ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ
ରାଜ୍ୟ ଅର୍ଥନୀତିର ହେବ ହିସାବ ନିକାଶ…ଆଜି ବସିବ ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଆଜି ବସିବ ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ମାନସ ମନ୍ଥନ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥସଚିବ, ଅର୍ଥନୈତିକ ବିଶେଷଜ୍ଞ, ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ରାଜ୍ୟ ବଜେଟ ପାଇଁ ମତାମତ ଦେବେ । ମତାମତ ଆଧାରରେ ଅର୍ଥ ବିଭାଗ ବଜେଟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ।
ଏହାସହ ସାଧାରଣ ଲୋକଙ୍କ ଠାରୁ ମଧ୍ୟ ବଜେଟ ନେଇ ମତାମତ ସଂଗ୍ରହ କରିବ ଅର୍ଥବିଭାଗ । ସେପଟେ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ କମିବା, କେନ୍ଦ୍ର ଠିକ ସମୟରେ ଅର୍ଥ ନଦେବା, ଜିଏସ୍ଟି କ୍ଷତିପୂରଣ ବାବଦରେ ଅର୍ଥରାଶି କେନ୍ଦ୍ର ନଦେବା ରାଜ୍ୟ ବଜେଟ ପାଇଁ ବି ବାଧକ ହୋଇଛି । ଯେହେତୁ ମାନ୍ଦାବସ୍ଥା ଜାରି ରହିଛି ତେଣୁ ବଜେଟ ଉପରେ ଏହା ପ୍ରଭାବ ନିଶ୍ଚିତ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ବାପଘରୁ ଫେରିବେ ମାଆ ଲକ୍ଷ୍ମୀ: ଶ୍ରୀଜିଉଙ୍କ ହେବ ବିଶେଷ ନୀତି
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ସେପଟେ ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ମଙ୍ଗଳ ଆରତି, ଅବକାଶ ବେଶ, ଶୃଙ୍ଗାର, ଗୋପାଳ ବଲ୍ଲଭ, ଓ ସକାଳ ଧୂପ ପରେ ଶ୍ରୀଜିଉମାନଙ୍କ ମହାସ୍ନ।ନ ଅନୁଷ୍ଠିତ ହେବ । ଏହାପରେ ନୂଆଲୁଗା ଓ ସର୍ବାଙ୍ଗ ଚନ୍ଦ ଲାଗି କରାଯିବ । ଚନ୍ଦନଲାଗି ପରେ ମହାପ୍ରଭୁଙ୍କ ମସ୍ତକରେ ମକର ଚୂଳ ଲାଗି ହେବ । ସମ୍ପୂର୍ଣ୍ଣ ନୀତି ଶେଷ ପରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଶ୍ରୀଜିଉଙ୍କ ନିକଟରେ ଭୋଗ ଲଗାଯିବ ।
ପୌଷମାସ ଧନୁ ସଂକ୍ରାନ୍ତି ଠାରୁ ମା ଲକ୍ଷ୍ମୀ ବାପ ଘରକୁ ଯାଇ ଆଜି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରତ୍ୟାବର୍ତ୍ତନ ବେଳେ ମା ସାଙ୍ଗରେ ଆଣିଥିବା ଭାରରେ ମକର ଚାଉଲ ପସ୍ତୁତ କରାଯିବ । ମଧ୍ୟାନ୍ନ ଧୂପ ପରେ ମକର ବେଢା ଅନୁଷ୍ଠିତ କରାଯାଇ ମକର ଚାଉଳକୁ ଶ୍ରୀଜିଉଙ୍କ ନିକଟରେ ଭଗୋ ଲଗାଯିବ ।
ମଣ୍ଡିରୁ ମାର୍କେଟ, ପିଆଜ ଦରରେ ଏତେ ଫରକ କାହିଁକି ? ଗୁମର ଖୋଲିଲେ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା
ଭୁବନେଶ୍ୱର: ପାଇକାରୀ ବଜାରରେ ୩୦ରୁ ୩୫ ଟଙ୍କା ଭିତରେ ବିକ୍ରି ହେଉଛି ପିଆଜ କିନ୍ତୁ ଖୁଚୁରା ବଜାରରେ ୭୦ଟଙ୍କାରେ କିଣୁଛନ୍ତି ଗ୍ରାହକ । ତେବେ ଏତେ ଟଙ୍କା ନେଉଛି କିଏ ? କାହିଁକି ଏଭଳି ସ୍ଥିତି ? କଣ କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ଭିତରେ ୩୫ଟଙ୍କାର ଫରକ ? ମାନେ ଗୋଟିଏ କେଜି ପିଛା ୩୦ରୁ ୩୫ଟଙ୍କା ଲାଭ ରଖୁଛନ୍ତି ବ୍ୟବସାୟୀ ? ଏହାର ଖୁଲାସା କରିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।
ପିଆଜ ଦର ଏବେ ବଜାରରେ ୭୦ ଟଙ୍କା ଥିବା କଥାକୁ ଖୋଲାଖୋଲି ନହେଲେ ବି ଅସ୍ୱୀକାର କରିନାହାନ୍ତି ସୁଧାକର ପଣ୍ଡା । ଏବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ରହିଛି । ଅନେକ ସମୟରେ ମାର୍କେଟରେ ଅଭିଯୋଗ ଆସୁଛି ପିଆଜ ୭୦ରୁ ୮୦ ଟଙ୍କାରି ବିକ୍ରି ହେଉଛି । ଆମଦାନୀ ଅନୁସାରେ ପ୍ରତିଦିନ ପାଇକାରୀ ଦର ପରିବର୍ତ୍ତନ ହେଉଛି । ତାକୁ ତାଳଦେଇ ଖୁଚୁରା ବଜାରରେ ଦର ଏପେଟ ସେପଟ ହେବ । ତେବେ, ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ଭଳି ସେ ଚିନ୍ତିତ ଥିବା କହିଛନ୍ତି । ତେବେ, ପ୍ରଶାସନ ମେକାନିଜିମ୍ ଉପରେ ଦର ନିୟନ୍ତ୍ରଣ କରୁଥିବା କହିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।
ସୁନା କିଣାବିକା ଉପରେ କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ୍
ନୂଆଦିଲ୍ଲୀ: ସୁନା କିଣୁଛନ୍ତି କି ? ତେବେ, ଜାଣି ନିଅନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ଆଇନ୍ ବିଷୟରେ । ସୁନା କିଣିରେ ଠକାମି ରୋକିବାକୁ କେନ୍ଦ୍ର ସରକାର ନୂଆ ଆଇନ ଆଣିଛନ୍ତି । ୨୦୨୧ ଜାନୁଆରୀରୁ ଦେଶର ସମସ୍ତ ସୁନା ଦୋକାନୀ ବିଆଇଏସ ହଲମାର୍କ ଥିବା ସୁନା ବିସ୍କୁଟ ଏବଂ ଗହଣା ବିକିବା ବାଧ୍ୟତା ମୂଳକ କରାଯାଇଛି ।
ନିୟମ ଖିଲାପ କଲେ ବ୍ୟବସାୟୀଙ୍କୁ ସୁନା ମୂଲ୍ୟର ୫ ଗୁଣା ଫାଇନ ଦେବା ସହ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଲାଶ ପାଶୱାନ ଏହା ଘୋଷଣା କରିଛନ୍ତି । ହଲମାର୍କ ଜୁଏଲାରୀ ବିକ୍ରି କରିବା ପାଇଁ ସରକାର ଖୁବଶୀଘ୍ର ଲାଇସେନ୍ସ ଜାରି କରିବେ ।
ପୂର୍ବରୁ ସୁନା ହଲମାର୍କ ବାଧ୍ୟତାମୂଳକ ନଥିଲା । ୧୪, ୧୮ ଓ ୨୨ କ୍ୟାରେଟ ସୁନାରେ ବିଆଇଏସ ହଲମାର୍କ ଲଗାଇବା ଏବେ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଦେଶରେ ୪୦ ପ୍ରତିଶତ ସୁନା ହଲମାର୍କ ସହ ବିକ୍ରି ହେଉଛି ।
