ଶାଢି ଚ୍ୟାଲେଞ୍ଜକୁ ସାବଧାନ: ପର୍ଣ୍ଣ ସାଇଟରେ ପରସା ଯାଇପାରେ ଆପଣଙ୍କ ଫଟୋ !

ଏବେ ଲକଡ଼ାଉନର ସମୟ । ନିଜ ସମୟ ଅତିବାହିତ କରିବା ପାଇଁ ଯ଼ୁବପିଢୀ ଦିନ ତମାମ ବ୍ୟସ୍ତରହୁଛନ୍ତି ସୋସିଆଲ ମିିଡିଆ ଆପରେ । କେତେ ଚ୍ୟାଲେଞ୍ଜ, କେତେ ଗେମ୍, ଆଉ କେତେ ରେଟିରେ ଜଣେ ଅନ୍ୟଜଣଙ୍କୁ କରୁଛନ୍ତି ଟ୍ୟାଗ୍‌ । ଏସବୁକୁ ନେଇ ତାଙ୍କ ଉତ୍ସକତା କାହିଁରେ କଣ । ହେଲେ ଏଭିତରେ ସବୁଠୁ ପପୁଲାର ହୋଇଛି ଶାଢୀ ଚ୍ୟାଳେଞ୍ଜ । ମାନେ ନିଜର ଏକ ସୁନ୍ଦର ଶାଢୀପିନ୍ଧା ଫଟୋକୁ ଫେସବୁକରେ ପୋଷ୍ଟ କରିବା ସହ ଯ଼ୁବତୀ ଓ ମହିଳା ଲେଖୁଛନ୍ତି ଚ୍ୟାଲେଞ୍ଜ ଆକ୍ସସେପ୍ଟେଡ଼ । ପୁଣି ନିଜର ଜଣେ ବନ୍ଧୁଙ୍କୁ ଏ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କରୁଛନ୍ତି ଇନଭାଇଟ ।

ଏମିତି ନୁହେଁ ଯେ ଆଗରୁ ଏଭଳି ଚ୍ୟାଲେଂଜ ନଥିଲା । ଏଭଳି ଚ୍ୟାଲେଂଜ ଆଗରୁ ବି ଆସିଛି ଆଉ ଆପଣ ମଧ୍ୟ ସେଥିରେ ବଢିଚଢି ଭାଗ ନେଇଥିବେ ।  ଯେମିତି ଆଇସ ବକେଟ୍ ଚ୍ୟାଲେଂଜ୍ । ତେବେ ଏବେ ଶାଢି ଚ୍ୟାଲେଂଜକୁ ନେଇ   ଯେଉଁ ଖବର ଆସୁଛି ତାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ନିହାତି ଚକ୍କର ଖାଇବ ।

ଖବର ଏମିତି ଡିପନ୍ୟୁଡ୍ ନାମକ ୱେବସାଇଟ୍ ଶାଢି ଚ୍ୟାଲେଂଜରେ ଅଂଶଗ୍ରହଣ କରିଥିବା କିଛି ମହିଳା,ଯୁବତୀଙ୍କ ଫଟୋକୁ ଆଡଭାନ୍ସ ଏଡିଟିଂ ଦ୍ୱାରା ନଗ୍ନତାର ରୂପ ଦେଇ ପର୍ଣ୍ଣ ସାଇଟରେ ପରସୁଥିବା ଖବର ଆସୁଛି । ତେଣୁ ଆପଣ ଯଦି ଶାଢି ପିନ୍ଧି.. ଚ୍ୟାଲେଂଜ୍ ଆସେପ୍ଟଡ୍ ଲେଖି ନିଜ ଷ୍ଟାଟସ ଅପଡେଟ୍ କରିବା କଥା ଚିନ୍ତା କରୁଛନ୍ତି ତେବେ ଟିକେ ସତର୍କ ହୋଇଯାନ୍ତୁ । ଏଭଳି ଚ୍ୟାଲେଂଜରୁ ଦୁରେଇ ରୁହନ୍ତୁ କିମ୍ବା ଫଟୋର ପ୍ରାଇଭେସି ସେଟିଂକୁ ଗୁରୁତ୍ୱ ଦିଅନ୍ତୁ ।

ସତର୍କ ରୁହନ୍ତୁ ,ସୁରକ୍ଷିତ ରୁହନ୍ତୁ । କାରଣ ଇଣ୍ଟରନେଟର କଳା ଦୁନିଆର ଆଉ ଗୋଟିଏ ନାମ ହେଲା ୱେବ୍ । ମାନେ ବୁଢିଆଣି ଜାଲ । ଦୃଷ୍ୟମାନ ୱେବକୁ ଛାଡି ଆଉ ୱେବର ଆଉ ଗୋଟିଏ ଦୁନିଆ ମଧ୍ୟ ରହିଛି ଯାହା ବ୍ଲାକ୍ ୱେବ୍ ନାମରେ କୁଖ୍ୟାତ । ଭାବିଚିନ୍ତୁ ନିଜ ଫଟୋ ସେୟାର କରନ୍ତୁ  । ଯେମିତି ଆପଣ ବ୍ଲାକ ୱେବର ଶିକାର ହେବେନି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

(ସ୍ମୃତିଲଗ୍ନା ନନ୍ଦ)

 

Leave a Reply