ପୁଣି ସ୍ପଟଲାଇଟରେ ଉତ୍ତର ଓଡ଼ିଶା: ଭଦ୍ରକରୁ ୫, ବାଲେଶ୍ୱରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱର: ୭ ଆକ୍ରାନ୍ତଙ୍କ ଜିଲ୍ଲା ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ । ସେମଧ୍ୟରେ ଭଦ୍ରକରୁ ୫ ଜଣ ପଜିଟିଭ ଥିବା ବେଳେ, ବାଲେଶ୍ୱରରୁ ୨ ଜଣ ଆକ୍ରାନ୍ତ ଅଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ସଂଖ୍ୟା ସହ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୬୮ କୁ ବୃଦ୍ଧି ।

ସେପଟେ ଭଦ୍ରକରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ଅଞ୍ଚଳର ବିଭିନ୍ନ ଅଞ୍ଚଳ ସିଲ୍‌ କରିଛି ପ୍ରଶାସନ । ୫ ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ୩ ଜଣ ଥିବା ବେଳ, ଭଣ୍ଡାରୀପୋଖରୀ ଅଞ୍ଚଳର ୨ ଆକ୍ରାନ୍ତ ଚିହ୍ନଟ ହୋଇଛି । ସିଲ ଅଞ୍ଚଳ ଗୁଡିକ ହେଲା ଲକ୍ଷ୍ମୀଦାସପୁର ପଞ୍ଚାୟତର ମାଟିପକା, ପଦ୍ମପୁର ପଞ୍ଚାୟତର ମେଳକସାହି, ଖରିଦା ବିନାୟକପୁର ପଞ୍ଚାୟତର ବିନାୟକପୁର । ଅନ୍ୟପଟେ ଭଣ୍ଡାରିପୋଖରୀର ରହଣିଆକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲାପ୍ରଶାସନ ।

ସେପଟେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୬୮କୁ ବୃଦ୍ଧି । ତେବେ ରାଜ୍ୟରେ ଏବେ ୪୩ ଟି ଆକ୍ଟିଭ କେସ ରହିଛି । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ସୁଦ୍ଧା ମୋଟ ୧୦ ହଜାର ୬୪୧ ଟି ନମୁନା ପରୀକ୍ଷା ହୋଇଛି । ସେ ମଧ୍ୟରୁ ୧୦ ହଜାର ୫ଶହ ୭୩ ଟି ନମୁନା ନେଗେଟିଭ ଆସିଛି ।

Leave a Reply