spot_img
Home Blog Page 7352

ମାଓବାଦୀଙ୍କୁ ଜବାବ ଦେଇଥିବା ଆଦିବାସୀଙ୍କୁ ସୁରକ୍ଷା ଦେବ ବିଏସଏଫ୍

କଙ୍କ୍ରିଟ ରାସ୍ତାର ‘କ’ ଅକ୍ଷର ଜାଣିନଥିବା ଲୋକ ଦେଖିବେ ବିକାଶର ବାକ୍ସ । ଗୁଳିଗୋଳା, ପ୍ରଜାକୋର୍ଟ, ଧମକ ଭଳି ନୀତିଦିନିଆ ଭୟ ଓ ଆତଙ୍କର ଗୋଲକଧନ୍ଦାରେ ଧନ୍ଦି ହେଉଥିବା ମଣିଷ ଏଥର ଶାନ୍ତିରେ ନିଶ୍ୱାସ ନେବେ । ଏସବୁର ଶ୍ରେୟ କାହାକୁ ଯିବ ଜାଣନ୍ତି…ବିଏସଏଫ୍‌ । ଯାହାଙ୍କ ପାଇଁ ସମ୍ଭବ ହୋଇଛି ଗୁରୁପ୍ରିୟା ସେତୁ, ସ୍ୱାଭିମାନ ଅଞ୍ଚଳର ବିକାଶ, ଆହୁରି ଅନେକ କିଛି ।

କେବେକେବେ ଯନ୍ତ୍ରଣା ଜର୍ଜରିତ ପ୍ରସୂତି ମାଆ ପାଇଁ ଦେବଦୂତ ସାଜିଥିବା ବିଏସ୍‌ଏଫ୍‌ ଯବାନ ଆଜି ପୁଣି ପ୍ରାସଙ୍ଗିକ ହୋଇଛି କିଛି ନୂଆ କଥା ପାଇଁ ।

ଦିନେ ଫୁଟୁଥିଲା ଗୁଳି, ଏବେ ଶୁଭିବ ବିକାଶର ସ୍ୱର । ଭୟ ଓ ଆତଙ୍କର ଅସ୍ତିମଜ୍ଜାଗତ ସମସ୍ୟା ବଦଳରେ ଜନତା ସାଉଁଟିବେ ଆତ୍ମବିଶ୍ୱାସର ଆସର । ନୀରିହ ଆଦିବାସୀଙ୍କୁ ନିରସ୍ତ୍ର କରି ଆଉ ଚାଲିବନି ଛଦ୍ମ ବିକାଶର ଠିକାଦାରୀ ।

ନୀତି ଭୁଲିଥିବା ଦିଶାହୀନ ଲାଲ୍‌ବାହିନୀକୁ ଏଥର ଠିକଣା ଦିଶା ଦେଖାଇବ ବିଏସ୍‌ଫ୍‌ । ମୁଖ୍ୟସ୍ରୋତରେ ସାମିଲ ହୁଅ, ନଚେତ୍‌ ଆଦିବାସୀଙ୍କ ସରଳପଣରେ ବିଷ ମିଶାଇଲେ ମିଳିବ କଡ଼ା ଜବାବ୍‌ । ବିକାଶର ସେତୁ ଗୁରୁପ୍ରିୟା ଠାରୁ ୨୫ କିଲୋମିଟର ଦୂର ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ । ଏଠି ପ୍ରତିଷ୍ଠା ହେବ ବିଏସ୍‌ଏଫ୍‌ କ୍ୟାମ୍ପ ।  କିଛି ଦିନ ତଳେ ବିକାଶର ବାଟ ଓଗାଳୁଥିବା ମାଓବାଦୀଙ୍କ ବିରୋଧରେ ଏଇଠୁ ଉଠିଥିଲା ସ୍ୱାଭିମାନର ସ୍ୱର ।

ହନ୍ତାଳଗୁଡ଼ାର ରାସ୍ତାକାମକୁ ବିରୋଧ କରିବାକୁ ଆସିଥିବା ଲାଲବାହିନୀଙ୍କୁ ହତ୍ୟା କରି ଠିକଣା ଜବାବ୍‌ ଦେଇଥିଲେ ଆଦିବାସୀ । ଏହାପରେ ରାଗରେ ଲାଲ୍‌ ପଡ଼ିଥିବା ଲାଲ୍‌ବାହିନୀ ଯୋଡାମ୍ବରେ ପଶି ଲୋକଙ୍କ ଘର ପୋଡିଦେଇଥିଲେ । ଏହାପର ଠାରୁ ଭୟରେ ହସ ଭୁଲିଯାଇଥିବା ଲୋକଙ୍କୁ ଜଗିଥିଲେ ସୁରକ୍ଷାବାହିନୀ । ଆଉ ଏବେ ସେଠାରେ ତିଆରି ହେଉଛି ବିଏସ୍‌ଏଫ୍‌ କ୍ୟାମ୍ପ ।

ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ସ୍ୱାଭିମାନ ଅଞ୍ଚଳର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଶହେ କୋଟିର ପ୍ୟାକେଜ୍‌ । ତା’ପରେ ଗୋଟିଏ ପରେ ଗୋଟିଏ ଜାଗାକୁ ଯୋଡ଼ି ହେଉଛି ବିକାଶର ରାସ୍ତା । ପୂର୍ବରୁ ପେପରମେଟଲା, ହନ୍ତାଳଗୁଡ଼ାରେ ରାସ୍ତା ପରେ ଏବେ ଯୋଡ଼ାମ୍ବର ପାଳି ।

ବିଏସ୍‌ଏଫ୍‌ ଉପସ୍ଥିତିରେ ଏଠି ବି ତିଆରି ହେବ ସବୁଦିନିଆ ସଡ଼କ, ଥାନା, ଦକ୍ଷତାବିକାଶ କେନ୍ଦ୍ର । ୫ଟି ପଞ୍ଚାୟତ ପାଇଁ ତିଆରି ହେଉଥିବା ଏହି କ୍ୟାମ୍ପ ଆଦିବାସୀ ଯ଼ୁବକଙ୍କୁ ଚଖାଇବ ସ୍ୱାବଲମ୍ୱୀ ହେବାର ସ୍ୱାଦ । ଯାହାର ସୂତ୍ରଧର ସାଜିବେ ବିଏସ୍‌ଏଫ୍‌ ଯବାନ।

କରୋନା ବାହାନାରେ ଯୌତୁକ ନିର୍ଯାତନା?

କରୋନା ଗାଁରୁ ଦେଶ ଚାରିଆଡେ ସୃଷ୍ଟି କରିଛି ଆତଙ୍କ । ବଜାରରୁ ସାନିଟାଇଜର ଗାଏବ ହେଲା ଭଳି ଲୋକଙ୍କ ମନରୁ ମାନବିକତା ମଧ୍ୟ ଉଭାନ ହେଲାଣି । ସେହିଭଳି ଗୋଟିଏ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରରେ । ୧୨ ଦିନ ବିବାହିତା ଜଣେ ନବବଧୂଙ୍କୁ ଶାଶୂଘର ଲୋକ କରୋନା ସନ୍ଦେହରେ ତଡି ଦେଇଥିବା ଅଭିଯୋଗ ହେଉଛି ।

ନବରଙ୍ଗପୁର ଜିଲ୍ଲାର ଉମରକୋଟର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତ ଓକିଲଙ୍କର ସୁର୍ଡମା ଗାଁର ହାରାଧନ ସରକାରଙ୍କ ଝିଅ ପୂଜାଙ୍କର ବିବାହ ହୋଇଥିଲା । ମାର୍ଚ୍ଚ ୨ ତାରିଖ ଦିନ ବାହାଘର ହୋଇଥିଲା ।

ଏହାପରେ ଆରମ୍ଭ ହୋଇଥିଲା ପୂଜାଙ୍କ ଦୁଃଖ । ବାହାଘରର କେଇଦିନ ପରେ ପୂଜାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ଶାଶୂଘର ତରଫରୁ ଦାବି ହୋଇଥିଲା । ଏଥିପାଇଁ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ଫଳରେ ପୂଜା ଅସୁସ୍ଥ ହୋଇପଡିଥିଲେ । ପୂଜା ଅସୁସ୍ଥ ହେବା ପରେ ତାଙ୍କୁ ଘରେ ବିଛଣାରେ ଶୋଇବାକୁ ଦିଆ ଯାଉ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଯେ, ତାଙ୍କୁ କରୋନା ହୋଇଛି ଏମିତି ମିଛ ଅଭିଯୋଗ କରି ତାଙ୍କୁ ଖଟରେ ଶୋଇବାକୁ ଦିଆଯାଉନଥିଲା ।

ବିବାହର ୧୦ ଦିନ ପରେ ପୂଜାଙ୍କୁ ଶାଶୁ ଘର ଲୋକ ତାଙ୍କ ଘରେ ଛାଡି ଦେଇଥିଲେ । ଏହା ସହ ସେ ନେଇଥିବା ସମସ୍ତ ଯୌତୁକ ସାମଗ୍ରୀକୁ ଫେରାଇ ଦେଇଥିଲେ । ଘଟଣାର ସମାଧାନ ପାଇଁ ସୁର୍ଡୁମା ଗାଁରେ ଉଭୟ ପକ୍ଷକୁ ନେଇ ବୈଠକ ବସିଥିଲା । ତେବେ ସମସ୍ୟାର କୌଣସି ସମାଧାନ ସୂତ୍ର ବାହାରି ପାରିନଥିଲା । ପୂଜାକୁ ନିଜ ଘରକୁ ନେବାକୁ ସ୍ୱାମୀ ଜୟନ୍ତ ମନା କରିଦେବା ପରେ ଗାଁ ଲୋକ ଉତକ୍ଷିପ୍ତ ହୋଇଥିଲେ । ସେମାନେ ଜୟନ୍ତଙ୍କୁ ଅଟକ ରଖିଥିଲେ । ଏହାପରେ ପୂଜା ନିଜେ ଥାନାରେ ଜୟନ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । ତାଙ୍କ ଏତଲା ଆଧାରରେ ପୋଲିସ ଜୟନ୍ତଙ୍କୁ ଗିରଫ କରିଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

କରୋନା ପାଇଁ ସାରା ବିଶ୍ୱରେ ପଡିଛି ହାହାକାର । ଗୋଟିଏ ପରେ ଗୋଟିଏ ଦେଶ କରୋନା ଦ୍ୱାରା ସଂକ୍ରମିତ ହେବା ସହ ଆତଙ୍କର ପରିଧି ବଢୁଛି । ଆମେରିକା ଜରୁରୀକାଳିନ ପରିସ୍ଥିତି ଜାରି କରିସାରିଛି । ଇଟାଲି ଦେଶ ବାହାର କଥା ଛାଡନ୍ତୁ,ଦେଶ ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ।  ଆଉ କାହାରି ଆୟତରେ ନାହିଁ  କରୋନା ଭାଇରସ ।

Image result for corona virus

ଗତ ୧୦ ଦିନ ମଧ୍ୟରେ ଭାରତରେ ବି ସ୍ଥିତି ଗମ୍ଭୀର ହୋଇ ସାରିଲାଣି । ବିଶେଷଜ୍ଞ ମାନେ କହୁଛନ୍ତି ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଅର୍ଥାତ ଅନ୍ୟ ଦେଶରୁ ସଂକ୍ରମଣର ଶିକାର ହୋଇଛନ୍ତି ଭାରତୀୟ । ଯାହା ବ୍ୟକ୍ତିଗତ ସ୍ତରରେ ହିଁ ରହିଛି । ସେମାନଙ୍କଠୁ ଆଉ କେହି ଭାଇରସର ଆକ୍ରାନ୍ତ ହୋଇନାହାନ୍ତି । ଅର୍ଥାତ ଚୀନ ଓ ଇଟାଲୀ ଭଳି ଦୁର୍ଦ୍ଦଶା ଭାରତରେ ହୋଇନାହିଁ । କିନ୍ତୁ ଏହା ଅସମ୍ଭବ ବି ନୁହଁ ।

Image result for blank airport

ସମୟ ବିରୋଧରେ ଯୁଦ୍ଧ

ଭାରତ ସରକାରଙ୍କ ପାଖରେ ମାତ୍ର 30 ଦିନ ସମୟ ଅଛି । କରୋନା ଦ୍ୱିତୀୟରୁ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିବା ପୂର୍ବରୁ ଏହା ଉପରେ କାବୁ ହିଁ ଏକମାତ୍ର ରାସ୍ତା,ଏହି ମହାମାରୀକୁ ରୋକିବାର । । ନହେଲେ ସ୍ଥିତି ଗମ୍ଭୀର ହେବ ।

Image result for icmr

ICMR ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର କହିବା କଥା 30 ଦିନ ଭିତରେ  COVID-19କୁ ତୃତୀୟ ପର୍ଯ୍ୟାୟକୁ ଯିବା ପୂର୍ବରୁ ତାକୁ ରୋକିବାକୁ ପଡ଼ିବ । ଯ଼ଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାର ଏହାର ମୁ୍କାବିଲାରେ ସଫଳ ହୋଇଛନ୍ତି । ତଥାପି ଆଗକୁ କଣ ହେବ କହି ହେବନି ।

ତୃତୀୟ ପର୍ଯ୍ୟାୟକୁ ଗଲେ କଣ ହେବ ?

