କରୋନା ପରୀକ୍ଷା ପାଇଁ ଭୁବନେଶ୍ୱରରେ ୫ ସ୍କୁଲରେ ଆରମ୍ଭ ହେଲା ରକ୍ତ ନମୁନା ସଂଗ୍ରହ

1 min read

ଭୁବନେଶ୍ୱର: କରୋନା ପରୀକ୍ଷା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଜିଠାରୁ ରକ୍ତ ଓ ସ୍ବାବ୍‌ ନମୁନା ସଂଗ୍ରହ କରାଯାଉଛି । ୫ଟି ସ୍କୁଲ୍‌ରେ ସ୍ବତନ୍ତ୍ର ମେଡିକାଲ୍‌ ଟିମ୍‌ ସ୍ବାବ୍‌ ନମୁନା ସଂଗ୍ରହ ଆରମ୍ଭ କରିଛନ୍ତି । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ରକ୍ତ ଓ ସ୍ବାବ୍‌ ନମୁନା ସଂଗ୍ରହ ବ୍ୟବସ୍ଥା କରାଯାଇଛି । ଝାରପଡ଼ା ପ୍ରାଥମିକ ସ୍କୁଲ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ୍‌, ଗଣ୍ଡମୁ୍ଣ୍ଡା ୟୁଜି ହାଇସ୍କୁଲ ଏବଂ ନୟାପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲରେ କୋଭିଡ୍‌-୧୯ ପରୀକ୍ଷା ପାଇଁ ସ୍ବାବ୍‌ ଓ ରକ୍ତ ନମୁନା ସଂଗ୍ରହ କରାଯାଉଛି । ମେଡିକାଲ୍‌ ଟିମ୍‌କୁ ସଂପୃକ୍ତ ସ୍କୁଲ୍‌ଗୁଡ଼ିକର ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି ।

Leave a Reply