ଦେଶରେ କମୁଛି କରୋନା କାୟା, ୪୦ ପ୍ରତିଶତ କମିଲା ସଂକ୍ରମଣ ବେଗ…ଲକଡ଼ାଉନ ଘୋଷଣା ପରେ ସ୍ଥିତି ନିୟନ୍ତ୍ରଣ

One year of lockdown: How country was halted due to Covid-19

କରୋନାର ପ୍ରଭାବ ଧିରେ ଧିରେ ଦେଶରେ କମୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ବିଶ୍ୱରେ ବଢିଚାଲିଛି ସତ ହେଲେ ଭାରତରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ରିପୋର୍ଟ ଅନୁସାରେ ଏପ୍ରିଲ ୧ତାରିଖ ପରଠାରୁ କରୋନା ସଂକ୍ରମଣ ବେଗ ୪୦ ପ୍ରତିଶତ କମିଛି । କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ର।ଳୟ ତଥ୍ୟ ଅନୁଯାୟୀ ମାର୍ଚ୍ଚ ମାସ ତୁଳନାରେ ଏହି ଭୂତାଣୁ ସଂକ୍ରମଣ ବେଗ ଯଥେଷ୍ଟ କମିଛି । ମାର୍ଚ୍ଚ ମାସ ୧୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଭିତରେ ଏହାର ଗ୍ରୋଥରେଟ୍‌ ୨.୧ ଥିଲା, ଯାହା ବର୍ତ୍ତମାନ ୧.୨ ଅଛି । ତେବେ ଏହାର ଗୋଟିଏ ମାତ୍ର ଶ୍ରେୟ ହେଉଛି ସଚେତନତା ଓ ସାମାଜିକ ଦୂରତା ରକ୍ଷା । ଯେଉଁ ସବୁ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି ସେ ଅଞ୍ଚଳକୁ ସିଲ କରାଯିବାର ତ୍ୱରିତ୍‌ ପଦକ୍ଷେପ ମଧ୍ୟ ଏଦିଗରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ଉଚିତ ସମୟରେ ଲକଡ଼ାଉନ ଘୋଷଣା ଏବଂ ପରବର୍ତ୍ତି ସମୟରେ ଲକଡ଼ାଉନକୁ ବଳବତ୍ତର ରଖିବା ଦେଶରେ ସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିଛି । ଏମିତି ହୋଇନଥିଲେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ବଢିଥାନ୍ତା । ଅନ୍ୟ ଦେଶମାନଙ୍କରେ ଏଭଳି ପଦକ୍ଷେପ ଗ୍ରହଣ କରିବା ବିଳମ୍ବହୋଇଥିବାରୁ ସ୍ଥିତି ଖୁବ୍‌ ଅଧିକ ଭୟଙ୍କର ହୋଇଉଠିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ରିକୋଭରି କ୍ଷେତ୍ରରେ ମଧ୍ୟ ପୂର୍ବପେକ୍ଷା ସକାରାତ୍ମକ ଫଳ ମିଳିଛି ଯାହା କରୋନା ସହ ଲଢେଇ କରିବାର ମନୋବଳକୁ ସୁଦୃଢ କରିଛି । ପୂର୍ବରୁ ଏହି ରେଟ ୧୦.୦୬ ପ୍ରତିଶତ ଥିବା ବେଳେ ଏବେ ଏହା ୧୩.୦୬ ପ୍ରତିଶତ ରହିଛି ।

Leave a Reply