spot_img
Home Blog Page 7339

ଜଣେ ଶିକ୍ଷକ ଯିଏ ଗଛ ଉପରୁ ପଢାନ୍ତି ପାଠ !

କୋଲକାତା- ସୁବ୍ରତ କୋଲକାତାର ଦୁଇ ଶିକ୍ଷାନୁଷ୍ଠାନରେ ଇତିହାସ ପାଠ ପଢ଼ାନ୍ତି । ମାର୍ଚ୍ଚ ମାସରୁ ଦେଶରେ ଜାରି ହୋଇଥିବା ଲକଡାଉନ ସମୟରେ ସୁବ୍ରତ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଥିବା ନିଜ ଗାଁରେ ଥିଲେ ।

ତେବେ ସୁବ୍ରତ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି । ଏହାର କାରଣ ଏହାକି ସେ ପ୍ରତିଦିନ ଗଛ ଉପରେ ଚଢ଼ି ନିଜ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି । ୩୫ ବର୍ଷିୟ ସୁବ୍ରତ ପତି ଏକ ନିମ୍ବ ଗଛକୁ ନିଜ କ୍ଲାସ ରୁମ ଭାବେ ତିଆରି କରିଛନ୍ତି ।

 

ସୂଚନା ଅନୁଯାୟୀ ଲକଡାଉନ ସମୟରେ ସୁବ୍ରତ ଗାଁରେ ଥିଲେ । ଆଉ ବର୍ତ୍ତମାନ ତାଙ୍କୁ ଗାଁରୁ ଅନଲାଇନ କ୍ଲାସ ନେବାର ଥିଲା । କିନ୍ତୁ ଗାଁରେ ନେଟୱର୍କ ଖରାପ ଥିବା କାରଣରୁ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା । ସୁବ୍ରତ ଏହି ସମସ୍ୟା ଆଗରେ ହାର ମାନି କ୍ଲାସ ନ ନେବାର ନିଷ୍ପତ୍ତି ନେଇପରିଥାନ୍ତେ କିନ୍ତୁ ସେ ଏପରି ନକରି ସମସ୍ୟାର ସମାଧାନ ବାହାର କରିଥିଲେ ।

ସୁବ୍ରତ ଯେତେବେଳେ ଗଛରେ ଚଢିଲେ ସେ ନେଟୱର୍କ ଆସୁଥିବା ଜାଣିବାକୁ ପାଇଲେ । ତାପରେ ଗାଁରେ ନିଜ ସାଙ୍ଗ ମାନଙ୍କ ସାହାଯ୍ୟରେ ବାଉଁଶରେ ଗଛ ଉପରେ ଏକ ପ୍ଲାଟଫର୍ମ ତିଆରି କଲେ ।

ବର୍ତ୍ତମାନ ସୁବ୍ରତ ସବୁଦିନ କ୍ଲାସ ସମୟରେ ଗଛରେ ଚଢ଼ି ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠପଢ଼ାନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ କ୍ଲାସ ଥିବାରୁ ସୁବ୍ରତ ଗଛ ଉପରକୁ ଖାଇବା ମଧ୍ୟ ନେଇଯାଆନ୍ତି ।

ଲକଡାଉନରେ ଜଣେ ବାପାଙ୍କ କାହାଣୀ,ଯିଏ ନିଜ ପୁଅକୁ କାନ୍ଧରେ ବସାଇ ଅତିକ୍ରମ କଲେ ୫୦୦ କିଲୋମିଟର

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ବଡ଼ କୋଠା ପାଇଁ ଇଟା ତିଆରି କରୁଥିବା ଦିୟାରାମ କୁଶବାହା ଏବଂ ତାଙ୍କ ସ୍ତ୍ରୀ ଜ୍ଞାନବତୀ ତାଙ୍କ ପୁଅ ସହ ଘରକୁ ଫେରିଛନ୍ତି । ଯେଉଁଠାରେ ଏମାନେ କାମ କରନ୍ତି ତାଙ୍କ ୫ବର୍ଷର ପୁଅ ସେଠାରେ ଖେଳେ । ଏବଂ  ପୁଅକୁ ଦେଖି ବାପାମାଆ ନିଜ କଷ୍ଟ ଭୁଲି  ଯାଆନ୍ତି । କିନ୍ତୁ ଯେତେବେଳେ କରୋନା ଭାଇରସ କାରଣରୁ ଦେଶରେ ଲକଡାଉନ ହେଲା, ସେତେବେଳେ ପରିବାର ଉପରେ ଚଡ଼କ ପଡ଼ିଲା । ଦିନ ମଜୁରୀଆ ଭାବେ କାମ କରୁଥିବା ଏହି ପରିବାର କରିବେ କଣ ଖାଇବେ କେମିତି ଏମିତି ଭାବି ସେମାନେ ଘରକୁ ଫେରିବାର ନିଷ୍ପତି ନେଲେ । ତା’ପରେ ୨୬ ମାର୍ଚ୍ଚରେ ସମସ୍ତ ସେଠି କାମକରୁଥିବା ଲୋକ ଦିଲ୍ଲୀ ଠାରୁ ୫୦୦ କିଲୋମିଟର ଦୂରରେ ନିଜ ଗାଁ ପାଇଁ ଚାଲିବା ଆରମ୍ଭ କରିଥିଲେ । 

୨୮ବର୍ଷର ଦିନାରାମ ଏକ ୫ ବର୍ଷର ପୁଅ ଶିବମଙ୍କୁ ପ୍ରାୟ ୫୦୦କିଲୋମିଟର କାନ୍ଧରେ ବୋହି ନେଇଥିଲେ। ଲକଡାଉନ୍ ପରେ ଦିନାରାମଙ୍କୁ କାମ ବନ୍ଦ କରିବାକୁ ପଡିଲା ଏବଂ ପରିବାର ପାଇଁ ଖାଦ୍ୟ ଏବଂ ଭଡା ବ୍ୟବସ୍ଥା କରିବା କଷ୍ଟସାଧ୍ୟ ଥିଲା। ବାଟରେ, ଯେତେବେଳେ ଚାଲିବା କଷ୍ଟକର ହେଲା, ଦିନାରାମ ତାଙ୍କର ପ୍ରଥମ ପୁଅ ୭ ବର୍ଷର ପୁଅକୁ ମନେ ପକାଇଲେ ଯାହାକୁ ସେ ତାଙ୍କ ବାପାମାଆଙ୍କ ଗାଁରେ ଛାଡିଥିଲେ । ତେବେ ଶେଷରେ, ଚାରି ଦିନ ନିରନ୍ତର ଚାଲିବା ଏବଂ କିଛି ଟ୍ରକରେ ଲିଫ୍ଟ ନେବା ପରେ ସେ ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାର ତାଙ୍କ ଗାଁ ଜୁଗାୟାରେ ପହଞ୍ଚିଥିଲେ ।

ତେବେ ଦିନାରାମ କୁହନ୍ତି ସେ ଦିଲ୍ଲୀକୁ ଭଲ ପାଆନ୍ତି ସେଥିପାଇଁ ସେଠାରେ ରୁହନ୍ତି ତାହା ନୁହେଁ ବରଂ ସେ ବଞ୍ଚିବା ପାଇଁ କିଛି ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ ଯାହାଦ୍ୱାରା ସେ ତାଙ୍କର ପରିବାରର ଭରଣ ପୋଷଣ କରିପାରିବେ । କିନ୍ତୁ ଯେତେବେଳେ ସେ ନିଜ ଗାଁରେ ପହଞ୍ଚିଥିଲେ ଗାଁ ଲୋକମାନେ ତାଙ୍କୁ ସନ୍ଦେହ ନଜରରେ ଦେଖିଥିଲେ । ଏବଂ ସମସ୍ତଙ୍କ ମନରେ ପ୍ରଶ୍ନ ସେ କୋରନା ସଂକ୍ରମିତ ନୁହଁନ୍ତି ତ, ସେଥି ପାଇଁ ସେ ଗାଁ ପାଇଁ ଅଜଣା ହୋଇଯାଇଛନ୍ତି ଯାହା ତାଙ୍କୁ ବହୁତ କଷ୍ଟ ଦେଇଛି ।

