କଶ୍ମୀର କୁଲଗାମରେ ଏନକାଉଣ୍ଟର, ୩ ଆତଙ୍କବାଦୀ ସଫା

1 min read

ଶ୍ରୀନଗର: ଜମ୍ମୁ କଶ୍ମୀର କୁଲଗାମରେ ଶନିବାର ସକାଳୁ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନି । କୁଲଗାମର ହର୍ଦମାଙ୍ଗୁରି ଖୁର ବାତପୋରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀ ଛପିଥିବା ପୋଲିସକୁ ସୂଚନା ମିଳିଥିୱା । ତାପରେ ପୋଲିସ ଓ ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଅନନ୍ତନାଗରେ ଗୁଳିବିନିମୟ, ୨ ଲସ୍କର ଆତଙ୍କବାଦୀ ନିହତ

ପୋଲିସ ଅନୁଯାୟୀ, ସେଠାରେ ୪ଜଣ ଆତଙ୍କବାଦୀ ଛପିଥିବା ଖବର ମିଳିଥିଲା । ଯାହାପରେ ସମ୍ପୃକ୍ତ ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ୩ ଜଣ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଲୁଚି ରହିଥିବା କୁହାଯାଇଛି । ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଏହି ଆତଙ୍କବାଦୀ ମାନେ କୁଲଗାମରେ ୨ ଜଣ ନାଗରିକଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଯାହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଥିଲା ।

ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ପ୍ରାଥମିକ ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ନନ୍ଦିମର୍ଗର ସିରାଜ ଅହମଦ ଗୋରେସ ଓ ଗୁଲାମ ହସନ ବାଗୟଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ଏହାର ତଦନ୍ତ କରୁଛି । ଏହା ପୂର୍ବରୁ ମାର୍ଚ୍ଚ ୧୫ରେ ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ହିଜବୁଲ୍ ନିଜାମୁଦ୍ଦିନ ଓ ଲସ୍କର ଏ ତୋଇବା ଆତଙ୍କୀ ସଙ୍ଗଠନର ୪ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ହିଜବୁଲ୍ କମାଣ୍ଡର ତାରିକ ଅହମଦ ମଧ୍ୟ ନିହତ ହୋଇଥିଲା ।

Leave a Reply