spot_img
Home Blog Page 7230

ଜଳେଶ୍ୱରରେ ବାଜିଲା ମୋ ସରକାର ଛାଟ, ଜିଆରଏସ୍, ପିଇଓ ଏବଂ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଜଳେଶ୍ୱର: ମୋ ସରକାରର ଶିକାର ହେଲେ ୩ ଲାଞ୍ଚୁଆ ଅଧିକାରୀ  । ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପଶ୍ଚିମାବାଦ ଗ୍ରାମ ପଞ୍ଚାୟତର ଜିଆର୍‌ଏସ୍‌ ସବିତା ପୃଷ୍ଟିଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ପିଇଓ ସୁଶାନ୍ତ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ଖାଲି ସେତିକି ନୁହେଁ ଜେଇ ଦୀନେଶ କୁମାର ଅଢ଼ାଙ୍କୁ ପଞ୍ଚାୟତ ଦାୟିତ୍ୱରୁ ହଟାଯାଇଛି । ଆବାସ ଯୋଜନା ନେଇ ମୋ ସରକାରରୁ ହିତାଧିକାରୀଙ୍କୁ ଫୋନ କଲ ଯାଇଥିଲା । ସେଥିମଧ୍ୟରୁ ଜଣେ ହିତାଧିକାରୀ ଦୁର୍ନୀତି ନେଇ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ୧୦-୧୫ ହିତାଧିକାରୀଙ୍କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ତଦନ୍ତରୁ ଏମାନେ ଗ୍ରାମିଣ ଆବାସ ଯୋଜନାରେ ଲାଞ୍ଚ କାରବାର ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ପାଇଥିଲେ । ଫଟୋ ଅପ୍‌ଲୋଡ୍‌ ଓ ବିଲ୍‌ ପେମେଣ୍ଟ ପାଇଁ ଜିଆର୍‌ଏସ୍‌ ହିତାଧିକାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିବା ବେଳେ ଅନ୍ୟ ଅଧିକାରୀମାନେ ସମ୍ପୃକ୍ତ ଥିବା ଜିଲ୍ଲାପାଳ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ । ପରେ ତିନିଜଣଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନୌସେନାରେ ସାମିଲ ହେବ ହେଲିକପ୍‌ଟର ରୋମିଓ

ଭାରତୀୟ ଆକାଶରେ ଉଡ଼ିବ ଶକ୍ତିଶାଳୀ ସି ହକ୍‌ । ଶତ୍ରୁପକ୍ଷ କ୍ଷଣିକ ମଧ୍ୟରେ ନିପାତ ହେବେ । ଜଳପଥରେ ଯେତେ ଗଭୀରତାରେ ଶତ୍ରୁ ଆସିଲେ ମଧ୍ୟ ସି ହକ୍‌ ତାକୁ ଧ୍ୱଂସ କରିବାର କ୍ଷମତା ରଖିଛି ।

ଏହାର ନାଁ ରଖାଯାଇଛି ରୋମିଓ । କାମ କିନ୍ତୁ ତାର ଜେମ୍ସବଣ୍ଡ ଭଳି । ଆମେରିକା ପାଖରୁ ଏଭଳି ୩୦ଟି ହେଲିକପ୍‌ଟର କିଣିବ ଭାରତ । ଏଥିପାଇଁ ଭାରତକୁ ୨୫ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ । ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହାକୁ ଆଣ୍ଟି ସବ୍‌ମରିନ ହେଲିକପ୍‌ଟର ବୋଲି ମଧ୍ୟ କୁହାଯାଉଛି । ଭାରତକୁ ଏହି ହେଲିକପ୍‌ଟର ଆସିଲେ ନୌସେନାରେ ସାମିଲ କରାଯିବ । ରୋମିଓ ନୌସେନାରେ ସାମିଲ ହେଲେ ଅଷ୍ଟ୍ରେଲିଆ, ସାଉଦି ନୌସେନା ସହ ସମକ୍ଷକ ହୋଇପାରିବ ଭାରତ । ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଭାରତ ସରକାର ।

‘ଓଡ଼ିଶା ମୋ ପରିବାର’ ପାଇଁ ଘରକୁ ଫେରିଲେ ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶାକୁ ଫେରାଇ ଆଣିଲା ମୋ ପରିବାର ଯୋଜନା  । ସୁଦୂର ରାଇଜରୁ ଘରକୁ  ଫେରିଲେ ୪ଜଣ ଓଡ଼ିଆ ଶ୍ରମିକ । ଏ ସବୁ କେବଳ ସମ୍ଭବ ହୋଇଛି ରାଜ୍ୟ ସରକାରଙ୍କର ମୋ ପରିବାର ଯୋଜନା ପାଇଁ । ତେଲେଙ୍ଗାନାର ଏକ ଇଟା ଭାଟିରେ ଏମାନଙ୍କୁ ରଖି କାମ କରାଉଥିଲା ମାଲିକ । ଏନେଇ ଜଣେ ଶ୍ରମିକ ମୋ ପରିବାର ହେଲ୍ପ ଲାଇନ ନମ୍ବରରେ ଜଣାଇବା ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବାବୁପାଲି ଗାଁର ୪ଜଣ ଶ୍ରମିକ କାମ କରିବା ପାଇଁ ତେଲେଙ୍ଗାନା ଯାଇଥିଲେ । ସେମାନେ ହେଉଛନ୍ତି ତ୍ରିନାଥ ସୁନା, ତିଳୋତମା ସୁନା, ହିତ ନନ୍ଦ ଏବଂ ସରସ୍ୱତୀ ମହାନନ୍ଦ । ଏମାନେ ତେଲେଙ୍ଗାନାର ରାଙ୍ଗାରେଡ୍ଡୀ ଅଞ୍ଚଳର ଏକ ଇଟାଭାଟିରେ ରହି କାମ କରୁଥିଲେ । ଏବଂ ସେଠାରେ ଭାଟିର ମାଲିକ ଏମାନଙ୍କୁ ନଛାଡ଼ିବାରୁ ସେଠାରେ ଶ୍ରମିକ ମାନେ ଫସିଯାଇଥିଲେ । ଏ ସମ୍ପର୍କରେ ଶ୍ରମିକ ମାନେ ଓଡ଼ିଶା ମୋ ପରିବାରର ହେଲ୍ପ ଲାଇନ୍ ନମ୍ୱରକୁ ଫୋନ୍ କରିଜଣାଇଥିଲେ । ଏହାପରେ ତୁରନ୍ତ ଏହି ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଘଟଣା ବିଷୟରେ ଅବଗତ ହେବା ପରେ ଆନ୍ଧ୍ରପ୍ରଦେଶ ପୂର୍ବତନ ଡି.ଜି.ପି ଏସ୍‌.ଏ ହୁଡ୍ଡାଙ୍କୁ ଅବଗତ କରାଇଥିଲେ ।  ପରେ ଶ୍ରୀ ହୁଡ୍ଡା ଘଟଣା ସମ୍ପର୍କରେ ତେଲେଙ୍ଗାନା ଅତିରିକ୍ତ ଡି.ଜି ଜିତେନ୍ଦ୍ର କୁମାରଙ୍କୁ ଅବଗତ କରାଇ ତୁରନ୍ତ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଏହାପରେ କୁନ୍ଦୁକୁର ଏସ୍‌.ଏଚ୍‌. ଓ ଇଟାଭାଟିରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ କୁନ୍ଦୁକୁର ଥାନାକୁ ନେଇ ଯାଇଥିଲେ । ଏବଂ ସମ୍ପୃକ୍ତ ଇଟାଭାଟିର ମାଲିକଙ୍କୁ ସେମାନଙ୍କୁ ନିଜ ଘରକୁ ପଠାଇବାର ସମସ୍ତ ବନ୍ଦୋବସ୍ତ କରିବାକୁ କହିଥିଲେ । ଫେବ୍ରୁଆରୀ ୧୮ ତାରିଖରେ ଶ୍ରମିକମାନେ ଟ୍ରେନ୍‌ ମାଧ୍ୟମରେ ପ୍ରଥମେ ସିକନ୍ଦରାବାଦରୁ ବରପାଲି ଆସିଥିଲେ ଓ ପରେ ବରପାଲିରୁ ସୁବର୍ଣ୍ଣପୁର ଅନ୍ୟ ଏକ ଟ୍ରେନ୍‌ ମାଧ୍ୟମରେ ଆସି ୧୯ ତାରିଖରେ ସୁବର୍ଣ୍ଣପୁରରେ ପହଞ୍ଚି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନେ ଓଡ଼ିଶା ମୋ ପରିବାର ଏଭଳି ସହଯୋଗ ଓ ବଦନ୍ୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାର ସଦସ୍ୟଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