ସେଦିନର ବିସ୍ମୟ ବାଳକ ଏବେ ନିଖୋଜ ନାୟକ
ଭୁବନେଶ୍ୱର: ଆପଣ ଜାଣିଛନ୍ତି କି ବୁଦ୍ଧିଆ ସିଂ ଏବେ କେଉଁଠି ? ଏ ପ୍ରଶ୍ନର ଉତ୍ତର କେବଳ ଆମେ ଖୋଜୁନୁ, ବୁଦ୍ଧିଆଙ୍କ ପ୍ରତିଭା ଦେଖି ଦିନେ ତାଜୁବ୍ ହୋଇଯାଇଥିବା ସାରା ଓଡ଼ିଶାବାସୀ ଏକଥା ପଚାରୁଛନ୍ତି ।

ଟ୍ରାକରୁ ଟାଉନ୍-କ୍ରୀଡ଼ାପ୍ରେମୀଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଦୌଡୁଛି ଠିକ୍ ବୁଦ୍ଧିଆ ଭଳି । ହେଲେ ସେଦିନର ବିସ୍ମୟ ବାଳକ ଏବେ ସାଜିଛନ୍ତି ନିଖୋଜ ନାୟକ । କୁଆଡ଼େ ଗଲେ ବୁଦ୍ଧିଆ ସିଂ ? କାହିଁ କଳିଙ୍ଗ ଷ୍ଟାଡିୟମରେ ତ ଆଉ ନାହାନ୍ତି । କାହିଁ ଡିଏଭି ସ୍କୁଲରେ ତ ଆଉ ପଢୁ ନାହାନ୍ତି । ତା ହେଲେ କୁଆଡ଼େ ଗଲେ ବୁଦ୍ଧିଆ ସିଂ ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ନନ୍ଦିଘୋଷ ଟିଭି ପହଞ୍ଚିଥିଲା ବୁଦ୍ଧିଆଙ୍କ ମାଆଙ୍କ ପାଖରେ । ଅନେକ ସମୟ ଧରି କଥାବାର୍ତ୍ତା ହେବା ପରେ ମାଆ କହିଲେ, ବୁଦ୍ଧିଆ ରହୁଛନ୍ତି ଦିଲ୍ଲୀରେ । ଏକ ସଂସ୍ଥା ବୁଦ୍ଧିଆଙ୍କୁ ଦିଲ୍ଲୀରେ ରଖି ମାରଥନ୍ ଅଭ୍ୟାସ କରେଇବା ସହ ପାଠ ବି ପଢାଉଛନ୍ତି ।


ଦିନେ ୬୫ କିଲୋମିଟରର ଲମ୍ବା ମାରାଥନ୍-ଭୁବନେଶ୍ୱରରୁ ପୁରୀ ଦୌଡ଼ି ବୁଦ୍ଧିଆ ଚମକାଇ ଦେଇଥିଲା ସାରା ବିଶ୍ୱକୁ । ହେଲେ ବୟସ ବଢିବା ପରେ କିନ୍ତୁ ବୁଦ୍ଧିଆର-ବିସ୍ମୟ ଟ୍ୟାଗ୍ ବାଟବଣା ହୋଇଯାଇଥିଲା । ଏବେ ଭଲ ଖବର ଆସିଛି । ଦିଲ୍ଲୀରେ ବୁଦ୍ଧିଆ ଅଭ୍ୟାସ କରୁଛନ୍ତି । ଏକଥା ବୁଦ୍ଧିଆଙ୍କ ମୁହଁରୁ ଶୁଣିବାକୁ ଆମେ ଚେଷ୍ଟା କରିଥିଲୁ । ହେଲେ ଫୋନ୍ ଯୋଗେ ବୁଦ୍ଧିଆ କହିଛନ୍ତି- ମୋ କଥା ସସପେନ୍ସ ରହିବା ଭଲ ।ଥକି ନାହିଁ ବୁଦ୍ଧିଆ, ହେଲେ ତାକୁ ନେଇ ଚର୍ଚ୍ଚା କିନ୍ତୁ ଥକି ଯାଇଛି । ଆଶା କରୁଛୁ କୁନି ବୁଦ୍ଧିଆ ଭଳି କିଶୋର ବୁଦ୍ଧିଆ ମଧ୍ୟ କିଛି କରିସ୍ମା କରିବେ ଆଗକୁ । ଯାହା ଏହି ସସପେନ୍ସ ନାଟକରେ ପକାଇ ପାରିବ ଜବନିକା ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଭାରତରେ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଭାରତରେ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ।
ଭାରତ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ, କାଲି ମୋଦିଙ୍କ ସହ ଆଲୋଚନା
ନୂଆଦିଲ୍ଲୀ : ଆମେରିକା ଓ ଇରାନ୍ ମଧ୍ୟରେ ଅସ୍ଥିରତା ପରିସ୍ଥିତି ମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା ।
