ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ମଧ୍ୟରେ ୩ ନିଜାମୁଦ୍ଦିନ ଫେରନ୍ତା

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ  ନିଜାମୁଦ୍ଦିନ ତବଲିଗି ମରକଜ ଫେରନ୍ତା ଅଛନ୍ତି । ସେଥିରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟଜଣେ ଯାଜପୁର ବ୍ରହ୍ମବରଦା ଅଞ୍ଚଳର ଏବଂ ଆଉ ଜଣେ ପୁରୀର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଏଯାବତ୍ ନିଜାମୁଦ୍ଦିନରୁ ଫେରିଥିବା ୨୮ ଜଣଙ୍କୁ ସରକାର ଚିହ୍ନଟ କରିଛନ୍ତି । ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି । ନିଜାମୁଦ୍ଦିନ ଲିଙ୍କ୍ ଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି ।

୩ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ବମିଖାଲ ଅଞ୍ଚଳ

ଯାଜପୁର ବ୍ରହ୍ମବରଦାର ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ପ୍ରଶାସନ ସଟଡାଉନ୍ ଘୋଷଣା କରିଛି । ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ପ୍ରଶାସନ ଖୋଜୁଛି । ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ ସ୍ଥିତ କୋଭିଡ୍-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମବରଦା ଅଞ୍ଚଳ ରବିବାର ରାତି ୮ଟା ଯାଏଁ ସଟଡାଉନ୍ ରହିବ ।

ଅନ୍ୟପଟେ ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିମାନଙ୍କୁ ୧୦୪ ନମ୍ବରରେ କଲ୍ କରି ପଞ୍ଜିକୃତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଅନୁରୋଧ କରିଛି । ସମଗ୍ର ଦେଶରେ ନିଜାମୁଦ୍ଦିନ ଫେରନ୍ତାଙ୍କ ଠାରୁ ହିଁ କରୋନା ବ୍ୟାପିବାରେ ଲାଗିଛି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର ମହାନଗର ସମେତ ସଂଲଗ୍ନ ୧୪ଟି ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି । କଟକ ସହର ମଧ୍ୟ ସଟଡାଉନ୍ ରହିଛି । ଭଦ୍ରକ ସହର ସମେତ ଚରମ୍ପା, ଏରେଇଁ ପଞ୍ଚାୟତ ଓ ଆରଡି ଛକକୁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ସବୁ ଅଞ୍ଚଳ ରବିବାର ରାତି ୮ଟା ଯାଏଁ ସଟଡାଉନ୍ ରହିବ ।

https://youtu.be/jlo3kJiIHrQ

Leave a Reply