୭ ଜିଲ୍ଲାର କେଉଁ କେଉଁ ଅଞ୍ଚଳ ପ୍ରତିବନ୍ଧିତ ? ପଢ଼ନ୍ତୁ ପୂରା ତଥ୍ୟ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ସଂକ୍ରମଣ ରୋକିବାକୁ ସମ୍ପୃକ୍ତ ଅଞ୍ଟଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏବେ ରାଜ୍ୟରେ ୪୯ଟି ସକ୍ରିୟ ସଂକ୍ରମିତ କେସ୍ ଥିବାବେଳେ ୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଥିବା ପୁରୀ, କଟକ ଆକ୍ରାନ୍ତ ସୁସ୍ଥ ହେବା ପରେ ୨ ଜିଲ୍ଲାରୁ କଣ୍ଟେନମେଣ୍ଟ ଜୋନ୍ ହଟିଛି । ତେବେ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାର ୧୫ଟି ଅଞ୍ଚଳ ପ୍ରତିବନ୍ଧିତ ରହିଛି ।

କଣ୍ଟେନମେଣ୍ଟ ଜୋନରେ କାହାରିକୁ ପ୍ରବେଶ ଅନୁମତି ନଥିବା ବେଳେ କେହି ବି ବାହାରକୁ ଯାଇପାରୁନାହାଁନ୍ତି । ସ୍ଥାନୀୟ ପ୍ରଶାସନ ଲୋକଙ୍କ ପାଖରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି । ସ୍ୱାସ୍ଥ୍ୟ କର୍ମୀ ଘରେ ଘରେ ପହଞ୍ଚି ନମୁନା ପରୀକ୍ଷା କରୁଛନ୍ତି । ନଜର ପକାନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ସଂକ୍ରମିତଙ୍କ ସଂଖ୍ୟା, କେଉଁ ସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଛି ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୪୬ ୧୭ ୦୧
ଭଦ୍ରକ ୦୮ ୦୨ ୦୦
ଯାଜପୁର ୦୭ ୦୧ ୦୦
ବାଲେଶ୍ୱର ୦୩ ୦୦ ୦୦
ସୁନ୍ଦରଗଡ଼ ୦୩ ୦୧ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କଳାହାଣ୍ଡି ୦୨ ୦୧ ୦୦
କଟକ ୦୧ ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୦
ମୋଟ ୭୪ ୨୪ ୦୧

 

ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍

ଖୋର୍ଦ୍ଧା

ଜିଲ୍ଲାରେ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ପ୍ରତିବନ୍ଧିତ ଅଞ୍ଚଳରେ ରହିଛି ସୂର୍ଯ୍ୟନଗର ବମିଖାଲ ଓ ସତ୍ୟନଗର ।

ଭଦ୍ରକ

ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ଭଦ୍ରକ । ଜିଲ୍ଲାରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । କଣ୍ଟେନମେଣ୍ଟ ଜୋନରେ ରହିଛି ଜିଲ୍ଲାର ୫ଟି ଅଞ୍ଚଳ । ଖରିଡ଼ା, ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାଶପୁର, ରାହାଣିଆ, ତେସିଙ୍ଗା ସିଲ୍ ରହିଛି ।

ଯାଜପୁର

ତୃତୀୟ ସର୍ବାଧିକ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜିଲ୍ଲାରେ । ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ଅଛି । ବ୍ରହ୍ମବରଦା, ରସୁଲପୁର ବ୍ଲକର ସାନ ତ୍ରିଲୋଚନପୁର, ସାଇପୁରକୁ ସିଲ୍ କରାଯାଇଛି ।

ବାଲେଶ୍ୱର

ଜିଲ୍ଲାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମିସନ୍ ଫିଲ୍ଡ ଗେଟ୍, ଚିଡ଼ିଆପୋଲ ନିକଟ ନିଳିଆବାଗ୍ ପ୍ରବେଶ ପଥ, ରାଣୀପାଟଣା ଛକ, ଆପଲ୍ ଟାୱାର ସିଲ୍ ହୋଇଛି ।

ସୁନ୍ଦରଗଡ଼

ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ବିଶ୍ରା ବ୍ଲକର ଗୋଟିଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସିଲ୍ ମଧ୍ୟରେ ରହିଛି ଡରାଇ କେଲା, ପୁରୁଣା ବିଶ୍ରା, ବୁଢେଲଜର, ସନ୍ତୋଷପୁର ।

କେନ୍ଦ୍ରାପଡ଼ା

୨ ଜଣ ସଂକ୍ରମିତ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ରାଧାନଗର, ବଳଭଦ୍ରପୁର,  ସିତଳେଶ୍ୱର, ସିଳସ୍ଥମ୍ବ, ନିଆଳ, ଗୌଡ଼ପାଟଣା ଓ ଭଟ୍ଟପଡ଼ା, ମେଢ଼ପୁର, କଣ୍ଟିପୁର ଗୋପ, ନଳଦିଆ ଓ କାତକଣା ଗାଁ ସିଲ୍ ରହିଛି ।

କଳାହାଣ୍ଡି

ଜିଲ୍ଲାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ସିଲ୍ ହୋଇ ରହିଛି ବେହେରାଗୁଡ଼ା, ପରିଜା, ଖମାର ହଳଦୀ ।

ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍

 

Leave a Reply