spot_img
Home Blog Page 7291

ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?

ଭୁବନେଶ୍ୱର: ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥାକୁ ମନେ ପକାଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ମର୍ତ୍ତ୍ୟରେ ମାନବ ରୂପ ନେଇ ଆସିଥିବା ଭଗବାନ ରାମଚନ୍ଦ୍ର ସିଂହାସନ ତ୍ୟାଗ କରି ଭିକ୍ଷୁଙ୍କ ଭଳି ସ୍ତ୍ରୀ ଓ ଭାଇଙ୍କ ସହ ୧୪ ବର୍ଷ ବନବାସ ଯାଇଥିଲେ । ଯେ କୌଣସି କଠିନ ପରିସ୍ଥିତିରେ ସୁଖରେ ବିତୁଥିବା ଜୀବନକୁ ତ୍ୟାଗ କରି ଅଜଣା, ଅଶୁଣା କଷ୍ଟସାଧ୍ୟ ଜୀବନ ହେଉଛି ବନବାସ ।

ଶାସ୍ତ୍ର କହୁଛି, ‘ଯଥା ଦେହେ, ତଥା ଦେବେ ।’ ଯେପରି ଦେହଧାରୀ… ମର୍ତ୍ତ୍ୟରେ ଭଗବାନ ଜନ୍ମ ନେଲେ ବି ତାଙ୍କୁ ମଣିଷ ଭଳି ଚଳିବାକୁ ପଡ଼େ, କଷ୍ଟେ ସହିବାକୁ ପଡ଼େ । ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ଭଳି ଆଗାମୀ ୧୪ ଦିନ ପାଇଁ ରାଜ୍ୟବାସୀଙ୍କୁ ସାହାସ, ଶକ୍ତି ଓ ବିଶ୍ୱାସ ଦିଅନ୍ତୁ ବୋଲି ବାଗଚୀ କହିଛନ୍ତି ।

ଲକ୍ ଡାଉନ: ପରିବାର ସହ ବିତାନ୍ତୁ ଏହି ମୁଲ୍ୟବାନ ସମୟ ଯାହା ଆପଣଙ୍କ ପାଖକୁ କେବେ ଫେରିବନି

ଭୁବନେଶ୍ୱର: ସବୁଆଡ଼େ କରୋନାକୁ ନେଇ ଭୟର ବାତାବରଣ । ଦେଶରେ କିପରି ସଂକ୍ରମଣ ନ ବଢିବ ସେନେଇ ନିଆଯାଇଛି ଲକ୍ ଡ଼ାଉନର ସାହାରା । ଏହି ମଧ୍ୟରେ ସବୁ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଲୋକେ ନିଜକୁ ବ୍ୟସ୍ତ ରଖିବାକୁ ଖୁବ୍ ପ୍ରୟାସ କରିଛନ୍ତି । କେମିତି ଏହି ସମୟକୁ ସୁନ୍ଦରଭାବେ ପରିବାର ସହ ଉପଭୋଗ କରିପାରିବେ ଏକ ଗୀତ ମଧ୍ୟମରେ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ତାହା ଦର୍ଶାଇଛନ୍ତି  ।

ଏହି ଗୀତଟିକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଲକ୍ ଡାଉନରେ ଘରେ ଥିବା ଲୋକେ କିପରି ନିଜ ପରିବାର ସହ ହସଖୁସିରେ ସମୟ ବିତାଇବେ ସେ ସବୁକୁ ଖୁବ୍ ସୁନ୍ଦର ଭାବେ ପ୍ରକାଶ କରାଯାଇଛି । ଘରେ ରହି କିଛି ଏମିତି କାମ କରନ୍ତୁ ଯାହା ଆପଣଙ୍କୁ ପୁରୁଣା ଦିନକୁ ମନେ ପକାଇବାକୁ ବାଧ୍ୟ କରିବ । ସେ ସ୍ତ୍ରୀଙ୍କୁ ରୋଷେଇରେ ସହଯୋଗ ହେଉ କି ବାପା-ମାଆଙ୍କ ସହ ହସଖୁସି ସେ ସବୁ ପାଇଁ ସମୟ ଏବେ ଆସିଛି ଯାହା ଆଉ କେବେ ଆସି ନପାରେ ।

ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ପ୍ରଭୁ ରାମଙ୍କ ୧୪ ବର୍ଷ ବନବାସ ଭଳି ଆଗାମୀ ୧୪ ଦିନ ପାଇଁ ସାହାସ, ଶକ୍ତି ଓ ବିଶ୍ୱାସ ରଖିବା ।

ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ପ୍ରଭୁ ରାମଙ୍କ ୧୪ ବର୍ଷ ବନବାସ ଭଳି ଆଗାମୀ ୧୪ ଦିନ ପାଇଁ ସାହାସ, ଶକ୍ତି ଓ ବିଶ୍ୱାସ ରଖିବା ।

କେନ୍ଦ୍ରକୁ ରାଜ୍ୟଙ୍କ ପ୍ରଶ୍ନ, କେତେଦିନ ଲକ୍‌ଡାଉନ୍‌ ଜାରି ରହିବ ?

ନୂଆଦିଲ୍ଲୀ: କରୋନା ବିରୋଧରେ  ଯୁଦ୍ଧ ଲଢୁଥିବା  ରାଜ୍ୟ ଗୁଡ଼ିକ କେନ୍ଦ୍ରକୁ ସେମାନଙ୍କର  ବକେୟା ଦେୟ  ଦେବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ବେଳେ ରାଜ୍ୟ ଏହି ଦାବି ଉଠାଇନ୍ତି । ଆଲୋଚନା କାଳରେ ରାଜ୍ୟଗୁଡ଼ିକ ମେଡିକାଲ କିଟ୍, କେନ୍ଦ୍ରଠାରୁ ବକେୟା ଦେୟ ଏବଂ ଆର୍ଥିକ ସହାୟତା ଦାବି କରିବା ସହ ଆଉ କେତେ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିବ ସେନେଇ  ପ୍ରଶ୍ନ କରିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ୨୫୦୦ କୋଟି ସହାୟତା ଦାବି କରିଛନ୍ତି । ଏହା ସହିତ କେନ୍ଦ୍ର  ବକେୟା ଥିବା ୫୦ ହଜାର କୋଟି ଟଙ୍କା ଦେଉ ବୋଲି ମମତା ଦାବି କରିଥିଲେ ।  ପଶ୍ଚିମବଙ୍ଗ ପରି ପଞ୍ଜାବ ମଧ୍ୟ ୬୦ ହଜାର କୋଟି ପୁରୁଣା ବକେୟା ଦାବି କରିଛି । ଏହା ସହ ପଞ୍ଜାବ ନୂତନ ଫସଲ ଆସିବା ପୂର୍ବରୁ ଦୁଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ରଖିବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛି ।

ମୋଦିଙ୍କୁ ସୋନିଆଙ୍କ ଟାର୍ଗେଟ, କହିଲେ ପୂର୍ବପ୍ରସ୍ତୁତି ନକରି ଲକ୍‌ଡାଉନ୍‌ କରାଯାଇଛି

ପଶ୍ଚିମବଙ୍ଗ ଏବଂ ପଞ୍ଜାବ ପରି ଅନ୍ୟ ରାଜ୍ୟମାନେ ମଧ୍ୟ କରୋନା ବିରୋଧରେ ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ଦାବି କରିଛନ୍ତି । ରାଜ୍ୟଗୁଡିକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ଏଥର ରାଜସ୍ୱ ସଂଗ୍ରହ ହ୍ରାସ ପାଇବ, ଏଥିପାଇଁ କେନ୍ଦ୍ର କ୍ଷତିପୂରଣ ଦେବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଗରିବଙ୍କ ଆକାଉଣ୍ଟରେ ଟଙ୍କା ଏବଂ ରାସନ ପାଇବା ବ୍ୟତୀତ ରାଜ୍ୟ ସରକାର ସ୍ଥାନାନ୍ତରଣ ବନ୍ଦ କରିବାକୁ ଚେଷ୍ଟା କରିବା ଉଚିତ୍ । ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।  ଆଗକୁ ଲକ୍‌ଡାଉନ୍‌ ବଢାଇବା  ଯୋଜନା ଅଛି କି ନାହିଁ ବୋଲି ରାଜ୍ୟ ସରକାର ମାନେ ପଚାରିଛନ୍ତି।