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ୨ କୋଭିଡ ହସ୍ପିଟାଲ

ଝାରସୁଗୁଡ଼ା/ ସମ୍ୱଲପୁର: ବୁଧବାର ଝାରସୁଗୁଡାରେ ଓ ସମ୍ବଲପୁରରେ ଉଦଘାଟିତ ହେଲା ୨ କୋଭିଡ୍‌ ହସ୍ପିଟାଲ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଦୁଇ ମେଡିକାଲକୁ ଉଦଘାଟନ କରିଛନ୍ତି । ୧୦ଟି ଆଇସିୟୁ ସହ ଶହେ ଶର୍ଯ୍ୟା ବିଶିଷ୍ଟ ଝାରସୁଗୁଡାରେ କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକତ୍ସା କରାଯିବ ।

ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷ ଏହି ମେଡିକାଲକୁ କାର୍ଯ୍ୟକାରୀ ଏବଂ ପରିଚାଳନା କରିବେ । ଏଥିରେ ୨୭ ଜଣ ଡାକ୍ତର, ୧୪ ଜଣ ଷ୍ଟାପ ନର୍ସ, ୧୪ ଜଣ ଫାର୍ମାସିଷ୍ଟ ନିୟୋଜିତ ହେବେ ।

ସେହିଭଳି ସମ୍ବଲପୁରର କୋଭିଡ୍‌ ହସପିଟାଲରେ  ୨୦ଟି ଆଇସିୟୁ , ୧୦ଟି ଏସ୍‌ଡିୟୁ ସହ ୨୦୦ ଶର୍ଯ୍ୟା ରହିଛି । ଏହା ସହ ଆଜିଠାରୁ ବୁର୍ଲା ଭିମସାର ମେଡିକାଲରେ ବିଦ୍ଧିବଦ୍ଧ ଭାବେ କରୋନା ଟେଷ୍ଟ କରାଯାଇଛି । ପନ୍ଦରଦିନ ଭିତରେ ବଲାଙ୍ଗୀର ମେଡିକାଲରେ କୋଭିଡ୍‌ ପରୀକ୍ଷା କେନ୍ଦ୍ର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

୫ ଦିନ ମଧ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପୁସ୍ତକ ବଣ୍ଟାଯିବ

ଭୁବନେଶ୍ୱର: ଆସନ୍ତା ୫ ଦିନ ଭିତରେ ସାରା ରାଜ୍ୟରେ ବଣ୍ଟାଯିବ ପାଠ୍ୟ ପୁସ୍ତକ। ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟ ପୁସ୍ତକ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ  ଭୂପେନ୍ଦ୍ର ସିଂହ ପୁନିଆ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ବ୍ଲକରେ ବହି ପହଞ୍ଚିସାରିଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି। ସ୍କୁଲରେ ବହି ପହଞ୍ଚିବା ପରେ ପ୍ରଧାନଶିକ୍ଷକମାନେ ସ୍କୁଲରେ କାଉଣ୍ଟର ଖୋଲି ବହି ବାଣ୍ଟିବେ। ଆବଶ୍ୟକସ୍ଥଳେ ଘରକୁ ଯାଇ ବହି ବାଣ୍ଟିବାକୁ ନିର୍ଦ୍ଦେଶ ରହିଛି। ତେବେ ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ରେ କିନ୍ତୁ ବହି ବଣ୍ଟାଯିବ ନାହିଁ। ବହି ଦେବା ସମୟରେ ସାମାଜିକ ଦୂରତା, ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଇବେ

ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କଲେ ୭ ବର୍ଷ ଜେଲ,ମୋଦି ସରକାର ଆଣିଲେ ଅଧ୍ୟାଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ମୋଦି ସରକାର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକରେ ବୁଧବାର ଦିନ ଏକ ଅଧ୍ୟାଦେଶ ପାସ କରାଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଅଧ୍ୟାଦେଶ ଅନୁସାରେ ଆକ୍ରମଣକାରୀଙ୍କୁ ୩ ମାସରୁ ୭ ବର୍ଷ ଜେଲ ହେବ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କ୍ୟାବିନେଟର ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ମହଙ୍ଗା ପଡିବ

ପ୍ରକାଶ ଜାବଡେକର କହିଛନ୍ତି ଯେ, ଅନେକ ସ୍ଥାନରୁ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣର ଖବର ଆସୁଛି । ସରକାର ଏହାକୁ ବରଦାସ୍ତ କରିବେ ନାହିଁ । ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି । ଯାହା ଅନ୍ତର୍ଗତରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।

