ ବାଧା ଆସିବ, ଅର୍ଥହାନି ଘଟିବ

ପ୍ରାତଃ ସମୟରେ ସୂର୍ଯ୍ୟ ନମସ୍କାର କରନ୍ତୁ

ବୃଷରାଶି

କୃତ୍ତିକା ନକ୍ଷତ୍ର- ରୋଜଗାର ପାଇଁ ନୂଆ ଯୋଜନା କରିବେ

ରୋହିଣୀ ନକ୍ଷତ୍ର- ମାନସମ୍ମାନ ବଢିବ, ଅର୍ଥ ମିଳିବାର ଯୋଗ ରହିଛି

ମଗଶିରା ନକ୍ଷତ୍ର- କୈାଣସି ଯୋଜନା କରିଲେ ବି ତାହା ବିଫଳ ହେବ

ସୂର୍ଯ୍ୟଦେବଙ୍କୁ ତିନିଥର ଜଳ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- କିଛି ସୁସମ୍ବାଦ ପାଇପାରନ୍ତି,ମାଙ୍ଗଳିକ କାମର ସୂଚନା ପାଇବେ

ଆର୍ଦ୍ରା ନକ୍ଷତ୍ର- ବିବାହ କାର୍ଯ୍ୟ ଆଗେଇବା ପାଇଁ ଶୁଭ ସମୟ ରହିଛି

ପୁନର୍ବସୁ ନକ୍ଷତ୍ର- ନିଜ ରୋଜଗାରକୁ ନେଇ ଚିନ୍ତାରେ ରହିବେ, ମାନସିକ ଅଶାନ୍ତି ବଢିବ

ପିତଳ ବାସନରେ ଠାକୁରଙ୍କୁ ଭୋଗ ଲଗାନ୍ତୁ

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର-ଯାହା ବି ବିପଦଯୋଗ ରହିଛି ତାହା ଆପେ ଦୁର ହୋଇଯିବ

ପୁଷ୍ୟ। ନକ୍ଷତ୍ର- ଅଚାନକ ଆପଣଙ୍କୁ ଧନ ପ୍ରାପ୍ତ ହେବ

ଅଶ୍ଲେଷା ନକ୍ଷତ୍ର- ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ

ରୂପା ପାତ୍ରରେ ଠାକୁରଙ୍କୁ ଭୋଗ ଲଗାନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ବିବାହ ଓ ଅନ୍ୟ କିଛି ମାଙ୍ଗଳିକ କାମ ପାଇଁ ସୁଯୋଗ ଆସିପାରେ

ପୂର୍ବା ଫାଲଗୁନୀ ନକ୍ଷତ୍ର- ବ୍ୟବସାୟ କରୁଥିଲେ ସେଥିରେ ଅଧିକ ଲାଭ ପାଇବେ

ଉତ୍ତରା ଫାଲଗୁନୀ ନକ୍ଷତ୍ର- କୈାଣସି କାମକୁ ନେଇ ବିବାଦ ବଢିପାରେ, ଜଗିରଖି ଚଳନ୍ତୁ

ସୂର୍ଯ୍ୟଦେବଙ୍କୁ ଜଳରେ କିଛି କୁଙ୍କୁମ ମିଶାଇ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ପୂର୍ବରୁ ରହିଥିବା ସମସ୍ୟାର ସମାଧାନ ହେବ

ହସ୍ତା ନକ୍ଷତ୍ର- ଗୁପ୍ତଶତ୍ରୁମାନଙ୍କର ଷଡଯନ୍ତ୍ର ଜାଣିପାରିବେ

ଚିତ୍ରା ନକ୍ଷତ୍ର- ଦେହ ଖରାପ ରହିବା ସହିତ କାମରେ ବାଧା ଆସିବ

ସୂର୍ଯ୍ୟଦେବଙ୍କୁ ଦୀପ ଦାନ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଶୁଭ ରହିଛି

