ମେ’ ୩ ପରେ ବି ବନ୍ଦ ରହିପାରେ ସ୍କୁଲ, ମଲ୍ ଏବଂ ଧର୍ମିକ ସ୍ଥଳ: ଏହି ସପ୍ତାହ ଶେଷ ସୁଦ୍ଧା ଆସିବ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମେ ୩ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । କିନ୍ତୁ ଲକଡାଉନ ଉଠିବା ପରେ ବି ଶିକ୍ଷାନୁଷ୍ଠାନ, ସପିଂ ମଲ୍, ଧର୍ମିକ ସ୍ଥଳ ଏବଂ ସାର୍ବଜୀନନ ପରିବହନ ଗୁଡ଼ିକ ବନ୍ଦ ରହିବାର ସମ୍ଭାବନା ରହିଛି ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହାର ସଙ୍କେତ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ୩ ଘଣ୍ଟା ଧରି ହୋଇଥିବା ବୈଠକରେ ମିଳିଥିଲା ।

ଘଟଣାକ୍ରମର ତଥ୍ୟ ରଖିଥିବା ଅଧିକାରୀ ମାନଙ୍କ କହିବା ଅନୁଯାୟୀ, ଗ୍ରୀନ୍ ଜୋନ ଜିଲ୍ଲା ଗୁଡ଼ିକରେ ସିମିତ ସଂଖ୍ୟାରେ ନିଜ ନିଜ ଗାଡ଼ି ଗୁଡ଼ିକୁ ଚଲାଇବାର ଅନୁମତି ମିଳିପାରେ । କିନ୍ତୁ ଟ୍ରେନ ଏବଂ ବିମାନ ସେବାର ଆରମ୍ଭ କରିବାର କୌଣସି ସମ୍ଭାବନା ନାହିଁ ।

ମେ ମାସ ମଝିରେ ଟ୍ରେନ ଏବଂ ବିମାନ ଚଳାଚଶ ଆରମଅଭ ହେବାର ସମ୍ଭାବନା ରହିଛି କିନ୍ତୁ ତାହା କରୋନା ସଂକ୍ରମଣ ପରିସ୍ଥିତି ଉପରେ ନିର୍ଭର କରୁଛି । ମେ ମାସ ପରେ ମଧ୍ୟ ସ୍କୁଲ, କଲେଜ, ସପିଂ ମଲ୍, ଧର୍ମିକ ସ୍ଥଳ ଯାନବାହାନ ଚଳାଚଳ ଉପରେ ରୋକ ଲାଗିବାର ସମ୍ଭାବନା ରହିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ମେ ୩ ପରେ ମଧ୍ୟ ସାର୍ବଜନୀନ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ଏକତ୍ରିତ ହେବା ଉପରେ ରୋକ ଲାଗି ରହିବ । କରୋନା ଭାଇରସ ମହାମାରୀ ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ସୋମବାର ହୋଇଥିବା ବୈଠକରେ ପରେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଲକଡାଉନ ଆଗକୁ ବଢ଼ିବ ନାହଁ ତାହା ଏହି ସପ୍ତାହ ଶେଷ ଆଡ଼କୁ ସ୍ପଷ୍ଟ ହୋଇଯିବ ।

Leave a Reply