କରୋନା ବିରୋଧୀ ଲଢ଼େଇରେ ହାରିଗଲେ ସିପାହୀ; ଏସିପି ଅନିଲ୍‌ କୋହଲୀଙ୍କ ଦେହାନ୍ତ

1 min read

ପଞ୍ଚାବ: ଲୁଧିୟାନା ଜିଲ୍ଲାରେ ନିଯୁକ୍ତ ACP ଅନିଲ କୋହଲୀଙ୍କ କରୋନାରେ ମୃତ୍ୟୁ । ଅନିଲ କୋହଲୀଙ୍କ ବୟସ ୫୨ ବର୍ଷ । ସେ ଗତ ୧୩ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସଦଗୁରୁ ପ୍ରତାପ ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ ପୋଲିସ ଅଧିକାରୀ ଅନିଲ କୋହଲୀଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବପେକ୍ଷା ଭଲ ରହିଛି । ଯେତେବେଳେ କି ତାଙ୍କ ଡ୍ରାଇଭର ଏବଂ ତାଙ୍କ ସହ କାମ କରୁଥିବା ମହିଳା ସବ୍‌ଇନ୍ସପେକ୍ଟରଙ୍କ ଚିକିତ୍ସା ଚାଲିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦ ସିଂହ  ଘଟଣା ନେଇ ଦୁଃଖ ବ୍ୟକ୍ତ କରିଛନ୍ତି । ଏଭଳି ଆପଦାକାଳୀନ ପରିସ୍ଥିତିରେ ଜଣେ କରୋନା ଯୋଦ୍ଧାଙ୍କୁ ହରାଇବା ରାଜ୍ୟ ପାଇଁ ବଡ଼ କ୍ଷତି । ଏହି ଦୁଃଖଦ ସମୟରେ ସେ ତାଙ୍କ ପରିବାର ସହ ଅଛନ୍ତି, ଏବଂ ପୂରା ପଞ୍ଜାବ ସହିତ ତାଙ୍କ ସହ ଅଛି ବୋଲି ସେ କହିଛନ୍ତି ।

ପଞ୍ଜାବ ପୋଲିସ ଡିଜି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅନିଲ ଗତ ୩୦ ବର୍ଷ ଧରି ପଞ୍ଜାବ ଲୋକଙ୍କ ସେବା କରିଆସୁଥିଲେ, ଭଗବାନ ତାଙ୍କ ଆତ୍ମାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

Leave a Reply