spot_img
Home Blog Page 7192

କରୋନା କଟକଣା ପରେ ଏବେ ଦାଉ ସାଜିଛି କାଳବୈଶାଖୀ ବର୍ଷା, ସରକାରଙ୍କ ସହାୟତା ଲୋଡ଼ିଲେ ଚାଷୀ

ଭୁବନେଶ୍ୱର: କରୋନା କଟକଣା ପରେ ଏବେ ଦାଉ ଜାଜିଛି କାଳବୈଶାଖୀ ବର୍ଷା । କିଛିଦିନ ପୂର୍ବରୁ ଲକ୍‌ଡାଉନ୍‌ କଟକଣା ପାଇଁ ଚାଷକାର୍ଯ୍ୟ ବନ୍ଦ ରହିଥିଲା । ହେଲେ ରାଜ୍ୟ ସରକାର ଚାଷୀଙ୍କ ହିତପାଇଁ ଚାଷକାର୍ଯ୍ୟ ଉପରୁ କଟକଣା କୋହଳ କରିଥିଲେ । ଚାଷୀ ନିଜ କ୍ଷେତକୁ ପୁଣି ଥରେ ଫେରିଥିଲା । ହେଲେ ଏବେ ଅଦିନିଆ ବର୍ଷା ଉଜାଡି ଦେଇଛି ଫସଲ । ଫଳରେ ଚାଷୀ ଏବେ ସରକାରଙ୍କ ସହାୟତା ଲୋଡିଛି । ସେପଟେ ଗତ ଶୁକ୍ରବାର ସରକାର ମଧ୍ୟ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କାଳବୈଶାଖୀ ବର୍ଷାରେ ବେହାଲ ଫସଲ, ଭାଙ୍ଗିଦେଲାଣି ଚାଷୀଙ୍କ ମେରୁଦଣ୍ଡ । ହେଲେ ଚଷା ପୁଅର ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ସରକାର । କ୍ଷୟକ୍ଷତିର ଆକଳନକରି ଅତିଶୀଘ୍ର କ୍ଷତିପୂରଣ ଦେବକୁ ପ୍ରଶାସନକୁ ଦେଇଛନ୍ତି ନିର୍ଦ୍ଦେଶ । ଗତ କିଛିଦିନ ହେବ ଅଦିନିଆ କୁଆପଥର ବର୍ଷା ଯ଼ୋଗୁ ସମ୍ବଲପୁରରେ ଏକର,ଏକର ଫସଲ କ୍ଷତି ହୋଇଛି । ଜୁଜୁମୁରା, ଧନକଉଡା ଭଳି ଅନେକ ବ୍ଲକରେ ପାଣିରେ ବୁଡି ରହିଛି କଟା ଅପେକ୍ଷାରେ ଥିବା ଧାନ । ହେଲେ ସରକାରଙ୍କ ନିର୍ଦ୍ଦେଶ ପରେ କୃଷି ଏବଂ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି । ଜିଲ୍ଲାରେ ପ୍ରାୟ ୪ ହଜାର ୨୦୦ ହେକ୍‌ଟର ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ।

କାଳବୈଶାଖୀ ବର୍ଷା ଯୋଗୁଁ ସବୁଆଡେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀର, ସୋନପୁର ଓ ବରଗଡ ଜିଲ୍ଲାରେ ମଧ୍ୟ କୁଆପଥର ବର୍ଷାଯୋଗୁ ଫସଲ ନଷ୍ଟ ହୋଇଛି । କରୋନା କଟକଣା କୋହଳ ପରେ ଚାଷକାର୍ଯ୍ୟ ଆରମ୍ଭ କରିଥିବା ଚାଷୀ ଏବେ ପୁଣି ହତାଶ ହୋଇଛି । ଏସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯିବାକୁ ଦାବି କରିଛନ୍ତି ଚାଷୀ । ତେବେ ଏପ୍ରିଲ୍‌ ୩୦ ରୁ ମେ’ ୩ ତାରିଖ ଭିତରେ ବଙ୍ଗୋପସାଗରରେ ସୃଷ୍ଟ ହେବାକୁଥିବା ଲଘୁଚାପ ପୁଣି ଚାଷୀଙ୍କ ଚିନ୍ତା ବଢାଇଦେଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ଅଭୟବାଣୀ: ଓଡ଼ିଶାକୁ ନାହିଁ ବାତ୍ୟାର ଭୟ