କରୋନା ପାଇଁ ଧାମରା ପୋର୍ଟରେ ଅଟକିଲା ହଂକଂର ୨ଟି ଜାହାଜ

0

ଭଦ୍ରକ: ଧାମରା ପୋର୍ଟରେ ଲାଗିଛି ହଂକଂର ୨ଟି ଜାହାଜ। ଏହି ୨ଟି ଜାହାଜ ହଂକଂର ହୋଇଥିବା ବେଳେ ଏହା ବାଂଲାଦେଶର ଚିଟାଗଙ୍ଗରୁ ଗତକାଲି ଆସି ଧାମରାରେ ଲାଗିଛି। ଏସଂପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁଇ ଜାହାଜରେ ୪୪ଜଣ କ୍ରିଉ ମେମ୍ବର ହେଉଛନ୍ତି ଚୀନ୍‌ ନାଗରିକ। ଧାମରାର ଜିରୋ ପଏଣ୍ଟରେ ଜାହାଜ ଦୁଇଟିକୁ ରଖାଯାଇ ନିୟମିତ ଭାବେ କ୍ରିଉ ମେମ୍ବରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପରୀକ୍ଷାରୁ କରୋନା ଭାଇରସ ଲକ୍ଷଣ ନଥିବା ବେଳେ ଏହାକୁ ନେଇ ଭୟଭୀତ ନହେବାକୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ପୋଲ ତଳୁ ମିଳିଲା ଲକ୍ଷାଧିକ ଟଙ୍କାର ୫ଶହ ଟଙ୍କିଆ ନୋଟ୍‌, ହେଲେ…

ସମ୍ବଲପୁର: ପୋଲ ତଳେ ପଡ଼ିଛି ଲକ୍ଷାଧିକ ଟଙ୍କା । ଭଲ ଟଙ୍କା ନୁହେଁ, ଉଇ ଖାଇଥିବା ଖଣ୍ଡ ଖଣ୍ଡ ୫ଶହ ଟଙ୍କିଆ ନୋଟ । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ତୁମ୍ବେସିଂହା ପୋଲ ତଳେ ଲକ୍ଷାଧିକ ଟଙ୍କା ପଡ଼ିଥିବା ଦେଖିବାକୁ ମିଳିଛି ।

ସବୁତକ ହେଉଛି ୫ଶହ ଟଙ୍କିଆ ନୋଟ୍‌ । କିଛି ନୋଟ୍‌ ଉଈ ଲାଗି ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ନୋଟ୍‌ ପୋଡ଼ି ଯାଇଛି । କିନ୍ତୁ କିଏ ଓ କାହିଁକି ଏଠାରେ ଟଙ୍କା ଫିଙ୍ଗିଲା ତାହା ଜଣାପଡ଼ିନାହିଁ ।

ପୋଲିସ ପହଞ୍ଚି ଟଙ୍କା ଜବତ କରିଛି । ଉଈ ଖାଇ ନଷ୍ଟ ହୋଇଯିବା ଓ ପୋଡ଼ିଯିବା କାରଣରୁ କେହି ଫିଙ୍ଗି ଦେଇଥିବା ଲୋକମାନେ ସନ୍ଦେହ କରୁଛନ୍ତି ।

ଜାପାନ ଜାହାଜରେ କରୋନା ଭୟରେ ବନ୍ଦୀ ଜୀବନ କାଟୁଛନ୍ତି ଓଡ଼ିଆ

ଜାପାନ ଜାହାଜରୁ ଉଦ୍ଧାର ପାଇଁ ଗୁହାରି। ୟକୋହାମା ଜଳ ସୀମାରେ ଅଟକିଛନ୍ତି ଓଡ଼ିଆ ଇଂଜିନିୟର ବ୍ରହ୍ମପୁରର ଶିବାଶିଷ ନାୟକ। କରୋନା ଭୟରେ ଗତ ୨୦ ଦିନ ହେଲା ସେ ଅଟକି ରହିଛିନ୍ତି। ସ୍ୱତନ୍ତ୍ର କୋଠରୀରେ ତାଙ୍କର ଦିନ ରାତି କଟୁଛି । ପରୀକ୍ଷାରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

କିନ୍ତୁ ସେ ମୁକୁଳିପାରୁ ନାହାନ୍ତି। ୧୬୦ ଭାରତୀୟଙ୍କ ସହ  ୩ ହଜାର ଯାତ୍ରୀ ଏବେ ଜାହାଜ ଭିତରେ ବନ୍ଦୀ ଅଛନ୍ତି। ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଗୁରୁଗ୍ରାମର ଏକ କଂପାନୀରେ କାମ କରୁଛନ୍ତି ।

କମ୍ପାନୀ କାମରେ ସେ ଜାନୁଆରୀ ୧୦ରେ ନୂଆଦିଲ୍ଲୀରୁ ମାଲେସିଆ ଓ ପରେ ଜାପାନ  ଯାଇଥିଲେ। ତେବେ ଜାପାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୁଣିଥରେ ଜାହାଜରେ ଥିବା ଯାତ୍ରୀଙ୍କ ଟେଷ୍ଟ କରାଯିବ ।

ସେଥିପାଇଁ ସେମାନେ କେବେ ମୁକୁଳିବେ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଟିକେ ଛିଙ୍କ କିମ୍ବା କାଶ ହେଲେ ଜାହାଜ ଭିତରେ ଥିବା ଜରୁରୀକାଳୀନ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ସହ କଥାବାର୍ତ୍ତା ଉପରେ ରୋକ ଲାଗିଛି । ଦିନକୁ କେବଳ ୧୦ରୁ ୨୦ ମିନିଟ ପର୍ଯ୍ୟନ୍ତ ଜାହଜ ଉପରକୁ ଯିବାକୁ ଦିଆଯାଉଛି।

ଶିକ୍ଷକଙ୍କ ବାଡି ନିର୍ଦ୍ଦେଶରେ ବିଲ୍ଡିଂ ପାଇଁ ଇଟା, ବାଲି ବୋହିଲେ ସ୍କୁଲ ଛାତ୍ର, ଭାଇରାଲ ହେଲା ଭିଡିଓ

0

ବ୍ରହ୍ମପୁର: ବିପଜ୍ଜନକ କାର୍ଯ୍ୟରେ ସ୍କୁଲ ଛାତ୍ରଛାତ୍ରୀ । ଭାଇରାଲ୍‌ ହେଲା ଭିଡିଓ । ଘଟଣା ଘଟିଛି ବ୍ରହ୍ମପୁର ବାସୁଦେବନଗର ନିକଟ ଘରୋଇ ବିଦ୍ୟାଳୟରେ । ଭିଡିଓରେ ୪୦ରୁ ୫୦ଜଣ ଛାତ୍ର ଏକ ବହୁତଳ ବିଲ୍ଡିଂ ପାଇଁ ଇଟା ଓ ବାଲି ବୋହୁଥିବା ଦେଖିବାକୁ ମିଳୁଛି । ଏପରିକି ଭିଡିଓରେ ସ୍କୁଲ ଶିକ୍ଷକ ବାଡି ଧରି ପିଲାଙ୍କୁ ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ତେବେ ଏ ଘଟଣା ଦିନକର ନୁହେଁ । ପ୍ରତିଦିନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏଭଳି କାମରେ ନିୟୋଜିତ କରାଯାଉଥିବା ଭିଡିଓ ଅପଲୋଡ୍‌ କରିଥିବା ବ୍ୟକ୍ତିଜଣକ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ଏଭଳି କାମରେ କିପରି ନିୟୋଜିତ କଲେ ? ଯଦି କିଛି ଅଘଟଣ ହୁଏ, କିଏ ଦାୟୀ ହେବ? ଘଟଣା ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ହୀରାକୁଦକୁ ଜାତୀୟ ପୁରସ୍କାର ମାନ୍ୟତା

0

ହୀରାକୁଦ: ହୀରାକୁଦ ଡ୍ୟାମ୍‌କୁ କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ ପ୍ରଶଂସା କରିଛି । ହୀରାକୁଦ ନଦୀବନ୍ଧକୁ ସର୍ବଶ୍ରେଷ୍ଠ ସୁରକ୍ଷିତ ପ୍ରକଳ୍ପ ଭାବେ କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ ପୁରସ୍କୃତ କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ହୀରାକୁଦ ନଦୀବନ୍ଧ ହେଉଛି ବିଶ୍ୱର ଦୀର୍ଘତମ ମାଟି ବନ୍ଧ । ଓଡ଼ିଶାର ଖାଦ୍ୟ ଉତ୍ପାଦନ, ଜଳ ସେଚନ ଓ ବିଦ୍ୟୁତ୍‌ ଉତ୍ପାଦନରେ ହୀରାକୁଦ ନଦୀ ବନ୍ଧର ପ୍ରମୁଖ ଭୂମିକା ରହିଛି ।

Image result for hirakud dam

ଏହାକୁ କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ ସର୍ବଶ୍ରେଷ୍ଠ ସୁରକ୍ଷିତ ପ୍ରକଳ୍ପ ଭାବେ ଅଭିହିତ କରି ପୁରସ୍କୃତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ।

ପାର୍କିଂକୁ ନେଇ ମାଆ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଶେଷରେ ଆଖି ବୁଜିଦେଲେ ମାଆ

ବ୍ରହ୍ମପୁର: ଆଖି ବୁଜିଲେ ବ୍ରହ୍ମପୁରର ମୀନାକ୍ଷୀ ମିଶ୍ର। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୪ ତାରିଖରେ କଟକ ଏସସିବିରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପୁଅର ଗିରଫଦାରୀ ପ୍ରତିବାଦରେ ମୀନାକ୍ଷୀ ପୋଲିସ ଡିଜି ଓ ଏସପିଙ୍କୁ ଭେଟିଥିଲେ । ହେଲେ କୈାଣସି ସୁଫଳ ନମିଳିବାରୁ ଏସପି ଅଫିସ ସାମନାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପାର୍କିଂକୁ ନେଇ ମା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ମୀନାକ୍ଷୀଙ୍କ ଶରୀରର ୯୫ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଗତ ୨୭ ତାରିଖରେ ବୈଦ୍ୟନାଥପୁର ଥାନା ପଣ୍ଡା କଲୋନୀରେ ମରଣାନ୍ତକ ଆକ୍ରମଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ବ୍ୟାଟ୍‌ ଓ ଖଣ୍ଡାରେ ମୀନାକ୍ଷୀ ଓ ତାଙ୍କ ପୁଅ କୃତ୍ତିବାସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।

ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ମୀନକ୍ଷୀ ମଧ୍ୟ ଆହତ ହୋଇଥିଲେ । ରକ୍ତଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ନିଆଯାଇଥିଲା । ଘଟଣାରେ ପୋଲିସ ୪ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା। ପରେ ପୋଲିସ ମୀନାକ୍ଷୀଙ୍କ ପୁଅକୁ ଗିରଫ କରିଥିଲା।

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ର ସୁଟିଙ୍ଗ୍‌ ସେଟ୍‌ରେ ଅଘଟଣ, ୩ ମୃତ,୯ ଗୁରୁତର ଆହତ

ଚେନ୍ନାଇ: ନିକଟରେ ‘ଇଣ୍ଡିଆନ୍‌-୨’ ଚଳଚ୍ଚିତ୍ରର ସୁଟିଙ୍ଗ୍‌ ସେଟ୍‌ରେ ଘଟିଛି ଅଘଟଣ । ବୁଧବାର ରାତିରେ ଏକ କ୍ରେନ୍‌ ଖସିପଡ଼ିବାରୁ ହୋଇଥିଲା ଅଘଟଣ । ତେବେ ଏଥିରେ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଓ ୯ ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଥିବା ଜଣା ପଡିଛି । ସୁଟିଙ୍ଗ୍‌ ପାଇଁ ସେଟ୍‌ ପ୍ରସ୍ତୁତ କରାଯିବା ସମୟରେ ଏହି ଅଘଟଣ ଘଟିଥିଲା । ଏକ ଲାଇଟ୍‌ ସେଟ୍‌-ଅପ୍‌ ବନ୍ଧା ଯାଇଥିବା ଦଉଡ଼ିଟି ଛିଡ଼ି ଯାଇଥିଲା । ତେଣୁ ଏହା ଖସିପଡ଼ିବା କାରଣରୁ ଏହି ଅଘଟଣ ଘଟିଥିଲା ।

Image result for accident-in-indian-2-movie-shooting-set-3-dead-and-9-injured

ଏହି ଚଳଚିତ୍ରରେ କମଲ ହାସନଙ୍କୁ ଲିଡ୍ ରୋଲ୍ ଦିଆଯାଇଥିଲା । ତେବେ ଏଭଳି ଘଟଣା ଶୁଣି ସେ ମଧ୍ୟ କିଛି କ୍ଷଣ ସ୍ତବ୍ଧ ହୋଇଯାଇଥିଲେ ଓ ତୁରନ୍ତ ଘଟଣାସ୍ଥଳକୁ ଆସି ଉପସ୍ଥିତ ଲୋକମାନଙ୍କ ଭଲମନ୍ଦ ବୁଝିଥିଲେ । ଆହତମାନଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା ମଧ୍ୟ କରିଥିଲେ । ତେବେ ଘଟଣା ସମ୍ପର୍କରେ ଟ୍ୱିଟ୍ କରି ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ଘଟଣାରେ ଜୀବନ ହାରିଥିବା ସହକର୍ମୀ ମାନଙ୍କ ପାଇଁ ତାଙ୍କ ମନ ଏମିତି ହେଉଛି ମାନେ ପରିବାର ବର୍ଗଙ୍କ ମନ କେତେ ବ୍ୟାକୁଳ ହେଉ ନଥିବ ।

Image result for indian 2 movie

ମିଳିଥିବା ସୂଚନା ଅନୁସାରେ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ୨୯ ବର୍ଷିୟ ମଧୁ, ସହକାରୀ ନିର୍ଦ୍ଦେଶକ ୩୪ ବର୍ଷିୟ କୃଷ୍ଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ମୃତ ବ୍ୟକ୍ତିଜଣଙ୍କର ପରିଚୟ ମିଳିନାହିଁ । ନିର୍ଦ୍ଦେଶକ ଶଙ୍କରଙ୍କର ଗୋଡ଼ ଭାଙ୍ଗିଥିବା ଶୁଣାଯାଇଥିଲେ ବି ତାହା ଗୁଜବ ବୋଲି ପରେ ଜଣାପଡ଼ିଲା ।