ଥମୁନି କରୋନା ଆତଙ୍କ…ବିଶ୍ୱରେ ୩୦ଲକ୍ଷରୁ ଅଧିକ ସଂକ୍ରମିତ, ଆମେରିକାର ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୩୦ ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୯ ହଜାର ଲୋକଙ୍କ ଜୀବନ ନେଇଛି କରୋନା । ୮ ଲକ୍ଷ ୬୫ ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାର ପ୍ରଭାବ ଆମେରିକା ଉପରେ ଅଧିକ ରହିଛି । ୫୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ୯ ଲକ୍ଷ ୯୩ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିଭଳି ସ୍ପେନରେ ୨୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷ ୨୯ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏକ ଲକ୍ଷ ୯୯ ହଜାରରୁ ଅଧିକକ ଲୋକେ ସଂକ୍ରମିତ ହୋଇଛନ୍ତି । ଫ୍ରାନ୍ସରେ ମଧ୍ୟ କରୋନା କହର ଜାରି ରହିଛି । ଏଠାରେ ୨୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଏକ ଲକ୍ଷ ୬୨ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ ପ୍ରାୟ ୬ ହଜାର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଏକ ଲକ୍ଷ ୫୭ ହଜାର ଲୋକେ ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ରିଟେନରେ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ୫୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନରେ ସ୍ଥିତି ଭୟାନକ ରହିଛି, ଏଠାରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯୦ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି ।

Leave a Reply