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାକୁ ନାହିଁ ବାତ୍ୟାର ଭୟ । ଲୋକ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ କରୋନା ଆତଙ୍କ ଲାଗି ରହିଥିବା ବେଳେ ବାତ୍ୟା ଚର୍ଚ୍ଚା ଏହି ଭୟକୁ ଦୁଇଗୁଣ କରିଦେଇଛି । ତେବେ ସେମିତି କିଛି ହେବାର ସମ୍ଭାବନା ନାହିଁ । ଆସନ୍ତା ୩୦ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲଘୁଚାପ ସକ୍ରିୟ ରହିବ ।

ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୬୮.୨ ମିଲିମିଟର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, କନ୍ଧମାଳ, ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲାକୁ ବର୍ଷା ନେଇ ସତର୍କ କରି ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିପାରେ । କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି ।

ବାତ୍ୟା ନେଇ ଡରିବାର ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ଗଞ୍ଜାମରେ ପହଞ୍ଚିଲା ଚତୁର୍ଥ ଡଙ୍ଗା, କୂଳରେ ଲାଗିଲେ ୩୩ ଜଣ ଶ୍ରମିକ

ଭୁବନେଶ୍ୱର: ପୁଣି ଜଳପଥରେ ଓଡ଼ିଶା ପହଞ୍ଚିଲେ ପ୍ରବାସୀ ।  ଗଞ୍ଜାମ ଜିଲ୍ଲାରେ ପହଞ୍ଚିଲା ଆଉ ଏକ ଡଙ୍ଗା। ଗତକାଲି ରାତି ଗୋଟାଏରେ ଡଙ୍ଗାଟି ଅର୍ଜିପଲ୍ଲୀ ସମୁଦ୍ର କୂଳରେ ପହଞ୍ଚିଥିଲା। ଏଥିରେ ୩୩ ଜଣ ଶ୍ରମିକ ଆସିଛନ୍ତି ।

ଚେନ୍ନାଇରୁ ଓଡିଶା ଅଭିମୁଖେ ଡଙ୍ଗା ଆସିଥିବା ବେଳେ ଏହାକୁ ମିଶାଇ ୪ଟି ଡଙ୍ଗା ଓଡ଼ିଶାରେ ପହଞ୍ଚିଛି। ତେବେ ଡଙ୍ଗାରେ ଶ୍ରମିକମାନେ ପହଞ୍ଚିବା ସେମାନଙ୍କୁ ନିକଟସ୍ଥ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

କରୋନା ଯୁଦ୍ଧ: କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ପରିବାର ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ପୋଲିସଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ସଂକ୍ରମଣରେ ପ୍ରାଣ ହରାଇଲେ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି । ଏନେଇ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି ଅଭୟ ।

କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ପୋଲିସକର୍ମୀ ମାନେ ମଧ୍ୟ ଆଗଧାଡ଼ିର କରୋନା ଯୋଦ୍ଧା । ଲକଡାଉନ୍‌ ହେଉ ଅବା ସଟଡାଉନ୍‌ ସର୍ବଦା ଆଇନ ଶଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିଷ୍ଠାର ସହ ଦାୟିତ୍ୱ ତୁଲାଉଛନ୍ତି ପୋଲିସ କର୍ମଚାରୀ । ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପୋଲିସ କର୍ମଚାରୀଙ୍କୁ  ଉତ୍ସାହ ଯୋଗାଇବ ବୋଲି ଡିଜିପି କହିଛନ୍ତି ।

କରୋନା ଯୁଦ୍ଧ: କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ପରିବାର ପାଇବେ ୧୫ ଲକ୍ଷ ଟଙ୍କା

