ଟଙ୍କା ପାଇଁ ଏଟିଏମ୍ ପାଖକୁ ଦୌଡିବାକୁ ପଡିବ ନାହିଁ, ଏବେ ଆପଣଙ୍କ ପାଖକୁ ଆସିବ ଏଟିଏମ୍

ନୂଆଦିଲ୍ଲୀ: କରୋନା ଭାଇରସରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଦେଶ ସାରା ଲକ୍ ଡାଇନ ମଧ୍ୟ ଲାଗୁ ହୋଇଛି । ଏହି ଲକ୍ ଡାଉନ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଏକ ବିଶେଷ ସୁବିଧା ଆରମ୍ଭ କରିଛି । ଏହି ସୁବିଧା ଅନୁଯାଇ ଆପଣଙ୍କୁ ଟଙ୍କା ବାହାର କରିବାକୁ ହେଲେ ଏଟିଏମ୍ ମେସିନ ପାଖକୁ ଯିବାକୁ ପଡ଼ିବନି ।

ଘରୋଇ ବ୍ୟାଙ୍କ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ଏବେ ମୋବାଇଲ୍ ଏଟିଏମ ଭ୍ୟାନ ସୁବିଧା ଦେଉଛି । ଏହି ଏଟିଏମ୍ ଭ୍ୟାନ କିଛି ଖାସ ଅଞ୍ଚଳ କିମ୍ବା ଗଳି ସ୍ଥାନରେ ରଖାଯିବ । ଭ୍ୟାନ୍ ଏଟିଏମର ସୁବିଧା ସକାଳ ୧୦ଟାରୁ ସନ୍ଧ୍ୟା ୭ ଯାଏଁ ମିଳିପାରିବ ।

ମୋବାଇଲ ଏଟିଏମରେ ସେ ସବୁ ସୁବିଧା ମିଳିପାରିବ ଯାହା ସାଧାରଣ ଏଟିଏମରେ ମିଳେ । ଯେମିତି କି ବାଲାନ୍ସ ଚେକ୍, ପିନ୍ ଚେକ୍ ଏବଂ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ଗୁଡ଼ିକ ମିଳିପାରିବ । ଆଇସିଆଇସିଆଇ ବ୍ୟାଙ୍କ ପୂର୍ବରୁ ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ମୋବାଇଲ ଏଟିଏମର ସୁବିଧା ଦେଇଛି ।

ଏଚଡିଏଫସି ବ୍ୟାଙ୍କର ମୋବାଇଲ ଏଟିଏମକୁ ଚିହ୍ନଟ କରାଯାଇଥିବା ସ୍ଥାନରେ ଏବଂ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରଖାଯିବାର ସୁବିଧା ରହିଛି । ଏହି ନିର୍ଦ୍ଧିଷ୍ଟ ଅଞ୍ଚଳରେ ମୋବାଇଲ ଏଟିଏମ୍ ଭ୍ୟାନ୍ ସକାଳ ୧୦ଚାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ  ୩ରୁ ୪ଟି ସ୍ଥାନରେ ରଖାଯିବ ।

ଏହି ଏଟିଏମକୁ କେଉଁଠାରେ ରଖା ଯିବ ସେନେଇ ସମ୍ୱନ୍ଧିତ ନଗରପାଳିକା ସହ କଥାବାର୍ତ୍ତା ପରେ ସ୍ଥିର କରାଯିବ । ସୂଚନା ଅନୁସାରେ ଏହି ସୁବିଧାରେ ଗ୍ରାହକମାନେ ନିଜ ଘର ଦୂଆରୁ ଏଟିଏମ୍ ଭ୍ୟାନରୁ ଟଙ୍କା ଉଠାଇପାରିବେ । ଖୁବଶୀଘ୍ର ଅନ୍ୟ ରାଜ୍ୟରେ ମଧ୍ୟ ଏହି ଦୁଇ ବ୍ୟାଙ୍କ ଉକ୍ତ ସେବା ଯୋଗାଇ ଦେବାକୁ ଯାଉଛନ୍ତି ।

Leave a Reply