COVID-19 ତୃତୀୟ ପର୍ଯ୍ୟାୟକୁ ଗଲେ ବ୍ୟାପକ ପରିମାଣରେ ଲୋକେ ଭାଇରସର ଆକ୍ରାନ୍ତ ହେବେ । ଏହା ପରେ ଚତୁର୍ଥ ପର୍ଯ଼ାୟରେ ଏହା ମୃହାମାରୀର ରୁପ ଧାରଣ କରିଥାଏ । ଯାହାକୁ ଆୟତ କରିବା କଷ୍ଟସାଧ୍ୟ ହୋଇପଡ଼ିବ ।

Image result for COVID-19

ଚୀନ ଓ ଇଟାଲୀ ଷଷ୍ଠ ପର୍ଯ଼ାୟରେ ଅଛନ୍ତି । ସେଠାରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି । ଭାରତ ତୃତୀୟ ପର୍ଯ୍ୟାୟରେ ପହଁଚିଲେ ବି ଏହାର ମୁ୍କାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ସମସ୍ୟା ହେଲା ସମୟ । ଏବେ ସରକାରଙ୍କ ହାତରେ ପ୍ରସ୍ତୁତ ହେବାକୁ ରହିଛି କମ ସମୟ ।  ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ 6 ହଜାର 500 ରକ୍ତ ନମୂନା ପରୀକ୍ଷା ହୋଇଥିବା ବେଳେ 89ଟି ପଜିଟିଭ ରିପୋର୍ଟ ଆସିଛି । ଯାହା ଦୁଇ ପ୍ରତିଶତ ପାଖାପାଖି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ମୋବାଇଲ୍ ଉପରେ GST ଥିଲା ୧୨ ହେଲା ୧୮%

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ପଡ଼ିଛି ମହାମାରୀ କରୋନା ପ୍ରଭାବ । ଅଚଳ ହୋଇ ପଡ଼ୁଛି ଶିଳ୍ପ ସଂସ୍ଥା, କମି ଚାଲିଛି ଉତ୍ପାଦନ । ବିଶେଷକରି ମୋବାଇଲ୍ ନିର୍ମାଣ କ୍ଷେତ୍ରରେ ବିଶ୍ୱର ଏକ ନମ୍ବର ଚୀନରେ କରୋନା ପ୍ରକୋପ ମୋବାଇଲ୍ ଉତ୍ପାଦନକୁ ଠପ୍ କରିଦେଇଛି । ଫଳରେ ଭାରତ ଉପରେ ପଡ଼ିଛି ଏହାର ପ୍ରଭାବ ।

ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଦର ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ମୋବାଇଲ ଓ ମୋବାଇଲ ଉପକରଣ ଉପରେ ଜିଏସଟି ୬ ପ୍ରତିଶତ ବୃଦ୍ଧି କରାଯାଇଛି । ପୂର୍ବରୁ ମୋବାଇଲ୍ ଉପରେ ୧୨ ପ୍ରତିଶତ ଜିଏସଟି ଥିବା ବେଳେ ଏହାକୁ ବୃଦ୍ଧି କରି ୧୮ ପ୍ରତିଶତ କରାଯାଇଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ନୂଆ ଦର ଏପ୍ରିଲ୍ ୧ ତାରିଖରୁ ଲାଗୁ ହେବ ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

ନିର୍ଭୟରେ ଖାଆନ୍ତୁ ମାଛ, ମାଂସ ଓ ଅଣ୍ଡା

ନୂଆଦିଲ୍ଲୀ: କରୋନା ପାଇଁ ଆମିଷ ଖାଇବା ଛାଡ଼ି ଦେଇଛନ୍ତି କି ? ତେବେ, ଗୁଜବକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ବରଂ ସୁସ୍ଥ ରହିବା ପାଇଁ ମାଛ, ମାଂସ ଓ ଅଣ୍ଡାକୁ ନିର୍ଭୟରେ ଖାଇ ପାରିବେ । ମାଛ, ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ହେଉଥିବା ମିଥ୍ୟା ଖବର ସୋସିଆଲ୍ ମିଡିଆରେ ପ୍ରଚାର ପରେ କେନ୍ଦ୍ର ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରାଳୟ ପ୍ରେସ୍ ରିଲିଜ୍ ଜାରି କରି କହିଛି ଆମିଷ ଖାଇଲେ କରୋନା ହେବ ନାହିଁ । ବରଂ ଆପଣ ସୁସ୍ଥ ରହିବେ ବୋଲି କୁହାଯାଇଛି ।