ଆସନ୍ତାକାଲି ଇରାନର ବୈଦେଶିକ ମନ୍ତ୍ରୀ ଜାରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ରହିଛି । ଗତ କିଛିଦିନ ହେଲା ଆମେରିକା ଓ ଇରାନ୍ ମଧ୍ୟରେ ସ୍ଥିତି କିଛି ଠିକ୍ ନାହିଁ । ଆମେରିକାର ଡ୍ରୋନ୍ ଆକ୍ରମଣରେ କାସିମ ସୁଲେମାନିର ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ୍ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରାୟ ସପ୍ତାହେ ଧରି କଥାକଟା କଟି ଜାରି ରହିଥିଲା । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆସନ୍ତା ଫେବୃଆରୀରେ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ କନ୍ଦଳକୁ ନେଇ ସୁର ରାଉତରାୟ କହିଲେ କିଛି ଏମିତି କଥା…
ଭୁବନେଶ୍ୱର : କଂଗ୍ରେସର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ପିସିସି ଓ ଏଆଇସିସି ଭିତରେ ସମନ୍ୱୟ ଅଭାବ ଯୋଗୁ ପରିସ୍ଥିତି ବିଷମ ହେଉଥିବା ସେ କହିଛନ୍ତି । ଯେଉଁଥିପାଇଁ ଗତକାଲି ଯୁବ କଂଗ୍ରେସ ସଭାପତି ଅଙ୍କକଷା ବେଳେ କଂଗ୍ରେସ ଭବନ ଆଗରେ ନେତାଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିଲା । କିନ୍ତୁ ଦଳୀୟ କନ୍ଦଳ ପ୍ରସଙ୍ଗକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି ।

ଉଭୟ ପିସିସି ଓ ଏଆଇସିସିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ଗୋଷ୍ଠୀ ବିବାଦ ବଢାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋମବାର ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ମୁଖ୍ୟାଳୟ ବାହାରେ ହୋହଲ୍ଲା କରିଥିଲେ ଦଳୀୟ ନେତା । ଏହକୁ ନେଇ ପିସିସି ସଭାପତି ଓ ଏଆଇସିସି ସାଧାରଣ ସଂପାଦିକା ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିଯୋଗୁଁ ଦଳକୁ କ୍ଷତି ପହଞ୍ଚିଛି ବୋଲି କଟାକ୍ଷ କରିଛନ୍ତି ଦଳର ଏହି ବରିଷ୍ଠ ବିଧାୟକ ।

ସେପଟେ ନେତାଙ୍କ ଭିତରେ ବିଭାଜନ ନାହିଁ ବୋଲି ପୁଣି ଥରେ ଦୋହରାଇଛନ୍ତି ପିସିସି ସଭାପତି । ହେଲେ ତାଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ବୟାନ ଭିତ୍ତିହୀନ ବୋଲି ମଧ୍ୟ ଦାବି କରିଛନ୍ତି । ଦଳର ଅନ୍ୟ ଯୁବ ନେତା ବି ଦଳୀୟ କନ୍ଦଳକୁ ଅସ୍ୱୀକାର କରିଛନ୍ତି । କଂଗ୍ରେସରେ କନ୍ଦଳ ନୂଆ କଥା ନୁହେଁ । ହେଲେ ଓଡ଼ିଶାରେ ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସିଥିବା ଦେଶର ସର୍ବ ପୁରାତନ ଦଳକୁ ଆତ୍ମସମୀକ୍ଷାର ସମୃୟ ଆସିଥିବା ଚର୍ଚ୍ଚା ହେଉଛି ।