ବାଲେଶ୍ୱରରେ କଣ୍ଟେନମେଣ୍ଟ ଜୋନ ଘୋଷଣା…

ବାଲେଶ୍ୱର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡିଶାରେ ବଢିବାରେ ଲାଗିଛି । ଆଜି ସକାଳେ ପୁଣି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କରୋନା ବିସ୍ତାରକୁ ରୋକିବା ପାଇଁ ଚାରିଆଡେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାୟାଉଛି । ନିକଟରେ ବାଲେଶ୍ୱର ବାହାନଗା ବ୍ଲକ ବିଷ୍ଣୁପୁର ଅଞ୍ଚଳରେ କୋରନା ପଜଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ବାହାନଗାର ବିଷ୍ଣୁପୁର ଓ ଦେବେନ୍ଦ୍ରପୁର ଗଁ।କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଦୁଇ ଗାଁକୁ ସଂଯୋଗ କରୁଥିବା ୧୨ ଟି ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ସ୍ଥାନୀୟ ତହସିଲଦାର ଓ ବିଡିଓ, ସ୍ଥିତି ସମୀକ୍ଷା କରିଛନ୍ତି । ଗତ ୨୦ ତାରିଖରେ କଲିକତାରୁ ସାଇକେଲ ଯୋଗେ ବିଷ୍ଣୁପୁର ଆସିଥିବା ଯୁବକଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଥିଲା । ଯୁବକଙ୍କ ଠାରେ କରୋନା ଲକ୍ଷଣ ଜଣାପଡିବା ପରେ ୨୫ ତାରିଖ ଦିନ ଟେଷ୍ଟ ଲାଗି ଆର୍‌ଏମ୍‌ଆରସି ପଠାଯାଇଥିଲା । ଗତକାଲି ତାଙ୍କର ରିପୋର୍ଟ ପଜେଟିଭ ଆସିବାରୁ ତାଙ୍କୁ ତାଙ୍କୁ ଅଶ୍ୱିନୀ କୋଭିଡ ପଠାଇଯାଇଛି । ଏଥି ସହ ଆକ୍ରାନ୍ତ । ଯୁବକଙ୍କ ସହିତ ଆଇସୋଲେସନ ସେଣ୍ଟରରେ ଥିବା ଅନ୍ୟ ଜଣଙ୍କୁ ବାଲେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ସଂକ୍ରମିତ ଚିହ୍ନଟ । ୭ ପଜିଟିଭଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ରୁ ହୋଇଥିବା ବେଳେ ୩ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାସହ ଭଦ୍ରକରେ ସର୍ବମୋଟ ୧୯ଟି ପିଜିଟିଭ କେସ ରହିଥିବା ବେଳେ ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ପଜିଟିଭ କେସ ୧୦କୁ ବୃଦ୍ଧି ପାଇଛି ।

ଭଦ୍ରକର ବାସୁଦେବପୁର ବ୍ଲକରୁ ୨ ଜଣ ଏବଂ ବନ୍ତ ବ୍ଲକରୁ ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଭଦ୍ରକକୁ ଆସିଥିବା ତିନୋଟି କରୋନା ପଜିଟିଭ କେସର କୋଲକାତା ଲିଙ୍କ ଥିବା ସୂଚନା ମିଳିଛି । ସୁନ୍ଦରଗଡ଼ରେ ଚିହ୍ନଟ ୪ କରୋନା ଆକ୍ରାନ୍ତ ଗୋଟିଏ ପରିବାରର । ସେଥି ମଧ୍ୟରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହିଛନ୍ତି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୦ଟି ଆକ୍ଟିଭ କେସ ଥିବାବେଳେ, ଚିକିତ୍ସା ପରେ ୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ଥମୁନି କରୋନା ଆତଙ୍କ…ବିଶ୍ୱରେ ୩୦ଲକ୍ଷରୁ ଅଧିକ ସଂକ୍ରମିତ, ଆମେରିକାର ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୩୦ ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୯ ହଜାର ଲୋକଙ୍କ ଜୀବନ ନେଇଛି କରୋନା । ୮ ଲକ୍ଷ ୬୫ ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାର ପ୍ରଭାବ ଆମେରିକା ଉପରେ ଅଧିକ ରହିଛି । ୫୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ୯ ଲକ୍ଷ ୯୩ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିଭଳି ସ୍ପେନରେ ୨୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷ ୨୯ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏକ ଲକ୍ଷ ୯୯ ହଜାରରୁ ଅଧିକକ ଲୋକେ ସଂକ୍ରମିତ ହୋଇଛନ୍ତି । ଫ୍ରାନ୍ସରେ ମଧ୍ୟ କରୋନା କହର ଜାରି ରହିଛି । ଏଠାରେ ୨୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଏକ ଲକ୍ଷ ୬୨ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ ପ୍ରାୟ ୬ ହଜାର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଏକ ଲକ୍ଷ ୫୭ ହଜାର ଲୋକେ ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ରିଟେନରେ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ୫୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନରେ ସ୍ଥିତି ଭୟାନକ ରହିଛି, ଏଠାରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯୦ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି ।

ମେ’ ୩ ପରେ ବି ବନ୍ଦ ରହିପାରେ ସ୍କୁଲ, ମଲ୍ ଏବଂ ଧର୍ମିକ ସ୍ଥଳ: ଏହି ସପ୍ତାହ ଶେଷ ସୁଦ୍ଧା ଆସିବ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମେ ୩ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । କିନ୍ତୁ ଲକଡାଉନ ଉଠିବା ପରେ ବି ଶିକ୍ଷାନୁଷ୍ଠାନ, ସପିଂ ମଲ୍, ଧର୍ମିକ ସ୍ଥଳ ଏବଂ ସାର୍ବଜୀନନ ପରିବହନ ଗୁଡ଼ିକ ବନ୍ଦ ରହିବାର ସମ୍ଭାବନା ରହିଛି ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହାର ସଙ୍କେତ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ୩ ଘଣ୍ଟା ଧରି ହୋଇଥିବା ବୈଠକରେ ମିଳିଥିଲା ।

ଘଟଣାକ୍ରମର ତଥ୍ୟ ରଖିଥିବା ଅଧିକାରୀ ମାନଙ୍କ କହିବା ଅନୁଯାୟୀ, ଗ୍ରୀନ୍ ଜୋନ ଜିଲ୍ଲା ଗୁଡ଼ିକରେ ସିମିତ ସଂଖ୍ୟାରେ ନିଜ ନିଜ ଗାଡ଼ି ଗୁଡ଼ିକୁ ଚଲାଇବାର ଅନୁମତି ମିଳିପାରେ । କିନ୍ତୁ ଟ୍ରେନ ଏବଂ ବିମାନ ସେବାର ଆରମ୍ଭ କରିବାର କୌଣସି ସମ୍ଭାବନା ନାହିଁ ।

ମେ ମାସ ମଝିରେ ଟ୍ରେନ ଏବଂ ବିମାନ ଚଳାଚଶ ଆରମଅଭ ହେବାର ସମ୍ଭାବନା ରହିଛି କିନ୍ତୁ ତାହା କରୋନା ସଂକ୍ରମଣ ପରିସ୍ଥିତି ଉପରେ ନିର୍ଭର କରୁଛି । ମେ ମାସ ପରେ ମଧ୍ୟ ସ୍କୁଲ, କଲେଜ, ସପିଂ ମଲ୍, ଧର୍ମିକ ସ୍ଥଳ ଯାନବାହାନ ଚଳାଚଳ ଉପରେ ରୋକ ଲାଗିବାର ସମ୍ଭାବନା ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ମେ ୩ ପରେ ମଧ୍ୟ ସାର୍ବଜନୀନ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ଏକତ୍ରିତ ହେବା ଉପରେ ରୋକ ଲାଗି ରହିବ । କରୋନା ଭାଇରସ ମହାମାରୀ ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ସୋମବାର ହୋଇଥିବା ବୈଠକରେ ପରେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଲକଡାଉନ ଆଗକୁ ବଢ଼ିବ ନାହଁ ତାହା ଏହି ସପ୍ତାହ ଶେଷ ଆଡ଼କୁ ସ୍ପଷ୍ଟ ହୋଇଯିବ ।

କାମକୁ ନେଇ କୈାଣସି ଶୁଭ ଖବର ପାଇବେ… ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ

୨୮ ଏପ୍ରିଲ୍‌, ୨୦୨୦ ମସିହା, ମେଷ ୧୬ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ବୈଶାଖ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ମଙ୍ଗଳବାର

ଆର୍ଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଆଜି ଯୋଗିନୀ ଦକ୍ଷିଣ ଦିଗରେ ରହୁଥିବାରୁ ଦକ୍ଷିଣ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ କୁମ୍ଭଚନ୍ଦ୍ର ମହିଳାଙ୍କ ପାଇଁ