ଆଲୋଚନାରେ ମୋଦି କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କ ସହ ସର୍ବୋତ୍ତମ ସମନ୍ୱୟ ସ୍ଥାପନ କରିବାକୁ ଚେଷ୍ଟା କରୁଛୁ । କାରଣ କରୋନା ଯୁଦ୍ଧରେ ଆମ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ । କେନ୍ଦ୍ର ସରକାର ପ୍ରତ୍ୟେକ ପଦକ୍ଷେପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରିବେ। ରାଜ୍ୟଗୁଡିକର ଚିକିତ୍ସା ସୁବିଧା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ ।

ବିଷାକ୍ତ ଚନ୍ଦନବୋଡାକୁ ଗିଳିଲା ନାଗ, ଉଦ୍ଧାର ହେବା ପରେ ମଧ୍ୟ ଥିଲା ଜୀବନ୍ତ !

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ଏକ ନାଗ ସାପ ବିଷାକ୍ତ ଚନ୍ଦନବୋଡାକୁ ଗିଳି ଦେଇଥିଲା। ବେତୁଲ ଜିଲ୍ଲାର ସାରାଣି ଅଞ୍ଚଳରେ ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ନାଗ ସାପ ଓ ଚନ୍ଦନବୋଡାକୁ ଆଦିଲ ଖାନ ନାମକ ଜଣେ ସର୍ପ ଉଦ୍ଧାରକାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ତା’ପରେ ନାଗ ସାପ ଚନ୍ଦବୋଡାକୁ ଓଗାଳିଥିଲା। ତେବେ ଉଦ୍ଧାର ହେବା ପରେ ମଧ୍ୟ ବୋଡା ଜୀବନ୍ତ ଥିଲା ।

ସରାଣି ସହରର ସାପ ଧରୁଥିବା ଆଦିଲ ଖାନଙ୍କୁ  ଗୋଟିଏ ନାଗ ସାପ ଜନବସତି ଅଂଚଳରେ ଥିବା ସୂଚନା ମିଳିଥିଲା ।  ଯେତେବେଳେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ସେଠାର ଦୃଶ୍ୟ ଅଜବ ଥିଲା । ସେଠାରେ ପ୍ରାୟ ୫ ଫୁଟ ଲମ୍ବ ବିଶିଷ୍ଟ ଗୋଟିଏ ନାଗ ସାପ ଅଢେଇ ଫୁଟ ଚନ୍ଦନବୋଡାକୁ ଗିଳି ଦେଉଥିଲା । ଉଭୟ ନାଗ ଏବଂ ଚନ୍ଦନବୋଡା ଅତ୍ୟନ୍ତ ବିଷାକ୍ତ ସାପ । ଆଦିଲ ଲୋକମାନଙ୍କୁ ବୁଝାଇଥିଲେ ଯେ ଯେତେବେଳେ ନାଗ ସାପ ଚନ୍ଦନବୋଡାକୁ ପୂରା ଗିଳିଦେବ ତାପରେ , ସେମାନେ ତାଙ୍କୁ ଉଦ୍ଧାର କରିବେ ।

