ଦିଲ୍ଲୀ: ଦିଲ୍ଲୀରେ କୁହୁଳୁଛି ପାଉଁଶ ତଳର ନିଆଁ । ଲାଗିରହିଛି ଚାପା ଉତ୍ତେଜନା ଓ ଭୟ । ସେପଟେ କେମିତି ହେଲା ହିଂସାକାଣ୍ଡ ? ଅଘଟଣ ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର ? ଦିଲ୍ଲୀ ପୋଲିସ ଅପରାଧ ଶାଖାର ଏସଆଇଟି ଗତକାଲି ରାତିରୁ ଆରମ୍ଭ କରିଛି ଯାଞ୍ଚ । ୭ ଦିନ ମଧ୍ୟରେ ପୋଲିସକୁ ହିଂସା ସଂପର୍କିତ ଫଟୋ, ଭିଡିଓ ଫୁଟେଜ୍ କିମ୍ବା ଅନ୍ୟ ପ୍ରମାଣ ପୋଲିସକୁ ଦେବା ପାଇଁ କୁହାଯାଇଛି । ସେପଟେ ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୪୮ ଏଫଆଇଆର ଜାରି କରିଥିବା ବେଳ ୧୩୦ଜଣଙ୍କୁ ଗିରଫ କରିଛି ।

ସେହିପରି ୪ଶହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍ ଯାଞ୍ଚ ଆଧାରରେ ଗିରଫଦାରୀ କରାଯାଉଛି । ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏଥିସହ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମ।ଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ କରାଯାଉଛି ।

ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆପ୍ ନେତା ତାହିର ହୁସେନ୍ ଓ ତାଙ୍କ ସହଯୋଗୀଙ୍କ ନାଁରେ ଏଫଆଇଆର ହୋଇଛି । ତାହିରଙ୍କ ଘର ଓ ଫ୍ୟାକ୍ଟ୍ରି ସିଲ୍ ହୋଇଛି । ତାହିରଙ୍କୁ ଅଟକ ରଖି ପଚରାଉଚରା କରୁଛି ଦିଲ୍ଲୀ ପୋଲିସ । ସେପଟେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ୍ ଆଦମି ପାର୍ଟି ।



ଭାଗିରଥୀ ସାମନ୍ତରାୟଙ୍କ ୧୩ ବର୍ଷର ଝିଅ ଆରତୀ ଅଷ୍ଟମ ଶ୍ରେଣୀରେ ପଢ଼େ । ବାମ କାନକୁ ଭଲ ଭାବରେ ଶୁଣାନଯିବାରୁ କଟକ ବଡ଼ ମେଡିକାଲକୁ ଯାଇଥିଲେ । ହେଲେ ଡାକ୍ତର ବାମ ବଦଳରେ ଡାହାଣ କାନର ଅସ୍ତ୍ରୋପଚାର କରିଥିଲେ । ଯାହାପରେ ଶ୍ରବଣ ଶକ୍ତି ହରାଇଛି ଆରତୀ ।
ରାଷ୍ଟ୍ରୀୟ ବାଲ ବିକାଶ ଯୋଯନାରେ ଆରତୀ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଗତ ଜାନୁଆରୀ ୩୧ ତାରିଖରେ ଭର୍ତ୍ତି ହୋଇଥିଲେ । ଫେବ୍ରୁଆରୀ ୧୧ ତାରିଖରେ ଡାକ୍ତର କାନର ଅପରେସନ୍ କରିଥିଲେ । ୧୮ ତାରିଖରେ ଡାକ୍ତର ଡିସଚାର୍ଜ କରିଥିଲେ । ଯେଉଁ ଡିସଚାର୍ଜ ପେପରରେ ଆରତୀଙ୍କ ଅବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ ହୋଇଛି । ଅପରେସନ୍ ପରେ ଆରତୀଙ୍କ ବାପାମାଆ ଡାକ୍ତରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଓଲଟା ଧମକ ଚମକ ଦେଇ ମେଡିକାଲରୁ ବିଦା କରି ଦେଇଥିବା ତାଙ୍କ ବାପାମାଆ ଅଭିଯୋଗ କରିଛନ୍ତି ।
ତେବେ, ବଡ଼ ମେଡିକାଲରେ ଡାକ୍ତର ଏତେ ବଡ଼ ଭୁଲ୍ କେମିତି କଲେ ? ଯଦି ବା ଭୁଲରେ ଅପରେସନ୍ କରିଦେଲେ ପରେ କାହିଁକି ପ୍ରତିକାର ପାଇଁ ପଦକ୍ଷେପ ନେଲେନି ? ଏବେ ଅଭାଗିନୀ ମେଧାବୀ ଆରତୀ ନ୍ୟାୟକୁ ଅପେକ୍ଷା କରିଛି ।
ଫଟୋ ଓ ବିଭିନ୍ନ ସାମଗ୍ରୀ ଭାରତ-ଇଣ୍ଡେ।ନେସିଆ ମଧୁର ସମ୍ପର୍କର ସଂକେତ । ସାମ୍ପ୍ରତିକ ସ୍ଥିତି ସହ ସ୍ମୃତିକୁ ଉଦ୍ଜୀବିତ କରିଛି ଏହି ପ୍ରଦର୍ଶନୀ । ଫଟୋ ପ୍ରଦର୍ଶନୀ ଧରି ରଖିଥିଲା ଅନେକ ବିରଳ ମୁହୂର୍ତ୍ତ । ଏହି ଅବସରରେ ଇଣ୍ଡେ।ନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମସ୍ତେ ମନେ ପକାଇଥିଲେ । ଆଲୋଚନାର ଫୋକସରେ ଥିଲେ ମହାନ ଜନନାୟକ, ଦୂରଦ୍ରଷ୍ଟା, ରାଷ୍ଟ୍ର ନିର୍ମାତା ବିଜୁ ପଟ୍ଟନାୟକ ।
ଇଣ୍ଡେ।ନେସିଆର ମୁକ୍ତି ସଂଗ୍ରାମ ବେଳେ ଡଚ୍ ସେନାର ଘେରାବନ୍ଦୀରେ ରହି ଯାଇଥିଲେ ସେ ଦେଶର ଅନେକ ନେତା । ସାହାଯ୍ୟ ପାଇଁ ନିବେଦନ ପରେ ନିଜର ପ୍ରିୟ ଡାକୋଟା ବିମାନ ସହ ଉଡ଼ି ଯାଇଥିଲେ ଦୁଃସାହସୀ ପାଇଲଟ୍ ବିଜୁ ପଟ୍ଟନାୟକ । ଉଦ୍ଧାର କରିଥିଲେ ଡକ୍ଟର ସୁଲତାନ ସାହ୍ରିରଙ୍କୁ । ଏଥିପାଇଁ ବିଜୁବାବୁଙ୍କୁ ଇଣ୍ଡେ।ନେସିଆ ‘ଭୂମିପୁତ୍ର’ ଓ ‘ବିନ୍ତଙ୍ଗ ଯଶ ଉତ୍ତମ’ ଉପାଧି ପ୍ରଦାନ କରିଥିଲା ।