ସ୍ବାତୀ ନକ୍ଷତ୍ର- ବ୍ୟବସାୟ ପାଇଁ ବନ୍ଧୁଙ୍କର ସହଯୋଗ ପାଇବେ

ବିଶାଖା ନକ୍ଷତ୍ର- ମାନସିକ ଅବସାଦ ଲାଗି ରହିବ

ଧଳାବସ୍ତ୍ର ପିନ୍ଧି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ବନ୍ଧୁଙ୍କ ସହ ମିଶି କିଛି ନୂଆ ବ୍ୟବସାୟ ଆରମ୍ଭ ପାଇଁ ଯୋଜନା କରିପାରନ୍ତି

ଅନୁରାଧା ନକ୍ଷତ୍ର- ଭାଇ ଓ ଭଉଣୀଙ୍କ ଠାରୁ ବଡ ସାହାଯ୍ୟ ପାଇପାରନ୍ତି

ଜ୍ୟେଷ୍ଠା ନକ୍ଷତ୍ର- ରାସ୍ତାରେ ବିପଦ ରହିଛି, ଘରୁ ବାହାରନ୍ତୁ ନାହିଁ

ସୂର୍ଯ୍ୟଦେବଙ୍କୁ ମନ୍ଦାର ଫୁଲରେ ଅର୍ଘ୍ୟ ପ୍ରଦାନ କରନ୍ତୁ

ଧନୁରାଶି

ମୂଳାନକ୍ଷତ୍ର- ଯାନବାହନ କିଣିବାର ସୁଯୋଗ ରହିଛି

ପୂର୍ବାଷାଢା ନକ୍ଷତ୍ର- କାହାଠାରୁ କିଛି ଅର୍ଥ ସାହାଯ୍ୟ ପାଇପାରନ୍ତି

ଉତ୍ତରାଷାଢା ନକ୍ଷତ୍ର- ଦୁର ଯାତ୍ରା ସ୍ଥଗିତ ରହିପାରେ, ଅର୍ଥ ମିଳିବ ନାହିଁ

ଚମ୍ପା ଫୁଲରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- କୈାଣସି ଆଶା ରହୁଥିଲେ ତାହା ଆଜି ପୂରଣ ହେବ

ଶ୍ରବଣା ନକ୍ଷତ୍ର- ମନମନାନ୍ତର ଦୁର ହୋଇଯିବ

ଧନିଷ୍ଠା ନକ୍ଷତ୍ର- ଅର୍ଥ ପାଇଁ କାମରେ ବାଧା ଆସିବ

ସୂର୍ଯ୍ୟଦେବଙ୍କୁ ଜଳରେ ଗଙ୍ଗାଜଳ ମିଶାଇ ଅର୍ଘ୍ୟ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ମାଙ୍ଗଳିକ କାମ ହୋଇପାରେ, ପୁରୁଣା ଦିନର ବନ୍ଧୁଙ୍କ ସହ ସାକ୍ଷାତ ମଧ୍ୟ ହେବ

ଶତଭିଷା ନକ୍ଷତ୍ର- ଆର୍ଥିକ ଲାଭ ହେବା ସହିତ, ବାହାରକୁ ଯିବାର ସୁଯୋଗ ମଧ୍ୟ ପାଇବେ

ପୂର୍ବାଭାଦ୍ରପଦ ନକ୍ଷତ୍ର- ଦେହ ଭଲ ରହିବ ନାହିଁ, ଅର୍ଥ ଯୋଗୁଁ ମାନସିକ ଅଶାନ୍ତି ରହିବ

ସୂର୍ଯ୍ୟଦେବଙ୍କୁ ଗୁଡ,ଚଣାରେ ପୂଜା କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର – ରାଜନୀତିରେ ସଫଳତା ପାଇପାରନ୍ତି

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଅର୍ଥ ସମସ୍ୟାର ସମାଧାନ ହେବ, କିଛି ଅର୍ଥ ଋଣଭାବରେ ମିଳିପାରେ

