ବ୍ରହ୍ମପୁର: ବସରେ ବିଦ୍ୟୁତ୍ ତାର ଲାଗିବା ଘଟଣା । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ବିଦ୍ୟୁତ୍ ବିଭାଗକୁ ନୋଟିସ୍ ପଠାଯିବ ।
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ୍ ଡକଲପଡ଼ାରେ ବସ୍ରେ ନିଆଁ ଲାଗିବା ଘଟଣା । ୮ ଜଣଙ୍କ ମୃତ୍ୟୁ ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ୍ ଡକଲପଡ଼ାରେ ବସ୍ରେ ନିଆଁ ଲାଗିବା ଘଟଣା । ୮ ଜଣଙ୍କ ମୃତ୍ୟୁ ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ୍ ଡକଲପଡ଼ାରେ ବସ୍ରେ ଲାଗିଲା ୩୩ କେଭି ବିଦ୍ୟୁତ୍ ତାର । ୩୦ରୁ ଅଧିକ ଯାତ୍ରୀ ଆହତ । ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ୍ ଡକଲପଡ଼ାରେ ବସ୍ରେ ଲାଗିଲା ୩୩ କେଭି ବିଦ୍ୟୁତ୍ ତାର । ୩୦ରୁ ଅଧିକ ଯାତ୍ରୀ ଆହତ । ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।
୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଚଳନ୍ତା ବସ୍ : ୧୦ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର: ଗୋଳନ୍ଥରା ଥାନା ମେନ୍ଦ୍ରାଜପୁର ଗାଁ ନିକଟରେ ବଡ଼ ଧରଣର ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ବିଦ୍ୟୁତ ଝଟ୍କାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ସିଲକ୍ ସିଟି ବସ୍ (OR-07-T-1441) । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୫ ଆମ୍ୱୁଲାନ୍ସ ମଧ୍ୟ ନିୟୋଜିତ ଥିଲା । ଆହତଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ସେମାନଙ୍କ ମଧ୍ୟ କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଡଙ୍ଗରପଡ଼ାରୁ ସକରଡ଼ା ଯାଉଥିଲା ବସ୍ । ନିର୍ବନ୍ଧ ପାଇଁ ଯାଇଥିଲେ ପରିବାର ଲୋକେ । ବ୍ରହ୍ମପୁର ବଡ଼ ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ, ଉପ ଜିଲ୍ଲପାଳ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ରହି ଗୁରୁତରଙ୍କ ଚିକିତ୍ସାକୁ ତଦାରଖ କରୁଛନ୍ତି । ମୃତକମାନେ ହେଲେ ବି ରାମେୟା, ବି ଆଚୁଲୁ, ସି ଏଚ କାମ ରାଜୁ, ବି ତାରଣେୟା, କେ ସଂଜୁ, ବି ମୋହିନୀ, ବି କାନେକା ଆମ୍ମ, ସନ୍ତୋଷି ସାହୁ ଓ A ରେୟା ରେଡ୍ଡୀ । ଅନ୍ୟ ଜଣେ ବାଳକ ଦେବରାଜ ରେଡ୍ଡୀଙ୍କ ଏସ୍ସିବି ମେଡିକାଲରେ ମୃତ୍ୟୁ ହୋଇଛି ।
ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଶୋକସନ୍ତପ୍ତ ପରିବାରଗର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।





କଟକ: ମଙ୍ଗୁଳି ଟୋଲପ୍ଲାଜା ନିକଟରୁ ଗଞ୍ଜେଇ ଓ ଭାଙ୍ଗ ଜବତ, ୪ ଗିରଫ । ଦାମୀ ଗାଡ଼ି ସହ ୪ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଜବତ ଭାଙ୍ଗ ଓ ଗଞ୍ଜେଇର ଅନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ।
କଟକ: ମଙ୍ଗୁଳି ଟୋଲପ୍ଲାଜା ନିକଟରୁ ଗଞ୍ଜେଇ ଓ ଭାଙ୍ଗ ଜବତ, ୪ ଗିରଫ । ଦାମୀ ଗାଡ଼ି ସହ ୪ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଜବତ ଭାଙ୍ଗ ଓ ଗଞ୍ଜେଇର ଅନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ।
ପବନରେ ଲୋକଙ୍କ ଠାରୁ ଲୋକଙ୍କୁ ସଂକ୍ରମିତ ହେଉଛି କରୋନା
ବେଜିଂ: ଦୁନିଆକୁ ଡରାଇ ରଖିଥିବା କରୋନାକୁ ନେଇ ବହୁତ ବଡ଼ ଖୁଲାସା । ଯାହା ସରକାର ଓ ଚିକିତ୍ସା ବିଶେଷଜ୍ଞଙ୍କ ନିଦ ହଜାଇଦେବ । ସଂଘାଇର ଜଣେ ଅଧିକାରୀ ଏହିଭଳି କିଛି ତଥ୍ୟ ପ୍ରକାଶ କରିଛନ୍ତି । ଅଧିକାରୀଙ୍କ କହିବା ମୁତାବକ କରୋନା ଭୂତାଣୁ ବାୟୁ ବା ପବନରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଛି । ଏହାକୁ ଏୟରୋସୋଲ ଟ୍ରାନ୍ସମିସନ କୁହାଯାଏ । ତେବେ, ବର୍ତ୍ତମାନ ଯାଏଁ ଏହି ଦାବିକୁ ଗ୍ରହଣ କରାଯାଇନାହିଁ ।
ତେବେ, ବିଶେଷଜ୍ଞଙ୍କ କହିବା କଥା କୌଣସି ଆକ୍ରାନ୍ତ ବ୍ୟକ୍ତି ଛିଙ୍କିଲେ କିମ୍ବା କାଶିଲେ ପାଖରେ ଥିବା ବ୍ୟକ୍ତିଙ୍କୁ ଭାଇରସ୍ ସଂକ୍ରମଣ ହୋଇପାରେ । କୌଣସି ବସ୍ତୁକୁ ଛୁଇଁ ମୁହଁ, ନାକ କିମ୍ବା ଆଖି ସ୍ପର୍ଶକୁ କନେକ୍ଟ ଟ୍ରାନ୍ସମିସନ କୁହାଯାଏ । ଏହା ଦ୍ୱାରା ମଧ୍ୟ ସଂକ୍ରମଣର ସମ୍ଭାବନା ରହିଛି ।
ଚୀନ ସରକାର ଲୋକଙ୍କୁ ସଫା ସୁତୁରା ରହିବାକୁ ପରାମର୍ଶ ଦେଇଛନ୍ତି । ଭେଣ୍ଟିଲେସନ ପାଇଁ ଖୋଲା ରହିଥିବା ସ୍ଥାନ, ଝରକାକୁ ନିୟମିତ ସଫା କରିବା । ଘର କବାଟର ହ୍ୟାଣ୍ଡେଲ, ଖାଇବା ଟେବୁଲ, ଟଏଲେଟ୍ ସଫା ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ଯାଏଁ କରୋନା ଭାଇରସ ଆକ୍ରମଣରେ ୮୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।
କୋରିୟର ଦେଲା ନାବାଳିକାର ଠିକଣା, ଦିଲ୍ଲୀରେ ବିକ୍ରି କରି ଦେଇଥିଲା ଦଲାଲ୍
ରାଉରକେଲା: ଦିଲ୍ଲୀରୁ ଉଦ୍ଧାର ହେଲା ରାଉରକେଲାର ନାବାଳିକା । ବୁଲାଇ ନେବାକୁ କହି ବିକ୍ରି କରି ଦେଇଥିଲା ଦଲାଲ୍ । ମାନବଚାଲାଣକୁ ନେଇ ସଦାବେଳେ ଚର୍ଚ୍ଚାରେ ରହି ଆସୁଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ରୁ ପୁଣି ଆସିଛି ନାବାଳିକା ବିକ୍ରି ଅଭିଯୋଗ । ରାଉରକେଲା ପୋଲିସର ସ୍ୱତନ୍ତ୍ର ଟିମ ଦିଲ୍ଲୀରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ମହିଳା ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ।
ପ୍ରାୟ ସପ୍ତାହେ ତଳେ ରାଉରକେଲା ଅଞ୍ଚଳର ଜଣେ ନାବାଳିକାଙ୍କୁ ବୁଲାଇ ନେବାକୁ କହି ଦଲାଲ୍ ଜଣଙ୍କ ଦିଲ୍ଲୀ ନେଇ ଯାଇଥିଲେ । ସେଠାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିବା ଜାଣିବା ପରେ ନାବାଳିକା ଘରକୁ ଫୋନ୍ କରିଥିଲେ । ନାବାଳିକ ରହୁଥିବା ଘରୁ ପାଇଥିବା କୋରିୟର ପ୍ୟାକେଟ ଆଡ୍ରେସ୍ ଘର ଲୋକଙ୍କୁ ଦେଇଥିଲେ । ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ସହ ଝିଅ ଦେଇଥିବା ଠିକଣା ଦେଇଥିଲେ ।
ପୋଲିସ ଉକ୍ତ ଠିକଣାରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି । ମହିଳା ଦଲାଲକୁ ଅଟକ ରଖି ପଚରାଉଚରା କରୁଛି । ତେବେ, ନାବାଳିକା ବିକ୍ରି ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏଥିରେ କୌଣସି ରାକେଟ କାମ କରୁଛି କି ? ପୋଲିସ ସେ ଦିଗରେ ଅଧିକ ଖୋଳତାଡ଼ କରୁଛି । ପୋଲିସ ନାବାଳିକା ଜଣଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ବାହାର ରାଜ୍ୟକୁ ନାବାଳିକା ଚାଲାଣ ଘଟଣା ପ୍ରଥମ ନୁହେଁ । ଗତବର୍ଷ ଦିଲ୍ଲୀରେ ୪ ଜଣ ନାବାଳିକାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । କିଛିଦିନ ତଳେ ସୁନ୍ଦରଗଡ଼ର ୨ ଭଉଣୀଙ୍କୁ ଜମ୍ମୁ କଶ୍ମୀରରେ ବିକ୍ରି ଅଭିଯୋଗ ଖବର ମଧ୍ୟ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।
ପାଗରେ ଆସିବ ପରିବର୍ତ୍ତନ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା
ଭୁବନେଶ୍ୱର: ଲାଗି ରହିବ ଝିପିଝିପି ବର୍ଷା । କାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ବର୍ଷା ଲାଗି ରହିବ । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଳାହାଣ୍ଡି, ମଯୂରଭଞ୍ଜ, ସୋନପୁର, ମାଲକାନଗିରି, ନୟାଗଡ଼, ବାଲେଶ୍ଵର, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଅନ୍ୟପଟେ ସୁନ୍ଦରଗଡ଼, ଅନୁଗୁଳ, ସୋନପୁର ଓ ବାଲେଶ୍ଵର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନର ଶୀତ ଅନୁଭୂତ ହେବ । ଏଥିସହ ଅନୁଗୁଳ, ସୋନପୁର, କେନ୍ଦୁଝର, ଭଦ୍ରକ, ବଲାଙ୍ଗିର, କନ୍ଧମାଳ, ଢେଙ୍କାନାଳରେ ଘନ କୁହୁଡ଼ି ଦେଖାଯିବ । ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ବାବନା, ୧୦ରୁ ବଢ଼ିବ ତାପମାତ୍ରା
ନୋହିଲା ଜଗା ଦର୍ଶନ, ଅଧା ରାସ୍ତାରେ ଛକି ବସିଥିଲା ମୃତ୍ୟୁ
ବଲାଙ୍ଗିର: ଜଗା ଦର୍ଶନ ପାଇଁ ହସଖୁସିରେ ଘରୁ ପୁରୀ ବାହାରିଥିଲେ ସପରିବାର । ସମସ୍ତଙ୍କ ମନରେ ଥିଲା ଅପୂର୍ବ ଆନନ୍ଦ, ଉଲ୍ଲାସ । ପୁରୀ ପହଞ୍ଚିବେ, କାଳିଆକୁ ଦେଖିବେ । ହେଲେ, ଏହି ଆଶା ଆଶାରେ ରହିଯାଇଛି । ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବଲାଙ୍ଗିର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଟ୍ରକ୍ ଭଙ୍ଗାରୁଜା କରିଛନ୍ତି ।
ଭୋରରୁ ପାଟଣାଗଡ଼ ଘୁମେର ଗାଁର ୯ଜଣ ବୋଲେରୋ ଯୋଗେ ପୁରୀ ଯାଉଥିଲେ । ବୋଲେରୋଟି ବଲାଙ୍ଗିର-ସୋନପୁର ରାସ୍ତାର ବୈରାସରେ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ମୃତକ ତମିଆ ଗାଁର ତେଜରାଜ ସାହୁ ଓ ଶକୁନ୍ତଳା ସାହୁ ବୋଲି ଜଣାପଡ଼ିଛି ।
https://www.facebook.com/nandighoshatv/videos/559164088007400/
ରାଉରକେଲା: ସହରର ଜଣେ ନାବାଳିକାକୁ ଦିଲ୍ଲୀରେ ବିକ୍ରି ଅଭିଯୋଗ । ନାବାଳିକାକୁ ଦିଲ୍ଲୀରୁ ଉଦ୍ଧାର କଲା ପୋଲିସର ସ୍ୱତନ୍ତ୍ର ଟିମ୍ । ବିକ୍ରି ଅଭିଯୋଗରେ ଜଣେ ମହିଳା ଦଲାଲ ଅଟକ । ପୋଲିସ ଓ ଶିଶୁ କଲ୍ୟାଣ କମିଟି ପକ୍ଷରୁ ତଦନ୍ତ ।
ରାଉରକେଲା: ସହରର ଜଣେ ନାବାଳିକାକୁ ଦିଲ୍ଲୀରେ ବିକ୍ରି ଅଭିଯୋଗ । ନାବାଳିକାକୁ ଦିଲ୍ଲୀରୁ ଉଦ୍ଧାର କଲା ପୋଲିସର ସ୍ୱତନ୍ତ୍ର ଟିମ୍ । ବିକ୍ରି ଅଭିଯୋଗରେ ଜଣେ ମହିଳା ଦଲାଲ ଅଟକ । ପୋଲିସ ଓ ଶିଶୁ କଲ୍ୟାଣ କମିଟି ପକ୍ଷରୁ ତଦନ୍ତ ।