ଜାମିନ ନାହିଁ,୭ ବର୍ଷ ଜେଲ

ଏହି ଅଧ୍ୟାଦେଶ ଅନୁସାରେ ମେଡିକାଲ କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଜାମିନ ମିଳିବ ନାହିଁ । ୩୦ ଦିନ ମଧ୍ୟରେ ଏହାର ତଦନ୍ତ ସରିବ । ୧ ବର୍ଷ ମଧ୍ୟରେ ମାମଲା ଉପରେ ରାୟ ଆସିବ । ଅନ୍ୟପକ୍ଷରେ ୩ ମାସରୁ ୫ ବର୍ଷର ଦଣ୍ଡର ପ୍ରାବଧାନ ଏଥିରେ ରହିଛି ।

ଏହାସହ ଗମ୍ଭୀର ମାମଲାରେ ୬ମାସରୁ ୭ ବର୍ଷର ଦଣ୍ଡର ବ୍ୟବସ୍ଥା ରହିଛି । ଗମ୍ଭୀର ମାମଲାରେ ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି ।

ଗାଡି ଭାଙ୍ଗିଲେ ବଜାର ମୁଲ୍ୟର ଦୁଇ ଗୁଣ ଦେବାକୁ ପଡିବ

ଅଧ୍ୟାଦେଶ ଅନୁସାରେ ଯଦି କେହି ସ୍ୱାସ୍ଥ୍ୟକର୍ମୀଙ୍କ ଗାଡି ଭାଙ୍ଗେ ତେବେ ଅଭିଯୁକ୍ତଙ୍କୁ ଏଥିପାଇଁ ଗାଡିର ବଜାର ମୁଲ୍ୟଠାରୁ ଦୁଇଗୁଣ ଟଙ୍କା ଦେବାକୁ ପଡିବ ।

ଲକଡାଉନ୍ ପରେ ରାଜ୍ୟକୁ ଫେରିବେ କେତେ ଲକ୍ଷ ଓଡ଼ିଆ ? ଜାଣନ୍ତୁ କଣ ହୋଇଛି ବ୍ୟବସ୍ଥା…

ଭୁବନେଶ୍ୱର: ଲକଡାଉନ୍ ସହ ଠପ୍ ହୋଇଯାଇଛି ଦେଶ । ଭୂତାଣୁ ଭୟରେ ଅଜଣା ରାଇଜରେ ହାତବାନ୍ଧି ବସିଥିବା ଓଡ଼ିଆ ଘରକୁ ଫେରିବାକୁ ଚାହୁଁଛନ୍ତି । ଲକଡାଉନ୍ କୋହଳ ପରେ ପ୍ରବାସୀ ଓଡ଼ିଆ କେମିତି ଘରକୁ ଫେରିବେ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ୬ ହଜାର ୭୯୫ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ।

ପଞ୍ଚାୟତରେ ଓଡ଼ିଶା ଫେରନ୍ତାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗର ସଚିବ ଡିକେ ସିଂ । ପ୍ରାୟ ୭ ଲକ୍ଷ ୫୦ ହଜାର ଓଡ଼ିଆ ଲୋକ ବାହାର ରାଜ୍ୟରେ ଅଛନ୍ତି । ସେମାନେ ରାଜ୍ୟକୁ ଫେରିବା ପାଇଁ ବହୁତ ବ୍ୟଗ୍ର ଅଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ପ୍ରବାସୀ ଓଡ଼ିଶା ଫେରିବା ପାଇଁ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବେ ।

ପଞ୍ଜିକରଣ ପାଇଁ ୩ଟି ମାଧ୍ୟମ ଅଛି । ପୋର୍ଟାଲରେ ନିଜେ ପଞ୍ଜିକରଣ କରିବେ, ସମ୍ପର୍କୀୟ କରିବେ । ପଞ୍ଚାୟତରେ ଫର୍ମ ପୂରଣ କରିପାରିବେ । ପଞ୍ଜିକରଣ ଶୁକ୍ରବାର ଦିନଠାରୁ ଆରମ୍ଭ ହେବ । ବିନା ପଞ୍ଜିକରଣରେ କେହି ବି ରାଜ୍ୟ ବାହାରୁ ଓଡ଼ିଶାକୁ ଆସିପାରିବେ ନାହିଁ ।

ଯେଉଁମାନେ ବାହାରୁ ଆସିବେ ଟ୍ରେନ୍, ବସରୁ ଓହ୍ଲାଇବା ପରେ ତାଙ୍କୁ ବ୍ଲକ ଓ ପଞ୍ଚାୟତ ଅନୁସାରେ ବିଭକ୍ତ କରାଯିବ । ତାପରେ ବ୍ଲକ, ପଞ୍ଚାୟତ ପକ୍ଷରୁ ତାଙ୍କୁ ଗାଡ଼ିରେ ପଞ୍ଚାୟତ ମେଡିକାଲ କ୍ୟାମ୍ପକୁ ନିଆଯିବ । ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ୱାରେଣ୍ଟାଇନରେ ରହିବେ, ଘରକୁ ଯାଇପାରିବେ ନାହିଁ । କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ୧୪ ଦିନ ପରେ ସ୍ୱାସ୍ଥ୍ୟ ଠିକ୍ ଥିଲେ ଘରକୁ ଯିବେ ।

କେଉଁ ପଞ୍ଚାୟତକୁ କେତେ ଲୋକ ଆସିବେ ସେହି ଅନୁସାରେ ପ୍ଲାନିଂ କରାଯିବ । ଏବେ ସୁଦ୍ଧା ପଞ୍ଚାୟତରେ ୨ ଲକ୍ଷ ବେଡ୍ କରାଯାଇଛି । ଆଶା କରୁଛୁ ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିବେ । ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଧିକ ଲୋକ ଆସିବାକୁ ଥିବାରୁ ଏ ଜିଲ୍ଲାରେ ବେଡ୍ ସଂଖ୍ୟା ବଢ଼ାଯିବ । ଏଠାରେ ଖାଇବା, ପିଇବା ଠାରୁ ଡାକ୍ତରୀ ସମସ୍ତ ସୁବିଧା ମିଳିବ ।

ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଦାୟିତ୍ୱରେ ଜଣେ ଅଧିକାରୀ ରହିବେ । ତାଙ୍କ ନମ୍ବର, ନାମ, ପଦବୀ ୱେବସାଇଟରେ ଦିଆଯିବ । ଲକଡାଉନ ଖୋଲିବା ପରେ ନୋଡାଲ୍ ଅଫିସର ବାହାରେ ଥିବା ବ୍ୟକ୍ତି କେମିତି ଫେରିବେ ସେନେଇ ବ୍ୟବସ୍ଥା କରିବେ । ଗ୍ରାମାଞ୍ଚଳରେ ଫେରିଥିବା ବ୍ୟକ୍ତି ଘରେ ନୁହେଁ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ପଜିଟିଭ୍ ବାହାରିଲେ ନିକଟସ୍ଥ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ ।

ପ୍ରବାସୀ ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ସୁରକ୍ଷା ପାଇଁ ଓଡିଶା ବିଧାନସଭା ପରିସରରେ ଖୋଲିଲା କଣ୍ଟ୍ରୋଲ ରୁମ । ରାଜ୍ୟ ବାହାରେ ରହୁଥିବା ଶ୍ରମିକ, ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏହି କଣ୍ଟ୍ରୋଲ ରୁମ । ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ଏହି କଣ୍ଟ୍ରୋଲ ରୁମ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ବିଧାନସଭା ସଚିବାଳୟର ଉପ ସଚିବ ଶିଶିରକାନ୍ତ ସ୍ୱାଇଁ ଏହି କଣ୍ଟ୍ରୋଲ ରୁମର ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଅଛନ୍ତି । ବିଧାୟକ ଓ ସାଂସଦମାନେ ଏହି କଣ୍ଟ୍ରୋଲ ରୁମ ଜରିଆରେ ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିପାରିବେ । ବିଧାନସଭା ସଚିବାଳୟ ଏହିସବୁ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟର ବିଧାନସଭା ଏବଂ ସଂସଦ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟାର ସମାଧାନ କରିବେ ।

ଆତଙ୍କୀସ୍ଥାନର କରୋନା ଚେହେରା, ଜମ୍ମୁ କଶ୍ମୀରରେ ସଂକ୍ରମଣ ବୃଦ୍ଧି ଷଡ଼ଯନ୍ତ୍ର

ଶ୍ରୀନଗର: ଭାରତର ଚିନ୍ତା ବଢ଼ାଉଛି ପଡ଼ୋଶୀ ପାକିସ୍ତାନ । ଆତଙ୍କବାଦୀଙ୍କୁ ଜମ୍ମୁ କାଶ୍ମୀରକୁ ଅନୁପ୍ରବେଶ କରାଇ ହିଂସା ସୃଷ୍ଟି କରୁଥିବା ପାକିସ୍ତାନ ଏବେ ନୂଆ ଚାଲ୍ ରହିଛି । ପାକିସ୍ତାନ ନିଜେ କରୋନା ସଂକ୍ରମଣ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ସେଠାରେ ସ୍ଥାନୀୟ ତବଲିଗି ଜମାତ୍ କରୋନା ସଂକ୍ରମଣର ମୁଖ୍ୟ ଭୂମିକା ନିର୍ବାହ କରିଥିବା ଅଭିଯୋଗ ଆସିଛି । ଅନ୍ୟପକ୍ଷରେ ପାକିସ୍ତାନ ଏଥିରୁ ରାଜନୈତିକ ଓ ସାମରିକ ଫାଇଦା ଉଠାଇବାକୁ ଭାରତ ଭିତରକୁ ସଂକ୍ରମିତଙ୍କୁ ପଠାଇବା ପାଇଁ ଷଡ଼ଯନ୍ତ କରୁଥିବା ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ୍ ସିଂ ।

ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ: ୮୩ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଚିହ୍ନଟ ରୋଗୀ ଜଣଙ୍କ ଯାଜପୁର ଅଞ୍ଚଳର ୩୮ ବର୍ଷିୟ ପୁରୁଷ । ସେ ପଶ୍ଚିମବଙ୍ଗ ଫେରନ୍ତା । ଏଥିସହିତ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି ।   ଏ ନେଇ  ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

କରୋନା ମୁକାବିଲା: ଚୀନ ଭାରତକୁ ପଠାଇଥିଲା ଖରାପ PPE ? ନୀତି ଆୟୋଗ ସଦସ୍ୟ ଦେଲେ ଏମିତି ଉତ୍ତର ..

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ପାଇଁ ଭାରତ ସହ ପୂରା ବିଶ୍ୱର ବଦଳିଛି ଚିତ୍ର । ବର୍ତ୍ତମାନ ଠାରୁ ଭବିଷ୍ୟତ ପର୍ଯ୍ୟନ୍ତ ଏହି ମାରାତ୍ମକ କରୋନା ଭାଇରସ ମାନବ ଜୀବନକୁ ପ୍ରଭାବିତ କରିବ । ନିତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲଙ୍କ ଅନୁଯାୟୀ, ଏହି ଭାଇରସ୍ ସେତେବେଳେ ବିଲୋପ ହେବା ଯେତେବେଳେ ସମଗ୍ର ବିଶ୍ୱ ଏହାକୁ ହରାଇବାକୁ ସଫଳ ହେବ । ଚୀନରୁ ଆସିଥିବା ତ୍ରୁଟିପୂର୍ଣ୍ଣ ପିପିଇ କିଟ୍ ଉପରେ ସେ କହିଛନ୍ତି ଯେ, କେହି ଏହି ପିପିଇ କିଟକୁ ଦାନରେ ଦେଇଥିଲେ କିନ୍ତୁ ଏବେ ଏହାକୁ ଫେରସ୍ତ କରାଯିବ । ସେ କହିଛନ୍ତି ଯେ  ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଭଳି କାର୍ଯ୍ୟ କରିବା ଏବେ ଅତ୍ୟନ୍ତ ଆବଶ୍ୟକ ।

ଚୀନରୁ ଆସିଥିବା PPE କିଟ୍ ବିଫଳ ହୋଇଛି କି?

ପାଲ କହିଛନ୍ତି ଯେ, ଚୀନର କେହି ଜଣେ ପିପିଇକୁ ଦାନ ଦେଇଛନ୍ତି କିନ୍ତୁ ଖରାପ କ୍ୱାଲିଟି ପାଇଁ ଏହାକୁ ଫେରାଇ ଦିଆଯିବ । ଏହି ଖରାପ ପିପିଇ ଯୋଗୁଁ ଦେଶରେ ବହୁତ ଉତ୍ତେଜନା ହୋଇଥିଲା । ଚୀନ୍ ଅନ୍ୟ ଦେଶକୁ ଖରାପ ପିପିଇ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଯଦିଓ ଚୀନ୍ ଭାରତକୁ ସ୍ପଷ୍ଟୀକରଣ ଦେଇ କହିଛି ଯେ ପ୍ରତ୍ୟେକ ଦେଶ ସାମଗ୍ରୀ ଆମଦାନୀ କରିବା ପୂର୍ବରୁ କମ୍ପାନୀର ଗୁଣବତ୍ତା ଏବଂ ଏହାର ଉତ୍ପାଦ ଯାଞ୍ଚ କରିବା ଉଚିତ୍ ।

ବର୍ତ୍ତମାନ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ

ପାଲ୍  ଗଣମାଧ୍ୟମକୁ କହିଛନ୍ତି ଯେ,  ବର୍ତ୍ତମାନ ଆମେ ବଜାରରୁ ଦୋକାନ ପର୍ଯ୍ୟନ୍ତ କମ୍ ଭିଡ଼ରେ ଜାତାୟତ କରିବା ଆବଶ୍ୟକ । ଯେତେବେଳେ ଆମେ ନିଜ ଭିତରେ ଫ୍ଲୁ ଭଳି କୌଣସି ଲକ୍ଷଣ ପାଉଛୁ, ସେତେବେଳେ ଆମେ ନିଜକୁ କ୍ୱାରେଣ୍ଟାଇନରେ ରଖିବା ନିହାତି ଆବଶ୍ୟକ ।

ଲକଡାଉନ୍ ରୁ କଣ ଲାଭ ମିଳିବ ?

ପାଲ୍ କହିଛନ୍ତି ଯେ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆମେ ଆଶା କରୁଛୁ ଲୋକମାନେ ଲକଡାଉନ୍ ନିୟମ ପାଳନ କରିବେ । ତେବେ ବର୍ତ୍ତମାନ ଦେଶରେ ସୀମିତ ସଂଖ୍ୟକ ହଟସ୍ପଟ୍ ରହିବା ସହ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆମେ ମଧ୍ୟ ପ୍ରଥମ ରାଉଣ୍ଡ ଲକଡାଉନରେ ଜିନିଷଗୁଡ଼ିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲୁ ଏବଂ ସେଥିପାଇଁ କରୋନା ମାମଲାଗୁଡ଼ିକର ସଂକ୍ରମଣ କମିଥିଲା ।  ଆଗାମୀ କିଛି ଦିନ ମଧ୍ୟରେ ଗତି ଆହୁରି କମ୍ ହେବ ବୋଲି ଆମେ ଆଶା କରୁଛୁ।

ଲକଡାଉନ୍ ପରେ କିପରି ପ୍ରସ୍ତୁତ ହେବ?

ସେ କହିଛନ୍ତି ଯେ ଆମେ ଆଶା କରୁଛୁ ମେ ମାସର ମଧ୍ୟଭାଗ ସୁଧା କରୋନା ମାମଲା କମିଯିବ । ତେବେ କେହିବି ଏମିତି ଭାବିବା ଭୁଲ୍ ଯେ କି ଲକଡାଉନ୍ ହଠାତ୍ ବନ୍ଦ ହୋଇଯିବ, ବରଂ ଏହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ ।

କରୋନା ଯୋଗୁଁ, ଅନ୍ୟ ରୋଗରୁ ହଟିଲା ଧ୍ୟାନ

ନିତି ଆୟୋଗ ସଦସ୍ୟ କହିଛନ୍ତି ଯେ, କୋଭିଡ -୧୯ ଉପରେ ଅଧିକ ଧ୍ୟାନ ଦେବା କାରଣରୁ ଅନ୍ୟ କିଛି ରୋଗ ଉପରୁ ନଜର ଦିଆଯାଇ ପାରୁନାହିଁ । ଏହାସହ ସେ କହିଛନ୍ତି ଯେ କରୋନା ପାଇଁ ଆମର ପ୍ରସ୍ତୁତି ଉନ୍ନତ ପର୍ଯ୍ୟାୟରେ ଅଛି, ତେଣୁ ସେ କ୍ଷେତ୍ରରେ ଆମର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍। ଟୀକାକରଣ, ମା-ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଯକ୍ଷ୍ମା ବିଲୋପର କାର୍ଯ୍ୟକ୍ରମକୁ ବୃଦ୍ଧି କରାଯିବା ଉଚିତ୍ ।