କରୋନା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ, କାର୍ଯ୍ୟକ୍ଷମ ହେଲା କିମ୍‌ସ ଓ ଅଶ୍ୱିନୀ କୋଭିଡ-19 ହସ୍‌ପିଟାଲ

1 min read

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଦେଶର ସର୍ବବୃହତ କୋଭିଡ-19 ହସ୍ପିଟାଲ ରାଜ୍ୟ ସରକାରଙ୍କ ସହାୟତାରେ ପ୍ରସ୍ତୁତ ହୋଇଛି । ଦେଶରେ କରୋନା ସଂକ୍ରମଣ କୁ ଲକ୍ଷ୍ୟକରି ଓଡ଼ିଶାରେ ଏଭଳି ପୂର୍ବ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ୨ଟି ଷ୍ଟାଣ୍ଡ ଏଲୋନ୍‌ କୋଭିଡ୍‌ ହସ୍‌ପିଟାଲ ।  ଭୁବନେଶ୍ୱର କିମ୍‌ସରେ ୫୨୫ ଶଯ୍ୟା ବିଶିଷ୍ଟ ଓ କଟକ ଅଶ୍ୱିନୀରେ ୧୫୦ ଶଯ୍ୟାର କୋଭିଡ୍‌ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ହସ୍‌ପିଟାଲ୍‌ର ଡାକ୍ତର ଓ ପାରା-ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି  ମାତ୍ର ଏକ ସପ୍ତାହ ମଧ୍ୟରେ କୋଭିଡ୍‌ ହସ୍‌ପିଟାଲ ପ୍ରସ୍ତୁତ କରିଥିବାରୁ କିମ୍‌ସ ଓ  ଅଶ୍ୱିନୀ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଦେଇଛିଲେ ।

ଗୋଟିଏ ଛାତ ତଳେ ଆଇସୋଲେସନ ଓ୍ୱାର୍ଡ, ଆଇସିୟୁ, କ୍ୱାରେଣ୍ଟାଇନ୍‌ ଓ ଟ୍ରିଟମେଣ୍ଟ ଓ୍ୱେର୍ଡର ବ୍ୟବସ୍ଥା ହୋଇଛି । ଡାକ୍ତର ଓ ନର୍ସଙ୍କ ପାଇଁ ମେଡିକାଲରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଦୁଇ କୋଭିଡ୍‌ ହସ୍‌ପାଟାଲରେ କରୋନା ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ରୋଗୀଙ୍କ ଚିକିତ୍ସା, ଖାଇବା ପିଇବା ଓ ରହିବା  ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସେପଟେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରାଯାଇଛି । ଏହି ହସ୍ପିଟାଲକୁ ଆଉ ୩ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ବୋଲି ସୂଚନା ରହିଛି ।

ପୋଲିସର ବିନା ଅନୁମତିରେ ଖାଦ୍ୟ ବାଣ୍ଟିବାକୁ ଯାଇ ଖାଦ୍ୟ ସହ ଅଟୋ ଜବତ

Leave a Reply