ଅମିତ୍ ଶାହାଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର

1 min read

ନୂଆଦିଲ୍ଲୀ: ଆନ୍ଦୋଳନରୁ ଓହରିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ-IMA । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ପରେ IMA ଏହି ନିଷ୍ପତ୍ତି ନେଇଛି ।  IMA ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଆଜି ହ୍ଵାଇଟ ଆଲର୍ଟ ଓ ଆସନ୍ତାକାଲି କଳା ଦିବସ ପାଳନ କରିଥାନ୍ତା IMA ।

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ସହଯୋଗ ଆବଶ୍ୟକ ଥିବାରୁ ଆନ୍ଦୋଳନ ନକରିବାରୁ ପରାମର୍ଶ ଦେଇଥିଲେ ଅମିତ ଶାହ । ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସ୍ୱତନ୍ତ୍ର ଆଇନ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ IMA ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଛି । ଏନେଇ IMAକୁ ଅମିତ ଶାହ ପ୍ରଶଂସା କରିଛନ୍ତି ।

Leave a Reply