ପ୍ରାୟ ୪୫ ମିନିଟ ମଧ୍ୟରେ, ନାଗ ସାପ ଚନ୍ଦନବୋଡାକୁ ସଂପୂର୍ଣ୍ଣ ଗିଳି ଦେଇଥିଲା । ଏହା ପରେ ଆଦିଲ ନାଗ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ନାଗ ସାପ ଚନ୍ଦନବୋଡାକୁ ଓଗାଳିଦେଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ,ନାଗ ସାପର ପେଟ ଭିତରକୁ ଯିବା ପରେ ମଧ୍ୟ ଚନ୍ଦନବୋଡା ଜୀବିତ ଥିଲା। ନିକଟସ୍ଥ ଜଙ୍ଗଲର ବିଭିନ୍ନ ସୁରକ୍ଷିତ ସ୍ଥାନରେ ଉଭୟ ସାପଙ୍କୁ ଛଡାଯାଇଥିଲା । ଆଦିଲ କହିଛନ୍ତି ଯେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ନାଗ ସାପ ଚନ୍ଦନବୋଡାକୁ ସଂପୂର୍ଣ୍ଣ ଗିଳି ଦେଇଥିଲା ଏବଂ ଏହା ପରେ ମଧ୍ୟ ଚନ୍ଦନବୋଡା ବଞ୍ଚିଥିଲା। ସାଧାରଣତଃ ଏମିତି ହୁଏ ନାହିଁ । ଉଦ୍ଧାର ହେବା ପରେ ଉଭୟ ସାପଙ୍କୁ ଜଙ୍ଗଲରେ ଛଡା ଯାଇଥିଲା।

ମୋଦିଙ୍କୁ ସୋନିଆଙ୍କ ଟାର୍ଗେଟ, କହିଲେ ପୂର୍ବପ୍ରସ୍ତୁତି ନକରି ଲକ୍‌ଡାଉନ୍‌ କରାଯାଇଛି

ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ । ଏଭଳି ଟାର୍ଗେଟ୍‌ କରିଛନ୍ତି କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ । କରୋନା ସମୟରେ ଦେଶରେ ୨୧ ଦିନର ଲକ୍‌ଡାଉନ ନିହାତି ଆବଶ୍ୟକ ଥିଲା । କିନ୍ତୁ ଏହାକୁ ପୂର୍ବ ପ୍ରସ୍ତୁତି ନକରି କାର୍ଯ୍ୟକାରୀ କରାଯାଇଛି । ଏହି ବନ୍ଦ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ହଇରାଣ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏଭଳି ଟାର୍ଗେଟ କରିଛନ୍ତି ସୋନିଆ ।

କରୋନା ଲକ୍‌ଡାଉନ୍‌ ସମୟରେ ମୋଦି ସରକାରକୁ ବିଭିନ ଦାବି କରିଛନ୍ତି ସୋନିଆ ଗାନ୍ଧୀ । ଦାବିରେ ସେ କହିଛନ୍ତି ଯେ ସରକାର ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ଉଚିତ । ସରକାର ନିର୍ଦ୍ଦିଷ୍ଟ ଡାକ୍ତରଖାନା, ଶଯ୍ୟା ସଂଖ୍ୟା, କ୍ୟାଣ୍ଟିନ୍ ଏବଂ ପରୀକ୍ଷା ସୁବିଧା ଏବଂ ଚିକିତ୍ସା ସାମଗ୍ରୀର ସବିଶେଷ ତଥ୍ୟ ପ୍ରକାଶ କରିବା ଉଚିତ୍ । ଏହା ହେଉଛି ଚାଷ ଅମଳର ସମୟ ସେଥିପାଇଁ ଚାଷୀଙ୍କ ଉପରେ ପ୍ରତିବନ୍ଧକ ହଟାଇବା ଉଚିତ୍ । ଯାହାଫଳରେ ସେମାନେ ଚାଷ ଅମଳ ପାଇଁ ବାହାରକୁ ଯାଇପାରିବେ ।

ଖାଲି ସେତିକି ନୁହେଁ ମଧ୍ୟବିତ୍ତଙ୍କ ପାଇଁ ଏକ ସାଧାରଣ ସର୍ବନିମ୍ନ ରିଲିଫ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର, ସାମ୍ମୁଖ୍ୟ ସଂଗଠନ, ଆମର ନେତା ତଥା କାର୍ଯ୍ୟକର୍ତ୍ତାମାନେ ଅଧିକ ବିପଦରେ ଥିବା ପରିବାରକୁ ସେମାନଙ୍କ ସହାୟତା ପ୍ରଦାନ କରିବା ଉଚିତ୍ ।

