spot_img
Home Blog Page 7286

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଦେଶ ପାଳୁଛି ସହିଦ ଦିବସ

୩୦ଜାନୁଆରୀ …ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ଶ୍ରାଦ୍ଧ ଦିବସ । ୧୯୪୮ ଆଜିର ଦିନରେ ବିର୍ଲା ହାଉସରେ ସଂଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳିପଡ଼ିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ ।

ଏ ଘଟଣା  ସ୍ତବ୍ଧ କରିଦେଇଥିଲା ସାରା ଦେଶକୁ । ଅହିଂସାର ଚଳନ୍ତି ପ୍ରତିମାଙ୍କୁ ହରାଇ ମର୍ମାହତ ହୋଇଥିଲେ କୋଟିକୋଟି ଭାରତୀୟ । ତେବେ ପ୍ରତ୍ୟେକ ବର୍ଷ ୩୦ ଜାନୁୟାରୀ ଅର୍ଥାତ ଆଜିର ଦିନକୁ  ସାରା ଦେଶ ସହୀଦ ଦିବସ ଭାବରେ ପାଳନ କରିଆସୁଛି ।

ଦେଶ ପାଇଁ ଜୀବନ ସମର୍ପି ଦେଇଥିବା ସହୀଦଙ୍କୁ ଦେଶର କୋଣଅନୁକୋଣରେ ଜ୍ଞାପନ କରାଯାଉଛି ଶ୍ରଦ୍ଧାଞ୍ଜଳି ।

ସେପଟେ ଗାନ୍ଧୀଙ୍କ ସ୍ମୃତିରେ ବିଧାନସଭା ପରିସରରେ ସକାଳ ୧୦ଟା ୪୩ରେ ଆୟୋଜିତ ହେବ ପ୍ରାଥନ ସଭା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାସ୍ତା ମଝିରେ ଟ୍ରକ୍‌ ଧକ୍କା ଦେବା ଫଳରେ ଦନ୍ତା ହାତୀର ମୃତ୍ୟୁ

ଢ଼େଙ୍କାନାଳ: ଦନ୍ତାକୁ ଧକ୍କା ଦେଲା ଟ୍ରକ୍‌  । ଢେଙ୍କାନାଳ ଗଦାସିଲା ଫରେଷ୍ଟ ବିଟ୍‌ ନିକଟ ପୋଡ଼ାପଡ଼ା ଛକରେ ଅଘଟଣ । ଏକ ଟ୍ରକ୍‌ ଧକ୍କା ଦେବାରୁ ହାତୀର ମୃତ୍ୟୁ ହୋଇଛି ।

ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଆଉ ଦୁଇଟି ହାତୀ ଆହତ ହୋଇଛନ୍ତି । ଆହତ ହାତୀମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ମିଳିଛି ।

ରାଉରକେଲା: ରାଜଗାଙ୍ଗପୁର ଓସିଏଲ୍ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକ ମୃତ, ଅନ୍ୟ ୨ ଜଣ ଗୁରୁତର ଆହତ ସୂଚନା । ଆହତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର ।

ନିର୍ମଳାଙ୍କ ପେଡ଼ିରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ?

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ବଜେଟ୍ ଆଗତ କରିବେ । କେନ୍ଦ୍ରୀୟ ବଜେଟକୁ ସାରାଦେଶ ଅପେକ୍ଷା କରିଥିବା ବେଳେ ଉତ୍ସାହର ଚାହିଁ ରହିଛନ୍ତି ବୟସ୍କ ନାଗରିକ । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ଘୋଷଣା କରିପାରନ୍ତି । ବିଗତ ବର୍ଷରେ ଅଧିକରୁ ଅଧିକ ପରିବାର ଯୌଥରୁ ଛୋଟ ପରିବାରରେ ପରିଣତ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ, ବରିଷ୍ଠ ନାଗରିକ ଆତ୍ମନିର୍ଭରଶୀଳ ହୋଇ ନିଜ ସଞ୍ଚୟ ଓ ଆୟ ଭରସାରେ ଜୀବନ ଜିଇଁ ପାରିବେ ।

ଗତବର୍ଷର ଅର୍ଥନୀତିକ ସର୍ଭେ ଅନୁସାରେ, ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ସଂଖ୍ୟା ୨୦୧୧ରେ ୮.୬ ପ୍ରତିଶତ ଥିଲା । ଯାହାକି ୨୦୪୧ ସୁଦ୍ଧା ଦୁଇଗୁଣା ବୃଦ୍ଧି ପାଇ ୧୬ ପ୍ରତିଶତରେ ପହଞ୍ଚିବ । ଏମିତି ସ୍ଥିତିରେ, ବଜେଟରେ ବୟସ୍କଙ୍କ ପାଇଁ ବା ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଉପରେ ଅର୍ଥମନ୍ତ୍ରୀ ଧ୍ୟାନ ଦେଇପାରନ୍ତି ।କଣ ଚାହୁଁଛନ୍ତି ବରିଷ୍ଠ ନାଗରିକ ?

କେନ୍ଦ୍ରୀୟ ବଜେଟରୁ ପ୍ରାୟ ସମସ୍ତେ ଟ୍ୟାକ୍ସ ସ୍ଲାବ ଉପରେ ନଜର ରଖିଛନ୍ତି । ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନେଇ ଦାବି ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଆୟରେ ଅସମାନତା । ଯେଉଁ ବରିଷ୍ଠ ନାଗରିକଙ୍କୁ ପେନସନ୍ ମିଳୁନାହିଁ । ସେମାନଙ୍କ ଆୟ ବ୍ୟାଙ୍କ ଜମା ଓ ଫିକ୍ସଡ୍ ଡିପୋଜିଟର ସୁଧ ଉପରେ ନିର୍ଭର କରେ । ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟକୁ ବରିଷ୍ଠ ନାଗରିକଙ୍କ ପାଇଁ ଫେଣ୍ଡଲି କରିପାରନ୍ତି ।

କଣ ହୋଇପାରେ ?

  • ବରିଷ୍ଠ ନାଗରିକଙ୍କୁ ୨ ଭାଗରେ ବଣ୍ଟାଯାଇଛି । ତାକୁ ଏକତ୍ର କରାଯାଇ ପାରେ ।
  • ଟ୍ୟାକ୍ସ ସ୍ଲାବକୁ କମାଇ ପାରନ୍ତି ସରକାର ।
  • ଦରବୃଦ୍ଧିରୁ ବର୍ତ୍ତିବା ଭଳି ନିବେଶ ପ୍ଲାନ୍

ଜାନୁଆରୀ ୩୧ରୁ ସଂସଦର ବଜେଟ୍‌ ଅଧିବେଶନ

ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ, ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ ହେବ ୩୦ ଜିଲ୍ଲାର ୧୦୧ଟି ବିଦ୍ୟାଳୟ

ଭୁବନେଶ୍ୱର: ଉତ୍କର୍ଷ ହେବ ବିଦ୍ୟାଳୟ । ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍‌ ସେକ୍ସନ ଖୋଲାଯିବ । ଭିତ୍ତିଭୂମି ପାଇଁ ପ୍ରତି ସ୍କୁଲକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

ସ୍କୁଲ ଛାତ୍ରଛାତ୍ରୀ ସଂଖ୍ୟା ଅନୁସାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯିବ । ରାଜ୍ୟର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ଏହି ପଦକ୍ଷେପ ନିଆଯାଇଛି । ସ୍କୁଲର ପରିଚାଳନା ବ୍ୟବସ୍ଥା ଉନ୍ନତି କରିବା, ଶିକ୍ଷା ଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ।

୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ଏହାଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ମଧ୍ୟ ଦୂର ହୋଇପାରିବ । ଏ କ୍ଷେତ୍ରରେ ଅନ୍ୟ ସ୍କୁଲରକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲାମାନଙ୍କୁ RTE ଆକ୍ଟ ଅନୁଯାୟୀ ସ୍ଥାନାନ୍ତର ବାବଦରେ ଭତ୍ତା ସର୍ବାଧିକ ୫ ହଜାର ଟଙ୍କା ଦିଆଯିବ ।

ମୋ ସରକାରରେ ସାମିଲ ହେଲା ଶ୍ରମ ବିଭାଗ

ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ଶ୍ରମ ବିଭାଗ । ବିଭାଗର ଶ୍ରମ କମିଶନ ଅଫିସ, ଫ୍ୟାକ୍ଟ୍ରି ବୟଲର ନିର୍ଦ୍ଦେଶାଳୟ ଏବଂ ଇଏସ୍‌ଆଇ ନିର୍ଦ୍ଦେଶାଳୟ । ଏସବୁ ଅଫିସ୍‌ ଅଧୀନରେ ଥିବା ୩୨ଟି ଜିଲ୍ଲାର ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଓ ଫ୍ୟାକ୍ଟ୍ରି ଆଣ୍ଡ ବୟଲର ନିର୍ଦ୍ଦେଶାଳୟ ଅଧୀନସ୍ଥ ୧୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୪ଟି ଇଏସ୍‌ଆଇ ଡାକ୍ତରଖାନା ମଧ୍ୟ ମୋ ସରକାରରେ ସାମିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ୫ ସେବାକୁ ସାମିଲ କରାଯାଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,  ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

୨୦୨୦ ଜାନୁଆରୀରୁ ଶ୍ରମ ବିଭାଗରେ ଲାଗୁ ହେବ ମୋ ସରକାର, ଦାଦନ ରୋକିବାକୁ ହେବ ବଡ଼ ଘୋଷଣା

ଭୁବନେଶ୍ୱର: ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ ହେବ ୩୦ ଜିଲ୍ଲାର ୧୦୧ଟି ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିୟମ୍ ସେକ୍ସନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ବିଦ୍ୟାଳୟରେ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୨୫ ଲକ୍ଷ ଲେଖାଏଁ ଟଙ୍କା ।