ଭୁବନେଶ୍ୱର: ଭୁବନେଶ୍ୱରରେ ଲଭ୍, ସେକ୍ସ, ଧୋକା । ବିଏସ୍ଏଫ୍ ଅଧିକାରୀଙ୍କ ହେଟ୍ ଷ୍ଟୋରୀ । ନମ୍ବର ଏକ୍ସଚେଞ୍ଜ, ହ୍ୱାଟସ୍ଆପ୍ରେ ମିଠା ମିଠା କଥା ଏବଂ ପରେ ପ୍ରେମ ସମ୍ପର୍କ । ପ୍ରେମ ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ ଓ ହତ୍ୟା ଧମକ । ସିନ୍ଦୂର ମାଗିବାରୁ ଖଳନାୟକ ସାଜିଲେ ଯବାନ ପ୍ରେମିକ ପ୍ରବର । ଅଶ୍ଳିଳ ଭିଡ଼ିଆ ଡିଲିଟ କରିବା ପାଇଁ ଲକ୍ଷାଧିକ ଟଙ୍କା ମାଗି କରୁଥିଲେ ବ୍ଲ।କମେଲିଂ। ଜଟଣୀ ବିଏସଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିବା ଡିଏସପି ର୍ୟାଙ୍କର ଅଧିକାରୀ ମନୋଜ ମହାକୁଡଙ୍କ ନାଁରେ ମହିଳା ଥାନାରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ମନୋଜଙ୍କ ଘର ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡ ଅଞ୍ଚଳରେ ।

ସୂଚନା ଅନୁଯାୟୀ, ୨୦୧୭ ମସିହାରେ ସଂପୃକ୍ତ ଯୁବତୀଙ୍କ ସହିତ ଯବାନଙ୍କର ଏକ ବିଲଡର ସଂସ୍ଥାରେ ଦେଖା ହୋଇଥିଲା । ଯୁବତୀ ଜଣଙ୍କ ବିଲଡର ସଂସ୍ଥାରେ ଏଜେଣ୍ଟ ଭାବେ କାମ କରୁଥିଲେ । ଜାଗାବାଡି କିଣାବିକାକୁ ନେଇ ଫୋନ ନମ୍ବର ଦିଆନିଆ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରବର୍ତ୍ତି ସମୟରେ ମନୋଜ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି।

ସରଳତାର ଫାଇଦା ଉଠାଇ ଭିଡ଼ିଓ କରିଥିଲେ ଯବାନ ଜଣକ । ବିବାହ ପାଇଁ ଯୁବତୀ ଜଣକ କହିବାରୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବା ଓ ହତ୍ୟା ଧମକ ଦେଇଥିଲେ ଯବାନ ଜଣକ । ଅଭିଯୋଗ ପରେ ମନୋଜଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପତିକ୍ରିୟା ମିଳିପାରିନି।









ଫଳରେ ବିଭିନ୍ନ କୋର୍ଟ କଚେରୀ ଅଚଳ ହୋଇଯାଇଥିଲା । ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସୁପ୍ରିମ୍କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହିତ ଆନ୍ଦୋଳନରତ ଓକିଲ ସଂଘର ସଭାପତି ଓ ସମ୍ପାଦକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓକିଲ ଆନ୍ଦୋଳନ ଚାଲିଥିବା ଜିଲ୍ଲାଗୁଡ଼ିକର ବିଭିନ୍ନ ଅଦାଲତରୁ ମାମଲା ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।
ଗତ ସପ୍ତାହରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି-ସିଏସି ପକ୍ଷରୁ କେନ୍ଦ୍ରୀୟ ବାର୍ କାଉନ୍ସିଲ ଓ ସୁପ୍ରିମ୍କୋର୍ଟରେ ପକ୍ଷ ରଖାଯିବା ସହ ଦସ୍ତାବିଜ ଓ ସତ୍ୟପାଠ ଦାଖଲ କରାଯାଇଥିଲା । ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର କଲେ ଦାବି ବିଚାର କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଥିଲେ । ଏହାପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି -ସିଏସି ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ପଶ୍ଚିମ ଓଡ଼ିଶାର ସମସ୍ତ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ହେବ ।
ମିଳିଥିବା ପରିଚୟ ପତ୍ରରେ ତାଙ୍କ ନାଁ ଧରମ ଦେବ ବୋଲି ଜଣାପଡ଼ିଛି । ଆଉ ସେ ଗତ ଡିସେମ୍ବର ୨୯ ତାରିଖରୁ ନିଖୋଜ ଥିଲେ । ତେଣୁ, ନରକଙ୍କାଳ ଧରମ ଦେବଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସାଇଣ୍ଟିଫିକ୍ ଟିମର ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ।
ରାୟଗଡ଼ା ଚତୁର୍ଥ ସିଆରପିଏଫ କମାଣ୍ଡାଣ୍ଟର ଏସପି ଶ୍ରୀ ଠାକୁର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି । ଏସଡିପିଓଙ୍କ ନେତୃତ୍ୱରେ ରାୟଗଡ଼ା ପୋଲିସ ଘଟଣାର ଛାନଭିନ୍ କରୁଛି ।
ପ୍ରିୟଙ୍କା ଅଭିଯୋଗ କରିଛନ୍ତି, ବିଜେପି ସରକାର ପ୍ରାୟ ୮ ଲକ୍ଷ କୋଟି ଟଙ୍କା ମୋଦିଙ୍କ ବିଶ୍ୱସ୍ତ ବନ୍ଧୁମାନଙ୍କୁ ଋଣ ଛାଡ଼ କରିଛନ୍ତି । ଏଥିସହ କଳାଧନ ନେଇ ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା । ସ୍ୱିସ୍ ବ୍ୟାଙ୍କରେ କଳା ଟଙ୍କା ରଖିଥିବା ଲୋକଙ୍କ ନାଁ ପ୍ରକାଶ କରିବେ ସରକାର କହିଥିଲେ । କାହିଁକି ସେମାନଙ୍କ ନାଁକୁ ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ଦେଶରେ କୃଷକ ଋଣଭାର ସହି ନପାରି ଜୀବନ ହାରୁଥିବା ବେଳେ ବିଜେପି ସରକାର ପୁଞ୍ଜିପତିଙ୍କୁ ଋଣ ଛାଡ଼ କରୁଛି । ଏଭଳି ପ୍ରଶ୍ନ କରି ବିଜେପିକୁ ପ୍ରିୟଙ୍କା ହରଡ଼ଘଣାକୁ ଟାଣିବାକୁ ଚେଷ୍ଟା କରିଛନ୍ତି ।