ସେପଟେ ରାହୁଲ ଗାନ୍ଧି ମଧ୍ୟ ମୋଦି ସରକାର ଉପରେ ଟାର୍ଗେଟ କରିଛନ୍ତି  । ସେ କହିଛନ୍ତି ଯେ ଆମେ ଦୁଇମାସ ଧରି କରୋନା ଉପରେ ନଜର ରଖିଛୁ ଏବଂ ବିଶେଷଜ୍ଞଙ୍କ ସହ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରୁଛୁ । ଦୁନିଆରେ ଏପରି କୌଣସି ଦେଶ ନାହିଁ ଯିଏ ଶ୍ରମିକମାନଙ୍କ ଜୀବିକା, ଖାଇବା ଏବଂ ଖାଦ୍ୟର ବ୍ୟବସ୍ଥା ନକରି  ଲକ୍‌ଡାଉନ୍‌ କରିଛି ।

କରୋନା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ, କାର୍ଯ୍ୟକ୍ଷମ ହେଲା କିମ୍‌ସ ଓ ଅଶ୍ୱିନୀ କୋଭିଡ-19 ହସ୍‌ପିଟାଲ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଦେଶର ସର୍ବବୃହତ କୋଭିଡ-19 ହସ୍ପିଟାଲ ରାଜ୍ୟ ସରକାରଙ୍କ ସହାୟତାରେ ପ୍ରସ୍ତୁତ ହୋଇଛି । ଦେଶରେ କରୋନା ସଂକ୍ରମଣ କୁ ଲକ୍ଷ୍ୟକରି ଓଡ଼ିଶାରେ ଏଭଳି ପୂର୍ବ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ୨ଟି ଷ୍ଟାଣ୍ଡ ଏଲୋନ୍‌ କୋଭିଡ୍‌ ହସ୍‌ପିଟାଲ ।  ଭୁବନେଶ୍ୱର କିମ୍‌ସରେ ୫୨୫ ଶଯ୍ୟା ବିଶିଷ୍ଟ ଓ କଟକ ଅଶ୍ୱିନୀରେ ୧୫୦ ଶଯ୍ୟାର କୋଭିଡ୍‌ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ହସ୍‌ପିଟାଲ୍‌ର ଡାକ୍ତର ଓ ପାରା-ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି  ମାତ୍ର ଏକ ସପ୍ତାହ ମଧ୍ୟରେ କୋଭିଡ୍‌ ହସ୍‌ପିଟାଲ ପ୍ରସ୍ତୁତ କରିଥିବାରୁ କିମ୍‌ସ ଓ  ଅଶ୍ୱିନୀ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଦେଇଛିଲେ ।

ଗୋଟିଏ ଛାତ ତଳେ ଆଇସୋଲେସନ ଓ୍ୱାର୍ଡ, ଆଇସିୟୁ, କ୍ୱାରେଣ୍ଟାଇନ୍‌ ଓ ଟ୍ରିଟମେଣ୍ଟ ଓ୍ୱେର୍ଡର ବ୍ୟବସ୍ଥା ହୋଇଛି । ଡାକ୍ତର ଓ ନର୍ସଙ୍କ ପାଇଁ ମେଡିକାଲରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଦୁଇ କୋଭିଡ୍‌ ହସ୍‌ପାଟାଲରେ କରୋନା ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ରୋଗୀଙ୍କ ଚିକିତ୍ସା, ଖାଇବା ପିଇବା ଓ ରହିବା  ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସେପଟେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରାଯାଇଛି । ଏହି ହସ୍ପିଟାଲକୁ ଆଉ ୩ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ରହିଛି ।

ପୋଲିସର ବିନା ଅନୁମତିରେ ଖାଦ୍ୟ ବାଣ୍ଟିବାକୁ ଯାଇ ଖାଦ୍ୟ ସହ ଅଟୋ ଜବତ

ଇନ୍ଦୋରର ଲଜ୍ଜା: କରୋନା ରୋଗୀ ଚିହ୍ନଟ ପାଇଁ ଯାଇଥିବା ଡାକ୍ତରଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ

ଇନ୍ଦୋର: କରୋନା ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସନ୍ଧାନ କରିବାକୁ ଯାଇଥିବା ଡାକ୍ତରୀ ଟିମ୍ ଉପରେ ଆକ୍ରମଣ । ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଇନ୍ଦୋରର ଟାଟପାଟି ଅଂଚଳରେ ଏହି ଘଟଣା ବୁଧବାର ଦିନ ଘଟିଥିଲା । 

ସଂନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ବାବଦରେ ତଥ୍ୟ ସଂଗ୍ରହ ପାଇଁ ଡାକ୍ତରୀ ଟିମ୍ ସେଠାକୁ ଯାଇଥିଲା । ଟିମରେ ଆଶାକର୍ମୀ ଓ ପୋଲିସ ମଧ୍ୟ ଥିଲା । ନିକଟରେ ସେହି ଅଂଚଳରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  ତାଙ୍କ ସଂପର୍କରେ କିଏ କିଏ ଆସିଛନ୍ତି, ସେମାନଙ୍କଠାରେ ସଂକ୍ରମଣର ଲକ୍ଷଣ ରହିଛି ନା ନାହିଁ ତାହା ଜାଣିବାକୁ ଟିମ୍ ସେଠାକୁ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହ ଟିମ୍ ଆଲୋଚନା କରୁଥିବା ବେଳେ ହଠାତ କିଛି ଲୋକ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ସମୟର ଭିଡିଓରୁ ଜଣା ପଡୁଛି ଯେ, ଜଣେ ମହିଳା ଲୋକଙ୍କୁ ଉସକାଉଥିଲେ । ଆକ୍ରମଣକାରୀ ଟିମ୍ ଉପରକୁ ପଥର,ଚୌକି ଫୋପାଡିବା ସହ ଗୋଡାଇ ଗୋଡାଇ ପିଟିଥିଲେ । ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା ଡାକ୍ତର ପରେ ସେମାନଙ୍କୁ ଜୀବନର ମାରିବାକୁ ଉଦ୍ୟମ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି । ତେବେ ପୋଲିସ ଉପସ୍ଥିତି କାରଣରୁ ସେମାନଙ୍କ ଜୀବନ ବଂଚିଯାଇଥିଲା ବୋଲି ସେ କହିଛନ୍ତି । ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ପୋଲିସ ଏନେଇ ମାମଲା ଦାଏର କରିଛି  ।

ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମୀ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ବେଳେ ଆକ୍ରମଣର ଏଭଳି ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ । ଏହାକୁ ଚାରିଆଡୁ ନିନ୍ଦା କରାଯାଉଛି ।

https://www.facebook.com/nandighoshatv/videos/505566406998339/

ସୋସିଆଲ ମିଡିଆର ଆକ୍ରମଣ ଭିଡିଓ ଭାଇରାଲ ହେବା ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଉ ବୋଲି ଦାବି ହେଉଛି । ଏହାସହ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଯୋଜିତ ଟିମକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଦାବି ହେଉଛି ।

କରୋନା ସଙ୍କଟ: ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା,ମିଶିକି ଲଢିବା ଯୁଦ୍ଧ

ନୂଆଦିଲ୍ଲୀ: କରୋନାଭାଇରସ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କ ସହ ସବୁବେଳେ ଅଛି । ଏହା ସହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ ମୋଦି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକଡାଉନ୍ କୁ ନେଇ ଚିନ୍ତା ଦେଖାଯାଇଥିଲା। ଲକଡାଉନ୍ କୁ କଡାକଡି ଭାବେ ପାଳନ କରିବାକୁ ସେ ପ୍ରତ୍ୟେକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉ, ଫଳରେ କାହାରି କିଛି ଅସୁବିଧା ହେବ ନାହିଁ।

ଶ୍ରମିକଙ୍କ ପଳାୟନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି ଯେ, ପ୍ରତ୍ୟେକ ସମ୍ଭାବ୍ୟ ସ୍ଥାନାନ୍ତରକୁ ବନ୍ଦ କରିବାକୁ ହେବ। ଏଥିପାଇଁ ସବୁ ରାଜ୍ୟ ତାଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରିବା ଉଚିତ୍। ସେମାନଙ୍କର ଖାଇବା ପିଇବା ଓ ରହିବା ବ୍ୟବସ୍ଥା କରାଯିବା ଉଚିତ୍ । ଏଥିସହ ଶ୍ରମିକମାନଙ୍କୁ ରାସ୍ତାକୁ ନ ଯିବା ପାଇଁ ଆବେଦନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ତାଳମେଳର ଆବଶ୍ୟକତା ରହିଛି ।

ସମସ୍ତ ଅସୁବିଧା ସମୟରେ ପ୍ରତ୍ୟେକ ରାଜ୍ୟକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟଗୁଡିକର ଚିକିତ୍ସା ସୁବିଧା ବିଷୟରେ କହିଥିଲେ। ଗତ କିଛି ଦିନରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପ୍ରତ୍ୟେକ ସନ୍ଦିଗ୍ଧ ଲୋକଙ୍କୁ ଆଇସୋଲେଟ କରାଯିବା ଉଚିତ୍। ସେମାନଙ୍କ ସହ ଯୋଗାଯୋଗ କରୁଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯିବା ଉଚିତ୍ । ଯଦି କ୍ୱାରେଣ୍ଟାଇନ୍ ୱାର୍ଡକୁ ବୃଦ୍ଧି କରାଯିବା ଆବଶ୍ୟକ, ତେବେ ଏହାକୁ ବୃଦ୍ଧି କରାଯିବା ଉଚିତ୍ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଟିପ୍ସ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟରରେ ଲେଖିଛନ୍ତି ଯେ, ଆୟୁଷ ମନ୍ତ୍ରଣାଳୟ ଉନ୍ନତ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିଛି ନିର୍ଦ୍ଦେଶ ଦେଇଛି। ଏହିଗୁଡିକ ସହଜରେ କରାଯାଇପାରିବ । ଏପରି ଅନେକ ଜିନିଷ ଅଛି, ଯାହା ସେ ନିଜେ ବର୍ଷ ବର୍ଷ ଧରି କରିଆସୁଛନ୍ତି ।  ଯେମିତିକି ‘ବର୍ଷସାରା କେବଳ ଗରମ ପାଣି ପିଇବା’ ।

କରୋନା ଠାରୁ ବଞ୍ଚିବା ପାଇଁ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଟିପ୍ସ ଦେଇଛନ୍ତି । ଏହାକୁ ନିଜେ ପାଲନ କରିବା ସହ ଅନ୍ୟମାନଙ୍କୁ ସେୟାର କରିବାକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାର୍ତ୍ତା ସହିତ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜଡିତ କିଛି ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଚିତ୍ରଗୁଡ଼ିକରେ, କରୋନା ଜୀବାଣୁ ସମ୍ବନ୍ଧୀୟ କିଛି ସଙ୍କଟଠୁ ରକ୍ଷା ପାଇଁ ଆୟୁର୍ବେଦିକ ପ୍ରତିକାର ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ବିଷୟରେ ଦିଆଯାଇଛି।

 

କରୋନା ରୋକିବା ପାଇଁ ଏକାଠି ଲଢିବାକୁ ଆହ୍ୱାନ । ଭିଡିଓ କନଫରେନସିଂରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ । ରାଜ୍ୟମାନଙ୍କରେ ନିଆଯାଇଥିବା ପଦକ୍ଷେପ ନେଇ ଚର୍ଚ୍ଚା ହୋଇଛି ।

କରୋନା ରୋକିବା ପାଇଁ ଏକାଠି ଲଢିବାକୁ ଆହ୍ୱାନଭିଡିଓ କନଫରେନସିଂରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀରାଜ୍ୟମାନଙ୍କରେ ନିଆଯାଇଥିବା ପଦକ୍ଷେପ ନେଇ ଚର୍ଚ୍ଚା ହୋଇଛି