ଦିଲ୍ଲୀବାସୀଙ୍କ ଡିମାଣ୍ଡ: ଆମକୁ ଦିଅ ପିଜା, ଚିକେନ୍ ବିରିୟାନୀ ଆଉ ଗରମ ସିଙ୍ଗଡ଼ା !

ନୂଆଦିଲ୍ଲୀ: କରୋନା ବେହାଲ କରିଛି ଦେଶର ରାଜଧାନୀକୁ  । ସମସ୍ତଙ୍କୁ ଭୟଭୀତ କରୁଛି କରୋନା । ଏଥିପାଇଁ ସରକାର ବଡ଼ ବଡ଼ ପଦକ୍ଷେପ ମଧ୍ୟ ନେଉଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସବୁପ୍ରକାର ପ୍ରୟାସ ମଧ୍ୟ କରାଯାଉଛି । କିନ୍ତୁ ଲୋକେ ବୁଝିବାକୁ ନାରାଜ । ଏବେ ବି କିଛି ଲୋକ ଏହି ପରିସ୍ଥିତିକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛି ଦିଲ୍ଲୀର ପିଜା ଓ ଗରମ ସିଙ୍ଗଡ଼ା ମାଗିବା ଘଟଣା ।

ଦିଲ୍ଲୀର କରୋନାଭାଇରସରେ ପ୍ରଭାବିତ କଣ୍ଟେନମେଣ୍ଟ ଜୋନ୍ ଏବଂ କ୍ୱାରାଣ୍ଟିନ୍ ସେଣ୍ଟରରେ ଥିବା ଅଧିକାରୀମାନେ ଲୋକଙ୍କ ବିଭିନ୍ନ ଦାବିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଏହି ଅଞ୍ଚଳର ଲୋକମାନେ ଚିକେନ୍ ବିରିୟାନି, ମଟନ୍, ପିଜା, ମିଠା ଏବଂ ଗରମ ସିଙ୍ଗଡ଼ା ମାଗୁଛନ୍ତି । ନରେଲାର କ୍ୱାରାଣ୍ଟିନ୍ ସେଣ୍ଟରରେ ଥିବା ଜଣେ ଅଧିକାରୀ ତାଙ୍କ ନାମ ଗୋପନୀୟ ରଖି କହିଛନ୍ତି ଯେ, କିଛିଲୋକ ତାଙ୍କୁ ଚିକେନ୍ ବିରିୟାନି ଏବଂ ମଟନ୍ ମାଗିଥିଲେ । ଦକ୍ଷିଣ ଦିଲ୍ଲୀରେ ୯ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଅଛି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଏଠାରେ କିଛି ଲୋକ ତାଙ୍କୁ ପିଜା ଏବଂ ଗରମ ସିଙ୍ଗଡ଼ା ମଧ୍ୟ ମାଗିଥିଲେ । ଅଧିକାରୀ କହିଛନ୍ତି ଯେ, ପୂର୍ବ ଏବଂ ମଧ୍ୟ ଦିଲ୍ଲୀର କିଛି କଣ୍ଟେନମେଣ୍ଟ ଜୋନର କିଛି ଲୋକ ମିଠା ଦାବି କରିଥିଲେ ।

ପୋଲିସକର୍ମୀ କହିଛନ୍ତି ଯେ, ଏହି ସମୟରେ ପନିପରିବା, ଜଳ ଏବଂ କ୍ଷୀର ଭଳି ଜରୁରୀ ଜିନିଷ ଯୋଗାଇବା ଆମର ଦାୟିତ୍ୱ

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଏଭଳି ଦାବି କେବେ ବି ପୂରଣ କରିପାରିବୁ ନାହିଁ । ଯେତେବେଳେ ଗୋଟିଏ ଅଞ୍ଚଳକୁ ସିଲ୍ କରି ଏକ କଣ୍ଟେନର ଜୋନ ଭାବେ ଘୋଷଣା କରାଯାଏ, ଏଭଳି ପରିସ୍ଥିତରେ, ଆମର କର୍ତ୍ତବ୍ୟ ହେଉଛି କେବଳ ପନିପରିବା, ଜଳ ଏବଂ କ୍ଷୀର ଭଳି ଜରୁରୀ ଜିନିଷ ଯୋଗାଇବା । ଏହିପରି ଅନାବଶ୍ୟକ ସୁପାରିଶକୁ ଅଣଦେଖା କରିବାକୁ ଆମେ ଆମର ଅଧିକାରୀମାନଙ୍କୁ କହିଛୁ । କୌଣସି ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନରେ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନଥାଏ ।

ଯେତେବେଳେ କୌଣସି କ୍ଷେତ୍ରକୁ ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଏ, ପ୍ରଶାସନ ଏବଂ ପୋଲିସ୍ କର୍ମଚାରୀମାନେ ହ୍ୱାଟସ୍ ଆପ୍ ଗ୍ରୁପ୍ ସୃଷ୍ଟି କରନ୍ତି, ଯେଉଁଠାରେ ଲୋକମାନେ ସେମାନଙ୍କୁ ଯାହା ଆବଶ୍ୟକ କରନ୍ତି ତାହା ଜଣାନ୍ତି । ତା’ପରେ ଅଧିକାରୀମାନେ ସେମାନଙ୍କର ଦାବି ପୂରଣ କରଥାନ୍ତି ।

ଏଠାରେ ପୋଲିସ ମାନବିକ ସହାୟତା ଅଭିଯାନ ଚଳାଉଛି

ଦିଲ୍ଲୀ ପୋଲିସ ଦାବି କରିଛି ଯେ ୧୯୪୮ ମସିହାରେ ସ୍ୱାଧିନ ହେବାପରେ ୭୨ ବର୍ଷ ମଧ୍ୟରେ ସେମାନଙ୍କ ଦ୍ୱାରା ସର୍ବ ବୃହତ୍ତ ମାନବିକ ସହାୟତା ଅଭିଯାନ ଚାଲିଛି । ରବିବାର ଦିନ ଦିଲ୍ଲୀ ପୋଲିସ ଟ୍ୱିଟ୍ କରିଛି ଯେ, ୧୯୪୮ ମସିହାରେ ଦିଲ୍ଲୀ ପୋଲିସ୍ ପ୍ରତିଷ୍ଠା ହେବା ପରଠାରୁ ଏହା ହେଉଛି ସବୁଠାରୁ ବଡ ମାନବିକ ସହାୟତା ଅଭିଯାନ । ଏହି ଅଭିଯାନ ଅନୁସାରେ, ୫୦ ଲକ୍ଷ ଖାଦ୍ୟ ପ୍ୟାକେଟ୍ ଦିନ ମଜୁରିଆ ଏବଂ ଭୂମିହୀନ ଲୋକଙ୍କ ମଧ୍ୟରେ ବଣ୍ଟନ ଯାଇଛି ।

Leave a Reply