ରେବତୀ ନକ୍ଷତ୍ର- ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇପାରେ, ମାନସିକ ଅଶାନ୍ତି ଭୋଗି ପାରନ୍ତି

ସୂର୍ଯ୍ୟଦେବଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

ଯୋଗାଯୋଗ-9937343533

 

 

ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ଜଳେଶ୍ୱର: କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ନେଇଛି ୨ ଜୀବନ । ଚିଙ୍ଗୁଡ଼ି ଘେରି କାମ ସାରି ଫେରିବା ବେଳେ ବଜ୍ରାଘାତରେ ଟଳି ପଡ଼ିଛନ୍ତି ୨ ଭାଇ । ଏ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଆଳୁମେଦା ଗାଁରେ ।

ସନ୍ଧ୍ୟାରେ ହଠାତ୍ ଘଡ଼ିଘଡ଼ି ସହ ବର୍ଷା ଓ ପବନ ହୋଇଥିଲା । ୨ ଭାଇ ଚିଙ୍ଗୁଡ଼ି ଘେରି କାମ ସାରି ଘରମୁହାଁ ହୋଇଥିଲେ । ଅଧାବାଟରେ ଆକାଶରୁ ଖସିଥିଲା ମୃତ୍ୟୁ । ସେହିଠାରେ ହିଁ ଟଳି ପଡ଼ିଥିଲେ ୨ ଭାଇ । ମୃତ ୨ ଭାଇ ଆଳୁମେଦା ଗାଁର ଜଗନ୍ନାଥ ପ୍ରଧାନ ଓ କାଳୀଚରଣ ପ୍ରଧାନ ।

ଶାଢି ଚ୍ୟାଲେଞ୍ଜକୁ ସାବଧାନ: ପର୍ଣ୍ଣ ସାଇଟରେ ପରସା ଯାଇପାରେ ଆପଣଙ୍କ ଫଟୋ !

ଏବେ ଲକଡ଼ାଉନର ସମୟ । ନିଜ ସମୟ ଅତିବାହିତ କରିବା ପାଇଁ ଯ଼ୁବପିଢୀ ଦିନ ତମାମ ବ୍ୟସ୍ତରହୁଛନ୍ତି ସୋସିଆଲ ମିିଡିଆ ଆପରେ । କେତେ ଚ୍ୟାଲେଞ୍ଜ, କେତେ ଗେମ୍, ଆଉ କେତେ ରେଟିରେ ଜଣେ ଅନ୍ୟଜଣଙ୍କୁ କରୁଛନ୍ତି ଟ୍ୟାଗ୍‌ । ଏସବୁକୁ ନେଇ ତାଙ୍କ ଉତ୍ସକତା କାହିଁରେ କଣ । ହେଲେ ଏଭିତରେ ସବୁଠୁ ପପୁଲାର ହୋଇଛି ଶାଢୀ ଚ୍ୟାଳେଞ୍ଜ । ମାନେ ନିଜର ଏକ ସୁନ୍ଦର ଶାଢୀପିନ୍ଧା ଫଟୋକୁ ଫେସବୁକରେ ପୋଷ୍ଟ କରିବା ସହ ଯ଼ୁବତୀ ଓ ମହିଳା ଲେଖୁଛନ୍ତି ଚ୍ୟାଲେଞ୍ଜ ଆକ୍ସସେପ୍ଟେଡ଼ । ପୁଣି ନିଜର ଜଣେ ବନ୍ଧୁଙ୍କୁ ଏ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କରୁଛନ୍ତି ଇନଭାଇଟ ।

ଏମିତି ନୁହେଁ ଯେ ଆଗରୁ ଏଭଳି ଚ୍ୟାଲେଂଜ ନଥିଲା । ଏଭଳି ଚ୍ୟାଲେଂଜ ଆଗରୁ ବି ଆସିଛି ଆଉ ଆପଣ ମଧ୍ୟ ସେଥିରେ ବଢିଚଢି ଭାଗ ନେଇଥିବେ ।  ଯେମିତି ଆଇସ ବକେଟ୍ ଚ୍ୟାଲେଂଜ୍ । ତେବେ ଏବେ ଶାଢି ଚ୍ୟାଲେଂଜକୁ ନେଇ   ଯେଉଁ ଖବର ଆସୁଛି ତାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ନିହାତି ଚକ୍କର ଖାଇବ ।

ଖବର ଏମିତି ଡିପନ୍ୟୁଡ୍ ନାମକ ୱେବସାଇଟ୍ ଶାଢି ଚ୍ୟାଲେଂଜରେ ଅଂଶଗ୍ରହଣ କରିଥିବା କିଛି ମହିଳା,ଯୁବତୀଙ୍କ ଫଟୋକୁ ଆଡଭାନ୍ସ ଏଡିଟିଂ ଦ୍ୱାରା ନଗ୍ନତାର ରୂପ ଦେଇ ପର୍ଣ୍ଣ ସାଇଟରେ ପରସୁଥିବା ଖବର ଆସୁଛି । ତେଣୁ ଆପଣ ଯଦି ଶାଢି ପିନ୍ଧି.. ଚ୍ୟାଲେଂଜ୍ ଆସେପ୍ଟଡ୍ ଲେଖି ନିଜ ଷ୍ଟାଟସ ଅପଡେଟ୍ କରିବା କଥା ଚିନ୍ତା କରୁଛନ୍ତି ତେବେ ଟିକେ ସତର୍କ ହୋଇଯାନ୍ତୁ । ଏଭଳି ଚ୍ୟାଲେଂଜରୁ ଦୁରେଇ ରୁହନ୍ତୁ କିମ୍ବା ଫଟୋର ପ୍ରାଇଭେସି ସେଟିଂକୁ ଗୁରୁତ୍ୱ ଦିଅନ୍ତୁ ।

ସତର୍କ ରୁହନ୍ତୁ ,ସୁରକ୍ଷିତ ରୁହନ୍ତୁ । କାରଣ ଇଣ୍ଟରନେଟର କଳା ଦୁନିଆର ଆଉ ଗୋଟିଏ ନାମ ହେଲା ୱେବ୍ । ମାନେ ବୁଢିଆଣି ଜାଲ । ଦୃଷ୍ୟମାନ ୱେବକୁ ଛାଡି ଆଉ ୱେବର ଆଉ ଗୋଟିଏ ଦୁନିଆ ମଧ୍ୟ ରହିଛି ଯାହା ବ୍ଲାକ୍ ୱେବ୍ ନାମରେ କୁଖ୍ୟାତ । ଭାବିଚିନ୍ତୁ ନିଜ ଫଟୋ ସେୟାର କରନ୍ତୁ  । ଯେମିତି ଆପଣ ବ୍ଲାକ ୱେବର ଶିକାର ହେବେନି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

(ସ୍ମୃତିଲଗ୍ନା ନନ୍ଦ)

 

କାଶ୍ମୀରରେ ବଡ଼ ଧରଣରେ ଆତଙ୍କବାଦୀ ଆକ୍ରମଣ: ସିଆରପିଏଫର ୩ ଯବାନ ସହିଦ

ଶ୍ରୀନଗର: ଜାମ୍ମୁକାଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଜିଲ୍ଲାରେ ବଡ ଧରଣର ଆତଙ୍କବାଦୀ ଆକ୍ରଣ ହୋଇଛିଯେଉଁଥିରେ ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତିଆତଙ୍କବାଦୀ ସିଆରପିଏଫ୍ ପୋଲିସର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ

ଏହାପୂର୍ବରୁ ଶୁକ୍ରବାର ଦିନ ଆତଙ୍କବାଦୀ ପୁଲୱାମା ଜିଲ୍ଲାର ନେଭାଠାରେ ସୁରକ୍ଷାବଳଙ୍କ ଉପରେ ହମଲା କରିଥିଲେଯେଉଁଥିରେ ସିଆରପିଏଫର ଜଣେ ଯବାନ ଆହତ ହୋଇଥଇଲେପରେ ତାଙ୍କୁ ଆର୍ମୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା

ବିଶିଷ୍ଟ ସାହିତ୍ୟିକ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ରତ୍ନାକର ଚଇନୀଙ୍କ ପରଲୋକ

କଟକ: ପ୍ରତିଷ୍ଠିତ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ ରତ୍ନାକର ଚଇନିଙ୍କ ପରଲୋକ। ୭୫ ବର୍ଷ ବୟସରେ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ଜଣେ ପ୍ରଶାସନିକ ଅଧିକାରୀ ଏବଂ ସୁଲେଖକଭାବେ ତାଙ୍କ ବେଶ୍‌ ଖ୍ୟାତି ରହିଥିଲା । ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାଁ ରତ୍ନାକର ଚଇନି ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ ।  ଏଯାବତ୍ ତାଙ୍କର ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।  ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଗଳ୍ପଗୁଡ଼ିକ ହେଲା- ଗପ, ମୁଠାଏ ଶୂନ୍ୟତା, ଋତୁର ନାମ ପିପାସା, ନିଷିଦ୍ଧ ଶୃଙ୍ଗାର, ସ୍ନାୟୁ ସନ୍ନ୍ୟାସୀ ଓ ଅନ୍ୟମାନେ ଆଦି ଅନେକ। ସେହିଭଳି ତାଙ୍କ ଦ୍ୱାରା ରଚିତ କିଛି ନାଟକ ହେଲା- ଶେଷ ଅଶ୍ରୁ, ଅଥଚ ଚାଣକ୍ୟ, ଅସ୍ତରାଗର ଚନ୍ଦ୍ର, ମଞ୍ଚ ନାୟିକା, ପୁନଶ୍ଚ ପୃଥିବୀ, କଳିଙ୍କିତ ସୂର୍ଯ୍ୟ (୧୯୭୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ନାଗପେଣୀର ଋତୁ ଆଦି। ଏହା ସହିତ ଭିନ୍ନ ଭିନ୍ନ ସମୟରେ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କ ବିୟୋଗରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

ବଦଳିଲା FDI ପଲିସି, ଭାରତରେ ନିବେଶ ନାଁରେ ଆଉ ଚାଲାକି କରିପାରିବନି ଚୀନ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାର ସୁଯୋଗ ନେଇ ଭାରତୀୟ କମ୍ପାନୀଙ୍କ ଅଧିଗ୍ରହଣ ଉଦ୍ୟମକୁ ବିଫଳ କରିବା ପାଇଁ କେନ୍ଦ୍ର ସରକାର FDI ପଲିସିରେ ପରିବର୍ତ୍ତନ ଆଣିଛନ୍ତି । ସଂଶୋଧିତ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ପଲିସି (FDI) ଦ୍ୱାରା ଭାରତ ସୀମାକୁ ଲାଗି ରହିଥିବା ଦେଶଙ୍କ ପାଇଁ ପ୍ରତିବନ୍ଧକ ଲାଗୁ ହୋଇଛି । ଫଳରେ ପଡ଼ୋଶୀ ଦେଶ ସରକାରଙ୍କ ଅନୁମତି ବିନା ଦେଶରେ ନିବେଶ କରିପାରିବେ ନାହିଁ ।

ଚୀନ, ବାଂଲାଦେଶ ଓ ପାକିସ୍ତାନ ପ୍ରମୁଖ ପଡ଼ୋଶୀ ରାଷ୍ଟ୍ରଙ୍କ ଉପରେ ଅଙ୍କୁଶ ଲାଗିଛି । ଏହାଦ୍ୱାରା ଚୀନର ଆକ୍ରାମକ ଅଧିଗ୍ରହଣ ନୀତିକୁ ପ୍ରତିହତ କରାଯାଇ ପାରିବ ବୋଲି ଆଶା କରାଯାଉଛି । କରୋନା ପରବର୍ତ୍ତୀ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ସୁଯୋଗ ନେଇ ଚୀନର କମ୍ପାନୀ ଗୁଡ଼ିକ ଦୁନିଆର ଅନ୍ୟାନ୍ୟ ଦେଶର କମ୍ପାନୀକୁ ଟେକ୍ ଓଭର କରିବାକୁ ଉଦ୍ୟମ କରୁଛନ୍ତି ।

