ଲକଡାଉନ୍ ବୃଦ୍ଧି ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ, ସମୟସୀମା ବଢାଇବା ପାଇଁ ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ଭିତରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ରଣନୀତି ଓ ଲକଡାଉନ୍ ବୃଦ୍ଧି ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମେ ଆଲୋଚନା କରିଥିବା ୧୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣ ଲକଡାଉନ୍ ବଢାଯିବା ଚାହାନ୍ତି ।

କିଏ ଲକଡାଉନ୍ ବୃଦ୍ଧି ସପକ୍ଷରେ ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଓ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୬ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ୍ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି । ଲକଡାଉନ୍ ବଢାଇବାକୁ ପ୍ରସ୍ତାବ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ସ୍ତରରେ ଲକଡାଉନକୁ ଜାରି ରଖିବା ଅଧିକ ପ୍ରଭାବି ହେବ । ଯଦିବି ଲକଡାଉନ୍ ହଟାଯାଏ, ତେବେ ଅନ୍ତତ ପକ୍ଷରେ ରେଳ ଚଳାଚଳ,ବିମାନ ସେବା ଓ ବସ ପରିବହନ ବ୍ୟବସ୍ଥାକୁ ବନ୍ଦ ରଖିବାକୁ ସେ ଦାବି କରିଥିଲେ ।

ଦିଦି ମାଗିଲେ ଆର୍ଥିକ ସାହାଯ୍ୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ସେ କରୋନା ମୁକାବିଲା ପାଇଁ କେନ୍ଦ୍ର ରାଜ୍ୟଙ୍କୁ ଅଧିକ ଆର୍ଥିକ ସାହାଯ୍ୟ ଦେଉ ବୋଲି ଦାବି କରିଥିଲେ ।

୧୪ରେ ସରିବ ଲକଡାଉନ୍

୨୧ ଦିନିଆ ଲକଡାଉନ୍ ଆସନ୍ତା ୧୪ ତାରିଖ ଦିନ ସରିବାକୁ ଯାଉଛି । ଆଜିର ବୈଠକ ପରେ କେନ୍ଦ୍ର ସରକାର ଲକଡାଉନକୁ ନେଇ ନିଷ୍ପତି ନେବେ  । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢାଇ ସାରିଥିବା ବେଳେ ପଂଜାବ ଓଡ଼ିଶାର ପଦାଙ୍କ ଅନୁସରଣ କରି ଏହାକୁ ମେ ୧ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛି ।

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

Leave a Reply