ଭାରତୀୟ ନୌସେନାରେ କରୋନା ପଜିଟିଭ, ୨୧ ରୁ ଅଧିକ ସୈନିକଙ୍କର ହେଲାଣି କରୋନା ପରୀକ୍ଷା

1 min read

ମୁମ୍ବାଇ: ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣର ରିପୋର୍ଟ ପ୍ରତ୍ୟେକ ଅଞ୍ଚଳରୁ ଆସୁଛି । ଯାହାଫଳରେ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରେ ଏହାର ଭୟ ମଧ୍ୟ ଦେଖାଦେଇଛି । ଏହା ମଧ୍ୟ କୁହାଯାଉଛି କି ନୌସେନାରେ ୨୧ ରୁ ଅଧିକ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି କୁହାଯାଉଛି ।

ଏପ୍ରିଲ ୭ରେ ନୌସେନାରେ ପ୍ରଥମ କରୋନା କେସ୍‌ ସାମନାକୁ ଆସିଥିଲା । ପ୍ରଥମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଅନ୍ୟ ଯବାନମାନେ କରୋନାରେ ଆକ୍ରାନ୍ତ ହୋଇଥିବା ନୌସେନା ପକ୍ଷରୁ କୁହାଯାଉଛି ।  ପୂର୍ବରୁ ସେନାର ଜଣ ଯବାନ କରୋନା ଦ୍ଵାରା କବଳିତ ହୋଇଥିଲେ । ସେମାନଙ୍କ ମଧ୍ୟ ୨ ଜଣ ଡାକ୍ତର ଏବଂ ଜଣେ ନର୍ସ ଅଛନ୍ତି । ତଥାପି, ପଜିଟିଭ ମିଳିଥିବା କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କାରଣ ଅନେକ କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅନୁସନ୍ଧାନ କରାଯାଇଥିଲା, ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ  । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଅଧିକ ହୋଇଥିବା ସୂଚନା ଆସୁଛି ।

ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ କ୍ରମାଗତ ବୃଦ୍ଧି ଘଟୁଛି । କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ କରୋନା ପଜିଟିଭ ଆସୁଛନ୍ତି । ଏଥି ସହିତ ଭାରତୀୟ ସେନାରେ ଜଡିତ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କର ଜଣେ ଡାକ୍ତର କୋଭିଡ -19ରେ ସଂକ୍ରମିତ ବୋଲି ଜଣାପଡିଛି ।

ଭାରତୀୟ ସେନାର  ଏହି ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଫିସର ଆଣ୍ଟି କୋଭିଡ ଅପରେସନରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ । ତେବେ ସେ ବର୍ତ୍ତମାନ କୋଭିଡ -19ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ସହ ସେନାରେ ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି । ସେନା ସୂତ୍ରରୁ ପ୍ରକାଶ ଯେ, ‘ଦିଲ୍ଲୀର ସେନା ମୁଖ୍ୟାଳୟର ଏକ ଅଂଶରେ ସେନା ଡାକ୍ତରଙ୍କୁ ପୋଷ୍ଟ କରାଯାଇଥିଲା ଏବଂ କୋଭିଡ ବିରୋଧୀ କାର୍ଯ୍ୟରେ ଜଡିତ ଥିଲେ ।

କୁହାଯାଉଛି ଯେ  ସେନା ଡାକ୍ତରମାନେ କୋଭିଡ -19 ସହ ମୁକାବିଲା ପାଇଁ ସୁବିଧା ତଥା ଭିତ୍ତିଭୂମି ପ୍ରସ୍ତୁତିରେ ଜଡିତ ଅଛନ୍ତି । ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଉଛନ୍ତି ଦ୍ୱିତୀୟ ଡାକ୍ତର ଏବଂ ଜଣେ ପଞ୍ଚମ ବ୍ୟକ୍ତି ଯିଏକି ସେନାରେ କୋଭିଡ -19 ସଂକ୍ରମିତ ହୋଇଥିବା ଜଣାପଡିଛି ।

Leave a Reply