କେନ୍ଦ୍ରକୁ ରାଜ୍ୟଙ୍କ ପ୍ରଶ୍ନ, କେତେଦିନ ଲକ୍‌ଡାଉନ୍‌ ଜାରି ରହିବ ?

ନୂଆଦିଲ୍ଲୀ: କରୋନା ବିରୋଧରେ  ଯୁଦ୍ଧ ଲଢୁଥିବା  ରାଜ୍ୟ ଗୁଡ଼ିକ କେନ୍ଦ୍ରକୁ ସେମାନଙ୍କର  ବକେୟା ଦେୟ  ଦେବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ବେଳେ ରାଜ୍ୟ ଏହି ଦାବି ଉଠାଇନ୍ତି । ଆଲୋଚନା କାଳରେ ରାଜ୍ୟଗୁଡ଼ିକ ମେଡିକାଲ କିଟ୍, କେନ୍ଦ୍ରଠାରୁ ବକେୟା ଦେୟ ଏବଂ ଆର୍ଥିକ ସହାୟତା ଦାବି କରିବା ସହ ଆଉ କେତେ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିବ ସେନେଇ  ପ୍ରଶ୍ନ କରିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ୨୫୦୦ କୋଟି ସହାୟତା ଦାବି କରିଛନ୍ତି । ଏହା ସହିତ କେନ୍ଦ୍ର  ବକେୟା ଥିବା ୫୦ ହଜାର କୋଟି ଟଙ୍କା ଦେଉ ବୋଲି ମମତା ଦାବି କରିଥିଲେ ।  ପଶ୍ଚିମବଙ୍ଗ ପରି ପଞ୍ଜାବ ମଧ୍ୟ ୬୦ ହଜାର କୋଟି ପୁରୁଣା ବକେୟା ଦାବି କରିଛି । ଏହା ସହ ପଞ୍ଜାବ ନୂତନ ଫସଲ ଆସିବା ପୂର୍ବରୁ ଦୁଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ରଖିବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛି ।

ମୋଦିଙ୍କୁ ସୋନିଆଙ୍କ ଟାର୍ଗେଟ, କହିଲେ ପୂର୍ବପ୍ରସ୍ତୁତି ନକରି ଲକ୍‌ଡାଉନ୍‌ କରାଯାଇଛି

ପଶ୍ଚିମବଙ୍ଗ ଏବଂ ପଞ୍ଜାବ ପରି ଅନ୍ୟ ରାଜ୍ୟମାନେ ମଧ୍ୟ କରୋନା ବିରୋଧରେ ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ଦାବି କରିଛନ୍ତି । ରାଜ୍ୟଗୁଡିକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ଏଥର ରାଜସ୍ୱ ସଂଗ୍ରହ ହ୍ରାସ ପାଇବ, ଏଥିପାଇଁ କେନ୍ଦ୍ର କ୍ଷତିପୂରଣ ଦେବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଗରିବଙ୍କ ଆକାଉଣ୍ଟରେ ଟଙ୍କା ଏବଂ ରାସନ ପାଇବା ବ୍ୟତୀତ ରାଜ୍ୟ ସରକାର ସ୍ଥାନାନ୍ତରଣ ବନ୍ଦ କରିବାକୁ ଚେଷ୍ଟା କରିବା ଉଚିତ୍ । ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।  ଆଗକୁ ଲକ୍‌ଡାଉନ୍‌ ବଢାଇବା  ଯୋଜନା ଅଛି କି ନାହିଁ ବୋଲି ରାଜ୍ୟ ସରକାର ମାନେ ପଚାରିଛନ୍ତି।

ଆଲୋଚନାରେ ମୋଦି କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କ ସହ ସର୍ବୋତ୍ତମ ସମନ୍ୱୟ ସ୍ଥାପନ କରିବାକୁ ଚେଷ୍ଟା କରୁଛୁ । କାରଣ କରୋନା ଯୁଦ୍ଧରେ ଆମ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ । କେନ୍ଦ୍ର ସରକାର ପ୍ରତ୍ୟେକ ପଦକ୍ଷେପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରିବେ। ରାଜ୍ୟଗୁଡିକର ଚିକିତ୍ସା ସୁବିଧା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ ।

Leave a Reply