ନିକଟରେ ଭାରତର ଘରୋଇ ବ୍ୟାଙ୍କ HDFCର ଏକ କୋଟିରୁ ଅଧିକ ସେୟାର ଚୀନର ସେଣ୍ଟ୍ରାଲ ବ୍ୟାଙ୍କ କିଣିଥିଲା । ଫଳରେ HDFCରେ ଚୀନ ସେଣ୍ଟ୍ରାଲ୍ ବ୍ୟାଙ୍କର ଅଂଶଧନ ୧ ପ୍ରତିଶତରୁ ଅଧିକ ହୋଇଛି । କରୋନା କାରଣରୁ ଦୁନିଆର ସେୟାର ମାର୍କେଟ କ୍ରାସ୍ କରୁଥିବା ବେଳେ ଚୀନ ଏହାକୁ ସୁଯୋଗ ଭାବେ ନେଇ ଅନ୍ୟ ଦେଶରେ ନିଜ ନିବେଶକୁ ବଢ଼ାଉଛି । ଫଳରେ ଭବିଷ୍ୟତରେ ବିଶ୍ୱ ବଜାର ଉପରେ ଚୀନର ଆଧିପତ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।

କରୋନା ବିରୋଧୀ ଲଢ଼େଇରେ ହାରିଗଲେ ସିପାହୀ; ଏସିପି ଅନିଲ୍‌ କୋହଲୀଙ୍କ ଦେହାନ୍ତ

ପଞ୍ଚାବ: ଲୁଧିୟାନା ଜିଲ୍ଲାରେ ନିଯୁକ୍ତ ACP ଅନିଲ କୋହଲୀଙ୍କ କରୋନାରେ ମୃତ୍ୟୁ । ଅନିଲ କୋହଲୀଙ୍କ ବୟସ ୫୨ ବର୍ଷ । ସେ ଗତ ୧୩ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସଦଗୁରୁ ପ୍ରତାପ ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ ପୋଲିସ ଅଧିକାରୀ ଅନିଲ କୋହଲୀଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବପେକ୍ଷା ଭଲ ରହିଛି । ଯେତେବେଳେ କି ତାଙ୍କ ଡ୍ରାଇଭର ଏବଂ ତାଙ୍କ ସହ କାମ କରୁଥିବା ମହିଳା ସବ୍‌ଇନ୍ସପେକ୍ଟରଙ୍କ ଚିକିତ୍ସା ଚାଲିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦ ସିଂହ  ଘଟଣା ନେଇ ଦୁଃଖ ବ୍ୟକ୍ତ କରିଛନ୍ତି । ଏଭଳି ଆପଦାକାଳୀନ ପରିସ୍ଥିତିରେ ଜଣେ କରୋନା ଯୋଦ୍ଧାଙ୍କୁ ହରାଇବା ରାଜ୍ୟ ପାଇଁ ବଡ଼ କ୍ଷତି । ଏହି ଦୁଃଖଦ ସମୟରେ ସେ ତାଙ୍କ ପରିବାର ସହ ଅଛନ୍ତି, ଏବଂ ପୂରା ପଞ୍ଜାବ ସହିତ ତାଙ୍କ ସହ ଅଛି ବୋଲି ସେ କହିଛନ୍ତି ।

ପଞ୍ଜାବ ପୋଲିସ ଡିଜି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅନିଲ ଗତ ୩୦ ବର୍ଷ ଧରି ପଞ୍ଜାବ ଲୋକଙ୍କ ସେବା କରିଆସୁଥିଲେ, ଭଗବାନ ତାଙ୍କ ଆତ୍ମାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।