ଘାତବାର- ମକର ରାଶି ମାନଙ୍କର

ଶୁଭ ସମୟ- ଦିନ ୯ଟା ୩୫ ମିନିଟ୍‌ ଠାରୁ ଦିନ ୧୨ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୩ଟା ଠାରୁ ଦିନ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ- ଆଜି ବେଲ ଓ ପଣସ ଖାଇବା ମନା

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ମାନସିକ ଶାନ୍ତି, ମନରେ ଉତ୍ସାହ ବୃଦ୍ଧି ପାଇବ

ଦ୍ବିଜା ନକ୍ଷତ୍ର- ପରିବାର ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳତି କରିବ

କୃତ୍ତିକାନକ୍ଷତ୍ର- କାମକୁ ନେଇ କୈାଣସି ଶୁଭ ଖବର ପାଇବେ

ହନୁମାନଙ୍କୁ ଦର୍ଶନ କରି ସିନ୍ଦୁର ମଥାରେ ଲଗାନ୍ତୁ

ବୃଷ ରାଶି

କତ୍ତିକା ନକ୍ଷତ୍ର- ଲୋକସଂପର୍କ ବୃଦ୍ଧି ପାଇବ, ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ

ରୋହିଣୀ ନକ୍ଷତ୍ର -ଶରୀର ଅସୁସ୍ଥ ହୋଇପାରେ, ସତର୍କ ରୁହନ୍ତୁ

ମୃଗଶିରା- କାର୍ଯ୍ୟରେ ଦକ୍ଷତା ବୃଦ୍ଧି ପାଇବ

ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମଗଶିରା ନକ୍ଷତ୍ର- ମାନସିକ ଶାନ୍ତି, ଆର୍ଥିକ ଉନ୍ନତିର ଦିନ ରହିଛି

ଆର୍ଦ୍ରା ନକ୍ଷତ୍ର- ସମ୍ମାନହାନୀର ଯୋଗ ରହିଛି, ତରବରିଆ କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ପୁନର୍ବସୁ ନକ୍ଷତ୍ର- ଅନେକ ଦିନର ଇଛା ପୂରଣ ହେବ

ମା’ତାରିଣୀଙ୍କୁ ୧୧ ଗୋଟି ଲାଲଫୁଲ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- କର୍ମକ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ହେବ

ପୁଷ୍ୟ। ନକ୍ଷତ୍ର- କାର୍ଯ୍ୟ ବ୍ୟସ୍ତତା ବଢିଯିବ

ଅଶ୍ଲେଷା ନକ୍ଷତ୍ର- ଅର୍ଥଚିନ୍ତା ବଢିବ,ପରିବାର ମଧ୍ୟରେ ଭୁଲ୍‌ ବୁଝାମଣା ରହିବ

ଅସହାୟ ବ୍ୟକ୍ତିକୁ କିଛି ସାହାଯ୍ୟ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ଧାର୍ମିକ କାର୍ଯ୍ୟରେ ସମୟ କଟିବ

ପୂର୍ବା ଫାଲଗୁନୀ ନକ୍ଷତ୍ର- ପରିବାରରେ କୈାଣସି କଥାକୁ ନେଇ ଚିନ୍ତା ବଢିବ

ଉତ୍ତରା ଫାଲଗୁନୀ ନକ୍ଷତ୍ର- କୈାଣସି କର୍ମକୁ ନେଇ ସଫଳତା ପାଇବେ

ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଘର କାମରେ ବ୍ୟସ୍ତତା ଆପଣଙ୍କୁ ଖୁସି ଆଣିଦେବ

ହସ୍ତା ନକ୍ଷତ୍ର- କର୍ମ ଓ ଅର୍ଥକୁ ନେଇ ଚିନ୍ତାରେ ରହିବେ

ଚିତ୍ରା ନକ୍ଷତ୍ର- କର୍ମ ଓ ଅର୍ଥକୁ ନେଇ ଚିନ୍ତା ବଢିଯିବ

ଭଗବାନ ଶ୍ରୀବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ, ବନ୍ଧୁଙ୍କର ସହଯୋଗ ପାଇବେ

ସ୍ବାତୀ ନକ୍ଷତ୍ର- ଶାରିରୀକ କଷ୍ଟ ପାଇବେ, କାମକୁ ନେଇ ଚିନ୍ତା ବଢିଯିବ

ବିଶାଖା ନକ୍ଷତ୍ର- ଆର୍ଥିକସ୍ଥିତିରେ ସୁଧାର ଆସିବ

ପଶୁ,ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ଧାର୍ମିକ ଭାବନା ବଢିବ, ମାନସିକ ଶାନ୍ତି ପାଇବେ

ଅନୁରାଧା ନକ୍ଷତ୍ର- ନିଜର ଯୋଜନାରେ ସଫଳ ରହିବେ

ଜ୍ୟେଷ୍ଠା ନକ୍ଷତ୍ର- ମନ ଚିନ୍ତାଗ୍ରସ୍ତ ରହିବ

ଗରିବ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

ଧନୁ ରାଶି

ମୂଳାନକ୍ଷତ୍ର- ଅଚାନକ କୈାଣସି ସମସ୍ୟା ଆସିପାରେ

ପୂର୍ବାଷାଢା ନକ୍ଷତ୍ର- ବିକାଶମୂଳକ କାମ ହାତକୁ ନେଇପାରନ୍ତି

ଉତ୍ତରଷାଢା- ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ,ପରିବାରରେ ସମୟ କଟିବ

ମା’ଦୁର୍ଗାଙ୍କୁ ୧୧ ଗୋଟି ବେଲପତ୍ର ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ଆକସ୍ମିକ ଭାବରେ ଶୁଭ ଖବର ମିଳିବ

ଶ୍ରବଣା ନକ୍ଷତ୍ର- ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ଘରୁ ବାହାରନ୍ତୁ ନାହିଁ

ଧନିଷ୍ଠା ନକ୍ଷତ୍ର- ସୁଖ,ଶାନ୍ତିରେ ପରିବାର ସହିତ ସମୟ କାଟିବେ

ବ୍ରାହ୍ମଣଙ୍କୁ କିଛି ଫଳ ଦାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳ ରହିବେ

ଶତଭିଷା ନକ୍ଷତ୍ର- ଅର୍ଥର ଅଭାବ ଯୋଗୁ ମନ ଦୁର୍ବଳ ରହିବ

ପୂର୍ବାଭାଦ୍ରପଦ ନକ୍ଷତ୍ର- ଅଟକିଥିବା କାମରେ ସଫଳତା ପାଇବେ

ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର- ପାରିବାରିକ ଶାନ୍ତି ପାଇବେ

ଉତ୍ତରାଭାଦ୍ରପଦ ନକ୍ଷତ୍ର-ଆର୍ଥିକ ଲାଭର ଯୋଗ ରହିଛି

ରେବତୀ ନକ୍ଷତ୍ର- ଅଯଥା ଖର୍ଚ୍ଚ ବଢିବ, ଅସ୍ଥିରତା ମଧ୍ୟରେ ସମୟ କାଟିବେ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ-9938571935

 

 

 

ଥମୁନି କରୋନା ଆତଙ୍କ…ବିଶ୍ୱରେ ୩୦ଲକ୍ଷରୁ ଅଧିକ ସଂକ୍ରମିତ, ୨ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା, ଆମେରିକାର ସ୍ଥିତି ସାଂଘାତିକ…ସେପଟେ କରୋନାକୁ ମାତ ଦେଉଛି ଭାରତ…କାମଦେଲା ଲକ୍‌ଡାଉନ୍‌ ଫର୍ମୁଲା…କିନ୍ତୁ ମେ’ ନିର୍ଣ୍ଣୟ କରିବ ମୁମ୍ବାଇ ଭାଗ୍ୟ…

ଥମୁନି କରୋନା ଆତଙ୍କ…ବିଶ୍ୱରେ ୩୦ଲକ୍ଷରୁ ଅଧିକ ସଂକ୍ରମିତ, ୨ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା,  ଆମେରିକାର ସ୍ଥିତି ସାଂଘାତିକ…ସେପଟେ କରୋନାକୁ ମାତ ଦେଉଛି ଭାରତ…କାମଦେଲା ଲକ୍‌ଡାଉନ୍‌ ଫର୍ମୁଲା…କିନ୍ତୁ ମେ’ ନିର୍ଣ୍ଣୟ କରିବ ମୁମ୍ବାଇ ଭାଗ୍ୟ…