ମାଛ, ଅଣ୍ଡା ଓ ଚିକେନରେ ପ୍ରୋଟିନ ପରିମାଣ ରହିଛି । ଏସବୁ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଥିବା ପ୍ରୋଟିନ୍ ମିଳିବ । ତେବେ, ଏସବୁ ଖାଇବା ବେଳେ ସ୍ୱଚ୍ଛତା, ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

ସଫା ସୁତୁରା କରି ଆମିଷ କରି ଖାଇଲେ କୌଣସି ରୋଗ ହେବ ନାହିଁ । ଆଉ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ ଓ ମିଥ୍ୟା ଖବର ପ୍ରତି ଧ୍ୟାନ ନ ଦେବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କରୋନାରୁ ବର୍ତ୍ତିବା ପାଇଁ କଣ ସବୁ କରିବେ ?

 

କାହିଁକି ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବା ଆପଣଙ୍କ ପାଇଁ ଜରୁରୀ, କ’ଣ କରିଲେ କାର୍ଡ ହେବନି ବ୍ଲକ୍ ଜାଣନ୍ତୁ

ଆସନ୍ତା ୧୬ ତାରିଖରେ ଅକାମି ହୋଇଯିବ ଆପଣଙ୍କ କ୍ରେଡିଟ ଓ ଡେବିଟ କାର୍ଡ । ଅନ୍‌ଲାଇନ୍‌ ଟ୍ରାଞ୍ଜେକସନ୍‌ କରୁନଥିଲେ ଏବେ କେବଳ ଟଙ୍କା ଉଠାଣ ଓ ଜମା କରିପାରିବେ । ଏହାପରେ କୈାଣସି ଅନଲାଇନ୍‌ କାରବାର କରିପାରିବେ ନାହିଁ ଗ୍ରାହକ । ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ଜାରି କରିଛି ଏଭଳି ନିର୍ଦ୍ଦେଶନାମା । ତେଣୁ କାର୍ଡ ବ୍ୟବହାର କରୁଥିଲେ, ଆପଣଙ୍କୁ ଅନ୍‌ଲାଇନ୍‌ କାରବାର କରିବା ଏବେ ବାଧ୍ୟତାମୂଳକ ହୋଇଛି।

ଆପଣଙ୍କ କାର୍ଡ ଡେଡ୍ ହେବାର ସମ୍ଭାବନା କେତେ ?

ଆପଣ ଯଦି ନିଜ ଡେବିଟ୍ କାର୍ଡକୁ କେବଳ ଟଙ୍କା ଉଠାଇବା ପାଇଁ ବ୍ୟବହାର କରୁଛନ୍ତି ଓ କ୍ରେଡିଟ୍ କାର୍ଡକୁ କେବଳ ଅଫଲାଇନରେ ସ୍ୱାପ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଗ୍ରାହକଙ୍କୁ ଅନଲାଇନ୍ ଠକେଇରୁ ବଂଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନୂଆ ପଦେକ୍ଷପେ ନେଉଛି ।

ଏହା ଅନ୍ତର୍ଗତରେ  ଯଦି ଆପଣ କେବେ ମଧ୍ୟ କାର୍ଡକୁ ଅନଲାଇନ୍ ଟ୍ରାନ୍‌ଜାକ୍ସନ୍‌ ପାଇଁ ବ୍ୟବହାର କରି ନାହାନ୍ତି ତେବେ ଆପଣଙ୍କ କାର୍ଡ ଡେଡ୍  ହେବ ।  ଯାହାର ଅର୍ଥ ଆପଣ କେବଳ ଟଙ୍କା ଉଠାଇ ପାରିବେ ଓ ଜମା କରି ପାରିବେ । ଏହାସହ ଅଫଲାଇନ୍ ବା ଷ୍ଟୋର କିମ୍ବା ପେଟ୍ରୋଲ ପମ୍ପରେ କାର୍ଡ ସ୍ୱାପ୍ କରି ପାରିବେ  । କିନ୍ତୁ କେବେ ମଧ୍ୟ ସେହି କାର୍ଡରେ ଅନଲାଇନ୍ ସପିଂ କିମ୍ବା ବିଲ୍ ପେମେଣ୍ଟ୍ କରିପାରିବେ ନାହିଁ । ଏବେ ଆପଣ ନିଜକୁ ଦୁଇଟି ପ୍ରଶ୍ନ ପଚାରନ୍ତୁ ।

ଆପଣ କେବେ ଡେବିଟ୍‌ କାର୍ଡରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ୍‌ କରିଥିଲେ?

ଶେଷଥର ପାଇଁ କେବେ କିଣାକିଣି କରିଥିଲେ କ୍ରେଡିଟ୍‌ କାର୍ଡରେ?

ଯଦି ଏ ଦୁଇଟି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଆପଣଙ୍କୁ ମହଙ୍ଗା ହୋଇପାରେ। କାରଣ ଥରେ ବି ଅନ୍‌ଲାଇନ୍‌ରେ କାରବାର ପାଇଁ ନିଜ କାର୍ଡକୁ ବ୍ୟବହାର କରିନଥିଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆପଣଙ୍କ କାର୍ଡକୁ ଡେଡ୍‌ ଡିକ୍ଳେର କରିବେ। ଏଥିପାଇଁ ଡେଡଲାଇନ୍‌ ହେଲା ମାର୍ଚ୍ଚ ୧୬ ।

ଅନେକ କାର୍ଡରେ କଣ୍ଟାକ୍ଟଲେସ୍‌ ଟ୍ରାଞ୍ଜେକସନ୍‌ ବ୍ୟବସ୍ଥା ଥିବାରୁ ସାଇବର ଲୁଟେରା ଅତି ସହଜରେ ଆପଣଙ୍କ ଆକାଉଣ୍ଟ ଖାଲି କରିପାରନ୍ତି। କେବଳ ଏତିକି ନୁହଁ ଅନେକ ଲୋକେ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର ଜାଣିନଥିବାରୁ ସାଇବର ଠକ ଏହାର ଫାଇଦା ନିଅନ୍ତି। କାର୍ଡ ବ୍ୟବହାରକାରୀଙ୍କ ସାମାନ୍ୟ ଅବହେଳାରୁ ମାତ୍ର କିଛି ସେକେଣ୍ଡରେ ସବୁ ଟଙ୍କା ଚାଲିଯାଏ ସାଇବର ଠକଙ୍କ ପାଖକୁ ।  ଏସବୁ ସମସ୍ୟାକୁ ଏଡାଇବା ପାଇଁ ଆରବିଆଇ ଜାରି କିଛି ଏଭଳି ନିର୍ଦ୍ଦେଶନାମା।..

ଯଦି ଆପଣବି ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଓ ଅନଲାଇନ ଟ୍ରାନ୍‌ଜାକ୍ସନ୍‌ କରିନାହାନ୍ତି ତେବେ ୧୬ ମାର୍ଚ୍ଚ ପୂର୍ବରୁ କରିଦିଅନ୍ତୁ । ନଚେତ ଆପଣଙ୍କ କାର୍ଡ ଡେଡ୍ ହୋଇଯିବ।

ସ୍ଥଗିତ ହେଲା ପଦ୍ମ ପୁରସ୍କାର ପ୍ରଦାନ ସମାରୋହ

କରୋନା ପ୍ରଭାବ । ଘୁଞ୍ଚିଲା ସମ୍ମାନଜନକ ପଦ୍ମ ପୁରସ୍କାର ସମାରୋହ । ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା ସମାରୋହ । କିନ୍ତୁ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ।

ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । କଳା, ସାମାଜିକ କାର୍ଯ୍ୟ, ଜନସମ୍ପର୍କ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ନାଗରିକ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଇଥାଏ |

ବର୍ତ୍ତମାନ ପୁରସ୍କାର ପ୍ରଦାନ ସମାରୋହ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତ୍ତୀ ତାରିଖ ନେଇ କୌଣସି ଘୋଷଣ କରାଯାଇନାହିଁ । ମନୋରଞ୍ଜନ କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ କଙ୍ଗନା ରାନାୱତ, ଟିଭି ନିର୍ମାତା ଏକତା କପୁର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ସ୍ଥାନ ପାଇଥିବାବେଳେ ଗାୟକ ସୁରେଶ ୱାଡକର, ଅଦନନ୍ ସାମି ଏବଂ ଭେଟେରାନ୍ ଟିଭି ଅଭିନେତା ସରିତା ଯୋଶୀଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

ଉପନ୍ୟାସ କରୋନାଭାଇରସ୍ ଗତ ବର୍ଷ ଡିସେମ୍ବରରେ ଚାଇନାର ଉହାନ୍‌ ସହରରେ ଉତ୍ପନ୍ନ ହୋଇଥିଲା ,୧୮୯ ମୃତ୍ୟୁ ଏବଂ ୮୦,୮୨୪ ନିଶ୍ଚିତ ସଂକ୍ରମଣରେ ଚୀନ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। WHO ବୁଧବାର ଦିନ ଏହି ରୋଗକୁ ମହାମାରୀ ବୋଲି ଘୋଷଣା କରିଛି।

 

ନୂଆଦିଲ୍ଲୀ: ସ୍ଥଗିତ ରହିଲା ପଦ୍ମ ସମ୍ମାନ ସମାରୋହ । ଏପ୍ରିଲ୍ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁ ଥିଲା କାର୍ଯ୍ୟକ୍ରମ । କରୋନାର ସଂକ୍ରମଣକୁ ନଜରରେ ରଖି ନିଷ୍ପତ୍ତି ।

ନୂଆଦିଲ୍ଲୀ: ସ୍ଥଗିତ ରହିଲା ପଦ୍ମ ସମ୍ମାନ ସମାରୋହ । ଏପ୍ରିଲ୍ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁ ଥିଲା କାର୍ଯ୍ୟକ୍ରମ । କରୋନାର ସଂକ୍ରମଣକୁ ନଜରରେ ରଖି ନିଷ୍ପତ୍ତି ।

କରୋନା ଆତଙ୍କ: ମାସ୍କରେ ବିରାଟ କୋହଲିଙ୍କଠାରୁ ଫାଫ୍ ଡୁ ପ୍ଲେସିସ୍

ଲକ୍ଷ୍ନୌ: କରୋନା ଡରାଉଛି । କରୋନାକୁ ହରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ରାସ୍ତାଘାଟରେ ମାସ୍କ ପିନ୍ଧା ଲୋକ ନଜର ଆସିବା ସାଧାରଣ କଥା ହୋଇଯାଇଛି । ଆମ୍ ଆଦମୀରୁ ସେଲିବ୍ରିଟି ସମସ୍ତେ ନିଜ ସୁରକ୍ଷାକୁ ନେଇ ସଚେତନ ଅଛନ୍ତି । ସେହିଭଳି କିଛି ଦୃଷ୍ୟ ଲକ୍ଷ୍ନୌ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ।

ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ନିଜ ସାଥୀଙ୍କ ସହ ସିରିଜର ଦ୍ୱିତୀୟ ODI ଇଣ୍ଟରନ୍ୟାସନାଲ୍ ପାଇଁ ପହଞ୍ଚିଥିଲେ । ହେଲେ ପରଜବର୍ତ୍ତି ସମୟରେ ଏହି ସିରିଜର ଦୁଇଟି ମ୍ୟାଚ୍ ବାତିଲ କରାଯାଇଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ର ଖେଳାଳି ଲକ୍ଷ୍ନୌରେ ପହଞ୍ଚିବା ପରେ ଦୁଇଟି ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମ୍ୟାଚଗୁଡିକ ପୂର୍ବରୁ କେବଳ ଷ୍ଟାଡିୟମରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାମାରୀ ଯୋଗୁଁ ଦର୍ଶକଙ୍କ ପାଇଁ ଖେଳ ପ୍ରତିଯୋଗିତା ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱିତୀୟ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଯାହାକୁ ବାତିଲ କରାଯାଇଛି | ଏହା ସହ ଇଂରାଜୀ ଖେଳାଳିମାନେ ମଧ୍ୟ ପାକିସ୍ତାନ ସୁପର ଲିଗ୍ ଛାଡି ଘରକୁ ଫେରୁଛନ୍ତି।

ଦକ୍ଷିଣ ଆଫ୍ରିକା ଦଳର ଦିଗଜ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍ ମଧ୍ୟ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ। ଭାରତ ବିପକ୍ଷ ODI ସିରିଜରେ ଅଧିନାୟକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ମାସ୍କରେ ନଜର ଆସିଥିଲେ ।

ଭାରତୀୟ ଓପନର୍ ଲୋକେଶ ରାହୁଲଙ୍କୁ ମଧ୍ୟ ମାସ୍କ ପିନ୍ଧିଥିବାର ଦେଖାଯାଇଥିଲା। ଲକ୍ଷ୍ନୌର ବିମାନବନ୍ଦରରେ ୟୁଜବେନ୍ଦ୍ର ଚହଲ ମଧ୍ୟ ମାସ୍କରେ ନଜର ଆସିଥିଲେ। ସେ ମାସ୍କ ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।

ବିରାଟ ଏବଂ କିଛି ଖେଳାଳିଙ୍କ ବ୍ୟତୀତ ସୁରକ୍ଷା କର୍ମୀମାନେ ବିମାନବନ୍ଦରରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ।

ଭାରତରେ ପ୍ରତ୍ୟେକ ଖେଳ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହୋଇଛି | ଆଇପିଏଲ୍ ଏବଂ ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜ୍ ପୁଣିଥରେ ଖେଳା ଯିବ । ଅପରପକ୍ଷରେ ହକିର ପ୍ରତିଷ୍ଠିତ ସୁଲତାନ୍ ଆଜଲାନ୍ ଶାହା କପ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି | ଆସନ୍ତା ଏପ୍ରିଲ ୧୧ ତାରିଖରୁ ମାଲେସିଆ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଫିକ୍ସ କରାଯାଇଥିଲା | କେବଳ ସେତିକି ନୁହେଁ କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ମିଜୋରାମର ରାଜଧାନୀରେ ଆୟୋଜିତ ହେବାକୁ ଥିବା ହିରୋ ସନ୍ତୋଷ ଟ୍ରଫି ୨୦୧୯-୨୦୨୦ ର ଅନ୍ତିମ ରାଉଣ୍ଡକୁ ସ୍ଥଗିତ ରଖାଯାଇଛି।

 

 

 

ବିଜେପି ଅଭିଯୋଗକୁ ବିଜେଡିର ଖଣ୍ଡନ: କହିଲେ, ବିଜେପି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ୟେସ୍‌ ବ୍ୟାଙ୍କ୍‌ରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବା ପ୍ରସଂଗରେ ବିଜେଡିର ପ୍ରେସ୍‌ମିଟ । ସାମ୍ୱାଦିକ ସମ୍ମଳନୀରେ ବିଜେପିର ଅଭିଯୋଗାକୁ ନିରାଧାର କହିଲେ ବିଜେଡି ନେତା ସଞ୍ଜୟ ଦାସବର୍ମା । ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ବାବଦରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସ୍ପଷ୍ଟୀକରଣ ଦେଇଛନ୍ତି । ଏଥି ପାଇଁ ଆତଙ୍କିତ ଆବଶ୍ୟକ ନାହିଁ  ।

ବିଜେଡି ସାଂସଦ ମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଟଙ୍କା ସୁରକ୍ଷିତ ଥିବା ନେଇ ମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି । ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା ଲାଗି କହି ଲୋକଙ୍କୁ ଭୟଭୀତ କରାନଯାଉ । ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି ।  ରିଜର୍ଭ ବ୍ୟାଙ୍କ ସରଭିଲାନ୍ସରେ ଅନ୍ୟ ବ୍ୟାଙ୍କଗୁଡ଼ିକ କାମ କରନ୍ତି । ତଦନ୍ତ ପାଇଁ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି । ଜମାରାଶି ନେଇ ଗୃହ କମିଟି ବିସ୍ତୃତ ଆଲୋଚନା କରିବ । ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଭେଟିବ କମିଟି । ବିଜେପିର ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପି ମିଛରେ ବୟାନବାଜି କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା ।

ଅପରପକ୍ଷରେ ପୂର୍ବରୁ ବିଜେପି ପ୍ରେସମିଟ୍ କରି ଗୃହ କମିଟି ନିରପେକ୍ଷ ତଦନ୍ତ କରିବା ନେଇ ଆଶଙ୍କା ପ୍ରକଟ କରିଥିଲା । କମିଟି  ଅଭିଜିତ ଆୟାରଙ୍କ ମାମଲାରେ ଯେଉଁଭଳି ଭାବେ ବିରୋଧୀ ଦଳ ନେତାଙ୍କୁ ଅଧ୍ୟକ୍ଷ କରାଯାଇଥିଲା ସେହିଭଳି ଏହି ମାମଲାରେ ମଧ୍ୟ ଅଧ୍ୟକ୍ଷ କରାଯିବାକୁ ପ୍ରେସ୍‌ମିଟରେ ଦାବି କରିଥିଲେ  କମିଟ ସଦସ୍ୟ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ।

ବାଚସ୍ପତିଙ୍କୁ ହାତବାରିସି କରି ଗୃହକୁ ବନ୍ଦ କରିଦେଇଥିବା ଅଭିଯୋଗ କରିଥିଲା ବିଜେପି । ଏଥିସହିତ ଘରୋଇ ବ୍ୟାଙ୍କ୍‌ରେ କେତେ ଟଙ୍କା ଜମା ଅଛି ସେ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କ ପକ୍ଷରୁ ଶ୍ୱେତପତ୍ର  ଜାରିକରିବାକୁ ଦାବି କରିଛି ବିଜେପି । ୟେସ୍‌ ବ୍ୟାଙ୍କ୍‌ ସମ୍ପର୍କିତ ପ୍ରଶ୍ନବାଣରୁ ରକ୍ଷା ପାଇବାକୁ ବିଧାନସଭା ବନ୍ଦ କରିଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ।