କରୋନା ହାରିବ, ଭାରତ ଜିତିବ,ଧିରେ ଧିରେ ଭାଇରସ ମୁକ୍ତ ହେଉଛି ଦେଶ…୮୦ ପ୍ରତିଶତ ଲୋକ ହେଉଛନ୍ତି ସୁସ୍ଥ

1 min read

କରୋନା କବଳରୁ ମୁକ୍ତ ହେଉଛି ଭାରତ । ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଉଛନ୍ତି ୮୦ ପ୍ରତିଶତ ଲୋକେ । ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ହୋଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୨ଶହ ଟପିଥିବା ବେଳେ ଦିଲ୍ଲୀରେ ଦୁଇ ହଜାର ଛୁଇଁବ ସଂଖ୍ୟା । ୨୪ ଘଣ୍ଟାରେ ଦେଶରେ ୧୩୮୪ଟି ନୂଆ କେସ୍‌ ସାମ୍ନାକୁ ଆସିଛି । ଅପରପକ୍ଷରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୨୩୩୧ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଓ ଆରୋଗ୍ୟ ହେଉଥିବା ରୋଗୀଙ୍କ ଅନୁପାତ ୮୦-୨୦ ରହିଛି । ପୂର୍ବାପେକ୍ଷା ଏବେର ସ୍ଥିତି ବହୁତ ଭଲ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ କହିଛି ।

ଏପଟେ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଦେଶରେ ଆଜିଠୁ କିଛି ସ୍ଥାନରେ ଲକ୍‌ଡାଉନ କଟକଣା କୋହଳ କରାଯିବ । କିନ୍ତୁ ହଟ୍‌ସ୍ପଟ୍‌ ଏରିଆରେ କଟକଣା ଜାରି ରହିବ । କୃଷି ଓ ଶ୍ରମ କ୍ଷେତ୍ରରେ କଟକଣା କୋହଳ କରାଯିବ। ସାମାଜିକ ଦୂରତା ରଖି କୃଷକ ଓ ଶ୍ରମିକ କାମ କରିବେ । ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ଓ ସାମଗ୍ରୀ ରପ୍ତାନୀ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ମନ୍‌ରେଗା ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଞ୍ଚଳରେ କଟକଣା ହଟାଯାଉଛି, ସେଠାକାର ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply