spot_img
Home Blog Page 7216

ପରୀକ୍ଷା କେନ୍ଦ୍ରରେ ୧୪୪ଧାରା ଜାରି ପରେ କେମିତି ଥିଲା ଆଜିର ପରୀକ୍ଷା ?

0

କାମାକ୍ଷାନଗର: ୧୪୪ଧାରା ଜାରି ହୋଇଥିବା ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି । ୨୪ରୁ ଜିଲ୍ଲାର ୧୮ଟି ପରୀକ୍ଷା କେନ୍ଦ୍ରରେ ୧୪୪ଧାରା ଲାଗୁ ହୋଇଛି ।  ସେଥିମଧ୍ୟରୁ କାମାକ୍ଷାନଗର ଉପଖଣ୍ଡରେ ସର୍ବାଧିକ ୧୧ଟି ସେଣ୍ଟରରେ ଏହି ୧୪୪ଧାରା ରୁଜୁ ହୋଇଛି । ଶୃଙ୍ଖଳାର ସହ ଗଣିତ ପରୀକ୍ଷା ଶେଷ ହୋଇଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକରେ ସୁରକ୍ଷା ମଧ୍ୟ କଡାକଡି କରାଯିବା ସହ କପି ରୋକିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଢେଙ୍କାନାଳ କଙ୍କଡାହାଡ ବ୍ଲକବିରିବୁଲେଇ ସରକାରୀ ଉଚ୍ଚବିଦ୍ୟାଳୟରେ ଅଭିଭାବକ ମାନେ ପାଚେରୀ ଡେଇଁ କପି ଦେଉଥିଲେ । ତା ସହ ଅନ୍ୟ ଏକ ବ୍ଲକରେ ମଧ୍ୟ କପି ଦେଉଥିବା ବେଳେ ପୁଲିସ ମାଡରେ ଜଣେ ଗୁରୁତର ହୋଇପଡିଥିଲେ । ଏହି ଭଳି ବିଶୃଙ୍ଖଳା ନେଇ ଏହି  କିଛି ସ୍ଥାନରେ ୧୪୪ଧାରରା ଲାଗୁ ହୋଇଛି ।

ବିଜ୍ଞାନର ଚମତ୍କାରିତା: ସରୋଗେଟ ମାଆଠାରୁ ଜନ୍ମନେଲେ ଦୁଇ ଚିତାବାଘ

ଆମେରିକା: ଚିକିତ୍ସା ବିଜ୍ଞାନର ଉନ୍ନତିକରଣ ହେବା ସହ ବର୍ତ୍ତମାନ ସମୟରେ ବହୁ ନୂତନ ପଦ୍ଧତିରେ ଚିକିତ୍ସା ପ୍ରକ୍ରିୟା ଦେଖିବାକୁ ମିଳୁଛି । ଇନ୍ଭିଟ୍ରୋ ପଦ୍ଧତିରେ ମଣିଷ କ୍ଷେତ୍ରରେ ସରୋଗେଟ୍ମାଠାରୁ ସନ୍ତାନ ଜନ୍ମ ପ୍ରକିୟା ସମ୍ଭବ ହୋଇପାରିଛି ତେବେ ଗତ ୩୦ ବର୍ଷ ପରେ ଆମେରିକା ଓହିଓଠାରେ ଥିବା କଲମ୍ବସ ଚିଡ଼ିଆଖାନାରେ ସରୋଗେଟ୍ମାଠାରୁ ପୁଣି ଚିତାବାଘ ଶାବକ ଜନ୍ମ ନେଇଛନ୍ତି କିବିବି ନାମକ ବର୍ଷର ଏକ ମାଈ ଚିତାବାଘ ମାଆ ହୋଇପାରି ନଥିଲା କିବିବି ପାଇଁ ଆଉ ମାହେବା ସମ୍ଭବ ମଧ୍ୟ ଥିଲା

ତେଣୁ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ କିବିବିର ଡିମ୍ବାଣୁ ନେଇ ଅନ୍ୟ ଏକ ଅଣ୍ଡିରା ଚିତାବାଘର ଶୁକ୍ରାଣୁ ସହିତ ଲ୍ୟାବ୍ରେ ଗତ ନଭେମ୍ବର ୧୯ରେ ଫର୍ଟିଲାଇଜେଶନ କରିଥିଲେ ସୃଷ୍ଟି ହୋଇଥିବା ଭ୍ରୁଣକୁ ନଭେମ୍ବର ୨୧ରେ ଅନ୍ୟ ଏକ ସରୋଗେଟ୍ମାଈ ଚିତାବାଘ ଇଜ୍ଜି ଗର୍ଭରେ ପ୍ରତିରୋପଣ କରାଯାଇଥିଲା ଡିସେମ୍ବର ୨୩ରେ ଅଲ୍ଟ୍ରାସାଉଣ୍ଡରୁ ଜଣାପଡ଼ିଥିଲା ଇଜ୍ଜି ଗର୍ଭବତୀ ହୋଇଛି

ଏହାପରେ ମାସ ପରେ ଫେବୃୟାରୀ ୧୯ରେ ଇଜ୍ଜି ଟି ସୁସ୍ଥ ଚିତାବାଘ ଶାବକ ଜନ୍ମ ଦେଇଛି ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ଏବଂ ଅନ୍ୟଟି ଅଣ୍ଡିରା ଶାବକ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ୧୯୯୦ରେ ଏହି ପଦ୍ଧତିରେ ୩ଟି ଚିତା ଶାବକ ଜନ୍ମ ହୋଇଥିଲେ

ଏବେ ପୃଥିବୀରେ ଚିତାବାଘଙ୍କ ସଂଖ୍ୟା ପ୍ରାୟ ୭୫୦୦ ରହିଛି ଏହି ପଦ୍ଧତି ଦ୍ୱାରା ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ . ରୈଣ୍ଡି ଜଙ୍ଗ୍ସୂଚନା ଦେଇଛନ୍ତି

ଓଡ଼ିଶାରେ ପୂରାଇଦେବୁନି ବାସି ଓ ନିମ୍ନମାନର ଅଣ୍ଡା !

  •  NECCର ମନୋମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶାର ଅଣ୍ଡା ଶିଳ୍ପ ପ୍ରଭାବିତ
  • ବାହାର ରାଜ୍ୟର ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ଯୋଗୁଁ ଓଡିଶାର ଅଣ୍ଡା-ଶିଳ୍ପ ପ୍ରଭାବିତ
  • କ୍ଷତି ଯୋଗୁଁ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଲେୟାର ଫାର୍ମ
  •  ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି AOLFA
  • ଅନ୍ତଃ ରାଜ୍ୟ ତନଖି ଫାଟକରେ ଓଡ଼ିଶା ଭିତରକୁ ବାହାର ରାଜ୍ୟର ବାସି ଅଣ୍ଡା ନଛାଡିବାକୁ ଚେତାବନୀ

ଭୁବନେଶ୍ୱର, ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA) । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମରସ୍ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚି ସାରିଲାଣି । ଆମ ରାଜ୍ୟର କୃଷି ଭିତ୍ତିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

କିନ୍ତୁ ଆଜିକୁ ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି । ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍‍ ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି । ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି କରିବାପାଇଁ ବାଧ୍ୟ କରୁଛନ୍ତି ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି ।

ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବଣ୍ଟନ ଦ୍ୱାରା ନିରୀହ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି । କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି । ଏହି ଅସାଧୁ ବ୍ୟବସାୟୀମାନଙ୍କୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ (AOLFA) ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ କର୍ଣ୍ଣପାତ କରୁନାହନାନ୍ତି ।

ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ସଂସ୍ଥା ଦ୍ୱାରା ସର୍ବଭାରତୀୟ ସ୍ତରରେ ଅଣ୍ଡାର ଦର ପ୍ରତିଦିନ ଧାର୍ଯ୍ୟ ହୋଇଥାଏ । କିନ୍ତୁ ଏହି ସଂସ୍ଥାରେ ସଭ୍ୟ ଥିବା କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକ ନିଜର ସ୍ୱାର୍ଥ ପାଇଁ ଅଣ୍ଡା ଦରକୁ ନିଜର ନିୟନ୍ତ୍ରଣରେ ଏବଂ କମ୍‍ ଦରରେ ଧାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ବର୍ତ୍ତମାନ ରାଜ୍ୟର କୁକୁଡା ଚାଷୀମାନେ ଅଣ୍ଡାର ସର୍ବନିମ୍ନ ଉତ୍ପାଦନ ମୂଲ୍ୟ ପାଇପାରୁ ନାହାନ୍ତି । ଏହି ଜାତୀୟ ସଂସ୍ଥା NECCକୁ ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ପକ୍ଷରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ହେଉନାହିଁ ।

ସରକାରଙ୍କ ଠାରେ ଆମର ବିନିତ ଅନୁରୋଧ ଯେ ରାଜ୍ୟ ସରକାର NECCର ମନମୁଖୀ କାର୍ଯ୍ୟ ଉପରେ କଟକଣା ଲଗାଇ କିଛି ପରିବର୍ତ୍ତନ ପାଇଁ ଚେଷ୍ଟା କରନ୍ତୁ ଏବଂ ଆମ ରାଜ୍ୟରୁ ଉତ୍ପାଦନ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ଓଡିଶାର ମହିଳା, ଶିଶୁ ଓ ସାଧାରଣ ଖାଉଟି ଯେମିତି ପାଇପାରିବେ ତାହା ଉପରେ ବିଶେଷ ନୀତି ନିର୍ଦ୍ଧାରଣ କରନ୍ତୁ । ଏହା ନହେଲେ ଆଗାମୀ କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋତ୍ସାହନରେ ଗଢି ଉଠିଥିବା ଅଣ୍ଡା ଶିଳ୍ପର ବିଲୋପ ହୋଇଯିବ ଏବଂ ଏଥିରେ ନିୟୋଜିତ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇଯିବେ ।

ଏଭଳି ସମସ୍ୟାର ନିରାକରଣ ପାଇଁ କୁକୁଡା ଚାଷୀମାନଙ୍କ ସଂଗଠନ (AOLFA) ତରଫରୁ ନିବେଦନ କରାଯାଇଛି ଯେ ସମସ୍ତ ଅଣ୍ଡା ବ୍ୟବସାୟୀ ଆମ ରାଜ୍ୟରୁ ଉତ୍ପାଦିତ ହେଉଥିବା ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରନ୍ତୁ । ଅନ୍ୟ ରାଜ୍ୟରୁ ଆସୁଥିବା ବାସି ଓ ନିମ୍ନମାନର ଅଣ୍ଡା ଆମଦାନୀ ବନ୍ଦ କରନ୍ତୁ । ନଚେତ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଖୁବଶୀଘ୍ର ରାଜ୍ୟର ସମସ୍ତ ଆନ୍ତଃରାଜ୍ୟ ତନଖି ଫାଟକରେ ଓଡିଶା ଭିତରକୁ ଅଣ୍ଡା ଆମଦାନୀକୁ ବନ୍ଦକରି ଦେବାକୁ ବାଧ୍ୟ ହେବେ । ଏହାଛଡା ସଂଗଠନ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ନିମ୍ନମାନର ଅଣ୍ଡା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ରାଜ୍ୟରୁ ଉତ୍ପାଦିତ ସତେଜ ଓ ତାଜା ଅଣ୍ଡାକୁ ବ୍ୟବହାର କରି ନିରୋଗ ଓ ସୁସ୍ଥ ରୁହନ୍ତୁ ।

ପୁରୀ ବେଳାଭୂମିରେ ବିରଳ ଡଲଫିନ୍ ଦେଖିବାକୁ ଦେଖଣାହାରୀଙ୍କ ଭିଡ଼

0

ପୁରୀ: ବେଳାଭୂମିରେ ବିରଳ ଡଲଫିନ୍‌ । ବଳିଆପଣ୍ଡା ନିକଟରେ ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଛନ୍ତି ଇରୁଆଡି ପ୍ରଜାତିର ଡଲଫିନ୍‌ । ସମୁଦ୍ରପାଣିରେ ଡିଆଁ ମାରି ପେଣ୍ଠକଟା ଆଡକୁ ଦୁଇଟି ଡଲଫିନ ଯାଉଥିବାର ଦୃଶ୍ୟ ଦେଖିବାକୁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା ।

 ପାଗରେ ପରିବର୍ତ୍ତନ ଯୋଗୁଁ ଡଲଫିନ ଗୁଡିକ ଚିଲିକା ଛାଡି ସମୁଦ୍ର ମୁହାଁ ହୋଇଥିବା ଅନୁମାନ କରାଯାଉଛି ।

ଘନ କୁହୁଡ଼ିରେ ଘୋଡେଇ ହେବ ପୂରା ରାଜ୍ୟ

0

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ୨୪ ଘଣ୍ଟା ମଧ୍ୟରେ ଓଡିଶାର କିଛି ସ୍ଥାନରେ କମିବ ବର୍ଷାର ପରିମାଣ । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶା ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରପୁଟରେ ସ୍ୱଳ୍ପ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆସନ୍ତାକାଲିଠୁ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହିବ ଉତ୍ତର ଓ ଉପକୂଳ ଓଡିଶାର କିଛି ସ୍ଥାନ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । କଟକର କଣ୍ଟାପଡ଼ାରେ ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତାକାଲିଠାରୁ ୪ଦିନ ଯାଏ ଶୁଖିଲା ରହିବ ପାଗ । ଏବଂ ରାଜ୍ୟରେ ତାପମାତ୍ରାରେ ୧ରୁ ୩ଡିଗ୍ରୀ ହ୍ର।ସ ପାଇବ ।

ଏକାଥରେ ଲିଭିଲା ୨୪ଜଣଙ୍କ ଜୀବନ ଦୀପ

0

ରାଜସ୍ଥାନ:  ବୁନ୍ଦିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ ନଦୀକୁ ବରଯାତ୍ରୀ ବସ୍‌ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ପିଲା ଅଛନ୍ତି ।

ବସରେ ମୋଟ୍‌ ୨୮ଜଣ ଯାତ୍ରୀ ଥିବା ବେଳେ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ ଲେଖାରୀ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କୋଟା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିଥିଲେ । ଆଜି ସକାଳେ ବରଯାତ୍ରୀ ବସଟି ବାରନରୁ ସୱାଇ ମାଧପୁର ଯାଉଥିଲା । ତେବେ କୋଟା-ଦୌସା ମେଗା ହାଇୱେରେ ମୈଜ ନଦୀକୁ ଖସି ପଡିଥିଲା।

ପରୀକ୍ଷାର୍ଥୀଙ୍କ ପାଇଁ ଆସିଲାନି ବସ୍‌, ସିଆରପିଏଫ୍ ଯବାନଙ୍କ ଭ୍ୟାନ୍‌ରେ ଗଲେ ପରୀକ୍ଷାକେନ୍ଦ୍ର

କଲ୍ୟାଣସିଂହପୁର: ବସ୍‌ରେ ନୁହେଁ ଭ୍ୟାନ୍‌ରେ ଗଲେ ପରୀକ୍ଷାର୍ଥୀ । ଶେଷ ମୁହୁର୍ତ୍ତରେ ପରିକ୍ଷାର୍ଥ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ୍ ଯବାନ । ପରୀକ୍ଷାର୍ଥୀଙ୍କ ପାଇଁ ବସ୍‌ ନଆସିବାରୁ ନିଜ ଭ୍ୟାନ୍‌ ଯୋଗେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଲେ ସିଆରପିଏଫ୍ ଯବାନ । ଯାହାପାଇଁ ପରୀକ୍ଷାର୍ଥି ମାନେ ଯବାନଙ୍କ ଭୁରିଭୁରି ପ୍ରସଂଶା କରିଛନ୍ତି । ଏଭଳି ଏକ ଭଲ ଘବର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ।

ସୂଚନା ଅନୁଯାଇୟୀ, ଆଜି ଦଶମ ଶ୍ରେଣୀର ହେଉଛି ୪ର୍ଥ ଦିନ ପରୀକ୍ଷା । ଏଥିପାଇଁ ବୁଡାଗୁଡା ପରୀକ୍ଷା ସେଣ୍ଟରେ ଯିବାପାଇିଁ ସବୁଦିନ ଭଳି ବସ୍‌କୁ ଅପେକ୍ଷା କରି ରାସ୍ତା କଡରେ ଠିଆ ହୋଇ ରହିଥିଲେ ପରୀକ୍ଷାର୍ଥୀ । କିନ୍ତୁ କୌଣସି କାରଣରୁ ବସ୍‌ଟି ଆସିନଥିବାରୁ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଥିଲେ ।

କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକମା ହଂସଦା ଏହା ଜାଣିପାରି ସିଆରପିଏଫ୍ ଆସିଷ୍ଟାଣ୍ଟ କମାନଡେଣ୍ଟ ଗୁରୁ ଚରଣ ସ୍ୱାଇିଁଙ୍କୁ ଜଣାଇ ଥିଲେ । ଜଣାଇବା ପରେ ସିଆରପିଏଫ୍ କ୍ୟାମ୍ପର ଏକ ଭ୍ୟାନ୍‌ ବାହାର କରି ପରିକ୍ଷାର୍ଥ୍ରୀଙ୍କୁ ୧୨କିମି ବୁଡାଗୁଡା ପରୀକ୍ଷା ସେଣ୍ଟରେ ଠିକ୍ ସମୟରେ ପହଞ୍ଚାଇଥିଲେ।

ଠିକ୍‌ ସମୟରେ ପରିକ୍ଷାର୍ଥ୍ରୀ ମାନେ ପହଞ୍ଚି ଥିବାରୁ ପୋଲିସ ଓ ସିଆରପିଏଫ୍ ଜବାନମାନ ଙ୍କୁ ସାଲୁଟ ଜଣାଇବା ସହ ଜିବନରେ ଏହା କେବେ ଭୁଲିପାରିବୁନି ବୋଲି ପ୍ରକାଶ କରିଛନ୍ତି।

ଜଳ ସଂସଦ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ

0

ଭୁବନେଶ୍ୱର: ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଏହି ସ୍ୱାଧିକାରଭଙ୍ଗ ନୋଟିସ୍ ଦେଇଛନ୍ତି ।

ତୁରେଇକେଲା ବ୍ଲକରେ ଜଳ ଯୋଗାଣ ନେଇ ଭିନ୍ନ ଭିନ୍ନ ଉତ୍ତର ଦେଇଥିଲେ ଜଳସମ୍ପଦ ମନ୍ତ୍ରୀ । ନଭେମ୍ବର ମାସରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ତୁରେଇକେଲା ବ୍ଲକରେ ୨୭ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦିଆଯାଇଛି । ପୁଣି ପରବର୍ତ୍ତି ସମୟରେ ମନ୍ତ୍ରୀ କହିଥିଲେ ୨୬.୯୩ ପ୍ରତିଶତ ଏବଂ ଏବେ କହୁଛନ୍ତି ୨୪ ପ୍ରତିଶତ ଜମି ଜଳସେଚିତ ହୋଇଛି । ତୁରେଇକେଲା ବ୍ଲକରେ ଆଦୌ ଜଳସେଚନ ସୁବିଧାନଥିବା ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ କରିଛନ୍ତି  ।

ମନ୍ତ୍ରୀଙ୍କ ଏଭଳି ଉତ୍ତରେ ଅସନ୍ତୋଷ ପ୍ରକାଶ କରି ସାଲୁଜା ତାଙ୍କ ବିରୋଧରେ ସ୍ୱାଧିକାରଭଙ୍ଗ ନୋଟିସ ଦେଇଛନ୍ତି । ବାଚସ୍ପତି ତାଙ୍କ ନୋଟିସକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ଶିକ୍ଷାରେ ଲାଗିଲା କଳଙ୍କ, ସ୍କୁଲ ଫି ବଦଳରେ କରି ଚାଲିଥିଲେ ଦୁଷ୍କର୍ମ !

0

ଭୁବନେଶ୍ୱର: ସ୍କୁଲ ଫି ଛାଡ଼ି ଦେବାକୁ କହି ଦୁଷ୍କର୍ମର ଅଭିଯୋଗ । ଶିକ୍ଷାରେରେ କଳଙ୍କ ଲଗାଇଲେ ସ୍କୁଲର ସମ୍ପାଦକ । ୬ ମାସ ଧରି କରି ଚାଲିଥିଲେ ଦୁଷ୍କର୍ମ । ସାନ ଭାଇର ସ୍କୁଲ ଫି ଛାଡ କରିବା ବାହାନାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ରାଉରକେଲା ସହରର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ସ୍କୁଲର ସମ୍ପାଦକ  ନିଜ କାର୍ଯାଳୟ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ସମ୍ପାଦକ ଵିଭୁଢି କୁମାର ଗୁପ୍ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଆଜି ପିଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ବନ୍ଧମୁଣ୍ଡା ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତକୁ ବନ୍ଧମୁଣ୍ଡା ଥାନାରେ ଅଟକ ରଖାଯାଇ ପୋଲିସ ପକ୍ଷରୁ ପଚରା ଉଚରା କରାଯାଉଛି ।

ହାର ଜିତ୍ ପାଇଁ ନିର୍ବାଚନ ଲଢେନି ବିଜେଡି, ଲୋକଙ୍କ ସେବା ଓ ସ୍ନେହ ପାଇବା ପାଇଁ ବିଜେଡି ଲଢେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ବିଜୁ ଜନତା ଦଳର ସଭାପତି ହେଲେ ନବୀନ ପଟ୍ଟନାୟକ। ଅଷ୍ଟମ ଥର ପାଇଁ ସେ ବିଜେଡି ମଙ୍ଗ ଧରିଛନ୍ତି। ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଘୋଷଣା କରିଛନ୍ତି ।

ଏହାପରେ ସାଢେ ୪କୋଟି ଓଡିଶାବାସୀ ଓ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଜିତିବା ପାଇଁ କି ସରକାର ଗଠନ କରିବାକୁ ଲଢେ ନାହିଁ ବିଜେଡି ।

ଲୋକଙ୍କ ସେବା ଓ ସ୍ନେହ ପାଇବା ପାଇଁ ବିଜେଡି ଲଢେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏଥିସହ ବିଜୁବାବୁଙ୍କ ପରାମର୍ଶକୁ ନବୀନ ସ୍ମରଣ କରିଛନ୍ତି।

ବିଜେଡି ରାଜ୍ୟ ପରିଷଦ ବୈଠକରେ ୩୫୫ଜଣ ସଦସ୍ୟ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮୦ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ।