ଲକଡାଉନର ଅବମାନନା: ବିଜେପି ବିଧାୟକଙ୍କ ବିରିୟାନି ପାର୍ଟି, କଂଗ୍ରେସ ବିଧାୟକ ବାଣ୍ଟିଲେ ୧୦ ଟଙ୍କିଆ ନୋଟ୍

1 min read

କର୍ଣ୍ଣାଟକ: ଲକଡାଉନ ଏବଂ ସାମାଜିକ ଦୂରତାକୁ ସଫଳ କରିବା ପାଇଁ ଗୋଟେପଟେ ସରକାର ଦିନରାତି କାମ କରୁଥିବା ବେଳେ ଅନ୍ୟପଟେ କିଛି ଜନପ୍ରତିନିଧି ଏହାର ଖୁଲମଖୁଲ୍ଲା ଅବମାନନା କରଥିବା ଦେଖିବାକୁ ମିଳିଛି । ଏମାନଙ୍କୁ ନା ଅଛି ସରକାରଙ୍କ ଆଦେଶର ଚିନ୍ତା ନା ଲୋକମାନଙ୍କର ଚିନ୍ତା ।

କର୍ଣ୍ଣାଟକର ଟୁମକୁରରେ ବିଜେପି ବିଧାୟକ ନିଜ ଜନ୍ମଦିନ ଅବରସରେ ବିରିୟାନି ବାଣ୍ଟିଥିଲେ ଯେଉଁଥିପାଇଁ ଭିଡ଼ ଜମିଯାଇଥିଲା । ଅନ୍ୟପଟେ ଝାଡଖଣ୍ଡର ଜାମତାଡାରେ କଂଗ୍ରେସ ବିଧାୟକ ଲୋକଙ୍କୁ ପଇସା ବାଣ୍ଟିବାକୁ ଲାଗିଲେ ଯାହା ଦ୍ୱାରା ସେଠାରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା ।

ବିଧାୟକଙ୍କ ବିରିୟାନି ପାର୍ଟି –

କରୋନା ନିଜ କାୟା ମେଲାଉ ଥିବାରୁ ଦେଶରେ ସର୍ବବ୍ୟାପି ଲକଡାଉନକୁ ପାଳନ କରାଯାଉଛି । ଲୋକମାନେ ଭିଡ଼ ନ ଜମାଇବା ପାଇଁ ସରକାର ମଧ୍ୟ ଅନୁରୋଧ କରୁଛନ୍ତି । କିନ୍ତୁ କର୍ଣ୍ଣାଟକର ବିଜେପି ବିଧାୟକ ଏମ. ଜୟରାମଙ୍କୁ ଏହାର କୈଣସି ଚିନ୍ତା ନଥିବା ଭଳି ଲାଗୁଛି । କରୋନାକୁ ନେଇ ଅନେକ କଟକଣା ଥିଲେ ମଧ୍ୟ ସେ ସେବୁକୁ ଅବମାନନା କରି ନିଜ ଜନ୍ମଦିନରେ ବଡ଼ ଜାକଜମକରେ ଲୋକଙ୍କୁ ବିରିୟାନି ବାଣ୍ଟିଥିଲେ ।

ଏହି ସମୟରେ ଲୋକମାନେ ମାସ୍କ ତ ପିନ୍ଧିଥିଲେ, କିନ୍ତୁ ସାମାଜିକ ଦୂରତା ପାଇଁ କାହାର କୌଣସି ଯତ୍ନ ନଥିଲା  । ତେବେ ଆସନ୍ତୁ ଜାଣିବା କର୍ଣ୍ଣାଟକ କରୋନା ଭାଇରସ ସଂକ୍ରମଣରେ ପୀଡିତଙ୍କ ସଂଖ୍ୟା ବିଷୟରେ । କର୍ଣ୍ଣାଟକରେ ୧୯୦ ଜଣ କରୋନା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଚିକିତ୍ସା ପରେ ୩୦ ଜଣ ସୁସ୍ଥ ହୋଇଛନ୍ତି । ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

କଂଗ୍ରେସ ବିଧାୟକ ନୋଟ୍ ବାଣ୍ଟିଲେ –

ଝାଡଖଣ୍ଡରେ ସରକାରଙ୍କ ସହଯୋଗୀ କଂଗ୍ରେସ ବିଧାୟକ ଇରଫାନ୍ ଅନସାରୀ ମଧ୍ୟ ସାମାଜିକ ଦୂରତାକୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଏକ ଭିଡିଓରେ ସେ ମହିଳାମାନଙ୍କ ମଧ୍ୟରେ ୧୦-୧୦ ଟଙ୍କା ବଣ୍ଟନ କରୁଥିବା ନଜର ଆସିଛନ୍ତି। ମହିଳାମାନେ ଧାଡିରେ ଠିଆ ହୋଇଥିଲେ ଏବଂ ବିଧାୟକ ତାଙ୍କୁ ଟଙ୍କା ବାଣ୍ଟିଥିବା ଦେଖିବାକୁ ମିଳିତିଲେ ।

Leave a Reply